News ଖବର ଆଜିର
May 24, 2025 at 01:31 AM
*ଖବର ଆଜିର, ୨୪ ମେ, ଶନିବାର*
=======================
ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଆଠଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ, ୟେଲୋ ୱାର୍ଣ୍ଣିଂ ଜାରି।
ଆସନ୍ତା ୨୭ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା
ଯୁକ୍ତ ଦୁଇ ନାମଲେଖା ନିମନ୍ତେ ଆବେଦନ ଲାଗି ବିଜ୍ଞପ୍ତି ପ୍ରକାଶ। ଆବେଦନ ଶେଷ ତାରିଖ ଜୁନ ୩୦
ମେ’ ୨୬ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ।
ଯୁକ୍ତ ଦୁଇ ରି-ଚେକିଂ ଓ ରି-ଆଡିସନ୍ ପାଇଁ ବିଜ୍ଞପ୍ତି ପ୍ରକାଶ, ଜୁନ୍ ୧୩ ଯାଏଁ ଆବେଦନ କରିପାରିବେ।
ଅନୁସୂଚିତ ଜାତି ଓ ଜନଜାତି ଯୁବକଙ୍କୁ ଦିଆଯିବ ନିଯୁକ୍ତି ଭିତ୍ତିକ ତାଲିମ୍, ମାସକୁ ମିଳିବ ହଜାରେ ଟଙ୍କା ଷ୍ଟାଇପେଣ୍ଡ, ଆବେଦନ ଶେଷ ତାରିଖ ଜୁନ୍ ୧୬। odiaxpress
ରାଜସ୍ୱ ମନ୍ତ୍ରୀ ପୂଜାରୀ କହିଲେ, କୋରାପୁଟ କୋଟିଆ କେଶରେ ଆମେ ଆନ୍ଧ୍ର ପାଖରୁ ହାରି ଯାଇଛୁ
ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା କରିବାପାଇଁ ଟଙ୍କା ଦେବେ ସରକାର, କହିଲେ ଆଇନ ମନ୍ତ୍ରୀ। odiaxpress
ମେ’ ୨୬ରେ ମିଳିବ ସାବିତ୍ରୀ ଅମାବାସ୍ୟା ସରକାରୀ ଛୁଟି।
ଭୁବନେଶ୍ୱରରେ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ନୀତି ନିର୍ଘଣ୍ଟ, ୩୦ ତାରିଖ ରାତି ୧୨.୫୦ରୁ ୩ଟା ମଧ୍ୟରେ ପଡ଼ିବ ହସ୍ତଗଣ୍ଠି।
ମେ’ ୩୧ରୁ ଜୁନ ୨୬ ପର୍ଯ୍ୟନ୍ତ ପାଳନ ହେବ ନିଶା ନିବାରଣ କାର୍ଯ୍ୟକ୍ରମ। କିନ୍ତୁ ମଦ ଦୋକାନ ଓ ବାର ସବୁଦିନ ଖୋଲା ରହିବ।
ପୁରୀ ଶ୍ରୀମନ୍ଦିର ଉପରେ ଲାଗିବ ଡ୍ରୋନ ନିରୋଧକ ଯନ୍ତ୍ରପାତି। odiaxpress
ଭୁବନେଶ୍ୱର ଖାରବେଳ ନଗରରେ ସିରିଜ ଦୁର୍ଘଟଣା, ପଛକୁ ପଛ ୪ଟି କାର ପିଟି ହୋଇଗଲେ
ସମସ୍ତଙ୍କ ସାମ୍ନାରେ ହେଉଥିବା ସୁନ୍ଦରଗଡ଼ ଖଣି ଦୁର୍ନୀତିର ତଦନ୍ତଭାର ଏତେ ଦିନପରେ ଗଲା ଭିଜିଲାନ୍ସ ପାଖକୁ।
ପୁରୀ ପିପିଲିରେ ଭିତ୍ତିପ୍ରସ୍ତର ଫଳକ ଭଙ୍ଗାକୁ ନେଇ ରାଜନୀତି, ଏନଏସି କାର୍ଯ୍ୟାଳୟ ଘେରିଲା ବିଜେପି
କେନ୍ଦୁଝର ସିଲିପଦା ଗାଁରେ ନାତି ଜନ୍ମ ଦିନରେ,ଏକାସାଙ୍ଗେ ନଦୀରେ ଚାଲିଗଲା ଜେଜେ ନାତିଙ୍କ ଜୀବନ।
ଭୁବନେଶ୍ୱର କେଦାରପଲ୍ଲୀ ବସ୍ତିରେ ହତ୍ୟାକାରୀର ଘର ଉପରେ ବୁଲିଲା ବୁଲଡୋଜର। ବୁଢ଼ୀ ମା ହେଲା ବେସାହାରା
ବନ୍ଧା ହେଲା ବେଗୁନିଆ ଭଦ୍ର ଠକ, କାମ୍ବୋଡିଆରେ ଉଚ୍ଚ ବେତନର ଚାକିରି ଆଶା ଦେଖାଇ ଠକୁଥିଲା କୋଟି କୋଟି। odiaxpress
ବାରିପଦା ମ୍ୟୁନିସିପାଲଟି କିରାଣି ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ
କଟକ ବୟାଳିଶ ମୌଜା ବନ୍ଧୁକ ରାକେଟ ମାଷ୍ଟରମାଇଣ୍ଡ ବିହାର ମୁଙ୍ଗେରରେ ଧରାପଡିଲା। odiaxpress
କ୍ରିକେଟ ଆଇପିଏଲ, ଅହମଦାବାଦରେ ଖେଳାଯିବ ଫାଇନାଲ। ବେଙ୍ଗାଲୁରୁକୁ ହରାଇଲା ହାଇଦ୍ରାବାଦ। ଜୟପୁରରେ ଆଜି ପଞ୍ଜାବ ଓ ଦିଲ୍ଲୀ ମୁକାବିଲା।
ଇସ୍ରାଏଲର କମ୍ପାନୀ ଓ ଭାରତୀୟ ଡିଫେନ୍ସ ଫାର୍ମ ମିଳିତ ନିର୍ମାଣ କରିବେ ଡ୍ରୋନ, ହେଲା ବଡ଼ ଘୋଷଣା।
ପାକିସ୍ତାନ ବିମାନ ପାଇଁ ବାୟୁସୀମା ପ୍ରତିବନ୍ଧକ ଏକ ମାସ ବୃଦ୍ଧି କଲା ଭାରତ
ଆପଲକୁ ଟ୍ରମ୍ପ ଧମକ। ଭାରତ ନିର୍ମିତ ଆଇଫୋନ ଆମେରିକାରେ ବିକିଲେ ଲାଗିବ ୨୫% ଟ୍ୟାକ୍ସ
=======================
ଆଜି ଜନ୍ମଦିନ: ବଚେନ୍ଦ୍ରୀ ପାଲ, ରାଜଦୀପ ସରଦେଶାଇ, ରାଜେଶ ରୋଶନ, କର୍ତ୍ତାର ସିଂ, ଗୋକୁଳାନନ୍ଦ ମହାପାତ୍ର (ବୈଜ୍ଞାନିକ ଲେଖକ, ଭଦ୍ରକ), ଏଡୱାର୍ଡ ଲେଭିଙ୍ଗ (ବ୍ରିଟିଶ, କଟକ)
ଇତିହାସରେ ଆଜି ଦିନ: (୧୮୩୦) ଆମେରିକାରେ ପ୍ରଥମ ରେଳରୋଡ଼ ସେବା ଆରମ୍ଭ/ (୧୮୭୫) ଆଲିଗଡ଼ ୟୁନିଭରସିଟି ସ୍ଥାପନା/ (୧୯୮୫) ବାଙ୍ଗଲାଦେଶ ତୋଫାନରେ ଦଶହଜାର ମୃତ
=======================
*ଗଛ ବଞ୍ଚାନ୍ତୁ। କାଗଜ ନଷ୍ଟ କରନ୍ତୁ ନାହିଁ*
*ବନ୍ଦେ ଉତ୍କଳ ଜନନୀ* 🪻🌻🪻
👍
❤️
🙏
😮
16