NEWS UPDATE
NEWS UPDATE
May 27, 2025 at 05:05 AM
*╔━━━━🔅━━━━━━━━🔅━━╗* *║ *🌼ବର୍ତ୍ତମାନର ମୁଖ୍ଯ ଖବର ତାରିଖ- ୨୭/୦୫/୨୦୨୫,ମଙ୍ଗଳବାର🌼* ║ *╚━━━━🔅━━━━━━━━ 🔅━━╝* *୧- 👉 ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ସମ୍ପର୍କିତ ବିଭିନ୍ନ ଧାର୍ମିକ ଓ ଭାବାବେଗ ସହ ଜଡ଼ିତ ଶବ୍ଦକୁ ପ୍ୟାଟେଣ୍ଟ କରାଯିବ। ଏନେଇ ଶ୍ରୀମନ୍ଦିର ପରିଚାଳନା ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେହିପରି ଶ୍ରୀମନ୍ଦିର ଚାରିକଡ଼ରେ ବଢ଼ୁଥିବା ସୁ ଉଚ୍ଚ ଅଟତ୍ଟାଳିକା ନିର୍ମାଣ ନେଇ ପୁରୀରେ ନୂଆ ଆଇନ ଲାଗୁ କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବ ଶ୍ରୀମନ୍ଦିର ପ୍ରଶାସନ। ଏନେଇ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଦୀଘାରେ ଜଚଗନ୍ନାଥ ଧାମ ନାମକରଣ ଏବଂ ଇସ୍କନର ଅଦିନିଆ ରଥଯାତ୍ରାକୁ କ୍ଷାନ୍ତ କରିବା ଲାଗି ପ୍ରଶାସନ ପକ୍ଷରୁ ଏହି ଆଇନଗତ ପଦକ୍ଷେପ ନେବାକୁ ଚିନ୍ତା କରାଯାଇଛି।* *୨- 👉 ପୁରୀରୁ ଆରମ୍ଭ ହେବ ବିକଶିତ କୃଷି ସଂକଳ୍ପ ଅଭିଯାନ। କୃଷି କ୍ଷେତ୍ରରେ ନୂତନତ୍ୱ ସୃଷ୍ଟି କରିବା ଏହି ଅଭିଯାନର ଲକ୍ଷ୍ୟ ରହିଛି। ଏହି ସର୍ବଭାରତୀୟ ଅଭିଯାନକୁ ପ୍ରଧାନମନ୍ତ୍ରୀ ଉଦ୍‍ଘାଟନ କରିବେ। ଆସନ୍ତା ୨୯ ତାରିଖରେ ଏହି ଅଭିଯାନକୁ ସେ ଭର୍ଚ୍ଚୁଆଲ୍‍ ମାଧ୍ୟମରେ ଉଦ୍‍ଘାଟନ ପାଇଁ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।* *୩- 👉 ଆଜି ଲଘୁଚାପ ସୃଷ୍ଟି ହେବ। ବଙ୍ଗୋପସାଗରର ପଶ୍ଚିମ-କେନ୍ଦ୍ରୀୟ ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏହି ଲଘୁଚାପ ସୃଷ୍ଟି ହୋଇ ଆସନ୍ତା ୪ ଦିନ ଯାଏ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷିବ। ଏହାସହ ୨୯ରୁ ଜୁନ୍‍ ୧ ଯାଏ ପ୍ରବଳ ବର୍ଷା ଓ ପବନ ହେବାର ଆଶଙ୍କା ରହିଛି। ଏହି କାରଣରୁ ସମୁଦ୍ର ଅଶାନ୍ତ ରହିବ। ଏଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ପ୍ରବେଶ ନେଇ ବାରଣ କରାଯାଇଛି।* *୪- 👉 ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ନିର୍ମାଣାଧୀନ ଆଡ଼େଣୀଗଡ଼ ଟନେଲ୍‍ ଭୁଶୁଡ଼ି ପଡ଼ିଛି। ପ୍ରାୟ ୩୦ ମିଟର ଗର୍ତ୍ତ ସୃଷ୍ଟି ହେବାରୁ ନିର୍ମାଣ କାର୍ଯ୍ୟ ବାଧା ପାଇଛି। ତେବେ ଏହିସମୟରେ କୌଣସି ଶ୍ରମିକ ଉପସ୍ଥିତ ନଥିଲେ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି।* *୫- 👉 ବଢ଼ୁଛି କୋଭିଡ୍‍: ଦେଶରେ ବଢ଼ିବାରେ ଲାଗିଛି କୋଭିଡ୍‍ ଆକ୍ରାନ୍ତଙ୍କ ସଂଖ୍ୟା। ଦେଶର କୋଗିଡ୍‍ ଡ୍ୟାଶ୍‍ବୋର୍ଡ ଅନୁସାରେ ଏହା ୧ ହଜାର ଟପିଛି। କେରଳରେ ସର୍ବାଧିକ ୪୩୦ ମାମଲା ଚିହ୍ନଟ କରାଯାଇଛି। ୧୯ତାରିଖରୁ ୨୬୬ ତାରିଖ ଭିତରେ ଏହି ସଂଖ୍ୟା ୩୩୫ ହୋଇଥିବା ସୂଚନା ମିଳିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ସଂଗ୍ରମଣ ଗୁରୁତ୍ର ନଥିବାରୁ ଚିନ୍ତାର କୌଣସି କାରଣ ନାହିଁ ବୋଲି ଆଇସିଏମ୍‍ଆର ମହାନିର୍ଦ୍ଦେଶକ ଡ. ରାଜୀବ ବେହଲ କହିଛନ୍ତି।* *୬- 👉 ଜୁନ୍‍ ୧୯ରେ ହେବ ରାଜ୍ୟସଭା ନିର୍ବାଚନ। ଏଥିରେ ୮ଟି ଆସନ ଲାଗି ନିର୍ବାଚନ ହେବ। ଆସାମ ଓ ତାମିଲନାଡ଼ୁର ଏହି ସାଂସଦଙ୍କ କାର୍ଯ୍ୟକାଳ ଆସନ୍ତା ୨ ମାସ ଭିତରେ ଶେଷ ହେବାକୁ ଯାଉଥିବାରୁ ନିର୍ବାଚନ କମିଶନ ଏହି ଆସନଗୁଡ଼ିକୁ ପୂରଣ କରିବା ଲାଗି ଭୋଟ୍‍ ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।* *୭- 👉 ଚଳିତ ବର୍ଷ ମହାରାଷ୍ଟ୍ରକୁ ଶୀଘ୍ର ମୌସୁମୀ ଛୁଇଁଛି। ଏହାର ପ୍ରଭାବରେ ମେ ମାସରେ ରେକର୍ଡ ଭଙ୍ଗ ବର୍ଷା ହୋଇଛି। ପ୍ରାୟ ୨୯୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଗତକାଲିର ପ୍ରବଳ ବର୍ଷା ୧୦୦ ବର୍ଷର ରେକର୍ଡ ଭାଙ୍ଗିଥିବା ଜଣାପଡ଼ିଛି। ଏହାଦ୍ୱାରା ଜନଜୀବନ ଅସ୍ତବ୍ୟସ୍ତ ହୋଇଛି।* *୮- 👉 ଜୁନ୍‍ ମାସରେ ମୌସୁମୀର ଅଗ୍ରଗତି ବେଗ କମିପାରେ। ଏହାର ପ୍ରଭାବରେ ବର୍ଷାବି କମିପାରେ ବୋଲି ଆକଳନ କରିଛି ଭାରତ ପାଣିପାଗ ବିଭାଗ। ଯଦିଓ କେରଳରେ ୫ ଦିନ ପୂର୍ବରୁ ମୌସୁମୀ ସ୍ପର୍ଶ କରିଛି ଏବଂ ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳକୁ ଛୁଇଁଛି କିନ୍ତୁ ଜୁନ୍‍ ୨ ପରେ ମୌମୁମୀ ଧୀରେ ଗତି କରିବ ବୋଲି କୁହାଯାଇଛି। ଅର୍ଥାତ୍‍ ଓଡ଼ିଶାରେ ବି ଏହାର ପ୍ରଭାବ ପଡ଼ିପାରେ।* *୯- 👉 ବଂଲାଦେଶର ସଚିବାଳୟରେ ପ୍ରବେଶ ରଦ୍ଦ କରାଯାଇଛି। ଭିନ୍ନ ଭିନ୍ନ କାର୍ଯ୍ୟରେ ଆସୁଥିବା ସାଧାରଣ ଜନତା ତଥା ଅନ୍ୟ ଅଧିକାରୀଙ୍କ ପ୍ରବେଶକୁ ବାରଣ କରାଯାଇଥିବା ଏହାର ଜନସମ୍ପର୍କ ମନ୍ତ୍ରୀ କହିଛନ୍ତି। ହଠାତ୍‍ କୌଣସି କାରଣ ନ ଦର୍ଶାଇ ଏପରି ବାତିଲକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏ ଦେଶରେ ବର୍ତ୍ତମାନ ନିର୍ବାଚନ କରିବା ଲାଗି ସମସ୍ତ ପାର୍ଟି ଓ ସେନା ମୁଖ୍ୟ ପରାମର୍ଶଦାତାଙ୍କ ଉପର ଚାପ ପକାଇଛନ୍ତି।* *୧୦- 👉 ଅପରରେସନ୍‍ ସିନ୍ଦୂରରେ ଭାରତୀୟ ସେନା ପ୍ରଥମଥର ପାଇଁ ରେଡ୍‍ ଟିମିଂ କରିଥିଲା। ଯୁଦ୍ଧ ଏବଂ ପ୍ରତିଦ୍ୱନ୍ଦ୍ୱୀର ମାନସିକତାକୁ ତର୍ଜମା କରି ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେବା ଲାଗି କିଛି ଯୁଦ୍ଧ ବିଶେଷଜ୍ଞଙ୍କ କମିଟିକୁ ରେଡ୍‍ ଟିମିଂ କୁହାଯାଇଥାଏ। ସୀମାପାର ଯୁଦ୍ଧକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଏହି ପଦକ୍ଷେପ ଉଦ୍ଦିଷ୍ଟ ଥିବା ଜଣାପଡ଼ିଛି।* *୧୧-👉ଗୁଜରାଟର ଭୁଜରେ ଆୟୋଜିତ ସାଧାରଣ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣ ରଖି ଆତଙ୍କବାଦ ବିରୋଧରେ ଆମର ଜିରୋ ଟଲେରାନ୍ସ ପଲିସି ବୋଲି କହିଛନ୍ତି । କେନ୍ଦ୍ରରେ NDA ସରକାରକୁ ଆଜି ପୂରିଲା ୧୧ ବର୍ଷ ପୁରିଲା । ୨୦୧୪ ମେ ୨୬ ତାରିଖରେ ପ୍ରଥମେ କ୍ଷମତାକୁ ଆସିଥିଲା NDA । 'ପ୍ରଥମେ ଗୁଜରାଟବାସୀ ମୋତେ ଆଶୀର୍ବାଦ ଦେଇଥିଲେ ଏବଂ ତା ପରେ କୋଟି କୋଟି ଦେଶବାସୀଙ୍କ ସମର୍ଥନ ମିଳିଛି । 'ସାଂପ୍ରତିକ ବର୍ଷଗୁଡ଼ିକରେ ଦେଶ ଅନେକ ଅକଳ୍ପନୀୟ, ଅଦ୍ଭୂତପୂର୍ବ ନିଷ୍ପତ୍ତି ନେଇଛି' । '୧୪୦ କୋଟି ଭାରତୀୟ ଦେଶକୁ ବିକଶିତ କରିବାକୁ କାମ କରୁଛନ୍ତି' ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।* *୧୨-👉ବରିଷ୍ଠ ନେତା ଲାଲୁ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟ ଗଣମାଧ୍ୟମ ଜରିଆରେ ପରିବାରର ଗୁମର ଖୋଲିଛନ୍ତି । ଲାଲୁଙ୍କ ପରିବାର ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି ଐଶ୍ୱର୍ଯ୍ୟା । ଗଣମାଧ୍ୟମ ଜରିଆରେ ତେଜ ପ୍ରତାପଙ୍କ ସହିତ ସେ ଲାଲୁ ଯାଦବଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି । ଐଶ୍ୱର୍ଯ୍ୟା ରାୟ କହିଛନ୍ତି ଯେ, ଯେତେବେଳେ ମୋତେ ମାଡ଼ ମରାଯାଇଥିଲା, ସେତେବେଳେ ସାମାଜିକ ନ୍ୟାୟ ବ୍ୟବସ୍ଥା କେଉଁଠି ଥିଲା? ଏବେ ଯେଉଁ ସାମାଜିକ ନ୍ୟାୟର କଥା କୁହାଯାଉଛି ତାହା କେଉଁଠି ଥିଲା? ଐଶ୍ୱର୍ଯ୍ୟା ରାୟ ଏକଥା କହିଛନ୍ତି ଯେ, ପୁଅ ତେଜ ପ୍ରତାପଙ୍କ ଭୁଲକୁ ଲୁଚାଇବା ପାଇଁ ପରିବାର ସଦସ୍ୟ ମୋ ଉପରେ ସମସ୍ତ ଦୋଷ ଲଦି ଦେଇଥିଲେ। ମୋତେ ପରିବାରରେ ଦୁର୍ବ୍ୟବହାର କରାଯାଇଥିଲା । ମୋ ବିରୁଦ୍ଧରେ ଅନେକ ପ୍ରକାରର ଅଭିଯୋଗ ଆଣିଥିଲେ ପରିବାର ଲୋକେ।* *୧୩-👉ବର୍ଷକ ପାଇଁ DRDO ଅଧ୍ୟକ୍ଷ ଡ. ସମୀର ଭି. କାମାତଙ୍କ କାର୍ଯ୍ୟକାଳ ବଢ଼ାଇଛନ୍ତି କେନ୍ଦ୍ର ସରକାର । ଏହକୁ ଅନୁମୋଦନ କରିଛି କ୍ୟାବିନେଟ୍‌ ଆପଏଣ୍ଟମେଣ୍ଟ କମିଟି । ଜୁନ୍‌ ୧ରେ ଅବସର ନେଇଥାନ୍ତେ ବର୍ତ୍ତମାନ ଏହାକୁ ବଢାଇ ୨୦୨୬ ମେ ୩୧ ପର୍ଯ୍ୟନ୍ତ ଅବସର ସମୟ ରଖାଯାଇଛି ।* *୧୪-👉ପାକିସ୍ତାନ ସରକାରଙ୍କ ଗୁଇନ୍ଦା ସଂସ୍ଥାକୁ ଜାତୀୟ ସୁରକ୍ଷା ସମ୍ପର୍କିତ ତଥ୍ୟ ଦେଉଥିଲେ ଜଣେ ସିଆର୍‍ପିଏଫ୍‍ ଯବାନ। ଆଉ ଏହି ଅଭିଯୋଗରେ ଜାତୀୟ ସୁରକ୍ଷା ଏଜେନ୍ସୀ ଏନ୍‍ଆଇଏ ତାଙ୍କୁ ଦିଲ୍ଲୀରୁ ଗିରଫ କରିଛନ୍ତି। ତାଙ୍କ ସୂଚନା ବଦଳରେ ପାକିସ୍ତାନ ଗୁଇନ୍ଦା ପକ୍ଷରୁ ବିଭିନ୍ନ ସୂତ୍ରରୁ ମୋଟା ଅଙ୍କ ପ୍ରଦାନ କରାଯାଉଥିବା ଏନ୍‍ଆଇଏ କହିଛି। ସୂଚନା ଅନୁସାରେ, ଏହି ଯବାନଙ୍କ ନାମ ହେଉଛି ମୋତିରାମ ଜଟ୍‍। ସେ ୨୦୨୩ ମସିହାରୁ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିଲା। ତାଙ୍କୁ ଏନ୍‍ଆଇଏ ଗିରଫ କରି ପଟିଆଲା ହାଉସ୍‍ କୋର୍ଟରେ ଦାଖଲ କରିଛନ୍ତି। କୋର୍ଟଙ୍କ ଅନୁମତିକ୍ରମେ ତାଙ୍କୁ ରିମେଣ୍ଡରେ ନିଆଯାଇଛି। ସେ ୬ ଜୁନ୍‍ ଯାଏ ଏନ୍‍ଆଇଏ ହେପାଜତରେ ରହିବେ ବୋଲି ଏକ ବିଜ୍ଞପ୍ତିରେ ଦର୍ଶାଯାଇଛି।* *୧୫-👉ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ପ୍ରତିକ୍ରିୟା ରଖି କହିଛନ୍ତି ଯେ, କୌଣସି ପରିସ୍ଥିତିରେ ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିରକୁ 'ଧାମ' କୁହାଯାଇପାରିବ ନାହିଁ । କେମିତି 'ଧାମ' ନାଁ ହଟିବ, ସେନେଇ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ । ଦେଶ ବିଦେଶରେ ଅନେକ ଜଗନ୍ନାଥ ମନ୍ଦିର ରହିଛି କିନ୍ତୁ କୌଣସି ସ୍ଥାନରେ ଏପରି ନାମକରଣ କରାଯାଇନାହିଁ । ଆମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଅବଗତ କରି ସାରିଛନ୍ତି । କେମିତି ଦୀଘାରୁ ଜଗନ୍ନାଥ ଧାମ ନାମ ହଟିବ ତାହା ରାଜ୍ୟ ସରକାର କରନ୍ତୁ କାରଣ ଏହି ମନ୍ଦିର ପଶ୍ଚିମବଙ୍ଗ ସରକାର ନିର୍ମାଣ କରିଛନ୍ତି ଏବଂ ପଶ୍ଚିମବଙ୍ଗ ସରକାର ନିଜେ ଟ୍ରଷ୍ଟ ଗଠନ କରିଛନ୍ତି । କୌଣସି ଘରୋଇ ସଂସ୍ଥା ଏହି କାର୍ଯ୍ୟ କରି ନାହାନ୍ତି ବୋଲି ଗଜପତି ମହାରାଜା କହିଛନ୍ତି।* *୧୬-👉ରଥଯାତ୍ରାରେ ନୀତିକାନ୍ତିଙ୍କୁ ଶୃଙ୍ଖଳିତ କରିବା ପାଇଁ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କଡ଼ା ଟିପ୍ପଣୀ ଦେଇଛନ୍ତି । ଘୋଷଯାତ୍ରା ସମୟରେ କୌଣସି ଅଣସେବାୟତ ରଥ ଉପରକୁ ଚଢ଼ି ପାରିବେନି । କୌଣସି ପ୍ରକାର ଅନଧିକୃତ କାର୍ଯ୍ୟ କଲେ କାର୍ଯ୍ୟାନୁଷ୍ଠାନ ହେବ ଏବଂ ସମସ୍ତଙ୍କୁ ରଥ ଉପରେ ମୋବାଇଲ୍‌ ବ୍ୟବହାର ନେଇ ବାରଣ କରାଯାଇଛି । ନିୟମ ଉଲଙ୍ଘନ କଲେ କେବଳ କେବଳ ମୋବାଇଲ୍‌ ସିଜ୍‌ ନୁହେଁ ଫୌଜଦାରୀ ମାମଲା ମଧ୍ୟ ହେବ । ପରିକ୍ରମା ପ୍ରକଳ୍ପ ବାହାରେ ବହୁ ବଡ଼ ବଡ଼ ଅଟ୍ଟାଳିକା ଗଢ଼ି ଉଠୁଛି ଏବଂ ସେମାନେ ନିଜସ୍ବ ଢ଼ଙ୍ଗରେ ଅଟ୍ଟାଳିକା ଗୁଡିକ ନିର୍ମାଣ କରୁଛନ୍ତି । ଶ୍ରୀଗୁଣ୍ଡିଚା ମନ୍ଦିର ଚାରିପାଖରେ ବି ବଡ଼ ବଡ଼ ଅଟ୍ଟାଳିକା ହେଉଛି । ସେହି ଅଟ୍ଟାଳିକାଗୁଡ଼ିକର ନିର୍ଦ୍ଦିଷ୍ଟ ଭାବେ ଢ଼ାଞ୍ଚା ସ୍ଥିର ହେବା ଦରକାର । ଆମେ ଏନେଇ ନଗର ଉନ୍ନୟନ ବିଭାଗକୁ ଅବଗତ କରିବୁ ଏବଂ ଅଟ୍ଟାଳିକାଗୁଡ଼ିକର ଉଚ୍ଚତା ନିର୍ଦ୍ଧାରଣ ପାଇଁ ସରକାରଙ୍କୁ ଲେଖିବୁ ।* *୧୭-👉ପୁଣି ବିବାଦରେ ଛନ୍ଦି ହୋଇଛନ୍ତି ତୁଳସୀ ଗଣନାଟ୍ୟର ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁ। ବକେୟା ଟଙ୍କାକୁ ନେଇ ଅଭିନେତ୍ରୀ ମାମୁନୀ ଷଡ଼ଙ୍ଗୀଙ୍କୁ ଲୋକ ଲଗେଇ ନାଣ୍ଡୁ ବାବୁ ଆକ୍ରମଣ କରିଥିବାର ଅଭିଯୋଗ ଆସିଛି । ଭଦ୍ରକ ବାଲିଆପାଳରେ ଘଟିଥିବା ଏ ଘଟଣା ଉପରେ ମାମୁନୀ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ମାମୁନୀଙ୍କ ଅଭିଯୋଗକୁ ସଂପୂର୍ଣ୍ଣ ଭିତ୍ତିହୀନ କହି ତାଙ୍କ ଉପରେ ବି ପାଲଟା ଅଭିଯୋଗ ଆଣିଛନ୍ତି ନାଣ୍ଡୁ ବାବୁ। ଯାତ୍ରା ଅଭିନେତା ବାପି ପଣ୍ଡା ମଧ୍ୟ ନାଣ୍ଡୁଙ୍କ ନାମରେ ଅଭିଯୋଗ ଆଣି କହିଛନ୍ତି ଯେ, ବକେୟା ପାଉଣା ନାଣ୍ଡୁ ବାବୁ ଦେଉନାହାଁନ୍ତି ।* *୧୮-👉ବଲାଙ୍ଗୀର ପୁଇଁତଳା କୁଲଥିପାଲି ଗାଁରେ ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ହାତଗୋଡ଼ ବାନ୍ଧି ମାଡ଼ ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି। ଆଜି ଭୋର୍ ସମୟରେ ଅଭିଯୁକ୍ତଙ୍କୁ ଗିରଫ କରିଛି ବଲାଙ୍ଗିର ପୋଲିସ । ମୁଖ୍ୟ ଅଭିଯୁକ୍ତ ଗଜେନ୍ଦ୍ର ଦଳେଇକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ବଲାଙ୍ଗୀର ଏସପି କହିଛନ୍ତି । ଆଉ ଯିଏ ବି ଏହି ଘଟଣାରେ ସଂପୃକ୍ତ ଅଛନ୍ତି, ସେମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍ କହିଛନ୍ତି।* * *🙏 ଶୁଭ ସକାଳ,ଜୟ ଶ୍ରୀଜଗନ୍ନାଥ🙏* *╚━━━━━🔅━━━━━━━━ 🔅━━━╝*
❤️ 👍 🙏 7

Comments