NEWS UPDATE
NEWS UPDATE
June 9, 2025 at 02:58 AM
*╔━━━━🔅━━━━━━━━🔅━━╗* *║ *🌼ବର୍ତ୍ତମାନର ମୁଖ୍ଯ ଖବର ତାରିଖ- ୦୯/୦୬/୨୦୨୫,ସୋମବାର🌼* ║ *╚━━━━🔅━━━━━━━━ 🔅━━╝* *୧- 👉 ଆଜି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ସତପଥିଙ୍କ ଜନ୍ମଦିନ। ୧୯୩୧ ମସିହାରେ ସେ ଜନ୍ମ ହୋଇଥିଲେ। ଜୁନ୍‍ ୧୯୭୨ରୁ ୧୯୭୬ ଯାଏ ସେ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟରଦାୟିତ୍ୱ ଗ୍ରହଣ କରିଥିଲେ। ଆଠବର୍ଷ ବୟସରୁ ନନ୍ଦିନୀ ସ୍ୱଦେଶୀ ଆନ୍ଦୋଳନରେ ଯୋଗ ଦେଇଥିଲେ। ୟୁନିୟନ୍‍ ଜାକ୍କୁର ହଟାଇ ପୁଲିସ ନିର୍ଯାତନାର ଶିକାର ହୋଇଥିଲେ।* *୨- 👉 ଧର୍ମଗଡ଼ ଉପଜିଲ୍ଲାପାଳ ତଥା ୨୦୨୧ ବ୍ୟାଚ୍‍ ଆଇଏଏସ୍‍ ଅଧିକାରୀ ଧିମନ ଚକମା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଧରିଛି। ଜଣେ ବ୍ୟବସାୟୀଙ୍କଠାରୁ ସେ ଏହି ଅର୍ଥକୁ ଲାଞ୍ଚ ଆକାରରେ ଗ୍ରହଣ କରୁଥିଲେ। ୨୦ ଲକ୍ଷ ଟଙ୍କା ଲାଞ୍ଚ ନ ଦେଲେ ତାଙ୍କ ବ୍ୟବସାୟକୁ ବନ୍ଦ କରିଦିଆଯିବ ବୋଲି ଶ୍ରୀ ଚକମା ଧମକ ଦେଇଥିଲେ। ବଦଳରେ ସମ୍ପୃକ୍ତ ବ୍ୟବସାୟୀ ତାଙ୍କୁ ୧୦ ଲକ୍ଷ ଟଙ୍କା ଅଗ୍ରୀମ ଦେଉଥିବା ସମୟରେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା। ତାଙ୍କ ହାତ ଓ ଡ୍ରୟାରରେ ଏହାର ପ୍ରମାଣକୁ ମଧ୍ୟ ଭିଜିଲାନ୍ସ ଗ୍ରହଣ କରିଛି। ଏହା ସହ ତାଙ୍କ ଘର ଓ କାର୍ଯ୍ୟାଳୟରେଚଢ଼ାଉ ବେଳେ ୪୭ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ।* *୩- 👉 ଆଜି ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ସରକାରକୁ ଏକ ବର୍ଷ ପୂରଣ ହେଉଛି। ବିଭିନ୍ନ ଅଞ୍ଚଳରେ ଏ ନେଇ ଉତ୍ସବ ଆୟୋଜନ କରାଯାଇଛି। ଗତବର୍ଷ ଜୁନ୍‍ ୯ ତାରିଖ ଦିନ ରାଷ୍ଟ୍ରପତି ଭବନରେ ଏକ ଭବ୍ୟ ସମାରୋହ ମାଧ୍ୟମରେ ଶପଥ ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ଏହି ସମୟ ଭିତରେ ଦେଶ ଅନେକ ଜଟିଳ ପରିସ୍ଥିତି ଦେଇ ଗତି କରିଛି। ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଏହି ମଧ୍ୟରେ ଏକ ବଡ଼ ଅଘଟଣ ଭାବେ ଗ୍ରହଣ କରାଯାଏ।* *୪- 👉 ମଣିପୁର ପରିସ୍ଥିତି ପୁଣିଥରେ ଅଶାନ୍ତ ହୋଇଛି। ରାଷ୍ଟ୍ରପତି ଶାସନ ଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ୫ ଜିଲ୍ଲାରେ ଇଣ୍ଟରନେଟ୍‍ ବନ୍ଦ କରିଛି। ଜଣେ ମୈତେଇ ନେତାଙ୍କ ଗିରଫ ହେବା ଖବର ପ୍ରଚାର ହେବା ପରେ ଏପରି ହିଂସା ଦେଖିବାକୁ ମିଳିଥିଲା।* *୫- 👉 ଦେଶରେ କୋଭିଡ୍‍ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୧୩୩ ଥିବାବେଳେ ୬୨୩୭ଜଣଙ୍କୁ ସୁସ୍ଥ ଘୋଷଣା କରାଯାଇ ଡାକ୍ତରଖାନାରୁ ଫେରାଇ ଦିଆଯାଇଛି। ଓଡ଼ିଶାରେ ସମୁଦାୟ ୩୩ ଜଣ ସକ୍ରିୟ କୋଭିଡ୍‍ ଆକ୍ରାନ୍ତ ରହିଥିବା ସ୍ୱାସ୍ଥ୍ୟ ବିଭାଗର କୋଭିଡ୍‍ ଡ୍ୟାଶବୋର୍ଡରେ ସୂଚନା ଦିଆଯାଇଛି।* *୬- 👉 ଟ୍ରମ୍ପ ପ୍ରଶାସନର ଦେଶାନ୍ତର ନୀତିକୁ ବିରୋଧ କରି ଲସ୍‍ ଆଞ୍ଜେଲେସ ରଜ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଷ୍ଟ୍ରପତି ଟ୍ରମ୍ପ ସେନା ମୁତ୍ତୟନ କରିଛନ୍ତି। ତେବେ ଏହା ରାଜ୍ୟର ସାର୍ବଭୌମତ୍ୱ ନଷ୍ଟ ପାଇଁ ଉଦ୍ୟମ େବାଲି ସମ୍ପୃକ୍ତ ରାଜ୍ୟର ଗଭର୍ଣ୍ଣର କହିବା ସହ ଏହାକୁ ନିନ୍ଦା କରିଛନ୍ତି।* *୭- 👉 ଭାରତୀୟ ରିଜର୍ଭ ବ୍ୟାଙ୍କଦ୍ୱାରା ରେପୋ ହାର ହ୍ରାସ କରାଯିବା ପରେ ଦେଶର ୪ଟି ସରକାର ବ୍ୟାଙ୍କ ଋଣ ସୁଧ ହାରକୁ କମାଇଛନ୍ତି। ଏହି ବ୍ୟାଙ୍କଗୁଡ଼ିକ ହେଉଛନ୍ତି ବ୍ୟାଙ୍କ ଅଫ ବରୋଦା, ପଞ୍ଜାବ ନାସନାଲ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍‍ ଇଣ୍ଡିଆ।* *୮- 👉 ନନ୍ଦନକାନନରେ ବାଘ ସଂଘ୍ୟା ୨୯କୁ ବୃଦ୍ଧି ପାଇଛି। ଶନିବାର ରାତିରେ ବାଘୁଣୀ ମୌସୁମୀ ୨ଟି ଛୁଆ ଜନ୍ମ ଦେବା ଦ୍ୱାରା ଏହି ସଂଖ୍ୟା ବଢ଼ିଛି। ଏହି ଦୁଇ ଶାବକରୁ ଗୋଟିଏ ସାଧାରଣ ହୋଇଥିବା ବେଳେ ଆଉ ଗୋଟିଏ ଧଳା ବାଘ ହୋଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।* *୯- 👉 ରାଜଧାନୀ ଭୁବନେଶ୍ୱରରେ ପ୍ରତି ଜିଲ୍ଲା ପାଇଁ ଅତିଥିଭବନର ବ୍ୟବସ୍ଥା କରାଯିବ। ଭିନ୍ନ ଭିନ୍ନ କାମରେ ଏହିଜିଲ୍ଲାଗୁଡ଼ିକରୁ ଆସୁଥିବା ବ୍ୟକ୍ତିମାନେ ଏଠାରେ ସୁଲଭ ଦରରେ ରହିବାର ସୁଯୋଗ ପାଇବେ। ପ୍ରତି ଜିଲ୍ଲା ପାଇଁ ୧୦୦ କୋଠରୀ ବ୍ୟବସ୍ଥା କରାଯିବ ବୋଲି ସରକାର ଘୋଷଣା କରିଛନ୍ତି। ଏକ ବିଶାଳ ଅତିଥିଭବନରେ ୩ ହଜାର କୋଠରୀର କଳ୍ପନା କରାଯାଇଥିବା ରାଜସ୍ୱମନ୍ତ୍ରୀ କହିଛନ୍ତି।* *୧୦- 👉 ରାଜ୍ୟରେ ବଦଳିପାରେ ବିଧାନସଭା ଓ ଲୋକସେବା ଭବନର ଠିକଣା। ଏ ନେଇ ସରକାର ଖୁବ୍‍ ଶୀଘ୍ର ନିଷ୍ପତ୍ତି ନେବେ ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଏହାସହ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରଠାରେ ଏକ ବିଶାଳ ଅଡିଟୋରିୟମ ପାଇଁ ଜାଗା ଚିହ୍ନଟ ହୋଇଥିବା କହିଛନ୍ତି ମନ୍ତ୍ରୀ।* *୧୧-👉IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ସାସାକାୱା ସମ୍ମାନ-୨୦୨୫ । ମିଳିତ ଜାତିସଂଘ ପକ୍ଷରୁ ସାସାକାୱା ସମ୍ମାନ-୨୦୨୫ ପ୍ରଦାନ କରାଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ନିରାକରଣରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି । ସମ୍ମାନ ପାଇଁ ବଧାଇ ଜଣାଇଛନ୍ତି WMO ସମ୍ପାଦକ ।* *୧୨-👉ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ମେଜର ବିନୟ ନରୱାଲଙ୍କ ପତ୍ନୀଙ୍କ ଚେହାରକୁ ବିକୃତ କରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ ଏକ ନକଲି ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଅପଲୋଡ୍ କରିବା ମାମଲାରେ ହରିୟାଣା ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗୁରୁଗ୍ରାମ ସାଇବର ପୋଲିସ ଟିମ୍ ବିହାରର ଗୋପାଳଗଞ୍ଜ ପୋଲିସ ସହାୟତାରେ ମାଞ୍ଜା ଥାନା ଅଞ୍ଚଳର ଧୋବୱାଲିଆ ଗାଁରେ ଚଢାଉ କରିଥିଲା । ସେଠାରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ମୋହିବୁଲ ହକ୍ ଏବଂ ତାଙ୍କ ପୁଅ ଗୁଲାବ ଜିଲାନି ରହିଛନ୍ତି। ଉଭୟଙ୍କ ବିରୋଧରେ 'S S REAL POINT' ନାମକ ଏକ YouTube ଚ୍ୟାନେଲରେ ସହିଦଙ୍କ ପତ୍ନୀଙ୍କ ନକଲି ଭିଡିଓ ଅପଲୋଡ୍ କରିବାର ଅଭିଯୋଗ ରହିଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ହରିୟାଣାର ଗୁରୁଗ୍ରାମ ସାଇବର ପୋଲିସ ଷ୍ଟେସନରେ ମାମଲା ନମ୍ବର ୧୯୫/୨୫ ରୁଜୁ କରାଯାଇଥିଲା।* *୧୩-👉ପୁରୀ ଶ୍ରୀମନ୍ଦିରର ୨ କିଲୋମିଟର ପରିଧିରେ କୌଣସି ମଦ ଦୋକାନ କିମ୍ବା ବାର୍‌ ରହିବ ନାହିଁ । ଆମିଷ ବିକ୍ରି ମଧ୍ୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବ । ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଆମେ ପୁରୀକୁ ଏକ ତୀର୍ଥ ସହର ଭାବେ ବିକଶିତ କରିବାକୁ ଚାହୁଁଛୁ । ଏଥିପାଇଁ ବଡ଼ଦାଣ୍ଡରେ ଥିବା ସମସ୍ତ ଘର ଯେପରି ଏକ ତୀର୍ଥ ସହର ପରି ଦୃଶ୍ୟମାନ ହେବ , ସେଥିପାଇଁ ଏକ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହିକ୍ରମରେ ବଡ଼ଦାଣ୍ଡରେ ଥିବା ଘର ଗୁଡ଼ିକର ଉଚ୍ଚତା ଏବଂ ସଂରଚନା ସମାନ ଆକାରର ରଖିବାକୁ ଚେଷ୍ଟା କରାଯିବ । ତେବେ ବଡ଼ଦାଣ୍ଡରେ ବହୁ ଘରୋଇ ଅଟ୍ଟାଳିକା ଥିବା କାରଣରୁ ଏହି ପ୍ରକ୍ରିୟାକୁ ଧୀରେ ଧୀରେ ବିକଶିତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ହରଚନ୍ଦନ କହିଛନ୍ତି ।* *୧୪-👉ପୁରୀ ଶ୍ରୀମନ୍ଦିରରେ ଗରମ ଡାଲି ପଡ଼ି ୭ ଭକ୍ତ ଆହତ ହୋଇଛନ୍ତି । ଭୋଗ ମଣ୍ଡପ ଉଠିବା ପରେ ବୋଝିଆଙ୍କ ଅସାବଧାନତାରୁ ଅଘଟଣ ଘଟିଛି । ବୋଝିଆ ଗରମ ଡାଲି ନେବା ସମୟରେ ୭ ଭକ୍ତଙ୍କ ଉପରେ ପଡ଼ିଥିଲା । ଗରମ ଡାଲି ପଡ଼ିଥିବା ଶ୍ରଦ୍ଧାଳୁଙ୍କ ଘର ନୟାଗଡ଼ରେ । ସଭିଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।* * *🙏 ଶୁଭ ସକାଳ,ଜୟ ଶ୍ରୀଜଗନ୍ନାଥ🙏* *╚━━━━━🔅━━━━━━━━ 🔅━━━╝*
👍 ❤️ 9

Comments