News ଖବର ଆଜିର
June 7, 2025 at 01:31 AM
*ଖବର ଆଜିର, ୭ ଜୁନ, ଶନିବାର*
=======================
ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବଜ୍ରପାତ ଓ ଘଡଘଡି ସମ୍ଭାବନା, ସତର୍କତା ଜାରି ହେଲା ।
ରଜ ବେଳକୁ ମୌସୁମୀ ଅଧିକ ସକ୍ରିୟ ହେବ, ଭଲ ବର୍ଷା ହେବ। odiaxpress
ରାଜ୍ୟରେ ୭୦ ଲକ୍ଷ ଗାଡ଼ିର ନାହିଁ ପ୍ରଦୂଷଣ ସାର୍ଟିଫିକେଟ୍। ନିୟମକୁ କେହି ମାନୁ ନାହାନ୍ତି
କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି। ଜୈବ ପ୍ରଜ୍ୟୁକ୍ତି ବିଜ୍ଞାନର ପାଇଁ ୧୧୧୩ କୋଟି, ସହର ବିକାଶ ଯୋଜନା ପାଇଁ ୬ ହଜାର କୋଟି ଓ ଛେଳି ଗଡ଼ ପ୍ରକଳ୍ପକୁ ୧୫୧ କୋଟି ।
ଜୁନ୍ ୧୫ରେ ହେବାକୁ ଥିବା ନିଟ୍ ପିଜି ପରୀକ୍ଷା ଏବେ ଅଗଷ୍ଟ ୩ରେ ହେବ
ଜୁନ୍ ୨୨ ତାରିଖରେ ଗୃହରକ୍ଷୀ ପଦବୀ ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ।odiaxpress
ପୁରୀ ଶ୍ରୀମନ୍ଦିରରେ ସମ୍ପନ୍ନ ହେଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ
ରାଜ୍ୟରେ ନୂଆ ୭ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ।
ନିଯୁକ୍ତି ମେଳାରେ ୭ଟି ବିଭାଗରେ ୧୨୪୮ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବଣ୍ଟାଗଲା
ଗଞ୍ଜାମ ଜିଲ୍ଲାର ଜୀବନରେଖା ଋଷିକୁଲ୍ୟା ନଦୀ ଦିନେ ମୃତ ନଦୀରେ ପରିଣତ ହେବ, କହିଲେ ମେଧା ପାଟେକର
ବଲାଙ୍ଗୀର ଲୋୟର୍ ସୁକ୍ତେଲ୍ ପ୍ରକଳ୍ପ ପାଖରେ ଖଣି ଖୋଳା ଚାଲିଛି। ତେଣୁ ଜଳଭଣ୍ଡାର ଶୁଖିଲା ଟାଙ୍ଗରା
ମାଲକାନଗିରିରେ ଅକାଳ ମୃତ୍ୟୁର ଗାଁ ‘ଦୟାଲତଙ୍ଗ’। ବୟସ ୩୦ ହେଲେ ଅଜଣା ରୋଗରେ ହେଉଛି ମୃତ୍ୟୁ
କଳାହାଣ୍ଡି ଜିଲ୍ଲାରେ ଅଛି ୧୪୨ ବଡ଼ ଖଣି ଓ ୧୨ ରତ୍ନପଥର ଖଣି। ନିଲାମ ନ ହେବାରୁ ଲୁଟୁଛନ୍ତି ମାଫିଆ। odiaxpress
କଳାହାଣ୍ଡି ଡେପୁଟି କଲେକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଦୁର୍ନୀତି ଅଭିଯୋଗରେ ସସପେଣ୍ଡ୍ ହେଲେ
ବୋୖଦ୍ଧରେ କ୍ଷେତରୁ ଘରକୁ ଫେରିଲା ବେଳେ ବଜ୍ରପାତରେ ଯୁବତୀ ମୃତ, ୨ମହିଳା ଗୁରୁତର। odiaxpress
ଝାରସୁଗୁଡ଼ା କୋଲାବିରାରେ ଦୁଇ ବାଇକ୍ ଆରୋହୀଙ୍କୁ ଚାପି ମାରିଦେଲା ଯାତ୍ରୀବାହୀ ବସ୍
ଗଂଜାମ ଜିଲ୍ଲା ଦିଗପହଣ୍ଡିରେ ଦ୍ରୁତଗାମୀ ଟ୍ୟାଙ୍କର ଧକ୍କାରେ ମାମୁଁ ଓ ତାଙ୍କର ୨ ଜଣ ଭାଣିଜୀଙ୍କର ମୃତ୍ୟୁ
ଭାରତରେ ସାଟେଲାଇଟ ଇଣ୍ଟରନେଟ ବ୍ୟବସାୟ ପାଇଁ ଏଲନ ମସ୍କଙ୍କ ଷ୍ଟାରଲିଙ୍କ କମ୍ପାନୀକୁ ମିଳିଲା ଅନୁମତି।
ବିଶ୍ଵର ସର୍ବୋଚ୍ଚ, ଚେନାବ ରେଲଓ୍ବେ ସେତୁ ଉଦ୍ଘାଟନ ହେଲା। odiaxpress
ଦେଶରେ ୫ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା।
ଏଲନ ମସ୍କଙ୍କ ପାଇଁ ହ୍ୱାଇଟ ହାଉସ ବନ୍ଦ କଲେ ଟ୍ରମ୍ପ।
ଆସନ୍ତା ବର୍ଷ ଏପ୍ରିଲରେ ହେବ ବାଂଲାଦେଶ ନିର୍ବାଚନ।
ଲଣ୍ଡନରେ ପଞ୍ଜାବୀ ଗାୟିକା ସୁନନ୍ଦା ଶର୍ମାଙ୍କ ଗାଡି ଭାଙ୍ଗିବା ସହ ଲୁଟ କଲେ ଲୁଟେରା
ୟୁକ୍ରେନରେ ୪୦୦ ଡ୍ରୋନ୍ ଓ ୪୬ ଶକ୍ତିଶାଳୀ କ୍ଷେପଣାସ୍ତ୍ର ମାଡ଼ କଲା ଋଷିଆ
ଚୀନ୍ରେ କୋଭିଡ୍ର ନୂଆ ଭାରିଆଣ୍ଟ ମହାମାରୀ ବିପଦ ଆଣିପାରେ। ବୈଜ୍ଞାନିକଙ୍କ ଚେତାବନୀ
=======================
ଆଜି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ
ଆଜି ଜନ୍ମଦିନ: ଶ୍ୟାମା, ନିର୍ମଳା ଦେବୀ, ଏକତା କପୁର, ମହେଶ ଭୂପତି, ବିଭୁ ମହାପାତ୍ର (ଫେଶନ, ରାଉରକେଲା)
ଇତିହାସରେ ଆଜି ଦିନ: (୧୫୩୯) ବକ୍ସର ଯୁଦ୍ଧରେ ଶେରଶାହ ସୁରି ଠାରୁ ହୁମାୟୁନ ପରାସ୍ତ/ (୧୬୯୨) ଜାମାଇକା ଭୂମିକମ୍ପରେ ୩୦୦୦ ମୃତ/ (୧୮୯୩) ଦକ୍ଷିଣ ଆଫ୍ରିକାରେ ମୋହନଦାସ ଗାନ୍ଧୀ କଲେ ଆଇନ ଅମାନ୍ୟ ଆନ୍ଦୋଳନ/ (୧୯୨୯) ଦେଶ ଭାବେ ମାନ୍ୟତା ପାଇଲା ଭାଟିକାନ ସିଟି/ (୧୯୬୬) ସୋନି କମ୍ପାନୀ ଲଞ୍ଚ କଲା ଭିଡିଓ ଟେପ ରେକର୍ଡର
=======================
*ଗଛ ବଞ୍ଚାନ୍ତୁ। କାଗଜ ନଷ୍ଟ କରନ୍ତୁ ନାହିଁ*
*ବନ୍ଦେ ଉତ୍କଳ ଜନନୀ* 🪻🌻🪻
👍
❤️
😮
🙏
12