News ଖବର ଆଜିର
May 20, 2025 at 01:37 AM
*ଖବର ଆଜିର, ୨୦ ମେ, ମଙ୍ଗଳବାର*
=======================
ରାଜ୍ୟରେ ଆଉ ୪ ଦିନ ଯାଏଁ କାଳବୈଶାଖୀ ଓ ବର୍ଷା ହେବ। ଅନେକ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ହେବ।
ଆରବସାଗରରେ ସୃଷ୍ଟି ହେଉଛି ଲଘୁଚାପ କ୍ଷେତ୍ର, ୨୨ ତାରିଖ ବେଳକୁ ହୋଇପାରେ ଲଘୁଚାପ
ରାଜ୍ୟରେ ହେବ ପଟ୍ଟା ସଂଶୋଧନ। ୪ ଡିସିମିଲ୍ରୁ କମ୍ ଥିବା ମାଲିକଙ୍କୁ ସରକାର ଦେବେ ଜାଗା।
ଆଜି ଯୁକ୍ତ ତିନି ଆବେଦନ ସମୟସୀମା ସରିବ। କିନ୍ତୁ ଏ ପର୍ଯ୍ୟନ୍ତ ଦ୍ୱାଦଶ ପରୀକ୍ଷା ଫଳ ବାହାରିନି। ଶିକ୍ଷା ବିଭାଗର ବିଚିତ୍ର କାମ
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ୧୪ ଜଣଙ୍କୁ ବଣ୍ଟାହେଲା ୧୩ ଲକ୍ଷ ୫୦ ହଜାର ଟଙ୍କା ସହାୟତା।
ପୁରୀରେ ନରେନ୍ଦ୍ର ପୋଖରୀରେ ୨୧ ଘେରା ଚାପ ଖେଳିଲେ ମହାପ୍ରଭୁ।
ପୁରୀରେ ରଥର ଚକ-ଅଖ ଡେରା ବିଧି ସମ୍ପନ୍ନ, ମହାପ୍ରଭୁଙ୍କ ଆଜ୍ଞାମାଳ ଲାଗି, ପଡ଼ିଲା ହରିବୋଲ।
ଜିଆଇ ଟ୍ୟାଗ୍ ମାନ୍ୟତା ଦୌଡ଼ରେ ରହିଛି ଭଦ୍ରକର ପାଳୁଅ ଲଡୁ। odiaxpress
ଏବେ ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ମନ୍ଦିର ହେଲା ଖେଳଘର। ମନ୍ଦିର ଉପରେ ଉଡ଼ିଲା ଡ୍ରୋନ।
ବନ୍ତଳା ସାତକୋଶିଆରେ ଅଣ୍ଡାରୁ ଫୁଟିଲେ ୨୯ ଘଡିଆଳ କୁମ୍ଭୀର। odiaxpress
ପ୍ରୋଭିଡେଣ୍ଟ ଫଣ୍ଡ ଅଫିସରେ ଆଠଦିନ ହେଲା ଚାଲୁନି ସର୍ଭର। ଲୋକେ ନିରାଶ, କର୍ମଚାରୀ କରୁଛନ୍ତି ମଉଜ
ଭୁବନେଶ୍ୱର ଭରତପୁର ପୋଲିସ ଓ କର୍ଣ୍ଣେଲ ବାନ୍ଧବୀ ମାମଲାରେ, ୪ ପୋଲିସ କର୍ମଚାରୀଙ୍କ ଉପରୁ ନିଲମ୍ବନ ଆଦେଶ ଉଠିଲା
ଓଡ଼ିଶାରୁ ବେଆଇନ ବାଂଲାଦେଶୀ ବିଦା ପାଇଁ ଲାଗିଛି ସ୍ପୋଶାଲ ଟାସ୍କ ଫୋର୍ସ। ରାଜ୍ୟସାରା ଗଳିକନ୍ଦିରେ ଖୁନ୍ଦି ହୋଇ ସାରିଲେଣି
ରାଜ୍ୟରେ ପାନୀୟଜଳ ସଙ୍କଟ। ଶହଶହ କୋଟି ଟଙ୍କାର ପାନୀୟଜଳ ପ୍ରକଳ୍ପ ଗୁଡିକ ଅଧାରେ ଅଟକି ଯାଇଛି। odiaxpress
ଅଶାନ୍ତ ରାଜଧାନୀରେ ଯୁବତୀଙ୍କ ଉପରକୁ ଏସିଡ୍ ଫିଙ୍ଗିଲା ଯୁବକ। କାବୁ କରି ପୋଲିସର ଜିମା ଦେଲେ ଲୋକେ।
କେନ୍ଦୁଝର ହରିଚନ୍ଦନପୁରରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ରାସ୍ତା ଉପରୁ ୩୦ ଫୁଟ ତଳକୁ ଖସିଲା। ଡ୍ରାଇଭର ଆହତ
ନବରଙ୍ଗପୁର ଦାବୁଗାଁ ରେ ପୁଣି ୧୫ ବର୍ଷର ନାବାଳିକା ୮ ମାସର ଗର୍ଭବତୀ। ଥାନାରେ ଏତଲା
କନ୍ଧମାଳ ବାଲିଗୁଡାରେ ଯୁବତୀଙ୍କୁ ଛଅ ଦିନ ଗଣ ନିର୍ଯ୍ୟାତନା। ୩ ଗିରଫ, ଅଟୋ ଜବତ.। odiaxpress
କୋରାପୁଟ ଜିଲ୍ଲା କାକି ଗାଁର କିନ୍ନର ପୂଜକ ଶଙ୍କର ରାନ୍ଧିକୁ ଠେଙ୍ଗାରେ ପିଟି ନିର୍ମମ ହତ୍ୟା କଲା ପଡୋଶୀ
ହକି ଇଣ୍ଡିଆ ଲିଗ୍ ଲାଗି ଖେଳାଳୀ ପଞ୍ଜିକରଣ ଆରମ୍ଭ।
ଆଇପିଏଲରେ ପ୍ଲେ ଅଫ୍ରୁ ବାଦ୍ ପଡ଼ିଲା ଲକ୍ଷ୍ନୌ ସୁପର ଜାଏଣ୍ଟସ, ୬ ଓ୍ଵିକେଟ୍ରେ ଜିତିଲା ହାଇଦ୍ରାବାଦ। ଆଜି ଖେଳିବେ ଚେନ୍ନାଇ ଓ ରାଜସ୍ଥାନ।
ପହଲଗାମ ଆକ୍ରମଣ ପରେ ପାକ୍ ଦୂତାବାସକୁ କେକ୍ ନେଉଥିବା ଲୋକ ସହ ଗୁପ୍ତଚର ଜ୍ୟୋତିର ଖୁସି ମୁହୂର୍ତ୍ତର ଫଟୋ ଭାଇରାଲ।
ସୁପ୍ରିମକୋର୍ଟଙ୍କ ରାୟ, ହାଇକୋର୍ଟର ସମସ୍ତ ବିଚାରପତିଙ୍କୁ ମିଳିବ ପୂର୍ଣ୍ଣ ପେନସନ
ପୋଲାଭରମ୍ ପ୍ରକଳ୍ପ ପାଇଁ ୪ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦୀଙ୍କ ବୈଠକ ୨୮ ତାରିଖରେ
ବଢୁଛି ସୁନାର ଦାମ। ଷ୍ଟକ ମାର୍କେଟରେ ନିବେଶକମାନେ ନିବେଶ କରିବାପାଇଁ ଅନିଛୁକ
ଧୀମେଇ ଯାଇଥିଲେ ଗୁଇନ୍ଦା ସଂସ୍ଥା। ବର୍ତ୍ତମାନ ବିଭିନ୍ନ ରାଜ୍ୟରୁ ଏଗାର ଗୁପ୍ତଚର ଧରା ପଡିଲେଣି। odiaxpress
ଅଭିନେତ୍ରୀ ଶିଳ୍ପା ଶିରୋଦକର କରୋନା ପୀଡିତ। ଭାରତରେ ୫୮ ଜଣ ରୋଗୀ ଚିହ୍ନଟ। ସତର୍କ ରୁହନ୍ତୁ
ପରମାଣୁ ଆକ୍ରମଣ ସଂକ୍ରାନ୍ତ ଟ୍ରମ୍ପଙ୍କ ବୟାନ ମିଛ, ଅସ୍ତ୍ରବିରତିରେ ଆମେରିକାର ଭୂମିକା ନାହିଁ କହିଲା ଭାରତ
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ପ୍ରୋଷ୍ଟେଟ କର୍କଟ ରୋଗରେ ପୀଡ଼ିତ
ଗାଜାର ସମସ୍ତ ଅଞ୍ଚଳ ଦଖଲ କରିବାକୁ ଇସ୍ରାଏଲର ଘୋଷଣା। ଦକ୍ଷିଣାଞ୍ଚଳ ଖାଲି କରିବାକୁ ନିର୍ଦ୍ଦେଶ
=======================
ଆଜି ବିଶ୍ୱ ପାଣିପାଗ ଦିବସ
ବିଶ୍ୱ ମହୁମାଛି ଦିବସ
ଅନ୍ତର୍ଜାତୀୟ ମାନବ ସମ୍ବଳ ଦିବସ
ଆଜି ଜନ୍ମଦିନ: ଏନଟି ରାମାରାଓ (ଜୁନିୟର), ଗୁରୁ ଚନ୍ଦ୍ରଶେଖର ସରସ୍ୱତୀ, ଅଞ୍ଜୁମ ଚୋପ୍ରା
ଆଜି ତିରୋଧାନ: ବିପିନ ପାଲ, ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ
ଇତିହାସରେ ଆଜି ଦିନ: (୧୪୯୮) ଦୁଇବର୍ଷ ଭ୍ରମଣ କରି ଭାସ୍କୋଡା ଗାମା କେରଳ କାଲିକଟରେ ପହଁଚିଲେ/ (୧୮୭୩) ବିଶ୍ୱର ପ୍ରଥମ ଜିନ୍ସ ତିଆରି କରି ଆମେରିକାର ଲେଭି ପୁରସ୍କୃତ ହେଲେ/ (୨୦୦୩) ହିଜବୁଲ ମୁଜାହିଦ୍ଦିନ କୁ ପାକିସ୍ତାନ ବ୍ୟାନ କଲା/ (୧୯୬୫) ଅବତାର ସିଂ ପ୍ରଥମ ଭାରତୀୟ ଏଭରେଷ୍ଟ ଆରୋହଣକାରୀ ହେଲେ
=======================
*ଗଛ ବଞ୍ଚାନ୍ତୁ। କାଗଜ ନଷ୍ଟ କରନ୍ତୁ ନାହିଁ*
*ବନ୍ଦେ ଉତ୍କଳ ଜନନୀ* 🪻🌻🪻
👍
❤️
😮
🙏
10