News ଖବର ଆଜିର
May 17, 2025 at 01:22 AM
*ଖବର ଆଜିର, ୧୭ ମେ, ଶନିବାର*
=======================
ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ, ବଜ୍ରପାତରେ ଗଲା ୧୩ ଜୀବନ, ୧୫ ଗୁରୁତର। ଆଜି ୧୩ ଜିଲ୍ଲାକୁ ସତର୍କ ସୂଚନା।
ଆସନ୍ତା ୧୯ ତାରିଖରୁ ଜୁନ୍ ୧୬ ଯାଏଁ ହାଇକୋର୍ଟର ଗ୍ରୀଷ୍ମ ଅବକାଶ।
ସରୁନାହିଁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ମରାମତି ପ୍ରହସନ। ୨୮ଜୁନରୁ ୬ ଜୁଲାଇ ମଧ୍ୟରେ ଗର୍ଭଗୃହ ଓ ରତ୍ନଭଣ୍ଡାର ପୁଣି ମରାମତି ହେବ। odiaxpress
ଆସନ୍ତା ୨୦ ତାରିଖରେ ସରିବ ସ୍ନାତକ ନାମଲେଖା ଆବେଦନ। ଏ ଯାଏଁ ୨୫ ପ୍ରତିଶତ ବି ଆବେଦନ ହୋଇନାହିଁ।
ଜ୍ଞାନପୀଠ ପୁରସ୍କାରରେ ସଂସ୍କୃତ ପଣ୍ଡିତ ଜଗଦଗୁରୁ ରାମ ଭଦ୍ରାଚାର୍ଯ୍ୟ ସମ୍ମାନିତ।
ରାଜ୍ୟରେ ବେଧଡ଼କ ଖଣି ଚୋରି ଚାଲିଥିବାରୁ ଉଦ୍ବେଗ ପ୍ରକାଶ କରି ଧମକ ଦେଲେ ମୁଖ୍ୟମନ୍ତ୍ରୀ ମାଝୀ
ଟ୍ରାନ୍ସଜେଣ୍ଡର ବୋର୍ଡ ଗଠନ କଲେ ରାଜ୍ୟ ସରକାର, ଟ୍ରାନ୍ସଜେଣ୍ଡରଙ୍କ ସ୍ବାର୍ଥ ଓ ଅଧିକାର ପାଇଁ କାମ କରିବେ
ଶିକ୍ଷକ ବଦଳି ଏବେ ନେତାଙ୍କ ହାତରେ। ଆବେଦନ କରି ମନ୍ତ୍ରୀ, ଏମଏଲଏ ପାଖରେ ଅଧିଆ ପଡିଛନ୍ତି ଶିକ୍ଷକ
ରାଜଧାନୀ ରାଜମହଲ ଛକ ମୁକୁଳା ଓ ଅନାଥ। ଟ୍ରାଫିକ ନାହିଁ କି ହମ୍ପସ ନାହିଁ। ଯିଏ ଯୁଆଡେ ମନଇଚ୍ଛା ଯାଇପାରିବେ, ପିଟି ହେବେ। odiaxpress
ରୋଜଗାର ଅଭାବରୁ ଶିକ୍ଷା ଛାଡ଼ି କେରଳ ମୁହାଁ ହେଉଛନ୍ତି କନ୍ଧମାଳର ନାବାଳକ ଓ ଯୁବବର୍ଗ
ରାୟଗଡାରେ ନବଜାତ ଶିଶୁ ବିକ୍ରି ଘଟଣାରେ ଚାକିରୀ ହରାଇଲେ ୫ ଜଣ। ମାଜିଷ୍ଟ୍ରେଟ ଉପସ୍ଥିତିରେ ସିଡବ୍ଲ୍ୟୁସି ଅଫିସ ତାଲା ଭଙ୍ଗାହେଲା। odiaxpress
ପୁରୀ ଜିଲ୍ଲା ପିପିଲିରେ ଗୋଷ୍ଠୀ ସଂଘର୍ଷରେ ୩ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
ଅଶାନ୍ତ ପୁରୀର ମଶାଣିଚଣ୍ଡୀ ସାହିରେ ପଇଡ ତୋଳା ବିବାଦକୁ ନେଇ ଯୁବକଙ୍କୁ ହାଣି ବୀଭତ୍ସ ହତ୍ୟାକାଣ୍ଡ।
ଚାକିରି ଦେବାକୁ କହି ଠକି ନେଲେ ୬୦ ଲକ୍ଷ, କମିସନରେଟ୍ ପୁଲିସର ତନାଘନା, ଶୋଭନ ଦାସ ଗିରଫ। odiaxpress
ଭିଜିଲାନ୍ସ ଜାଲରେ ଖଣ୍ଡପଡ଼ା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ। ଠିକାଦାରଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ।
କଟକ ନେତାଜୀ ସେତୁ ଉପରେ ସିରିଜ୍ ଦୁର୍ଘଟଣା, ପଛକୁ ପଛ ପିଟିହେଲା ୫ଟି କାର୍। odiaxpress
ଖରା ଛୁଟି କାଟିବାକୁ ନୟାଗଡ଼ରୁ ଯାଉଥିଲେ ମାଲକାନଗିରି, ଗଛରେ ଧକ୍କା ହେଲା କାର୍, ୪ ମୃତ
ବ୍ରହ୍ମପୁରର ୨୦୧୩ ମସିହା ଶାନ୍ତି ମିଶ୍ର ହତ୍ୟାକାଣ୍ଡରେ ଅନ୍ୟତମ ଶେଷ ଅଭିଯୁକ୍ତ ମାଧବ ପାଣିଗ୍ରାହୀ ଗିରଫ।
ଅତିରିକ୍ତ ବିଡିଓ ଅସିତ ପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ, ଆୟ ଠାରୁ ୨ ଶହ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିବା ସୂଚନା। odiaxpress
ବଲାଙ୍ଗୀରରେ ୨ ମାଓବାଦୀ କ୍ୟାମ୍ପ ଠାବ। ଗନ୍ଧମାର୍ଦ୍ଦନ ପାହାଡ଼ ଏବଂ ଛତରଦାଣ୍ଡି ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ
ସୁନ୍ଦରଗଡରେ ଟଙ୍କା ଦୁଇଗୁଣ କରିବାକୁ କହି, ୪୦ କୋଟି ଠକି ଯୁବକ ଚମ୍ପଟ। ଫସିଛନ୍ତି ନେତା, ବ୍ୟବସାୟୀ, ଡାକ୍ତର, ଅଫିସର। odiaxpress
ଆସନ୍ତା ମାସରେ ପୁଣି ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ। ବିଜେପି ସରକାରଙ୍କ ବର୍ଷ ପୂର୍ତ୍ତି ସମାରୋହରେ ଯୋଗ ଦେଇ ପାରନ୍ତି
ଶେୟାର ମାର୍କେଟରେ ୨୦୦ ଅଙ୍କ ଖସିଲା ସେନ୍ସେକ୍ସ, ତଥାପି ନିବେଶକଙ୍କ ଲାଭ ୨.୫ ଲକ୍ଷ କୋଟି ଟଙ୍କା।
ଆଇପିଏଲର ଅବଶିଷ୍ଟ ମ୍ୟାଚ୍ ଆଜିଠାରୁ, ପ୍ରତିଶୋଧ ଲକ୍ଷ୍ୟରେ କୋଲକାତା।
ଦୋହାରେ ଇତିହାସ ରଚିଲେ ନୀରଜ ଚୋପ୍ରା, ୯୦.୨୩ ମିଟର ଦୂରକୁ ଜାଭେଲିନ ଫିଙ୍ଗି କଲେ ନୂଆ ରେକର୍ଡ।
ଭାରତର ସମର୍ଥନ ଲୋଡିଲେ ବେଲୁଚି ନେତା, ପାକ୍ ହାତରୁ ଖସୁଛି ବେଲୁଚିସ୍ଥାନ
ରୁଷ-ୟୁକ୍ରେନ ଆଲୋଚନା, ହୋଇପାରେ ୩୦ ଦିନିଆ ଅସ୍ତ୍ରବିରତି।
ହଂକଂ ଏବଂ ସିଙ୍ଗାପୁରରେ ପୁଣି ଥରେ କରୋନା ଭାଇରସ୍ ମାମଲା ବୃଦ୍ଧି, ଭାରତକୁ ସତର୍କ କଲେ ବିଶେଷଜ୍ଞ।
ଇସ୍କନର ମୁମ୍ବାଇ ଓ ବାଙ୍ଗାଲୋର ଦୁଇ ଶାଖା ମଧ୍ୟରେ କଳି। କାହାପାଖେ ରହିବ ସମ୍ପତ୍ତି? କୋର୍ଟରେ ପହଞ୍ଚିଲା ମାମଲା
=======================
ଆଜି ବିଶ୍ୱ ଟେଲି କମୁନିକେସନ ଦିବସ
ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ
ଆଜି ଜନ୍ମଦିନ: ପଙ୍କଜ ଉଦାସ, ଶ୍ୟାମ ରାମସେ, ଚାର୍ମି କୌର, ଗୋବିନ୍ଦ ମାଝୀ (ସାନ୍ତାଳୀ ଲେଖକ), ବିକାଶ ପତି (କ୍ରିକେଟ, ଜୟପୁର), ସନ୍ଦୀପ ପଟନାୟକ (କ୍ରିକେଟ, ଭୁବନେଶ୍ୱର)
ଇତିହାସରେ ଆଜି ଦିନ: (୧୫୪୦) କନୌଜ ଯୁଦ୍ଧରେ ହୁମାୟୁନକୁ ଦ୍ଵିତୀୟ ଥର ପରାସ୍ତ କଲା ଶେର ଶାହ/ (୧୭୭୫) ମରାଠା ଓ ଇଷ୍ଟ ଇଣ୍ଡିଆ କମ୍ପାନୀ ମଧ୍ୟରେ ଆରାସ ଯୁଦ୍ଧ ହେଲା/ (୧୯୮୭) ସୁନୀଲ ଗାଭାସ୍କରଙ୍କ ଟେଷ୍ଟ କ୍ରିକେଟରୁ ଅବସର/ (୧୯୮୭) ପାରସ୍ୟ ସାଗରରେ ୩୭ ଆମେରିକା ନାବିକଙ୍କୁ ଇରାକ ବୋମାମାଡ଼ କରି ମାରିଲା/ (୧୯୭୮) ଚାର୍ଲି ଚାପଲିନଙ୍କ ଚୋରି ହୋଇଥିବା କଫିନ ମିଳିଲା
=======================
*ବନ୍ଦେ ଉତ୍କଳ ଜନନୀ* 🪻🌻🪻
❤️
👍
🙏
😮
13