News ଖବର ଆଜିର
May 18, 2025 at 01:33 AM
*ଖବର ଆଜିର, ୧୮ ମେ, ରବିବାର* ======================= ଆଉ ସାତଦିନ ରାଜ୍ୟରେ ଜାରି ରହିବ କାଳବୈଶାଖୀ ସହ ଗୁଳୁଗୁଳି ଆରବ ସାଗରରେ ସୃଷ୍ଟି ହେଉଛି ଲଘୁଚାପ କ୍ଷେତ୍ର। ୨୨ ତାରିଖରେ ସାଇକ୍ଲୋନିକ୍ ସର୍କୁଲେସନ। odiaxpress ପଞ୍ଚାୟତ ସ୍ତରରେ ଖୋଲିବ ଆଧାର ଶିବିର। ବଡ଼ଚଣାରେ ପରୀକ୍ଷା ମୂଳକ ଭାବେ ଆଧାର ଶିବିର ଆୟୋଜନ ହେବ। କଟକ ହାଇକୋର୍ଟଙ୍କ ରାୟ, ପତ୍ନୀ ହୋଇ ପାରିବେ ସ୍ବାମୀଙ୍କ ଆଇନଗତ ଅଭିଭାବକ। ବଜ୍ରପାତ ମୃତ୍ୟୁକୁ ରୋକିବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଏବେ ଅଧିକ ତାଳଗଛ ଲଗାଇବ।odiaxpress ରାଜ୍ୟ ଜଂଗ୍ରେସରେ ସିଦ୍ଧାର୍ଥ ଦାଶ କୋଷାଧ୍ୟକ୍ଷ, ତାରା ବାହିନୀପତି ଉପସଭାପତି, ସନ୍ତୋଷ ସିଂ ସାଲୁଜା, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ଦେବାଶିଷ ପଟ୍ଟନାୟକ, ରାଜେନ ଏକ୍କା, ଲଲାଟେନ୍ଦୁ ମହାପାତ୍ର ଏବଂ ସସ୍ମିତା ବେହେରା ଉପସଭାପତି ରାଜ୍ୟରେ କମାଣ୍ଡୋ ତାଲିମ ନେବା ପାଇଁ ଅନିଛୁକ ୧୦ଜଣ ଆରପିଏଫ ଯବାନ ଚାକିରିରୁ ନିଲମ୍ୱିତ। ଶିଳ୍ପ ନାମରେ ଜମି ନେଇ କାମ କରୁନଥିବା ଶିଳ୍ପାନୁଷ୍ଠାନଙ୍କ ସହ ସଲାସୁତୁରା। ଦ୍ୱିତୀୟ ସୁଯୋଗ ଦେଲେ ରାଜ୍ୟ ସରକାର। odiaxpress ଭୂମିରେ ବସି ଦିବ୍ୟ ମହାପ୍ରସାଦ ଖାଇବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ। ପୁରୀ ପାଇଁ ବିପଦ। ଜଗନ୍ନାଥ ମନ୍ଦିର ଓ ସହର ବୁଲି ଭିଡିଓ ବନାଇଲା ପାକିସ୍ତାନୀ ଗୁପ୍ତଚର ୟୁଟ୍ୟୁବର ଝିଅ ଜ୍ୟୋତି କୋଭିଡ୍‌ ଆଳରେ ୫ ବର୍ଷ ହେଲା ବନ୍ଦ ହୋଇଛି ଶ୍ରୀଗୁଣ୍ଡିଚା ମନ୍ଦିର, ରୋହିଣୀ କୁଣ୍ଡରେ ବି ତାଲା ଜୁନ ୨୨ରେ ଯାଜପୁରରେ ଟାଟା ପ୍ରକଳ୍ପର ଶୁଭାରମ୍ଭ, ୩୪ ହଜାର ନିଯୁକ୍ତ ହେବେ ବୋଲି ଦାବୀ। odiaxpress ସରକାରୀ ‘ଷଡ଼୍‌ଯନ୍ତ୍ର’ରେ ଓଡ଼ିଶା ଏଫ୍‌ସି। ଫୁଟବଲ ଜର୍ସିର ଆଗପଟେ ‘ଓଡ଼ିଶା’ ଲେଖାକୁ ନେଇ ଟଣାଓଟରା ନବରଙ୍ଗପୁର ଡାବୁଗାଁ ‘ଭାରତମାଳା’ ରାସ୍ତା ଉପରେ ମକାଚାଷୀଙ୍କ ଅବୈଧ କବ୍‌ଜା, ଥାନାରେ ଏତଲା ଭଦ୍ରକ ବାସୁଦେବପୁରରେ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ କନିଷ୍ଠ ଯନ୍ତ୍ରୀ। ଗଞ୍ଜାମ ମୋହନାରେ ବସ୍ -ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ, ଦୁଇ ଆହତ। ଭଦ୍ରକ ହସପିଟାଲ ଡାକ୍ତର ଓ ନର୍ସଙ୍କ ନାମରେ ନିର୍ଯାତନା ଅଭିଯୋଗ ଆଣିଲେ ପୀଡ଼ିତା, କଲେ ଆତ୍ମହତ୍ୟା ଉଦ୍ୟମ କଟକ ଜଗତପୁର ନୂତନ ଶିଳ୍ପାଞ୍ଚଳର ବିସ୍କୁଟ କମ୍ପାନିରେ ଅଗ୍ନିକାଣ୍ଡ ଘଟି ୧ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ସଂପତ୍ତି ନଷ୍ଟ ଆଜି ଲଣ୍ଡନ ଚେମ୍ସଫୋର୍ଡରେ ଜଗନ୍ନାଥଙ୍କୁ ନେଇ ଖେଳ। ଇସ୍କନ ଦ୍ୱାରା ହେବ ଅଦିନିଆ ରଥଯାତ୍ରା।odiaxpress ଆଇପିଏଲରେ ଆଜି ମୁକାବିଲା, ରାଜସ୍ଥାନ ସହ ପଞ୍ଜାବ ଓ ଦିଲ୍ଲୀ ସହ ଗୁଜୁରାଟ। ବାତିଲ ମ୍ୟାଚରୁ ଆରସିବି କୁ ୧ ପଏଣ୍ଟ, କଲିକତା ବିଦା। ମାସିକିଆ ନିଯୁକ୍ତି ସର୍ଭେ ରିପୋର୍ଟରେ ଦେଶରେ ଏପ୍ରିଲ୍‌ ମାସରେ ବେରୋଜଗାରୀ ହାର ୫.୧ %। ଭାରତର ସାମରିକ ସୂଚନା ପାକିସ୍ତାନର ପୁରୁଷ ବନ୍ଧୁକୁ ପଠାଇବା ଅଭିଯୋଗରେ ହରିୟାଣା ହିସାର ଝିଅ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଗିରଫ। ଜାନୁଆରିରେ ପହଲଗାମ, ମାର୍ଚ୍ଚରେ ପାକିସ୍ତାନ ଯାଇଥିଲା। odiaxpress ଆସାମରେ ପାକିସ୍ତାନକୁ ସମର୍ଥନ କରୁଥିବା ୬୫ଜଣ ଦେଶଦ୍ରୋହୀ ଗିରଫ ତୁର୍କୀ ଏବଂ ଆଜରବାଇଜାନ ସହିତ ସମସ୍ତ ଏମଓୟୁ ରଦ୍ଦ କଲା ଚଣ୍ଡୀଗଡ଼ ବିଶ୍ଵବିଦ୍ୟାଳୟ। ବାଂଲାଦେଶରୁ ରେଡିମେଡ୍ ପୋଷାକ, ପ୍ରକ୍ରିୟାକୃତ ଖାଦ୍ୟ ଆମଦାନୀ ଉପରେ ବନ୍ଦର କଟକଣା ଲାଗୁ କଲା ଭାରତ ======================= ଆଜି ବିଶ୍ୱ ଏଡସ ଚିକିତ୍ସା ଦିବସ ବିଶ୍ୱ ସଂଗ୍ରହାଳୟ ଦିବସ (ମ୍ୟୁଜିୟମ) ଆଜି ଜନ୍ମଦିନ: ଭି ରାଧାକୃଷ୍ଣନ (ବୈଜ୍ଞାନିକ), ଦେବେ ଗୌଡା, ଅନନ୍ତ ବଜାଜ, ରବର୍ଟ ଭାଦ୍ରା, ପ୍ୟାରୀ ଜାଜା (ଫୁଟବଲ, ସୁନ୍ଦରଗଡ) ଆଜି ତିରୋଧାନ: ରିମା ଲାଗୁ ଇତିହାସରେ ଆଜି ଦିନ: (୧୮୪୮) ଜର୍ମାନୀର ପ୍ରଥମ ସଂସଦ ଆରମ୍ଭ/ (୧୯୧୨) ପ୍ରଥମ ଭାରତୀୟ ସିନେମା 'ଶ୍ରୀ ପୁଣ୍ଡଲିକ' ରିଲିଜ ହେଲା/ (୧୯୭୪) ପୋଖରାନରେ ଭାରତର ପ୍ରଥମ ଆଣବିକ ପରୀକ୍ଷା/ (୨୦୦୯) ପ୍ରଭାକରନ କୁ ହତ୍ୟା କଲା ଶ୍ରୀଲଙ୍କା, ତାମିଲ ଦେଶ ପାଇଁ ଯୁଦ୍ଧ ସରିଲା/ (୧୯୧୦) 'ହେଲି' ଧୂମକେତୁର ଲାଞ୍ଜ ପୃଥିବୀ ସହ ଘଷିହୋଇ ଚାଲିଗଲା ======================= *ବନ୍ଦେ ଉତ୍କଳ ଜନନୀ* 🪻🌻🪻
👍 ❤️ 🙏 😂 15

Comments