NEWS UPDATE
NEWS UPDATE
June 12, 2025 at 06:18 AM
*╔━━━━🔅━━━━━━━━🔅━━╗* *║ *🌼ବର୍ତ୍ତମାନର ୧୦ଟି ମୁଖ୍ଯ ଖବର ତାରିଖ- ୧୨/୦୬/୨୦୨୫,ଗୁରୁବାର🌼* ║ *╚━━━━🔅━━━━━━━━ 🔅━━╝* *୧- 👉 ଆଜିଠୁ ଅଲାରନାଥ ଦର୍ଶନ।ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ଅଣସର ନୀତି। ଏହି ସମୟରେ ଶ୍ରୀଜିଉଙ୍କୁ ଦର୍ଶନ କରିବାର ବିଧି ନାହିଁ। ଭକ୍ତମାନେ ପଟି ଦିଅଁଙ୍କୁ ଏ ସମୟରେ ଦର୍ଶନ କରିପାରିବେ। ଏହାସହ ବିଶ୍ୱାସ ରହିଛି ଏହି ଅଣସର ସମୟରେ ବ୍ରହ୍ମଗିରି ଅଲାରନାଥଠାରେ ଶ୍ରୀ ଜିଉ ବିରାଜମାନ କରିଥାଆନ୍ତି। ଏଣୁ ଆସନ୍ତା ୨୫ ତାରିଖ ଯାଏ ସେଠାରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିବ। ଏଥିଲାଗି ପୁଲିସ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଟ୍ରାଫିକ୍‍ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରାଯାଇଛି।* *୨- 👉 ଗଜାନନ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ।ସ୍ନାନପୂର୍ଣ୍ଣିମା ଅବସରରେ ଶ୍ରୀଜିଉମାନଙ୍କୁ ସ୍ନାନବେଦୀ ଉପରେ ଗତକାଲି ସ୍ନାନ କରାଯାଇଥିଲା। ନିର୍ଦ୍ଧାରିତ ସେବକମାନେ ୧୦୮ ଗରା ପାଣିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସ୍ନାନ କରିଥିଲେ। ଏହାପରେ ଗଜାନନ ବେଶରେ ଶ୍ରୀଜିଉ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଗତକାଲି ବିଳମ୍ବିତ ରାତିଯାଏ ଭକ୍ତଙ୍କ ଶ୍ରଦ୍ଧା ଓ ଭକ୍ତି ବଡ଼ ଦାଣ୍ଡର ଲୋକାରଣ୍ୟରୁ ସ୍ପଷ୍ଟ ହେଉଥିଲା। ଏହାପରେ ତିନି ଦିଅଁଙ୍କ ବେଶ ଉଲାଗି କରାଯାଇ ଅଣସର ପିଣ୍ଡିକୁ ନିଆଯାଇଥିଲା।* *୩-👉ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ.ଆସନ୍ତା ୨୮ ତାରିଖରୁ ପୁଣିଥରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏ ନେଇ ସୂଚନା ଦେଇଛନ୍ତି। ଡିସେମ୍ବର ୧୭ରୁ ଆରମ୍ଭ କରାଯାଇଥିବା ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଅକ୍ଷୟ ତୃତୀୟାରେ ଶେଷ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ତାହା ହୋଇପାରି ନାହିଁ।* *୪- 👉 ମୋହନ ମାଝିଙ୍କ ସରକାରଙ୍କୁ ପୁରିଲା ଏକ ବର୍ଷ।ଆଜି ରାଜ୍ୟରେ ମୋହନ ମାଝିଙ୍କ ନେତୃତ୍ୱଧୀନ ବିଜେପି ସରକାରଙ୍କୁ ୧ ବର୍ଷ ପୂରିଛି। ଗତବର୍ଷ ଏହିଦିନ ମୋହନ ମାଝି ନିଜର ୧୬ ଜଣିଆ ମନ୍ତ୍ରିମଣ୍ଡଳ ସହ ସରଗାର ଗଡନ ପାଇଁ ଶପଥ ନେଇଥିଲେ। ଏହି ସମୟରେ ମୋହନଙ୍କ କାର୍ଯ୍ୟକଳାପକୁ ନେଇ ବିରୋଧୀ ସମାଲୋଚନା କରୁଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକଳାପକୁ ନେଇ ପ୍ରଚାର ଅଭିଯାନ ଜୋରଦର କରାଯାଇଛି। ଆସନ୍ତା ୨୦ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟରେ ଆୟୋଜନ ହେବାକୁ ଥିବା ସରକାରଙ୍କ ବର୍ଷପୂର୍ତ୍ତି କର୍ଯ୍ୟକ୍ରମରେ ଯୋଗ ଦେଇ ସମ୍ବୋଧନ କରିବେ।* *୫- 👉 ବିଭିନ୍ନ ସ୍ଥାନରେ ବର୍ଷା, ତାତିରୁ ଆଶ୍ୱସ୍ତି।ଆଜି ସକାଳୁ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ବର୍ଷା ଆରମ୍ଭ ହୋଇ ଆଶ୍ୱସ୍ତି ମିଳିଛି। ଦୀର୍ଘଦିନ ହେଲା ଲାଗିରହିଥିବା ଗରମ ଓ ଗୁଳୁଗୁଳି ଅନ୍ତ ହୋଇଛି। ଏହିଭଳି ପାଗ ଆସନ୍ତା ୭ ଦିନ ଯାଏ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। କିଛି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ୩୦ରୁ ୪୦ କିଲୋମିଟର ବେଗରେ ପବନ ପ୍ରବାହିତ ହେବାର ସୂଚନା ଦେଇଛି ପାଣିପାଗ ବିଭାଗ।* *୬- 👉 ଭୁବନେଶ୍ୱର-ଆବୁଧାବି ବିମାନ ସେବା ଆରମ୍ଭ।ଆଜିଠାରୁ ଭୁବନେଶ୍ୱର-ଆବୁଧାବି ବିମାନ ସେବା ଆରମ୍ଭ ହେବାକୁ ସ୍ଥିର ହୋଇଛି। ସକାଳ ୯ଟା ୩୫ ମିନିଟ ସମୟରେ ପ୍ରଥମ ଉଡ଼ାଣ ଆରମ୍ଭ ହେବ। ଏଥିନେଇ ଇଣ୍ଡିଗା ବିମାନ ଚଳାଚଳ ସଂସ୍ଥା ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏହି ସିଧାସଳଖ ବିମାନ ସାବର ଦ୍ୱଶରା ଭୁବନେଶ୍ୱରରୁ ଆବୁଧାବି ମାତ୍ର ସାଢ଼େ ୪ ଘଣ୍ଟାରେ ପହଞ୍ଚି ହେବ।* *୭- 👉 ଭାରତ ବିରୋଧୀ ଆତଙ୍କୀ ନେଟୱାର୍କକୁ ଠାବ କଲା କାନାଡା ପୁଲିସ।ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିବା ଭାରତ ବିରୋଧୀ ଏକ ଆତଙ୍କବାଦୀ ନେଟଓ୍ୱର୍କକୁ ଠାବ କରିଛି କାନାଡ଼ା ପୁଲିସ। ଅପରେସନ୍‍ ପେଲିକାନ୍‍ ମାଧ୍ୟମରେ ଏହି ନେଟ୍ଓ୍ୱର୍କର ୯ ଜଣଙ୍କୁ ଗିରଫ କରିଥିବା ବେଳେ ୪୭୯ କିଲୋଗ୍ରାମ କୋକେନ୍‍ ଗିରଫ କରିଛି। ଗିରଫ ହୋଇଥିବା ୯ ଜଣଙ୍କ ଭିରୁ ୭ ଜଣ ହେଉଛନ୍ତି ଭାରତୀୟ ମୂଳ ବାସିନ୍ଦା। ଏମାନଙ୍କୁ ଖଲିସ୍ତାନୀ ସମର୍ଥକ ବୋଲି ସନ୍ଦେହ କରାଯାଉଛି। କିଛିଦିନ ତଳେ ଭାରତ ବିରୋଧୀ ତତ୍ତ୍ୱକୁ କାନାଡ଼ା ପୃଷ୍ଠପୋଷକତା ଦେଉଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ଭାରତ-କାନାଡ଼ା ଭିତରେ ସମ୍ପର୍କ ତିକ୍ତ ହୋଇଥିଲା।* *୮- 👉 ହଇଜାରେ ୬ ମୃତ।ଯାଜପୁର ଜିଲ୍ଲାରେ ହଇଜା ଆକ୍ରାନ୍ତରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ୫୦୦ ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ଦାନଗଦି, କୋରେଇ, ବ୍ୟସନଗର, ବଡ଼ଚଣା ବ୍ଲକରେ ଏହି ସଂକ୍ରମଣ ଅଧିକ ରହିଛି। ସ୍ୱତନ୍ତ୍ର ଡାକ୍ତରୀ ଦଳ ଏବଂ ଜନ ସ୍ୱାସ୍ଥ୍ର ନିର୍ଦ୍ଦେଶକ ଏହି ଘଟଣାକୁ ସମ୍ବେଦନଶୀଳତାର ସହ ଗ୍ରହଣ କରି ଚିକିତ୍ସା ଓ ପ୍ରତିକାର ବ୍ୟବସ୍ଥାକୁ କଡ଼କଡ଼ି କରିଛନ୍ତି।* *୯- 👉 ଓଏଏସ ସ୍ତରରେ ବଡ଼ ଧରଣ ଅଦଳବଦଳ।ଓଏଏସ୍‍ ଅଧିକାରୀଙ୍କ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ୫୧ ଜଣ ଅଧିକାରୀଙ୍କ ହୋଇଛି ବଦଳି।* *୧୦- 👉 ଶେଷ ରଜରେ ଖୋଲା ରହିବ ନନ୍ଦନକାନନ।ଶେଷ ରଜ ଦିନ ଖୋଲା ରହିବ ନନ୍ଦନକାନନ। ଏହିଦିନ ସୋମବାର ପଡ଼ୁଥିବାରୁ ସାଧାରଣତଃ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ଚିଡ଼ିଆଖାନାକୁ ବନ୍ଦ କରିଦିଆଯାଇଥାଏ। କିନ୍ତୁ ଏହିଦିନ ପର୍ଯ୍ୟଟକଙ୍କ ଆଗ୍ରହକୁ ଦେଖି କର୍ତ୍ତୃପକ୍ଷ ସେମାବାରଦିନ ଚିଡ଼ିଆଖାନାକୁ ଖୋଲା ରଖିବେ। ଏହା ପରଦିନ ଅର୍ଥାତ୍‍ ମଙ୍ଗଳବାରଦିନ ନନ୍ଦନକାନନ ବନ୍ଦ ରହିବ।* *୧୧-👉ଓଡ଼ିଶା ପୋଲିସର କ୍ରାଇମବ୍ରାଞ୍ଚ ଏକ ନକଲି ସାର୍ଟିଫିକେଟ ରାକେଟରେ ସମ୍ପୃକ୍ତ ଥିବା ପାଞ୍ଚ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ, କୁଳମଣି ରାଣା, ଅଜାଉଦିନ କୁମ୍ଭାର, ରଜତ କୁମାର ନାଏକ, ସୁଧୀର ଭୁଇଁ ଏବଂ ତୋଫାନ ବାଗ ଭାବରେ ପରିଚିତ। ଗ୍ରାମୀଣ ଡାକ ସେବକ (GDS) ଭାବରେ ଚାକିରି ପାଇବା ପାଇଁ ଜାଲ ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରିଥିବା ଅଭିଯୋଗ ହୋଇଛି।* *୧୨-👉ଡିଜିଟାଲ୍ ପେମେଣ୍ଟ କରୁଥିବା ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ସରକାର ଏବେ ୩,୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର UPI କାରବାର ଉପରେ MDR ଅର୍ଥାତ୍ ବାଣିଜ୍ୟିକ ରିହାତି ହାର ଲାଗୁ କରିବାକୁ ବିଚାର କରୁଛନ୍ତି। କହିରଖୁଛୁ ଯେ ବର୍ତ୍ତମାନ ପର୍ଯ୍ୟନ୍ତ UPI ମାଧ୍ୟମରେ ପେମେଣ୍ଟ କରିବା ପାଇଁ ଗ୍ରାହକଙ୍କୁ କୌଣସି ଶୁଳ୍କ ଦେବାକୁ ପଡୁ ନ ଥିଲା।* *୧୩-👉ଭାରତୀୟ ରେଳବାଇ ତତ୍କାଳ ଟିକେଟ୍ ବୁକିଂ ପାଇଁ ନୂତନ ନିୟମ ଜାରି କରିଛି। ୧ ଜୁଲାଇ ୨୦୨୫ ଠାରୁ କେବଳ ଆଧାର ଭେରିଫିକେସନ୍ କରିଥିବା ବ୍ୟବହାରକାରୀମାନେ IRCTC ୱେବସାଇଟ୍ / ଆପରୁ ତତ୍କାଳ ଟିକେଟ୍ ବୁକ୍ କରିପାରିବେ। ୧୫ ଜୁଲାଇରୁ ଆଧାର-ଲିଙ୍କ୍ ହୋଇଥିବା OTP ଭେରିଫିକେସନ୍ ମଧ୍ୟ ବାଧ୍ୟତାମୂଳକ ହେବ।* *୧୪-👉ଅପରେସନ ସିନ୍ଦୂର ସମୟରେ ଭାରତ ସହିତ ଯୁଦ୍ଧ ପରେ ଆମେରିକା ଏବେ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରିଛି। ଜୁନ୍ ୧୪ ରେ ପାଳନ ହେବାକୁ ଥିବା ଆମେରିକୀୟ ସେନା ଦିବସ ପାଳନରେ ଅଂଶଗ୍ରହଣ କରିବା ପାଇଁ ଆମେରିକା ପାକିସ୍ତାନୀ ସେନା ମୁଖ୍ୟଙ୍କୁ ନିମନ୍ତ୍ରଣ କରିଛି।* *୧୫-👉ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC)ର ଶେଷ ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୧୨ ରନରେ ଅଲଆଉଟ୍ ହୋଇଯାଇଛି। ଲଣ୍ଡନର ଲର୍ଡସ କ୍ରିକେଟ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ବ୍ୟୁ ୱେବଷ୍ଟର (୭୨ ରନ) ଏବଂ ଷ୍ଟିଭ୍ ସ୍ମିଥ୍ (୬୬ ରନ) ଅର୍ଦ୍ଧଶତକ ହାସଲ କରିଥିଲେ। ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡା ୫ ୱିକେଟ ଓ ମାର୍କୋ ଜାନସେନ ୩ ୱିକେଟ ନେଇଥିଲେ।* * *🙏 ଶୁଭ ସକାଳ,ଜୟ ଶ୍ରୀଜଗନ୍ନାଥ🙏* *╚━━━━━🔅━━━━━━━━ 🔅━━━╝*
❤️ 👍 9

Comments