NEWS UPDATE
NEWS UPDATE
June 2, 2025 at 03:59 AM
*╔━━━━🔅━━━━━━━━🔅━━╗* *║ *🌼ବର୍ତ୍ତମାନର ମୁଖ୍ଯ ଖବର ତାରିଖ- ୦୨/୦୬/୨୦୨୫,ସୋମବାର🌼* ║ *╚━━━━🔅━━━━━━━━ 🔅━━╝* *୧- 👉 ବଢିଲା ଓମଫେଡ଼ କ୍ଷୀର ମୂଲ୍ୟ।ଓମ୍‍ଫେଡ୍‍ ଦୁଗ୍ଧ ଦର ବଢ଼ିଛି। ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇଁ ସରକାର ନିଷ୍ପତ୍ତି ନେଇଛି। ଏହାସହ ଦୁଗ୍‍ଧ ଚାଷୀମାନଙ୍କୁ ଅଧିକ ଲାଭ ପହଞ୍ଚାଇବା ଲାଗି ତାଙ୍କୁ ଲିଟର ପିଛା ୩ ଟଙ୍କା ଅଧିକ ସହାୟତା ପ୍ରଦାନ କରାଯିବ। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ଅଢ଼େଇ ଲକ୍ଷ ଚାଷୀ ଉପକୃତ ହେବେ। ଏହାବାଦ୍‍ ଏହି ଚାଷୀଙ୍କୁ ୧ ଲକ୍ଷ ଟଙ୍କାର ଦୁର୍ଘଟଣାଜନୀତ ମୃତ୍ୟୁ ବୀମା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।* *୨- 👉 ଦୁର୍ଘଟଣାରେ ଏଏସଆଇ ମୃତ।କଳାହାଣ୍ଡି ଜିଲ୍ଲା କେ ଗାଁ ଥାନାରେ ଏଏସ୍‍ଆଇ ଭାବେ କାର୍ଯ୍ୟରତ ପବିତ୍ର ଗୋଲାପୀଙ୍କ ଦୁର୍ଘଟଣା ଜନୀତ ମୃତ୍ୟୁ ହୋଇଛି। ଜୁନାଗଡ଼-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥରେ ତାଙ୍କର ବାଇକ୍‍ ଏକ ଭାରୀ ଯାନ ସହ ଧକ୍କା ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ବାଇକ୍‍ଟି ପୋଡ଼ିଯିବା, ଏହି ଘଟଣାକୁ ସନ୍ଦେହ ଭିତରକୁ ଆଣିଛି। ତାଙ୍କ ପତ୍ନୀ କେ ଗାଁ ଥାନା ଅଧିକାରୀଙ୍କ ବିରୋଧରେ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ଆଣିଛନ୍ତି।* *୩- 👉 ରାଜ୍ୟରେ ବଢୁଛି କରୋନା ସଂକ୍ରମଣଙ୍କ ସଂଖ୍ୟା।ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ଗତକାଲି ନୂଆ ୫ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ୧୧ ଦିନରେ ଏହି ରୋଗୀଙ୍କ ସଂଖ୍ୟା ୧୨ ହୋଇଛି। ଏମାନଙ୍କ ଭିତରୁ ୯୦ ପ୍ରତିଶତ କଟକ ଏବଂ ଭୁବନେଶ୍ୱରର ବୋଲି ସୂଚନା ମିଳିଛି।* *୪- 👉 ବିଏଡ଼ ପାଇଁ ବଢୁଛି ଆଗ୍ରହ।ରାଜ୍ୟରେ ବିଏଡ୍‍ ପାଠ୍ୟକ୍ରମରେ ନାମଲେଖା ଆଗ୍ରହ ବଢ଼ିବାରେ ଲାଗିଛି। ଗତକାଲି ଶେଷ ହୋଇଥିବା ବିଏଡ଼୍ ପ୍ରବେଶିକା ପରୀକ୍ଷା ପାଇଁ ୧ ଲକ୍ଷ ଆବେଦନକାରୀ ପରୀକ୍ଷା ଦେଇଥିବା ଜଣାପଡ଼ିଛି। ୩୪୨ଟି କେନ୍ଦ୍ରରେ ଏହି ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ରାଜ୍ୟରେ ଶିକ୍ଷକତା ପାଠ୍ୟକ୍ରମ ବା ବିଏଡ୍‍ ଲାଗି ମାତ୍ର ୨୭୫୦ ଆସନ ରହିଛି।* *୫- 👉 କଳିଙ୍ଗ ଷ୍ଟୁଡିଓର ହେବ ଆଧୁନିକୀକରଣ।ରାଜ୍ୟର ଏକମାତ୍ର ସରକାରୀ ସିନେମା ଷ୍ଟୁଡିଓ କଳିଙ୍ଗ ଷ୍ଟୁଡିଓକୁ ଆଧୁନିକୀକରଣ କରିବା ଲାଗି ପୁଣିଥରେ ରାଜ୍ୟ ସରକାର ଘୋଷଣା କରିଛନ୍ତି। ବିଗତ ଦିନରେ ବିଜେଡି ସରକାର ପକ୍ଷରୁ ଏନେଇ ଉଦ୍ୟମ ହୋଇଥିଲେ ମଧ୍ୟ ତାହା ଅଧି ଅଧୁରା ରହିଥିଲା। ରବିବାରଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କଳିଙ୍ଗ ଷ୍ଟୁଡିଓ ପରିଦର୍ଶନ କରି ଏହାକୁ ଅତ୍ୟାଧୁନିକ ରୂପ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।* *୬- 👉 ଭାରତର ଆବେଦନକୁ ଖାରଜ କଲା ଆମେରିକା।ବିଶ୍ୱ ବାଣିଜ୍ୟ ସଂଗଠନରେ ଜବାବୀ କାର୍ଯ୍ୟାନୁଷ୍ଠାନ ଲାଗି ଭାରତ ଦେଇଥିବା ନୋଟିସକୁ ଖାରଜ କରିଛି ଆମେରିକା। ଷ୍ଟିଲ ଏବଂ ଆଲୁମିନିୟମ୍‍ ଆମଦାନୀ ଉପରେ ଆମେରିକା ଭାରତ ସାମଗ୍ରୀରେ ଲଗାଇଥିବା ଟାରିଫ୍‍କୁ ଆନ୍ତର୍ଜାତିକ ବାଣିଜ୍ୟଚୁକ୍ତିର ଉଲ୍ଲଂଘନ ବୋଲି ଭାରତ ଅଭିଯୋଗ କରିଥିଲା। କିନ୍ତୁ ଆମେରିକା ଏହାକୁ ଆମେରିକାର ସୁରକ୍ଷା ପଦକ୍ଷେପ ଭାବେ ବିବେଚନା କରାଯାଇ ପାରିବ ନାହିଁ, ଏଣୁ ନୂଆଦିଲ୍ଲୀ ସହ କୌଣସି ଆଲୋଚନା କରିବ ନାହିଁ ବୋଲି ଆମେରିକା କହିଛି।* *୭- 👉 ପ୍ରବଳ ବର୍ଷାରେ ହେବାଲ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ।ଉତ୍ତରପୂର୍ବାଞ୍ଚଳରେ ଲଗାତାର ପ୍ରବଳ ବର୍ଷା ହେତୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ବିଶେଷକରି ମଣିପୁରରେ ବନ୍ୟା ଓ ଭୂସ୍ଖଳନ ଦେଖିବାକୁ ମିଳିଛି। ଭାରତୀୟ ସେନା, ଆସାମ ରାଇଫଲ ଏବଂ ମଣିପୁର ଅଗ୍ନିଶମ ସେବା ବାହିନୀର ମିଳିତ ସହଯୋଗରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।* *୮- 👉 ଦିଲ୍ଲୀ ବିମାନବନ୍ଦରରୁ ହଟିଲା ତୁର୍କି ଫାର୍ମ।ଅପରେସନ୍‍ ସିନ୍ଦୂର ପରେ ଭୌଗୋଳିକ ରଣନୀତି ବଦଳିବାରେ ଲାଗିଛି। ଭାରତୀୟ ବିମାନବନ୍ଦରରେ ବିଭିନ୍ନ ରକ୍ଷଣାବେକ୍ଷଣ ସେବା ପ୍ରଦାନ କରୁଥିବା ବିଦେଶୀ ସଂସ୍ଥାକୁ ହଟାଇବ ଯୋଜନା ଆରମ୍ଭ ହୋଇଛି। ପ୍ରଥମେ ଦିଲ୍ଲୀ ବିମାନ ବନ୍ଦରରୁ ତୁର୍କୀ ଫାର୍ମକୁ ହଟାଯିବା ପରେ ଏବେ ଏୟାର ଇଣ୍ଡି ଏବଂ ଇଣ୍ଡିଗୋ ନିଜର ରକ୍ଷଣାବେକ୍ଷଣ ଚୁକ୍ତକୁ ବାତିଲ କରିବାକୁ ଯାଉଛନ୍ତି।* *୯- 👉 ସରକାରଙ୍କ ଧାର୍ଯ୍ୟ ମୂଲ୍ୟକୁ ଗ୍ରହଣ କରୁନାହାନ୍ତି ଘରୋଇ ଡାକ୍ତରଖାନା।ଚିକିତ୍ସା ସେବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ ମୂଲ୍ୟକୁ ଗ୍ରହଣ କରୁନାହାନ୍ତି ଘରୋଇ ହସ୍‍ପିଟାଲ୍‍। ଏହି କ୍ରମରେ ସେମାନେ ସରକାରଙ୍କ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟବୀମା ଯୋଜନାରୁ ମୁହଁ ଫେରାଇ ନେଉଥିବା ଅଭିଯୋଗ ହୋଇଛି। ଏହା ହେତୁ ଦିନକୁ ଦିନ ତାଲିକାଭୁକ୍ତ ଡାକ୍ତରଖାନା ସଂଖ୍ୟା କମୁଥିବା ଅଭିଯୋଗ ହୋଇଛି।* *୧୦- 👉 ୧୧୯୪ ଦିନରେ ପହଞ୍ଚିଲା ଋଷ-ୟୁକ୍ରେନ ଯୁଦ୍ଧ।ଋଷ-ୟୁକ୍ରେନ୍‍ ଯୁଦ୍ଧ ୧୧୯୪ ଦିନରେ ପହଞ୍ଚିଛି। ଯୁଦ୍ଧକୁ ପ୍ରଶମିତ କରିବା ପାଇଁ ବିଶ୍ୱସ୍ତରରେ ବିଭିନ୍ନ ନେତା ନିବେଦନ କରିବା ସହ ପଦକ୍ଷେପ ନେଇଛନ୍ତି। ଆଜି ଏ ସମ୍ପର୍କରେ ଇସ୍ତାନବୁଲରେ ଏକ ଉଚ୍ଚସ୍ତରୀୟ ବୈଠକ ଯୋଜନା କରାଯାଇଥିବା ବେଳେ ରବିବାରଦିନ ପୁଣିଥରେ ଦୁଇ ଦେଶ ଭିତରେ ଉତ୍ତେଜନା ବୃଦ୍ଧି ହୋଇଛି। ୟୁକ୍ରେନ ଆକ୍ରମଣରେ ଋଷ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଦେଶର ୫ ବିମାନ ବନ୍ଦର, ୪୦ ବିମାନ, ୨ଟି ବ୍ରିଜ୍‍ ଧ୍ୱଂସ ହୋଇଛି। ୨ଟ୍ରେନ ଲାଇନଚ୍ୟୁତ ହୋଇଛି। ଅପରପକ୍ଷେ ଋଷ ଆକ୍ରମଣରେ ୧୨ ଜଣ ୟୁକ୍ରେନ ସୈନ୍ୟଙ୍କ ମୃତ୍ୟୁ ହୋଇଛି।* *୧୧-👉କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର କୋଲକାତାରେ ଅନୁଷ୍ଠିତ ବିଜେପି କର୍ମୀଙ୍କ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଛନ୍ତି। ଅମିତ ଶାହ ନିଜ ଭାଷଣରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ଟାର୍ଗେଟ୍ କରିଥିଲେ। ଗୃହମନ୍ତ୍ରୀ କହିଥିଲେ ଯେ, ବାମପନ୍ଥୀମାନେ ବର୍ଷ ବର୍ଷ ଧରି ବଙ୍ଗଳାରେ ଶାସନ କରିଥିଲେ ଏବଂ ତା’ପରେ ମମତା ବାନାର୍ଜୀ । ଅନେକ ସ୍ଲୋଗାନ ଦେଇ କ୍ଷମତାକୁ ଆସିଲେ କିନ୍ତୁ ସେ ବଙ୍ଗଳାକୁ ଅନୁପ୍ରବେଶ, ବୋମା ବିସ୍ଫୋରଣ, ମହିଳାମାନଙ୍କ ଉପରେ ଅତ୍ୟାଚାର ଇତ୍ୟାଦିରେ ରାଜ୍ୟକୁ ପରିଣତ କଲେ। ହିନ୍ଦୁ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଛନ୍ତି ମମତା ସରକାର । ୱକ୍‌ଫ ଆଇନକୁ ଏଥିପାଇଁ ମମତା ବିରୋଧ କରୁଛନ୍ତି । ଶାହ କହିଥିଲେ ଯେ, ଶୁଣ ଭଉଣୀ, ଏବେ ତୁମର ସମୟ ସରିଗଲା। ୨୦୨୬ ମସିହାରେ ବଙ୍ଗଳାରେ ବିଜେପି ସରକାର ଗଠନ କରିବ।* *୧୨-👉ରାଉରକେଲା ବାଲୁଘାଟ ପେଟ୍ରୋଲ୍‌ ପମ୍ପ୍ ନିକଟରୁ ସନ୍ଦେହଜନକ ଅବସ୍ଥାରେ ବିସ୍ଫୋରକ ଭର୍ତ୍ତି ୨ଟି ଟ୍ରକ୍ ଜବତ କରାଯାଇଛି । ଘଟଣାସ୍ଥଳରେ ପୋଲିସ, ଖଣି ବିଭାଗ ଓ GST ଅଧିକାରୀ ପହଞ୍ଚି ଛାନଭିନ୍ କରିବା ପରେ ୨ଟି ଗାଡ଼ିରେ ବିପୁଳ ପରିମାଣର ବିସ୍ଫୋରକ ଥିବା ସୂଚନା ମିଳିଥିଲା । ବିସ୍ଫୋରକ ଭର୍ତ୍ତି ଗାଡ଼ି କେଉଁଠୁ ଆସି କୁଆଡ଼େ ଯାଉଥିଲା ସେନେଇ ଛାନଭିନ୍‌ ଚାଲିଛି । ବିସ୍ଫୋରକ ଲୁଟ୍‌ ଘଟଣା ଭିତରେ ଏହି ଦୁଇ ଟ୍ରକ୍‌କୁ ନେଇ ଚର୍ଚ୍ଚା ବଢ଼ିଛି ।* *୧୩-👉ବ୍ରହ୍ମପୁର ପୂର୍ତ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ AEE ଏନ୍‌. ଦିଲ୍ଲୀପ କୁମାର ଚୌଧୁରୀଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ AEE ଗିରଫ ହୋଇଥିବା ସୂଚନା ମିଳିଛି । ଆୟ ଠାରୁ ୧୧୯ ପ୍ରତିଶତ ଅଧିକ ସଂପତ୍ତି ରହିଥିବା ସୂଚନା । ଯନ୍ତ୍ରୀଙ୍କର ୧ କୋଟି ଟଙ୍କାର ଅଟ୍ଟାଳିକା ସହ ଦେଢ଼ କୋଟିର ୨ଟି ଫ୍ଲାଟ୍ ରହିଛି ଏଥିସହ ୨ କୋଟିଟଙ୍କାର ୧୧ ପ୍ଲଟ୍ ସହ ପ୍ରାୟ ୩୦ ଲକ୍ଷର ବ୍ୟାଙ୍କ ଡିପୋଜିଟ୍ ଅଛି ।* *୧୪-👉ଆଇନ ମନ୍ତ୍ରୀଙ୍କ ଘରେ ଯାତ୍ରା ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ । ନିଜ ସ୍ୱାମୀଙ୍କ ସହ ଯାତ୍ରା ମାଲିକ ନାଣ୍ଡୁ ବାବୁଙ୍କ ବିରୋଧରେ ଅଭିଯୋଗ ପାଇଁ ଆସିଥିବା ସୂଚନା ମିଳିଛି । ପୂର୍ବରୁ ନାଣ୍ଡୁ ବାବୁ ଲୋକ ଲଗାଇ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଥିଲେ ମାମୁନି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମାମୁନି କହିଛନ୍ତି ଯେ, ମୋର ଯେଉଁ କେସ୍ ଚାଲିଛି ତାହା ଆପଣମାନେ ସମସ୍ତେ ଜାଣିଛନ୍ତି । ୬ଦିନ ହେବ ମୁଁ କେସ୍ ଦେଇଥିଲେ ମଧ୍ୟ ମତେ କିଛି ନ୍ୟାୟ ମିଳିନଥିଲା । ମୋ ଅଭିଯୋଗର ତଦନ୍ତ ପ୍ରକ୍ରିୟା ଆଗକୁ ନବଢିବା କାରଣରୁ ମୁଁ ମାନ୍ୟବର ଆଇନ ମନ୍ତ୍ରୀଙ୍କ ସହ ସାକ୍ଷାତ କରିବାକୁ ଦ୍ୱାରସ୍ଥ ହେଲି । ମୋ ଅଭିଯୋଗ ବିଷୟରେ ମୁଁ ଆଇନମନ୍ତ୍ରୀଙ୍କୁ ଜଣାଇଛି । ସେ ମତେ ପ୍ରତିଶୃତି ଦେଇଛନ୍ତି ଯେ, ନିଶ୍ଚିତ ମତେ ନ୍ୟାୟ ମିଳିବ ।* * *🙏 ଶୁଭ ସକାଳ,ଜୟ ଶ୍ରୀଜଗନ୍ନାଥ🙏* *╚━━━━━🔅━━━━━━━━ 🔅━━━╝*
❤️ 👍 😂 😭 😶 9

Comments