NEWS UPDATE
NEWS UPDATE
May 26, 2025 at 04:43 AM
*╔━━━━🔅━━━━━━━━🔅━━╗* *║ *🌼ବର୍ତ୍ତମାନର ୧୦ଟି ମୁଖ୍ଯ ଖବର ତାରିଖ- ୨୬/୦୫/୨୦୨୫,ସୋମବାର🌼* ║ *╚━━━━🔅━━━━━━━━ 🔅━━╝* *୧- 👉 ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା।ଆଜି ରାଜ୍ୟରେ ପବିତ୍ର ସାବିତ୍ରୀ ଅମାବାସ୍ୟା ପାଳନ କରାଯାଉଛି। ପତି-ପତ୍ନୀଙ୍କ ସମ୍ପର୍କର ଏହା ଏକ ପବିତ୍ର ଦିଗକୁ ଉନ୍ମୋଚନ କରୁଛି। ମା’ ସାବିତ୍ରୀ ଏହିଦିନ ତାଙ୍କ ସାଧନା ବଳରେ ପତିଙ୍କ ପ୍ରାଣ ଫେରିପାଇଥିଲେ। କୁହାଯାଏ ଏହିଦିନର ଉପାସନା ପତିଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ କାମନା କରି କରାଯାଇଥାଏ। ଏଥିଲାଗି ବିଭିନ୍ନ ମନ୍ଦିରରେ ସାବିତ୍ରୀ ପୂଜା ନିମନ୍ତେ ଗହଳି ଦେଖିବାକୁ ମିଳୁଛି।* *୨- 👉 ଇପିଏଫଓ ଉଠାଣ ହେବ ସହଜ।ଏଣିକି ଇପିଏଫ୍‍ଓରେ ଡିପୋଜିଟ ଥିବା ଟଙ୍କାକୁ ଉଠାଣ ବା ବନ୍ଦୋବସ୍ତ ଲାଗି ନିଯୁକ୍ତିଦାତାଙ୍କ ପତ୍ରର ଆବଶ୍ୟକ ପଡ଼ିବ ନାହିଁ । ଏନେଇ ଇପିଏଫ୍‍ଓ ପକ୍ଷରୁ ନୂଆ ସର୍କୁଲାର ଜାରି କରାଯାଇଛି। ଏଣୁ ପୂର୍ବରୁ ନିଯୁକ୍ତିଦାତାଙ୍କ ପତ୍ର ନଥିବା କାରଣରୁ ପ୍ରତ୍ୟାଖ୍ୟାତ ହେଉଥିବା ମାମଲାରେ ଜମାକାରୀ ଏବେ ଟଙ୍କା ଉଠାଣ କରିପାରିବେ।* *୩- 👉 ଭାରତର ସୁରକ୍ଷାକୁ ନେଇ ଆମେରିକାର ରିପୋର୍ଟ।ଭାରତ-ପାକିସ୍ତାନ- ଚୀନର ସାମରିକ ଶକ୍ତି ଓ ସମ୍ପର୍କକୁ ନେଇ ଯୁକ୍ତରାଷ୍ଟ୍ର ଆମେରିକାର ଗୁଇନ୍ଦା ସଂସ୍ଥା ଏକ ରିପୋର୍ଟ ପ୍ରକାଶ କରିଛି। ଏଥିରେ ପାକିସ୍ତାନ, ଭାରତକୁ ପରିଚିତ ବିପଦ ଭାବେ ଗ୍ରହଣ କରିଛି। ଏଥିଲାଗି ପାକିସ୍ତାନ ନିଜର ସାମରିକ ଘାଟି ଓ ସମର ସଜ୍ଜାକୁ ଅତ୍ୟାଧୁନିକ କରିବା ଲାଗି ଉଦ୍ୟମ ଆରମ୍ଭ କରିଛି। ଭାରତ ସହ ଲଢ଼ିବା ପାଇଁ ଏହି ଶକ୍ତିର ଆଧୁନିକୀକରଣ ଉଦ୍ଦିଷ୍ଟ ବୋଲି କୁହାଯାଇଛି। ଠିକ୍‍ ସେହିପରି ଭାରତ କିନ୍ତୁ ଚୀନକୁ ପ୍ରାଥମିକ ଶତ୍ରୁ ଭାବେ ଗ୍ରହଣ କରିଛି। ପାକିସ୍ତାନ ସହ ବାରମ୍ବାର ଯୁଦ୍ଧ ସତ୍ତ୍ୱେ ଚୀନ ହିଁ ପ୍ରଧାନ ଶତ୍ରୁ ଭାବେ ବିବେଚନା କରୁଛି ଭାରତ।* *୪- 👉 ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ଭୂତଳ ହେବ।ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପକୁ ନେଇ ନୂଆ ଅପ୍‍ଡେଟ ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ। ଏହି ସୂଚନା ଅନୁସାରେ ଭୁବନେଶ୍ୱରରେ ଏଲିଭେଟେଡ୍‍ ମେଟ୍ରୋ ଚାଲିବ ନାହିଁ। ଏହା ଅଣ୍ଡରଗ୍ରାଉଣ୍ଡ ହେବ। ଗତ ସରକାର ସମୟରେ ଏହି ପ୍ରକଳ୍ପ ଘୋଷଣା କରାଯାଇଥିଲା। ଯେଉଁଥିରେ ୨୬ କିଲୋମିଟର ଏଲିଭେଟେଡ୍‍ ମେଟ୍ରୋ ଲାଗି ୬୨୫୫ କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିବେ ବୋଲି ଘୋଷଣା କରିଥିଲେ।* *୫- 👉 କାର୍ଯ୍ୟାଳୟ ସମୟକୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ।ରାଜ୍ୟ ଗ୍ରାମଉନ୍ନୟନ ବିଭାଗର କର୍ମଚାରୀଙ୍କୁ କଡ଼ାକଡ଼ି ଭାବେ ଅଫିସ ସମୟକୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶନାମାରେ କର୍ମଚାରୀଙ୍କ ସର୍ବନିମ୍ନ ଦୈନିକ କାର୍ଯ୍ୟସମୟକୁ ୭ଘଣ୍ଟା ୩୦ ମିନିଟ େବାଲି ଉଲ୍ଲେଖ କରାଯାଇଛି। ଏହାସହ ବିଳମ୍ବରେ ଅଫିସରେ ପହଞ୍ଚିଲେ ସେ ଦିନକୁ ଛୁଟିଦିନ ଭାବେ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଏଣୁ ସମସ୍ତ କର୍ମଚାରୀଙ୍କୁ ସକାଳ ୧୦ଟା ସୁଦ୍ଧ ପହଞ୍ଚି କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛି ଗ୍ରାମ ଉନ୍ନୟନ ବିଭାଗ।* *୬- 👉 ସରିଲା ଏନଡିଏ ଶାସିତ ମୁଖ୍ୟମନ୍ତ୍ରୀଙ୍କ ବୈଠକ।ନୂଆଦିଲ୍ଲୀଠାରେ ଆୟୋଜିତ ଏନ୍‍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନଙ୍କୁ ସାର୍ବଜନୀନ ମନ୍ତବ୍ୟ ଉପରେ ସଂଜମ ରକ୍ଷା ଲାଗି ପରାମର୍ଶ ଦେଇଛନ୍ତି। ସୁଶାସନ ଓ ଜନ କଲ୍ୟାଣ ଉପରେ ଫୋକସ୍‍ ରକ୍ଷା କରିବାକୁ ବି କହିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ଏହି ଅବସରରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଛନ୍ତି।* *୭- 👉 ପୁଟିନଙ୍କୁ ହତ୍ୟା ଉଦ୍ୟମ।ଋଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‍ଙ୍କୁ ହତ୍ୟା କରିବାକୁ ଯୋଜନା କରି ବିଫଳ ହୋଇଛି ୟୁକ୍ରେନ। ଏପରି ଏକ ତଥ୍ୟ ଦେଇଛନ୍ତି ଜଣେ ଋଷୀୟ ସାମରିକ କମାଣ୍ଡର। ମେ’୨୦ ତାରିଖ ଦିନ ପୁଟିନ୍‍ଙ୍କ ହେଲିକପ୍ଟରକୁ ଆକ୍ରମଣ କରିବା ଲାଗି ୟୁକ୍ରେନ ଡ୍ରୋନ ପଠାଇଥିବା ନେଇ ସେ ସୂଚନା ଦେଇଛନ୍ତି। ଋଷର କୁର୍ସ୍କ ଓବ୍ଲାଷ୍ଟଠାରେ ଏହି ଆକ୍ରମଣ ଉଦ୍ୟମ ହୋଇଥିଲା।* *୮- 👉 ଭାରତ-କାନାଡା ସମ୍ପର୍କ ସ୍ଥାପନ ପାଇଁ ଉଦ୍ୟମ ଆରମ୍ଭ।ଭାରତ-କାନାଡ଼ା ଭିତରେ ସମ୍ପର୍କ ପୁଣିଥରେ ଯୋଡ଼ିହେବାର ଉଦ୍ୟମ ଆରମ୍ଭ ହୋଇଛି। କାନାଡ଼ାରେ ନୂଆ ସରକାର ଗଠନ ପରେ ଏହି ଉଦ୍ୟମ ହୋଇଛି। ଏହିକ୍ରମରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ଟେଲିଫୋନ୍‍ରେ କଥାବାର୍ତ୍ତା ହୋଇଛନ୍ତି। ଜଷ୍ଟିନ୍‍ ଟ୍ରୁଡ୍ୟଙ୍କ ସମୟରୁ ଦୁଇ ଦେଶ ଭିତରେ ସମ୍ପର୍କ ଛିନ୍ନ ହୋଇଥିଲା।* *୯- 👉 ଜୁନ ୩୦ରେ ବାଂଲାଦେଶରେ ନିର୍ବାଚନ।ଜୁନ୍‍ ୩୦ ସୁଦ୍ଧା ହେବ ବାଂଲାଦେଶରେ ନିର୍ବାଚନ। ଅଗଷ୍ଟ ୫, ୨୦୨୪ରେ ଛାତ୍ର ଆନ୍ଦୋଳନ ହେତୁ ଶେଖ ହାସିନା ପ୍ରଧାନମନ୍ତ୍ରୀ ଥାଇ ଦେଶରୁ ପଳାୟନ କରିଥିଲେ। ସେ ଏବେ ଭାରତରେ ଆଶ୍ରୟ ନେଉଛନ୍ତି। ଏହାପରେ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ପରାମର୍ଶରେ ସରକାର ଚାଲୁଛି। ଏହି ମଧ୍ୟବର୍ତ୍ତୀ କାଳୀନ ସରକାର ଏକ ବର୍ଷ ଭିତରେ ନିର୍ବାଚନ କରିବାର ପ୍ରତିଶୃତି ଦେଇଥିଲେ ମଧ୍ୟ ତାହା ଆଗକୁ ବଢ଼ୁ ନଥିବାରୁ ବାଂଲାଦେଶରେ ରାଜନୀତିକ ଅସ୍ଥିରତା ପୁଣିଥରେ ଆରମ୍ଭ ହୋଇଛି। ଏ ବିଷୟରେ ସମସ୍ତ ରାଜନୀତିକ ଦଳ ସହ ଆଲୋଚନା କରି ଜୁନ୍‍ ୩୦ ଭିତରେ ନିର୍ବାଚନ ଶେଷ ହେବ ବୋଲି କହିଛନ୍ତି ମହମ୍ମଦ ୟୁନୁସଙ୍କ ପ୍ରେସ ସଚିବ।* *୧୦- 👉 ଲଘୁଚାପ ଆଶଙ୍କା, ରାଜ୍ୟରେ ବର୍ଷା ଜାରି।ଆଜିବି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ। ଆରବ ସାଗରରୁ ଓଡ଼ିଶାଯାଏ ରହିଥିବା ଟ୍ରଫ୍‍ ଲାଇନ୍‍ ପ୍ରଭାବରେ ପାଣିପାଗରେ ଏହି ପରିବର୍ତ୍ତନ ଘଟୁଛି। ଠିସ ସେହିପରି ଉତ୍ତର ପଶ୍ଚିମ ବଙ୍ଗୋପସାଗରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା କାଲିଠାରୁ ୩୦ ତାରିଖ ଯାଏ ବର୍ଷା ଜୋର ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।* * *🙏 ଶୁଭ ସକାଳ,ଜୟ ଶ୍ରୀଜଗନ୍ନାଥ🙏* *╚━━━━━🔅━━━━━━━━ 🔅━━━╝*
❤️ 🙏 👍 9

Comments