
NEWS UPDATE
June 3, 2025 at 06:56 AM
*╔━━━━🔅━━━━━━━━🔅━━╗*
*║ *🌼ବର୍ତ୍ତମାନର ମୁଖ୍ଯ ଖବର ତାରିଖ- ୦୩/୦୫/୨୦୨୫,ମଙ୍ଗଳବାର🌼* ║
*╚━━━━🔅━━━━━━━━ 🔅━━╝*
*୧- 👉 ଶେଷ ହେଲା ଶୀତଳଷଷ୍ଠୀ।ସୋମବାର ସନ୍ଧ୍ୟାରେ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ମନ୍ଦିର ପ୍ରବେଶ ସହିତ ଆଧ୍ୟାତ୍ମିକ ଓ ସାଂସ୍କୃତିକ ମହାକୁମ୍ଭ ଶୀତଳଷଷ୍ଠୀ ଯାତ୍ରା ଶେଷ ହୋଇଛି। ଲକ୍ଷାଧିକ ଶ୍ରଦ୍ଧାଳୁ ଖରାକୁ ଖାତିର ନ କରି ଦେବ ଦମ୍ପତିଙ୍କ ଯୁଗଳ ଦର୍ଶନ କରିବା ସହିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଛନ୍ତି। ଶନିବାର ରାତିରେ ଭଗବାନ ଶିବଙ୍କ ଭବ୍ୟ ବର ଶୋଭାଯାତ୍ରା ବାହାରି ପ୍ରାତଃସମୟରେ ଜଗଜ୍ଜନନୀ ପାର୍ବତୀଙ୍କ ସହିତ ଲୌକିକ ରୀତିରେ ବିବାହ ହୋଇଥିଲା। ରବିବାର ସନ୍ଧ୍ୟାରେ କନ୍ୟା ବିଦାୟ ପରେ ମଧ୍ୟରାତ୍ରିରେ ମହାଆଳତି ହୋଇଥିଲା।*
*୨- 👉 ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ ନୂଆ ମଦ ନୀତି।ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ ନୂଆ ମଦ ନୀତି । ଚଳିତ ମାସ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଲାଗୁ ହେବ ନୂଆ ମଦ ନୀତି। ନୂଆ ମଦ ନୀତିରେ ନୂଆ ଦୋକାନ ଖୋଲିବ ନାହିଁ । ଏନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବିଭିନ୍ନ ରାଜ୍ୟର ବେସ୍ ପ୍ରାକ୍ଟିସ କ’ଣ ଅଛି ତାକୁ ଅନୁଧ୍ୟାନ କରୁଛନ୍ତି ଅବକାରୀ କମିଶନର, ସଚିବ ଏବଂ ବରିଷ୍ଠ ଅଧିକାରୀ। ୩ଟି ଟିମରେ ଭାଗ ହୋଇ ଆନ୍ଧ୍ରପ୍ରଦେଶ ପରେ ରାଜସ୍ଥାନ, କେରଳ ଏବଂ ତାମିଲନାଡୁ ଭଳି ରାଜ୍ୟର ପଲିସି ଅନୁଧ୍ୟାନ କରୁଛନ୍ତି। ଅନୁଧ୍ୟାନ କରିବା ପରେ ତର୍ଜମା ହୋଇ ପଲିସିରେ ପରିବର୍ତ୍ତନ କରାଯିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।*
*୩- 👉 ରାଜ୍ୟରେ ବଢିଲା କୋରୋନା ସଂଖ୍ୟା।ରାଜ୍ୟରେ କୋଭିଡ ପଜିଟିଭ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ପୂର୍ବରୁ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗତକାଲି ଆଉ ୨-୩ଟି କେସ ଆସିଛି। ସଂଖ୍ୟା ଢେର ଅଧିକ ବଢିନି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ପ୍ରଦାନ କରିଛନ୍ତି। ସେହିପରି ଆଗକୁ ହେବାକୁ ଥିବା ପୁରୀ ରଥଯାତ୍ରା ନେଇ ଖୁବଶୀଘ୍ର ପୁରୀରେ ସମୀକ୍ଷା ବୈଠକ ବସିବ। ଏଥିରେ ସ୍ଵାସ୍ଥ୍ୟ ବିଭାଗ ନିଜର ମତ ରଖିବ। ରାଜ୍ୟ ପ୍ରଶାସନ ଯାହା ନିଷ୍ପତ୍ତି ନେବେ ତାକୁ ମାନିବାକୁ ପଡ଼ିବ ବୋଲି ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି।*
*୪- 👉 ବିସ୍ଫୋରକ ଲୁଟ୍ ଘଟଣା: ଜବତ ହେଲା ୨.୫ ଟନ୍।ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅଧୀନ ବାଙ୍କୋ ପଥର ଖଣିରୁ ଲୁଟ୍ ହୋଇଥିବା ବିସ୍ଫୋରକ ସାମଗ୍ରୀ ସୋମବାର ସରଣ୍ଡାର ଘଞ୍ଚ ଜଙ୍ଗଲରୁ ଜବତ ହୋଇଛି। ଓଡ଼ିଶାର ଏସ୍ଓଜି ଓ ଡିଭିଏଫ୍, ଝାଡ଼ଖଣ୍ଡର ଜାଗୁଆର କମାଣ୍ଡୋ ବାହିନୀ ଓ ସିଆରପି କୋବ୍ରା ଯବାନଙ୍କ ମିଳିତ ଅପରେସନ୍ରେ ପ୍ରାୟ ୨.୫ ଟନ୍ ବିସ୍ଫୋରକ ଜବତ କରାଯାଇଛି। ଏ ସଂପର୍କରେ ରାଉରକେଲା ଏସ୍ପି ନୀତେଶ ୱାଧୱାନୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୂର୍ବରୁ ମେ’ ୩୦ ତାରିଖରେ ଝାଡ଼ଖଣ୍ଡ ଚାଇବସା ପୁଲିସ ସରଣ୍ଡା ଜଙ୍ଗଲରୁ ୧୫୭ କେଜି ଲୁଟ୍ ବିସ୍ଫୋରକ ଜବତ କରିଥିଲା।*
*୫- 👉 ବଢିଲା +୩ ନାମଲେଖା ଅବଧି।+୩ ନାମଲେଖା ପାଇଁ ଫର୍ମ ଦାଖଲ ଅବଧି ବୃଦ୍ଧି କରିଛନ୍ତି ଉଚ୍ଚ ଶିକ୍ଷା ବିଭାଗ । ଜୁନ୍ ୪ ତାରିଖ ରାତି ୧୧ଟା ୪୫ ଯାଏଁ ଫର୍ମ ଦାଖଲ ଅବଧି ବୃଦ୍ଧି କରାଯାଇଛି । ଫର୍ମ ଦାଖଲ ଅବଧି ବଢ଼ାଇବାକୁ ଛାତ୍ରଛାତ୍ରୀ ଓ ଅଭିଭାବକ ଦାବି କରିଥିଲେ । ପୂର୍ବରୁ ମଇ ୨୦ ଥିଲା ଆବେଦନର ଶେଷ ତାରିଖ ପରେ ତାହାକୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଅବଧି ବଢାଇବାକୁ ଉଚ୍ଚଶିକ୍ଷା ବିଭାଗକୁ ନିବେଦନ କରିବୁ ବୋଲି ପୂର୍ବରୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ । ଅବଧି ବୃଦ୍ଧି ପରେ ଖୁସି ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ ଏବଂ ଅଭିଭାବକ।*
*୬- 👉 ଭଦ୍ରକରେ ୨୭୫ କୋଟି ଟଙ୍କା ୧୩ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭଦ୍ରକ ଜିଲ୍ଲାର ବାଲିଆପଡା ଠାରେ ପ୍ରାୟ ୨୭୫ କୋଟି ଟଙ୍କାର ସମୁଦାୟ ୧୩ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ସହିତ ଭଦ୍ରକରେ ସରକାରୀ ବିଶ୍ୱବିଦ୍ୟାଳୟ ସ୍ଥାପନା ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ବହୁ ଦିନରୁ ଦାବି ଥିବା ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ ଖୁବ ଶୀଘ୍ର ଏହି ଜିଲ୍ଲାରେ ହେବ ଏବଂ ଏହା ସହିତ IOCL ପକ୍ଷରୁ ଭଦ୍ରକରେ ଏକ ଟେକ୍ନିକାଲ ଟେକ୍ସଟାଇଲ କମ୍ପ୍ଲେକ୍ସ ଓ MCPI ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଗୋଟିଏ HMLS ପଲିଷ୍ଟର ଉତ୍ପାଦନ କମ୍ପାନୀ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହାସହିତ, ଭଦ୍ରକ ରେ ଥିବା ସମସ୍ତ ଶହୀଦ ପୀଠ ମାନଙ୍କର ସୌନ୍ଦର୍ଯ୍ୟକରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।*
*୭- 👉ଆଜି ଆଇପିଏଲର ଫାଇନାଲ।ଆଜି ଆଇପିଏଲ ମହାମୁକାବିଲା । ଗୁଜରାଟ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଟାଇଟଲ୍ ପାଇଁ ଟକ୍କର ହେବ । ପଞ୍ଜାବ କିଙ୍ଗସ୍ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହାଇଭୋଲ୍ଟେଜ୍ ଟି-୨୦ ମୁକାବିଲା ଦେଖିବେ କ୍ରିକେଟ୍ ପ୍ରେମୀ । ପ୍ରଥମ କରି ନୂଆ ଟିମକୁ ମିଳିବ ଆଇପିଏଲ ମୁକୁଟ । ଯିଏ ବି ଜିତିଲେ ହେବେ ନୂଆ ଚାମ୍ପିଅନ୍ । ୧୭ଟି ସିଜିନରୁ ଗୋଟିଏ ଥର ବି ଟ୍ରଫି ଜିତିପାରିନଥିବା ଦୁଇ ଦଳ ଏଥର ଫାଇନାଲରେ ପ୍ରବେଶ କରିଛନ୍ତି । ପୂର୍ବରୁ ଉଭୟ ଦଳ ଫାଇନାଲକୁ ଯାଇଥିଲେ ମଧ୍ୟ ରନର୍ସଅପରେ ସନ୍ତୁଷ୍ଟ ହୋଇଥିଲେ । ତେଣୁ ପ୍ରଥମ ଆଇପିଏଲ ଟ୍ରଫି ଜିତିବାକୁ ଜୋର୍ ଲଗାଇଦେବେ ଉଭୟ ଦଳ।*
*୮- 👉 ଡ୍ରୋନ ଆକ୍ରମଣ ପରେ ତୁର୍କୀରେ ଋଷ-ୟୁକ୍ରେନ ଶାନ୍ତି ବୈଠକ।ମସ୍କୋର ବିମାନ ଘାଟିକୁ ଟାର୍ଗେଟ କରି କିଭ ଏକ ବଡ଼ ଡ୍ରୋନ୍ ଆକ୍ରମଣ କରିବାର ଗୋଟିଏ ଦିନ ପରେ ତିନି ବର୍ଷ ଧରି ଚାଲିଥିବା ଯୁଦ୍ଧର ଅନ୍ତ କରିବା ପାଇଁ ସୋମବାର ଦିନ ରୁଷ ଏବଂ ୟୁକ୍ରେନର ପ୍ରତିନିଧି ଦଳଗୁଡ଼ିକ ତୁର୍କୀର ଇସ୍ତାନବୁଲରେ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା କରିଛନ୍ତି। ରୁଷ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ଆଲୋଚନା ୯୦ ମିନିଟ୍ ଧରି ଚାଲିଥିଲା। ବୈଠକ ପରେ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ ରୁସ୍ତମ ଉମେରୋଭ କହିଛନ୍ତି ଯେ କଏଦୀ ବିନିମୟ ଉପରେ ଏକ ଚୁକ୍ତି ହୋଇଛି। ଯାହା ଗୁରୁତର ଆହତ ଏବଂ ଯୁବକମାନଙ୍କ ଉପରେ ଧ୍ୟାନ ଦେବ। ତୁର୍କୀର ବୈଦେଶିକ ମନ୍ତ୍ରୀ ହାକାନ ଫିଦାନ ଏହି ବୈଠକର ଅଧ୍ୟକ୍ଷତା କରିଥିଲେ। ଯେଉଁଥିରେ ତୁର୍କୀର ଗୁଇନ୍ଦା ସଂସ୍ଥାର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।*
*୯- 👉 ମୌସୁମୀ ଉଭାନ, ମରୁଡି ଆଶଙ୍କା।ରାଜ୍ୟକୁ ସଅଳ ମୌସୂମୀ ଛୁଇଁଥିଲେ ହେଁ ଏବେ ବର୍ଷା ଉଭାନ। ଡହଡହ ତାତିରେ ସିଜୁଝି ପୂରା ଓଡ଼ିଶା। ଫଳରେ ରାଜ୍ୟରେ ସମ୍ଭାବ୍ୟ ମରୁଡି ଆଶଙ୍କା ପ୍ରକାଶ ପାଇଛି। ଦକ୍ଷିଣରୁ ଏବେ ପଶ୍ଚିମ ମୁହାଁ ମରୁଡ଼ି । ସମୟ ବିତିବା ସହ ଓଡ଼ିଶାରେ ସ୍ଥାନ ପରିବର୍ତ୍ତନ କରୁଛି ମରୁଡ଼ି । ତତ୍କାଳ ପ୍ରଭାବର କୌଣସି ଚିହ୍ନବର୍ଣ୍ଣ ନଥିଲେ ମଧ୍ୟ କିନ୍ତୁ ସ୍ଥିତି ଉତ୍କଟ ହେବା ଆଶଙ୍କା କରାଯାଉଛି। ଆଗକୁ ଅଧା ଓଡ଼ିଶାକୁ ଭୋକମୁହଁକୁ ଠେଲିଦେବ ମରୁଡ଼ି।*
*୧୦- 👉 ରାଜ୍ୟରେ ପୁଣି ଉପରମୁହାଁ ତାତି ।ରାଜ୍ୟରୁ ମୌସୁମୀ ଉଭାନ। ଡହଡହ ତାତିରେ ସିଜୁଛି ପୂରା ଓଡ଼ିଶା। ଦିନ ସାଢେ ୨ଟା ସୁଦ୍ଧା ୩୯.୪ ଡିଗ୍ରି ଛୁଉଁଛି ତାପମାତ୍ରା । ଭୁବନେଶ୍ବରରେ ୩୯.୪ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ସେହିଭଳି ଝାରସୁଗୁଡ଼ାରେ ମଧ୍ୟ ୩୯ ଡିଗ୍ରୀ ତାପମାତ୍ରା ଥିବାବେଳେ ସମ୍ବଲପୁରରେ ୩୯ ଡିଗ୍ରି ରହିଛି । ବାଲେଶ୍ବରରେ ୩୮.୪ ଡିଗ୍ରି , ହୀରାକୁଦରେ ୩୮.୪ ଡିଗ୍ରି ତାପମାତ୍ରା ରହିଛି । ତା’ସହିତ ଚାନ୍ଦବାଲିରେ ୩୮ ଡିଗ୍ରି ଓ ରାଉରକେଲାରେ ୩୭.୨ ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି।*
*୧୧-👉ପ୍ରକାଶ ପାଇଛି ଏକକ ପିଜି ପ୍ରବେଶିକା ପରୀକ୍ଷା ଫଳ । SAMS ପିଜି ପୋର୍ଟାଲରେ ପ୍ରକାଶ ପାଇଲା ରେଜଲ୍ଟ । ପରୀକ୍ଷା ପାଇଁ ୬୨,୩୨୧ଜଣ ଆବେଦନ କରିଥିବା ସମୟରେ ପରୀକ୍ଷା ଦେଇଥିଲେ ୫୬,୯୭୬ ଜଣ । ୩୦ ହଜାର ୮୦୨ ପିଜି ସିଟ୍ ପାଇଁ ମେ ୪ରୁ ମେ ୧୮ ଯାଏଁ ହୋଇଥିଲା ପରୀକ୍ଷା ।*
*୧୨-👉ନ୍ୟାସନାଲ ବୋର୍ଡ ଅଫ୍ ଏକଜାମିନାସନ୍ ଇନ୍ ମେଡିକାଲ୍ ସାଇନ୍ସ (NBEMS) ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ NEET-PG 2025 ପରୀକ୍ଷାକୁ ସ୍ଥଗିତ ରଖିଛି। ଦୁଇଟି ସିଫ୍ଟ ବଦଳରେ ଗୋଟିଏ ସିଫ୍ଟରେ ପରୀକ୍ଷା କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ପୂର୍ବରୁ NEET-PG ପରୀକ୍ଷା ୧୫ ଜୁନ୍ ୨୦୨୫ ରେ ଅନୁଷ୍ଠିତ ହେବାର ଥିଲା କିନ୍ତୁ ଏବେ ଖୁବ୍ ଶୀଘ୍ର ନୂତନ ତାରିଖ ଘୋଷଣା କରାଯିବ। NBEMS ସୂଚନା ଦେଇ କହିଛି ଯେ, ଗୋଟିଏ ସିଫ୍ଟରେ ପରୀକ୍ଷା ପରିଚାଳନା ପାଇଁ ଅଧିକ ପରୀକ୍ଷା କେନ୍ଦ୍ର ବ୍ୟବସ୍ଥା କରାଯାଉଛି । ଯେଉଁ କାରଣରୁ ପରୀକ୍ଷା ସୂଚୀରେ ପରିବର୍ତ୍ତନ ଜରୁରୀ ହୋଇପଡ଼ିଛି। ପରୀକ୍ଷାର ନୂଆ ତାରିଖ ଏବଂ ସମସ୍ତ ସୂଚନା NBEMS ର ଅଫିସିଆଲ୍ ୱେବସାଇଟ nbe.edu.in ରେ ଖୁବ୍ ଶୀଘ୍ର ଉପଲବ୍ଧ ହେବ ।*
*୧୩-👉ଜନଗଣନା ପରିଚାଳନା ନିର୍ଦ୍ଦେଶକ (ଡିସିଓ) ଭାବେ ଆଇଏଏସ୍ ନିଖିଲ ପବନ କଲ୍ୟାଣଙ୍କୁ ନୂଆ ଦାୟିତ୍ବ ମିଳିଛି । ଓଡ଼ିଶାରେ DCR ଭାବେ ଦାୟିତ୍ବ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ଚିଠି ହୋଇଛି । ୨୦୨୫ ଡିସେମ୍ବର ୩୧ ଯାଏଁ ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ ନିଖିଲ ।*
*୧୪-👉ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ଭଦ୍ରକ ଜିଲ୍ଲାର ବାଲିଆପଡା ଠାରେ ପ୍ରାୟ ୨୭୫ କୋଟି ଟଙ୍କାର ସମୁଦାୟ ୧୩ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ସହିତ ଭଦ୍ରକରେ ସରକାରୀ ବିଶ୍ୱବିଦ୍ୟାଳୟ ସ୍ଥାପନା ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ବହୁ ଦିନରୁ ଦାବି ଥିବା ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ ଖୁବ ଶୀଘ୍ର ଏହି ଜିଲ୍ଲାରେ ହେବ ଏବଂ ଏହା ସହିତ IOCL ପକ୍ଷରୁ ଭଦ୍ରକରେ ଏକ ଟେକ୍ନିକାଲ ଟେକ୍ସଟାଇଲ କମ୍ପ୍ଲେକ୍ସ ଓ MCPI ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଗୋଟିଏ HMLS ପଲିଷ୍ଟର ଉତ୍ପାଦନ କମ୍ପାନୀ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହାସହିତ, ଭଦ୍ରକ ରେ ଥିବା ସମସ୍ତ ଶହୀଦ ପୀଠ ମାନଙ୍କର ସୌନ୍ଦର୍ଯ୍ୟକରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।*
*୧୫-👉ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁପରିଚାଳନା କରିବା ନିମନ୍ତେ କାଲି ଅପରାହ୍ନରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଡିଜିପି ଖୁରାନିଆ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସକ୍ରିୟ ତଥା ସଜାଗ ରହିବାକୁ ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ସିସିଟିଭି ସ୍ଥାପନ, ଟ୍ରାଫିକ ସୁପରିଚାଳନା ନିମନ୍ତେ ରୋଡ ଡିଭାଇଡର, ଡ଼ିଲିନେଟର ଓ ଟ୍ରାଫିକ ଜୋନ ବ୍ୟବସ୍ଥା, ସହରର ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା, ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥାର ପରିଚାଳନା ଆଦି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ସେହିପରି ସମୁଦ୍ର କୂଳରେ ପୋଲିସ ପକ୍ଷରୁ ପାଟ୍ରୋଲିଂ କଡାକଡି ଓ ଅସ୍ଥାୟୀ ପୋଲିସ ଆଉଟପୋଷ୍ଟ ଖୋଲାଯିବା ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।*
*୧୬-👉ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଲା ଭୁବନେଶ୍ବର । ସୋମବାର ଦିନ ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର ବୋଲି ପରିଗଣିତ ହୋଇଛି । ଦିନ ସାଢ଼େ ୨ ସୁଦ୍ଧା ଭୁବନେଶ୍ବର ତାପମାତ୍ରା ରହିଥିଲା ୩୯.୪ ଡିଗ୍ରୀ ସେଲସିୟସ୍ । ଝାରସୁଗୁଡ଼ା ଏବଂ ସମ୍ବଲପୁର ତାପମାତ୍ରା ଥିଲା ୩୯ ଡିଗ୍ରୀ ସେଲସିୟସ୍ । ବାଲେଶ୍ବର ଏବଂ ହୀରାକୁଦରେ ତାପମାତ୍ରା ଥିଲା ୩୮.୪ ଡିଗ୍ରୀ ସେଲସିୟସ୍ । ଚାନ୍ଦବାଲିରେ ୩୮ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଥିଲା । ସେହିପରି ରାଉରକେଲାରେ ୩୭.୨ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି ।*
* *🙏 ଶୁଭ ସକାଳ,ଜୟ ଶ୍ରୀଜଗନ୍ନାଥ🙏*
*╚━━━━━🔅━━━━━━━━ 🔅━━━╝*
❤️
👍
😢
👏
10