News ଖବର ଆଜିର
May 19, 2025 at 01:33 AM
*ଖବର ଆଜିର, ୧୯ ମେ, ସୋମବାର* ======================= ଆସନ୍ତା ସପ୍ତାହରେ ତାପମାତ୍ରା ବିଶେଷ ବଦଳିବ ନାହିଁ, କାଳବୈଶାଖୀ ଜାରି ରହିବ, ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ। odiaxpress ଚଳିତ ସପ୍ତାହରେ ଯୁକ୍ତ୨ ପରୀକ୍ଷାଫଳ ମେ’ ୨୧ କିମ୍ବା ୨୨ ତାରିଖରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷାଫଳ ପୁସ୍ତିକା ବାହାରିବ ଏବେ ଚେତା ପଶିଲା। ରାଜଧାନୀରେ ବାଂଲାଦେଶୀଙ୍କୁ ଖୋଜିବେ ପୋଲିସ। ଗଳିକନ୍ଦିରେ ଖୁନ୍ଦି ହୋଇଛନ୍ତି ଭୁବନେଶ୍ୱରରେ ଖୋଲିବ ଜାତୀୟ ଗୁଇନ୍ଦା ଏନଆଇଏ ଶାଖା, ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି। odiaxpress ଆଜି ଭୁବନେଶ୍ୱର ଅଶୋକନଗର ନୂଆ କାର୍ଯ୍ୟାଳୟରେ ସକାଳ ୮ଟାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଆଜି ପୁରୀ ଶ୍ରୀକ୍ଷେତ୍ରରେ ଭଉଁରୀ ଉତ୍ସବ, ପରମ୍ପରା ଅନୁଯାୟୀ ଅଖ ଡେରା ନୀତି ସମ୍ପୂର୍ଣ କରିବେ ଭୋଇ ସେବକ। ବେସାମରିକ ସୁରକ୍ଷା ବଳକୁ ରାଜ୍ୟ ସରକାର ଦେବେ ଦିନକୁ ମଜୁରୀ ୩୧ଟଙ୍କା। କେହି ବି କାମ କରିବାକୁ ନାରାଜ। odiaxpress ନୟାଗଡରୁ ବୌଦ୍ଧକୁ ଗଡିବ ରେଳ, ୩୦୦ ଶଯ୍ୟା ବିଶିଷ୍ଟ ହେବ ଡାକ୍ତରଖାନା। ଜଟଣୀ କନ୍ତିଆରେ ୧୫ଏକର ଜମିର ମାଲିକାନା ମାମଲାରେ ଶ୍ରୀମନ୍ଦିର ପ୍ରଶାସନ ସପକ୍ଷରେ ହାଇକୋର୍ଟଙ୍କ ରାୟ। ନବରଙ୍ଗପୁର ଜିଲ୍ଲାର ବିକଳ ଚିତ୍ର। ପ୍ରତ୍ୟେକ ଦିନ ଶହଶହ ଦାଦନ ଯାଉଛନ୍ତି ହାଇଦ୍ରାବାଦ, ବିଜୟୱାଡା, ଅମରାବତୀ, ଚେନ୍ନାଇ, କେରଳ, ନାଗପୁର, ପୁଣେ ମୟୁରଭଞ୍ଜ ରାଇରଙ୍ଗପୁର ଆଶ୍ରୟ ଗୃହରେ ବୃଦ୍ଧବୃଦ୍ଧାଙ୍କ ବଦଳରେ ରହୁଛନ୍ତି ସରକାରୀ କର୍ମଚାରୀ, ଠିକାଦାର, ବସ୍ ଓ ଟ୍ରକ୍ ଚାଳକ, ହେଲପର ଓ କ୍ଷୁଦ୍ର ବ୍ୟବସାୟୀ। odiaxpress ଅଶାନ୍ତ ରାଜଧାନୀର ଭିଏସ ଏସ ନଗରରେ ଜଣଙ୍କ ମୁଣ୍ଡରେ ବିୟର ବୋତଲ ଛେଚା ହେଲା, ଜଣେ ଗିରଫ କେନ୍ଦୁଝର ପାଟଣାରେ ଚୋରା ଚାଲଣବେଳେ ୬୫ରୁ ଅଧିକ ଗୋରୁ ଉଦ୍ଧାର, କଲିକତାକୁ ନେଉଥିଲେ ମାଫିଆ। odiaxpress ସମ୍ବଲପୁର ଜିଲ୍ଲା ବାମରା ମଝିପଡ଼ାରେ ଜମିବାଡ଼ି ପାଇଁ ସ୍ୱାମୀ ପରିତ୍ୟକ୍ତା ମଝିଆ ଭଉଣୀକୁ ଭାଇ ଭଉଣୀ ହତ୍ୟା କରି ଗିରଫ ରାଉରକେଲାରେ ସେଲଫି ରିଲ କଲାବେଳେ କୋଏଲ ନଦୀରେ ଭାସିଯାଇ ଜଣେ ଛାତ୍ର ନିଖୋଜ। ଗଜପତି ଜିଲ୍ଲା ମାରଲବା ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଏକାଧିକ ଯାତ୍ରୀ ଗୁରୁତର। odiaxpress କଟକ କାଠଯୋଡିରେ ବୁଡି ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଇଞ୍ଜିନିୟର ନିଖୋଜ । ଫୁଲବାଣୀ ମାଷ୍ଟରପଡା ତୋଟାସାହିରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତକ ସିଦ୍ଧାର୍ଥ ଶଙ୍କର ପଣ୍ଡା (୨୮)। କଟକରେ ଗାଡ଼ି ଦେବା ନାମରେ ୧.୮୦ ଲକ୍ଷ ଟଙ୍କା ଲୁଟ, ଅଭିଯୁକ୍ତ ପ୍ରିୟବ୍ରତ ଦାସ ଗିରଫ। ସମ୍ବଲପୁର ନିଶାସକ୍ତ। ବିପୁଳ ନିଶା ଦ୍ରବ୍ୟ ସହିତ କାର ଓ ବୁଲେଟ ଜବତ, ୭ ଗିରଫ। odiaxpress ୟୁକ୍ରେନ ଉପରେ ରୁଷର ବଡ ହମଲା, ଏକା ସଙ୍ଗେ ମାଡ କଲା ୨୭୩ ଡ୍ରୋନ। ଆଇପିଏଲରେ ଗୁଜରାଟ୍ ଟାଇଟନ୍ସର ବିଜୟ। ସୁପରଜାଏଣ୍ଟସ୍ ପାଇଁ ଆଜି କର ବା ମର ସ୍ଥିତି। ରାଜସ୍ଥାନକୁ ୧୦ ରନରେ ପରାସ୍ତ କରି ପ୍ଲେ-ଅଫ୍ ସମ୍ଭାବନାକୁ ବଢାଇଲା ପଂଜାବ। ହାଇଦ୍ରାବାଦରେ ଚାରମୀନାର ନିକଟରେ ଭୟଙ୍କର ଅଗ୍ନିକାଣ୍ଡରେ ୧୭ ମୃତ, ଅନେକ ସମ୍ପତ୍ତି ଜଳି ପାଉଁଶ। odiaxpress ପାକିସ୍ତାନ ଗୁପ୍ତଚର ହରିୟାଣାର ଜ୍ୟୋତି ମାଲହୋତ୍ରା ଗିରଫ ପରେ ଏବେ ପୁରୀ କାଳିକାଦେବୀ ସାହିର ପ୍ରିୟଙ୍କା ସେନାପତିକୁ ପୁଲିସ ଜେରା ପାକିସ୍ତାନର ସିନ୍ଧରେ ଲସ୍କରର କମାଣ୍ଡର ଆତଙ୍କୀ ସୈଫୁଲ୍ଲା ନିହତ। ଦେବାଳିଆ ପାକିସ୍ଥାନକୁ ଆର୍ଥିକ ସାହାଯ୍ୟ ପାଇଁ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏଗାରଟି ସର୍ତ୍ତ ରଖିଲା ବିଶ୍ୱର ପ୍ରଥମ ମାନବ ମୂତ୍ରାଶୟ ପ୍ରତିରୋପଣ କଲେ କାଲିଫର୍ଣ୍ଣିଆର ଡାକ୍ତର ଦଳ। ======================= ଆଜି ଜନ୍ମଦିନ: ନିଲମ ସଂଜୀବ ରେଡ୍ଡୀ, ନାଥୁରାମ ଗଡସେ, ରସକିନ ବଣ୍ଡ, ନୱାଜୁଦ୍ଦିନ ସିଦ୍ଧିକି, ବାଲି ସାଗୁ ଆଜି ତିରୋଧାନ: ଜାମସେତଜୀ ଟାଟା ଇତିହାସରେ ଆଜି ଦିନ: (୧୫୭୧) ଫିଲିପାଇନ୍ସ ମାନିଲା ସହର ପ୍ରତିଷ୍ଠା ହେଲା/ (୧୯୩୦) ଦକ୍ଷିଣ ଆଫ୍ରିକାରେ ଗୋରା ମହିଳାଙ୍କୁ ଭୋଟ ଅଧିକାର ମିକିଲା/ (୧୯୯୯) ଫିଜି ଦେଶର ପ୍ରଧାନମନ୍ତ୍ରୀ ହେଲେ ମହେନ୍ଦ୍ର ଚୌଧୁରୀ/ (୨୦୦୮) ନାଥୁଲା ରୁ ଭାରତ ଚୀନ ବ୍ୟବସାୟ ପୁଣି ଆରମ୍ଭ/ (୧୫୩୬) ଇଂଲଣ୍ଡ ରାଣୀ ଆନି ବୋଲିନଙ୍କ ମୁଣ୍ଡକାଟ ======================= *ଗଛ ବଞ୍ଚାନ୍ତୁ। କାଗଜ ନଷ୍ଟ କରନ୍ତୁ ନାହିଁ* *ବନ୍ଦେ ଉତ୍କଳ ଜନନୀ* 🪻🌻🪻
❤️ 👍 😮 🙏 11

Comments