News ଖବର ଆଜିର
June 8, 2025 at 01:33 AM
*ଖବର ଆଜିର, ୮ ଜୁନ, ରବିବାର*
=======================
ଆସନ୍ତା ୪ ଦିନ ଉପକୂଳ ଜିଲ୍ଲାରେ ଉଷ୍ମ ଓ ଆର୍ଦ୍ର ଅବସ୍ଥା ରହିବ। ଦକ୍ଷିଣ ଓଡିଶାରେ ବିଜୁଳି, ଘଡ଼ଘଡ଼ି ସହ ପବନ ହେବ।
ଆସନ୍ତା ୧୨ ତାରିଖରେ ରାଜ୍ୟ ସରକାର ୭୬ଟି ସହରାଞ୍ଚଳର ୫୩୨୮ ଗରିବ ଲୋକଙ୍କୁ ଘର ଭେଟି ଦେବେ। odiaxpress
ଚମ୍ପକ ଦ୍ବାଦଶୀରେ ଗୁଆଲି ଯାତ୍ରାରେ ନଗର ପରିକ୍ରମା କଲେ ଜଗନ୍ନାଥ ମହାପ୍ରଭୁ।
କୋଭିଡ ଆତଙ୍କ। ଦେଶରେ ୫,୭୫୦ ଓ ଓଡ଼ିଶାରେ ୩୮। ସତର୍କ ରହିବା ପାଇଁ କେନ୍ଦ୍ରର ତାଗିଦ
ଫୁଲବାଣୀରେ ୧୦୦ ସିଟ ବିଶିଷ୍ଟ ମେଡିକାଲ କଲେଜ ହସ୍ପିଟାଲର ଉଦ୍ଘାଟନ। କନ୍ଧମାଳ ଜିଲ୍ଲା ପାଇଁ ୭୫୦ କୋଟିର ପ୍ରକଳ୍ପ
ପୁରୀରେ ରଥଯାତ୍ରା ପ୍ରସ୍ତୁତି, ଉଠିଲା ତିନି ରଥର ଚାରିନାହାକା
ପିଏମ୍ ଆବାସ ଯୋଜନା ଘର ତିଆରି ପାଇଁ ରାଜ୍ୟ ସରକାର ମାଗଣାରେ ବାଲି ଦେବେ
ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବରେ ସାମିଲ ହେବାକୁ ଆସନ୍ତା ୨୦ ତାରିଖରେ ଓଡ଼ିଶା ଆସିବେ ମୋଦୀ ।
ନବରଂଗପୁର ଜିଲ୍ଲାରେ ବନବାସୀଙ୍କୁ ଆଉ ୪ମାସ ଯାଏଁ ବନବିଭାଗ ହଇରାଣ କରିବେ ନାହିଁ ବୋଲି ପ୍ରତିଶ୍ରୁତି। odiaxpress
କୋରାପୁଟ ବୋରିଗୁମାରେ ମଦଭାଟି ଭଙ୍ଗାରୁଜା ମାମଲାରେ କୋର୍ଟରେ ହାଜର ତାରା ବାହିନୀପତି
ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଅଞ୍ଚଳରେ ଦୁଇ ନାବାଳିକା ଭଉଣୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ୪ ଜଣ ବିଶାଖାପାଟଣାରୁ ଧରାହେଲେ
କଟକ ଜିଲ୍ଲା ମାହାଙ୍ଗା ଖନ୍ଦୋଳରେ ଭଡ଼ାଟିଆ ଯୁବତୀ ଓ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସୁନ୍ଦରଗଡ କୋଏଲ ନଦୀରେ ଭାସିଯାଇଥିଲେ ବୃଦ୍ଧ, ୧୮ ଘଣ୍ଟାପରେ ଶବ ଉଦ୍ଧାର। odiaxpress
ବରଗଡ଼ ପଞ୍ଚାୟତ କଲେଜ ନିକଟରେ ଦେବରାଜ ପାଣିଗ୍ରାହୀ (୪୫) ନାମକ ଜଣେ ଯୁବକଙ୍କ ମୃତଦେହ ମାଟିତଳୁ ଉଦ୍ଧାର
ରାୟଗଡା ନିୟମଗିରି ପାଖରେ ହାତୀ ଘର ଭାଙ୍ଗି ଧାନ ଚାଉଳ ମାଣ୍ଡିଆ ସହ ଖାଇଗଲେ ୮୦ ହଜାର ଟଙ୍କା ନୋଟ। odiaxpress
ଅନୁଗୁଳରେ ମୁଖ୍ୟମନ୍ତ୍ରୀଙ୍କ ନାମରେ ଇଞ୍ଜିନିୟରଙ୍କଠାରୁ ୨ ଲକ୍ଷ ଟଙ୍କା ଠକି ନେଲେ। odiaxpress
କଟକ ଶୈଳବାଳା କଲେଜ ପରିସରରେ ନିର୍ମାଣ ବେଳେ ପୁଣି ଅଘଟଣ, ୬ ମହଲା କୋଠାରୁ ପଡ଼ି ଶ୍ରମିକ ମୃତ।
ଖୋର୍ଦ୍ଧା ବୋଲଗଡରେ ବୋମା ବିସ୍ଫୋରଣରେ ମିଲି ବେଗମ (୨୭) ନାମ୍ନୀ ମହିଳାଙ୍କ ମୃତ୍ୟୁ। ଅମିନା ବିବି ଓ ଝିଅ ରୁକ୍ସାନା ବେଗମ ଗୁରୁତର। odiaxpress
ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଜଙ୍ଗଲରେ ଯୁବକଙ୍କୁ ହତ୍ୟା, ଜୁଆଖେଳ ଜୀବନ ନେଲା
ସୁନ୍ଦରଗଡ଼ କୋଇଡ଼ା ଖଣିରୁ ମାଓବାଦୀଙ୍କ ଦ୍ବାରା ଲୁଟ୍ କିଛି ବିସ୍ଫୋରକ ସରଣ୍ଡା ଜଙ୍ଗଲ ତିରିଲପୋଷିରୁ ଜବତ
ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ଆରସିବି ମାର୍କେଟିଂ ମୁଖ୍ୟଙ୍କ ସମେତ ୪ ଗିରଫ।
ଆସାମ ବନ୍ୟାରେ ୪ ଲକ୍ଷ ୩୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି
ଛତିଶଗଡ଼ର ବିଜାପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛି ମାଓନେତା ସିସିଏମ୍ ଗୌତମ। odiaxpress
ସୋନିଆ ଗାନ୍ଧୀଙ୍କୁ ସ୍ୱାସ୍ଥ୍ୟଜନିତ ସମସ୍ୟା ପାଇଁ ସିମଲାର ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜରେ ଭର୍ତ୍ତି
ବଦଳିଲା ନିୟମ, ବିବାହ ପଞ୍ଜିକରଣ ପାଇଁ ଆବଶ୍ୟକ ପଣ୍ଡିତ ଓ ବାହାଘର ଭିଡିଓ
ଏଲନ ମସ୍କ ଆମେରିକାରେ ନୂଆ ଦଳ ଗଢିବେ, 'ଦ ଆମେରିକାନ ପାର୍ଟି'
ଭାରତ-ନେପାଳ ସୀମା ନିକଟବର୍ତ୍ତୀ ଗିଲହାବାଡି ଗାଁରେ ନକଲି ଆଧାର କାର୍ଡ ତିଆରି କରୁଥିବା ରାକେଟ ଧରା ହେଲେ
======================
*ସକାଳେ ଖବର ପାଇଁ follow କରନ୍ତୁ*
https://whatsapp.com/channel/0029Va9CSms4dTnFavuQgR12
======================
ଆଜି ବିଶ୍ୱ ସମୁଦ୍ର ଦିବସ
ଆଜି ଜନ୍ମଦିନ: ଡିମ୍ପଲ କାପାଡ଼ିଆ, ଶିଳ୍ପା ସେଟ୍ଟୀ, ଆତିଶୀ ମାରଲେନା
ଆଜି ତିରୋଧାନ: ପୈଗମ୍ବର ମହମ୍ମଦ
ଇତିହାସରେ ଆଜି ଦିନ: (୧୯୧୫) ଲୋକମାନ୍ୟ ତିଳକଙ୍କ "ଗୀତା ରହସ୍ୟ" ପ୍ରକାଶିତ/ (୧୯୩୬) ଇଣ୍ଡିଆ ଷ୍ଟେଟ ବ୍ରଡକାଷ୍ଟିଙ୍ଗ ହେଲା ଅଲ ଇଣ୍ଡିଆ ରେଡ଼ିଓ/ (୧୯୪୮) ଏୟାର ଇଣ୍ଡିଆର ପ୍ରଥମ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ/ (୨୦୦୦) ଆନ୍ଧ୍ର, ଗୋଆ, କର୍ଣ୍ଣାଟକ ଚର୍ଚ୍ଚ ଗୁଡିକରେ ବୋମା ବିସ୍ଫୋରଣ
=======================
*ଗଛ ବଞ୍ଚାନ୍ତୁ। କାଗଜ ନଷ୍ଟ କରନ୍ତୁ ନାହିଁ*
*ବନ୍ଦେ ଉତ୍କଳ ଜନନୀ* 🪻🌻🪻
👍
❤️
😮
🙏
10