News ଖବର ଆଜିର
June 6, 2025 at 01:31 AM
*ଖବର ଆଜିର, ୬ ଜୁନ, ଶୁକ୍ରବାର*
=======================
ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଅନେକ ସ୍ଥାନରେ ଭୀଷଣ ଗରମ ଓ ଗୁଳୁଗୁଳି ହେବ। ୟେଲୋ ୱାର୍ଣ୍ଣିଂ ଜାରି
ଆସନ୍ତା ୧୦ ତାରିଖ ସୁଦ୍ଧା ଓଜେଇଇ ପରୀକ୍ଷା ଫଳ ବାହାରିବ। odiaxpress
ଆଜି ସରିବ ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ଫର୍ମ ପୂରଣ ପ୍ରକ୍ରିୟା
ଏଇ ମାସରେ ସରିବ ଇକେୱାଇସି ପ୍ରକ୍ରିୟା, ୨୦ ଲକ୍ଷ ହିତାଧିକାରୀ ବାଦ ପଡିପାରନ୍ତି
ପୁରୀରେ ୧୧ ତାରିଖରେ ପବିତ୍ର ସ୍ନାନପୂର୍ଣ୍ଣିମା, ସୁରକ୍ଷା ଦାୟିତ୍ଵରେ ରହିବେ ୪ ଏସପି ଓ ୭୦ ପ୍ଲାଟୁନ ପୋଲିସ ଫୋର୍ସ। odiaxpress
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ଆସନ୍ତା ୧୨ ତାରିଖରେ ୫୦୦ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ ହେବ।
ଶିକ୍ଷକଙ୍କ ବଦଳିକୁ ବିଧାୟକଙ୍କ ଅଧୀନକୁ ଆଣିଲା ପରେ ବିଧାୟକଙ୍କ ସମସ୍ୟା ବଢ଼ିଲା। ଶିକ୍ଷକଙ୍କ ଲବି ଅସମ୍ଭାଳ
ପୁରୀର ପାରା କ୍ରୀଡ଼ାବିତ୍ ସୁଚିତ୍ରା ପରିଡ଼ା ପ୍ୟାରିସରେ ଜିତିଲେ ଉଭୟ ରୌପ୍ୟ ଓ କାଂସ୍ୟ ପଦକ। ଚାରିଆଡୁ ଶୁଭେଚ୍ଛାର ସୁଅ
ଭୁବନେଶ୍ୱର କେଦାର ଗୌରୀ କୁଣ୍ଡ ପ୍ରକଳ୍ପରୁ ଏଏସଆଇ ଓହରିଗଲା, ୨୦ ଲକ୍ଷର ଟେଣ୍ଡର ବାତିଲ। କାରଣ ଜଣାନାହିଁ। odiaxpress
ପରିବେଶ ଦିବସରେ ବକ୍ସାଇଟ ଉତ୍ତୋଳନକୁ ବିରୋଧ କରିବାରୁ ମେଧା ପାଟକରଙ୍କୁ ଅଟକ ରଖିଲା ରାୟଗଡା ପୋଲିସ
ରାଜ୍ୟର ୧୪ଟି ମେଡିକାଲ କଲେଜରେ ୧୦୪ ପ୍ରଫେସର୍, ୩୪୦ ଆସୋସିଏଟ୍ ପ୍ରଫେସର୍ ଓ ୫୦୬ ଆସିଷ୍ଟାଣ୍ଟ ପ୍ରଫେସର୍ ପଦ ଖାଲିପଡ଼ିଛି।
ବଲାଙ୍ଗୀରରୁ ହାଇଦ୍ରାବାଦ ବସଗୁଡିକରେ କେବଳ ଦାଦନ ଶ୍ରମିକ ଖୁନ୍ଦିହୋଇ ଯାଉଛନ୍ତି।ଗୋଟିଏ ପରିବାରର ୭/୮ ଜଣବି ଯାଉଛନ୍ତି।odiaxpress
ଗଞ୍ଜାମ ଜିଲ୍ଲା ଲକ୍ଷ୍ମୀନାରାୟଣପୁର ଛକରେ ବିଶ୍ରାମଗାରକୁ ଧକ୍କା ଦେଲା ବସ୍, ଡ୍ରାଇଭରଙ୍କ ସମେତ ୨ ଜଣଙ୍କ ମୃତ୍ୟୁ
ପୁରୀରେ ସେକ୍ସନ ଅଫିସର୍ ୬ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ ।
ଭଦ୍ରକରେ ଯୁବକ ଉପରେ ଗରମ ପାଣି ଢାଳି ହତ୍ୟା। ପୁଲିସର ତଦନ୍ତ ଉପରେ ଲୋକଙ୍କ ସନ୍ଦେହ। odiaxpress
ମାଲକାନଗିରି ସୀମାନ୍ତରେ ମାଓ ନେତା ଗୌତମ ଓରଫ ସୁଧାକର ନିହତ, ମୁଣ୍ଡ ଉପରେ ଥିଲା ଏକ କୋଟି ପୁରସ୍କାର
କେନ୍ଦୁଝର ଜହ୍ନେଇପଶି ଗ୍ରାମର ରମେଶ ନାଏକ କେରଳକୁ ଦାଦନ ଖଟିବାକୁ ଯାଉଥିବା ସମୟରେ ନିଖୋଜ
ପରିବେଶ ଦିବସରେ ଭୁବନେଶ୍ୱରରେ ଗଛ ଲଗାଇ ବୃକ୍ଷରୋପଣ ଆରମ୍ଭ କଲେ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ
ରେଳଯାତ୍ରୀଙ୍କ ପରିଚୟ ଯାଞ୍ଚ ହେବ, ଏମ୍ ଆଧାର ଆପ୍ ବ୍ୟବହାର କରିବେ ଟିକେଟ ଯାଞ୍ଚ କର୍ମଚାରୀ।
ରାଜ୍ୟ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେବେ ମୋଦୀ
ବିଜେଡିର ପିନାକୀ ମିଶ୍ର ଓ ତୃଣମୂଳର ମହୁଆ ମୈତ୍ରଙ୍କ ଜର୍ମାନୀରେ ବାହାଘର ହୋଇଛି। odiaxpress
ନୂଆ ମୁଦ୍ରାନୀତିରେ ଗୃହ ଋଣ ଓ କାର୍ ଋଣର ଇଏମଆଇ କମିବା ନେଇ ସମ୍ଭାବନା।
ଏବେ ଫ୍ଲିପକାର୍ଟ ନିଜ ଇ-କମର୍ସ ପ୍ଲାଟଫର୍ମରେ ସିଧାସିଳଖ ଋଣ ଦେଇପାରିବ।ଆରବିଆଇ ଦେଲା ମଞ୍ଜୁରୀ
ଏଥର ୩୮ ଦିନିଆ ହେବ ଅମରନାଥ ଯାତ୍ରା। ୫୮,୦୦୦ ଯବାନ, ଜାମର ଓ ଡ୍ରୋନ୍ ମୁତୟନ ହେବେ।
ଫ୍ରାନ୍ସର ଡାସଲ୍ଟ କମ୍ପାନୀ ଟାଟା ସହିତ ମିଶି ଭାରତରେ ରାଫେଲ ଯନ୍ତ୍ରାଂଶ ତିଆରି କରିବ।
ଟ୍ରମ୍ପ ପ୍ରଶାସନର ନିଷ୍ପତ୍ତି, ୧୨ଟି ଦେଶର ନାଗରିକଙ୍କୁ ଆମେରିକାରେ ପ୍ରବେଶ ମନା
ଜାତିସଂଘର ଆତଙ୍କବାଦୀ ନିରୋଧୀ କମିଟିର ନେତୃତ୍ଵ ଦାୟିତ୍ଵ ପାକିସ୍ତାନକୁ ମିଳିଲା
=======================
ଆଜି ଇଦଉଲ ଆଧା
ଆଜି ଜନ୍ମଦିନ: ଗୋପୀନାଥ ବର୍ଦଲୋଇ, ସୁନୀଲ ଦତ୍ତ, ନେହା କକ୍କର, ଏସଆର ବୋମ୍ମାଇ, ବିନୋଦ କାନୁନଗୋ (ଲେଖକ), ମଙ୍ଗଳା କିଷାନ (ନେତା, ସୁନ୍ଦରଗଡ)
ଆଜି ତିରୋଧାନ: ଜର୍ଣ୍ଣାଲ ସିଂ ଭିନ୍ଦ୍ରନୱାଲେ, ରବର୍ଟ କେନେଡି
ଇତିହାସରେ ଆଜି ଦିନ: (୧୬୭୪) ରାଇଗଡ଼ କିଲ୍ଲାରେ ଶିବାଜୀଙ୍କ ଛତ୍ରପତି ଉପାଧି ପ୍ରାପ୍ତ/ (୧୯୮୧) ବିହାର ବାଗମତୀ ନଦୀରେ ଟ୍ରେନ ଖସି ୮୦୦ ମୃତ/ (୧୯୯୯) ଲିଆଣ୍ଡର ପେସ ଓ ମହେଶ ଭୂପତି ଟେନିସ ଗ୍ରାଣ୍ଡ ସ୍ଲାମ ଜିତିଲେ/ (୨୦୦୫) ଇରାନ ଗ୍ୟାସ ପାଇପ ଲାଇନ ପାଇଁ ଭାରତ ଓ ପାକିସ୍ତାନର ସହମତି/ (୧୯୮୪) ସ୍ବର୍ଣ୍ଣ ମନ୍ଦିରରେ ପଶିଲେ ଭାରତୀୟ ସେନା
=======================
*ଗଛ ବଞ୍ଚାନ୍ତୁ। କାଗଜ ନଷ୍ଟ କରନ୍ତୁ ନାହିଁ*
*ବନ୍ଦେ ଉତ୍କଳ ଜନନୀ* 🪻🌻🪻
❤️
👍
🙏
😮
11