News ଖବର ଆଜିର
June 5, 2025 at 01:32 AM
*ଖବର ଆଜିର, ୫ ଜୁନ, ଗୁରୁବାର* ======================= ମୌସୁମୀ ପୁଣି ସକ୍ରିୟ ହେବା ଯାଏଁ ଅସ୍ଵାଭାବିକ ପାଗ ରହିବ। ଜୁନ୍‌ ୭ରୁ ୧୦ ତାରିଖ ବର୍ଷର ସବୁଠାରୁ ଉତ୍ତପ୍ତ ଦିନ ହେବ ପିଜି ନାମଲେଖା ପାଇଁ ୮ ତାରିଖ ଯାଏଁ ପସନ୍ଦର ଶିକ୍ଷାନୁଷ୍ଠାନ ବାଛିହେବ। ସାମାଜିକ ଆର୍ଥିକ ପଛୁଆ ବର୍ଗଙ୍କୁ ତଥ୍ୟ ଦାଖଲ ସୁଯୋଗ ମିଳିବ। odiaxpress ରାଜ୍ୟରେ ୧୩ ବିଶ୍ବବିଦ୍ୟାଳୟରେ କୁଳପତି ପଦ ପାଇଁ ଦରଖାସ୍ତ ଆହ୍ବାନ। ଆଶାୟୀଙ୍କ ଲବି ଆରମ୍ଭ ଚାରିଦିନିଆ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ ୬ ତାରିଖରୁ ଆରମ୍ଭ। ଜୟଦେବ ଭବନରେ ୯ଟି ଭାଷାରେ ପ୍ରଦର୍ଶିତ ହେବ। ଆସନ୍ତା ମାସରୁ ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ବବିଦ୍ୟାଳୟ ରେ ଓଡ଼ିଆ ଭାଷାରେ ଏମବିଏ ଶିକ୍ଷା ଆରମ୍ଭ ହେବ। odiaxpress ମଙ୍ଗଳବାର ଦିନ ବନ୍ଦ ରହିବ ପୁରୀ-ରାଉରକେଲା ବ‌‌ନ୍ଦେ ଭାରତ ଏକ୍ସପ୍ରେସ କୋରାପୁଟ ମେଡ଼ିକାଲ କଲେଜରେ ଉତ୍ତେଜନା। ଭୁଲ୍ ଇଞ୍ଜେକସନ ଯୋଗୁଁ ଛଅ ଜଣଙ୍କ ଜୀବନ ଚାଲିଗଲା ବୋଲି ଅଭିଯୋଗ। ବାଲେଶ୍ବରରେ ବେଆଇନ ବିସ୍ଫୋରକ ବିକ୍ରିବଟା। ଭୂମିକାରେ ପଥର ମାଫିଆ କଟକ ଜଗତପୁରରେ ନକଲି ମୋବିଲ କାରଖାନା ଉପରେ ଚଢାଉ। odiaxpress କାଳବୈଶାଖୀ ପ୍ରଭାବରେ ଗଛ ପଡି ରାସ୍ତା ଅବରୋଧ, ପାରାଦୀପ କଟକ ରାସ୍ତାରେ ତିନିଘଣ୍ଟା ଯାତାୟାତ ଠପ୍ ୩ ଦଫା ଦାବିରେ କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟ ଖଣ୍ଡୁଆଲମାଲି ସ୍ଥାୟୀ ସୁରକ୍ଷା ସମିତିର ତହସିଲ ଘେରାଉ ରାୟଗଡ଼ା ରକ୍ତଭଣ୍ଡାରରେ ରକ୍ତ ଅଭାବ ଯୋଗୁଁ ଜଣେ ନାବାଳକଙ୍କ ମୃତ୍ୟୁ ପରେ ପରିବାର ଲୋକ ଧାରଣାରେ ବସିଲେ ବ୍ରହ୍ମପୁରରେ ମହିଳା ଥାନା ଏଏସଆଇ ୧୦ ହଜାର ଲାଞ୍ଚ ନେଲାବେଳେ ଧରା ପଡିଲେ। ବାଲି ମାଫିଆଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ଯାଜପୁର କଚେରିଗାଁର ତପନ ଲେଙ୍କାଙ୍କର ମୃତ୍ୟୁ। odiaxpress ପାରାଦ୍ଵୀପ ବରଫ କାରଖାନାରୁ ଆମୋନିଆ ଗ୍ୟାସ ଲିକ୍, ୪ ଅସୁସ୍ଥ। କଟକ ବାରଙ୍ଗରେ ବାପାଙ୍କ ମୁତ୍ୟୁରେ ଦୁଃଖୀ ଝିଅ କୂଅକୁ ଡେଇଁଲା, ଗୁରୁତର ହୋଇ ଚିକିତ୍ସିତ ମାଲକାନଗିରିରେ ବ୍ୟବସାୟୀଙ୍କ ଠାରୁ ଝାମ୍ପିନେଲେ ୧୨୦୦ ଗ୍ରାମ ସୁନା, ନଗଦ ୨ ଲକ୍ଷ ଟଙ୍କା ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୧ରୁ ଆରମ୍ଭ ହେବ । ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ହେବ ଜନଗଣନା। ୨୦୧୧ ରେ ଶେଷ ଗଣନା ହୋଇଥିଲା। odiaxpress ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିଅମ ବାହାରେ ଆଇପିଏଲ ବିଜୟ ଉତ୍ସବ ପାଳନ ବେଳେ ଦଳାଚକଟା, ୧୧ ମୃତ, ୧୫୦ ଆହତ। ବିଚାରପତିଙ୍କୁ ସତର୍କ କରାଇଲେ ସିଜେଆଇ। ଅବସର ପରେ ସରକାରୀ ପଦ ଗ୍ରହଣ ଓ ନିର୍ବାଚନ ଲଢ଼ିବା ଅନୁଚିତ ଦୁଇ ଚୀନ ବୈଜ୍ଞାନିକ ଗିରଫ।ଆମେରିକାକୁ ବିଷାକ୍ତ ସଂକ୍ରମଣ ଆଣିବା ପାଇଁ ଉଦ୍ୟମ କରୁଥିଲେ। ପାକିସ୍ତାନରେ ହିନ୍ଦୁ ଯୁବକଙ୍କୁ ନିର୍ମମ ଆକ୍ରମଣ। ମିଡିଆ ଉଦ୍ୟୋଗୀ ସଲମାନ ଫାରୁକ ଗିରଫ, ଭିଡିଓ ଭାଇରାଲ। odiaxpress ପାକିସ୍ତାନର ୫ ଲକ୍ଷ ଅହମଦିଆ ମୁସଲମାନ ଇଦ୍ ପାଳନ କରିବେ ନାହିଁ। ସରକାରଙ୍କ କଡ଼ା ଆଇନ ======================= ଆଜି ବିଶ୍ୱ ପରିବେଶ ଦିବସ ଆଜି ଜନ୍ମଦିନ: ଯୋଗୀ ଆଦିତ୍ୟନାଥ, ରମ୍ଭା, ଅଜିଙ୍କ୍ୟ ରାହାଣେ, ସୁଭଦ୍ରା ପ୍ରଧାନ (ହକି, ସୁନ୍ଦରଗଡ) ଇତିହାସରେ ଆଜି ଦିନ: (୧୬୫୯) ଦିଲ୍ଲୀ ସିଂହାସନ ଆରୋହଣ କଲା ଆଉରଙ୍ଗଜେବ/ (୧୭୫୨) ବେଞ୍ଜାମିନ ଗୁଡି ଉଡାଇ ବୈଦ୍ୟୁତିକ ଶକ୍ତିକୁ ପ୍ରମାଣିତ କଲେ/ (୧୯୧୫) ଡେନମାର୍କ ରେ ମହିଳାଙ୍କୁ ଭୋଟଦାନ ଅଧିକାର ମିକିଲା/ (୨୦୧୩) ନୱାଜ ସରିଫ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ======================= *ଗଛ ବଞ୍ଚାନ୍ତୁ। କାଗଜ ନଷ୍ଟ କରନ୍ତୁ ନାହିଁ* *ବନ୍ଦେ ଉତ୍କଳ ଜନନୀ* 🪻🌻🪻
❤️ 👍 🙏 😮 11

Comments