
NEWS UPDATE
May 23, 2025 at 06:54 AM
*╔━━━━🔅━━━━━━━━🔅━━╗*
*║ *🌼ବର୍ତ୍ତମାନର ୧୦ଟି ମୁଖ୍ଯ ଖବର ତାରିଖ- ୨୩/୦୫/୨୦୨୫,ଶୁକ୍ରବାର🌼* ║
*╚━━━━🔅━━━━━━━━ 🔅━━╝*
*୧- 👉 ଜାମିନରେ ଯିବା ପାଇଁ ଜଣେ ଅଭିଯୁକ୍ତଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏକ ନିଆରା ସର୍ତ୍ତ ସ୍ଥାପନ କରିଛନ୍ତି। ଜାମିନ ପରେ ସମ୍ପୃକ୍ତ ମହିଳା ଅଭିଯୁକ୍ତଙ୍କୁ ଦୁଇମାସ ମାଗଣାରେ ବ୍ୟାଙ୍କ ସଫେଇ କରିବାକୁ ପଡ଼ିବ। ଏଥିଲାଗି ସେ ସକାଳ ୮ଟାରୁ ୧୦ଟା ଭିତରେ କଟକର ଏକ ଘରୋଇ ବ୍ୟାଙ୍କରେ ହାଜିରା ପକାଇବେ। ବ୍ୟାଙ୍କ ଜାଲିଆତି ଏବଂ ବନ୍ଧକ ସମ୍ପତ୍ତି ବିକ୍ରି ଅଭିଯୋଗରେ ସମ୍ପୃକ୍ତ ଅଭିଯୁକ୍ତ ଗିରଫ ହୋଇଛନ୍ତି।*
*୨- 👉 ଆଦିବାସୀଙ୍କ ଜମି କିଣିବେ ରାଜ୍ୟ ସରକାର। ଯଦି କୌଣସି ଆଦିବାସୀ ପରିବାର ନିଜର ଜରୁରୀ ଆବଶ୍ୟକତାକୁ ପୂରଣ କରିବା ପାଇଁ ଜମି ବିକ୍ରି କରିବାକୁ ଚାହିଁବେ ତେବେ ତାହାକୁ ସରକାର କିଣିବେ ବୋଲି ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ପୂର୍ବରୁ କେବଳ ଅନୁସୂଚିତ ଜାତି ଓ ଜନଜାତିଙ୍କ ଜମି ସେହି ଜାତିର ଲୋକଙ୍କୁ ବିକ୍ରି କରିବା ପାଇଁ ଆଇନ ରହିଛି।*
*୩- 👉 ଆନ୍ଧ୍ର ସୀମାନ୍ତ କୋଟିଆ ଗ୍ରାମପୁଞ୍ଜରେ ଓଡ଼ିଆ ଭାବନା ଜାଗ୍ରତ କରିବା ଲାଗି ରାଜ୍ୟ ସରକାର ଏକ ୧୬ ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟି ରାଜ୍ୟର ପର୍ବପର୍ବାଣୀ, ଭାଷା ସଂସ୍କୃତିର ପ୍ରସାର ପାଇଁ କାର୍ଯ୍ୟ କରିବେ। ଗତ ୨୦ ତାରିଖରେ କୋଟିଆ ଅଞ୍ଚଳର ବିକାଶ ତଥା ଓଡ଼ିଆର ପ୍ରସାର ଲାଗି ହୋଇଥିବା ବୈଠକର ନିଷ୍କର୍ଷ ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଛି।*
*୪- 👉 ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ଆରକ୍ଷଣ ଦାବି କରି କଂଗ୍ରେସର ଅହୋରାତ୍ରୀ ଧାରଣା ଜାରି ରହିଛି। ପ୍ରବଳ ବର୍ଷା ସତ୍ତ୍ୱେ ଆନ୍ଦୋଳନରୁ ଓହରି ନାହାନ୍ତି କର୍ମୀ ଓ ନେତା। ରାଜ୍ୟ ସରକାର ଓବିସି ବର୍ଗଙ୍କ ଲାଗି ବ୍ୟବହାରିକ ଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ଆରକ୍ଷଣ ଘୋଷଣା କରିଛନ୍ତି।*
*୫- 👉 ଫୋର୍ବସ୍ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏସିଆର ୩୦ ଜଣ ଯୁବ ଉଦ୍ୟୋଗୀଙ୍କ ତାଲିକାରେ ଓଡ଼ିଶାରୁ ୫ ଜଣ ସାମିଲ ରହିଛନ୍ତି। ୩୦ ବର୍ଷରୁ କମ୍ ବୟସର ଉଦ୍ୟୋଗୀଙ୍କୁ ଚିହ୍ନ କରିବା ଲାଗି ଏହି ତାଲିକା ପ୍ରସ୍ତୁତ କରାଯାଇଛି। ସେମାନେ ହେଲେ ଆଇଜି ଡ୍ରୋନ୍ସର ଦୁଇ ପ୍ରତିଷ୍ଠାତା ବୋଧିସତ୍ତ୍ୱ ଏବଂ ଓମ୍ ପ୍ରକାଶ, ସ୍ପେସ୍ ଫିଲ୍ଡ୍ସର ସହପ୍ରତିଷ୍ଠାତା ଅପୂର୍ବ ମାସୁକ, ୟଙ୍ଗ ଟିଙ୍କରର ଦୁଇ ସହ ପ୍ରତିଷ୍ଠାତା ବୈଶାଳୀ ଶର୍ମା ଓ ଅନୀଲ ପ୍ରଧାନ।*
*୬- 👉 ଆସନ୍ତା ୨୭ରେ ବଙ୍ଗୋପସାଗରରେ ଲଘୁଚାପର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ହୋଇପାରେ। ଏହାସହ ଓଡ଼ିଶାକୁ ମୌସୁମୀ ବାୟୁ ପ୍ରବେଶ ଲାଗି ପାଗ ଅନୁକୂଳ ହେବାର ସମ୍ଭାବନା ରହିଛି।*
*୭- 👉 ଓଡ଼ିଶା ସରକାରଙ୍କ ଦ୍ୱାରା ସହରାଞ୍ଚଳ ପରିବହନକୁ ସୁବିଧାଜନକୁ କରିବା ଲାଗି ନିର୍ମିତ ମୋବାଇଲ୍ ଆପ୍ଲିକେସନ୍ ‘ଓଡ଼ିଶା ଯାତ୍ରୀ’ ଅଧିକ ଲୋକାଭିମୁଖୀ ହେବାକୁ ଯାଉଛି। ଏହି ସେବାରେ ଘରୋଇ ଆମ୍ବୁଲାନ୍ସ ସେବା ଅନ୍ତର୍ଭୁକ୍ତ କରାଯିବ। ଫଳରେ ଜରୁର ସମୟରେ ଲୋକେ ଏହି ଆପ୍ ବ୍ୟବହାର କରି ଆମ୍ବୁଲାନ୍ସ ସେବା ମଧ୍ୟ ନେଇପାରିବେ ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି।*
*୮- 👉 କେନ୍ଦ୍ର ସରକାରଙ୍କ ନୂଆ ୱାକଫ୍ ସଂଶୋଧନ ଆଇନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆଗତ ମାମଲାର ଶୁଣାଣୀ ଶେଷ ହୋଇଛି। ତିନିଦିନ ଧରି ବିଭିନ୍ନ ପକ୍ଷ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ସୁପ୍ରିମକୋର୍ଟ ସବୁ ପକ୍ଷକୁ ଶୁଣି ରାୟ ସଂରକ୍ଷିତ ରଖିଛନ୍ତି।*
*୯- 👉 ଆତଙ୍କବାଦୀ ହାଫିଜ୍ ସଇଦର ଭାଷା କହୁଛନ୍ତି ପାକିସ୍ତାନ ସେନାର ମୁଖପାତ୍ର ଅହମ୍ମଦ ସରୀଫ୍। ପାକିସ୍ତାନ ବିଶ୍ୱବିଦ୍ୟାଳୟର ଏକ ଉତ୍ସବରେ ଯୋଗ ଦେଇ ସେ କହିଛନ୍ତି, ଯଦି ଭାରତ ପାକିସ୍ତାନ ହକ୍ର ପାଣି ବନ୍ଦ କରେ ତେବେ ଭାରତର ନିଃଶ୍ୱାସ ନେବା ବି କଷ୍ଟକର କରିଦେବ ପାକିସ୍ତାନ। ଏହି ଶବ୍ଦକୁ ପୂର୍ବରୁ ହାଫିଜ୍ ବ୍ୟବହାର କରିଥିବା ନେଇ ସୋଶାଲ୍ ମିଡିଆରେ ଚର୍ଚ୍ଚା ହେଉଛି।*
*୧୦- 👉 ହାବାର୍ଡ ବିଶ୍ୱବିଦ୍ୟାଳୟ ଉପରେ ପୁଣି ଏକ କଟକଣା ଜାରି କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ବିବଶ୍ୱବିଦ୍ୟାଳୟ ପ୍ରତି ବର୍ଷ ନିଜ ତରଫରୁ ବିଶ୍ୱର ବିଭିନ୍ନ କୋଣରୁ ଛାତ୍ରଙ୍କୁ ଗ୍ରହଣ କରୁଥିଲା। ଏଥିଲାଗି ଭିସା ଆବା୍ୟକତା ନଥିଲା। କିନ୍ତୁ ହାର୍ବାର୍ଡର ଏହି କ୍ଷମତାକୁ ପ୍ରତ୍ୟାହାର କରାଯାଇଥିବା ନେଇ ଆମେରିକାର ଗୃହ ସଚିବ କ୍ରିଷ୍ଟି ନୋଇମ କହିଛନ୍ତି।*
* *🙏 ଶୁଭ ସକାଳ,ଜୟ ଶ୍ରୀଜଗନ୍ନାଥ🙏*
*╚━━━━━🔅━━━━━━━━ 🔅━━━╝*
👍
❤️
❤
😮
🙏
11