News ଖବର ଆଜିର
June 9, 2025 at 01:35 AM
*ଖବର ଆଜିର, ୯ ଜୁନ, ସୋମବାର*
=======================
ଆସନ୍ତା ୧୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି
ପୁରୀରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରାରେ ଏଆଇ ଛାଉଣୀରେ ରହିବ ସହର, ୧୦ ତାରିଖ ସନ୍ଧ୍ୟାରୁ ଲାଗୁ ହେବ ଟ୍ରାଫିକ୍ କଟକଣା।
ସାବଧାନ, ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୫କୁ ବୃଦ୍ଧି, କଟକରେ ୨୨ ଆକ୍ରାନ୍ତ ଚିହ୍ନଟ। odiaxpress
ଭୁବନେଶ୍ୱରରେ ପ୍ରତି ଜିଲ୍ଲାର ଲୋକଙ୍କ ପାଇଁ ଅଲଗା ଅଲଗା ଅତିଥି ଭବନ ତିଆରି କରିବେ ରାଜ୍ୟ ସରକାର
ପୁରୀ ବଡ଼ଦାଣ୍ଡରେ ମଦ ଓ ଆମିଷ ନିଷେଧ ଆଦେଶକୁ ପୁଣି ବଳବତ୍ତର କଲେ ସରକାର। ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ୨ କିମି ଭିତରେ ମଦ ମିଳିବ ନାହିଁ।
ଏ ବର୍ଷର ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ଜୁଲାଇ ୯ ପର୍ଯ୍ୟନ୍ତ ମନୋନୟନ, ଅନଲାଇନ୍ ରେ ଆବେଦନ ଦାଖଲ ହେବ। odiaxpress
ଆଇଆଇଏମ ଅହମ୍ମଦାବାଦରେ ତାଲିମ ନେଲେ ୧୦୦ ପ୍ରିନସିପାଲ୍। ସେଠାରୁ ଫେରି ଘରୋଇ ଶିକ୍ଷାନୁଷ୍ଠାନକୁ ଚ୍ୟାଲେଞ୍ଜ୍ ଦେବେ
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳା ବାଘୁଣୀ ମୌସୁମୀ, ଦୁଇଟି ବାଘ ଶାବକ ଜନ୍ମ ଦେଇଛି।
ଜୟଦେବ ଭବନରେ ଚାଲିଛି ‘ଭୁବନେଶ୍ବର ଫିଲ୍ମ ଫେଷ୍ଟିଭାଲ’। odiaxpress
ଭୁବନେଶ୍ବରରେ ହେବ ସମ୍ପୂର୍ଣ୍ଣ ଭୂତଳ ମେଟ୍ରୋ, କହିଲେ ସରକାର
ଦିଲ୍ଲୀର ‘ଭାରତ ମଣ୍ଡପମ୍’ ପରି ଭୁବନେଶ୍ଵରରେ ହେବ ‘ଓଡ଼ିଶା ମଣ୍ଡପ’, ଜାଗା ଚିହ୍ନଟ ହୋଇଯାଇଛି। odiaxpress
ଆଜି ରାଉରକେଲା ପୁଲିସ ଗୃହରକ୍ଷୀ ନିଯୁକ୍ତି ପାଇଁ ପରୀକ୍ଷା ହେବ। ୯୦୦୦ ପ୍ରାର୍ଥୀ ମଧରେ ଏମ୍ବିଏ, ଏମ୍ସିଏ, ଡିପ୍ଲୋମା ଓ ଆଇଟିଆଇ ଛାତ୍ରଛାତ୍ରୀ
ବିଧାୟକ, ସାଂସଦ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଲେ, ‘ବର୍ଷକରେ ଗୋଟିଏ ବି ଦୁର୍ନୀତି ନାହିଁ’। ବିରୋଧୀ କହିଲେ ଗୋଟିଏ ବି କାମ ଆରମ୍ଭ ହେଇନି
ଭାରତ ପାଣିପାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଜାତିସଂଘ ପୁରସ୍କାର ପ୍ରଦାନ।
ପୁରୀ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଯୋଗୁ ଅଘଟଣ। ଗରମ ଡାଲି ପଡି ୫ ଭକ୍ତ ଆହତ,
ସମ୍ବଲପୁରରେ ମାଓବାଦୀଙ୍କ ଗତିବିଧି ସୂଚନା ପରେ କମ୍ବିଂ ଅପେରସନ ଆରମ୍ଭ, ଡ୍ରୋନ୍ କ୍ୟାମେରା ସହାୟତାରେ ଚାଲିଛି ସର୍ଚ୍ଚ।odiaxpress
ବିଦ୍ୟାଳୟରେ ନାମଲେଖା ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ। କୋରାପୁଟ ଜିଲ୍ଲାରେ ହଜାର ହଜାର ପିଲାଙ୍କର ଏଯାଏ କାର୍ଡ ହୋଇପାରିନି।
କଳାହାଣ୍ଡି ଜିଲ୍ଲା ଧର୍ମଗଡରେ ୧୦ ଲକ୍ଷ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଉପଜିଲ୍ଲାପାଳ
ଝାରସୁଗୁଡ଼ା ଲେଫ୍ରିପଡ଼ା ରାଇଡ଼ିହି ଜଙ୍ଗଲରେ ରଙ୍କନିଧି ଓରାମ ହତ୍ୟା ମାମଲାରେ ଗିରଫ ବିଜାଡିହିର ଡୁଲେଶ୍ବର ଗନ୍ଧା। odiaxpress
ଅନୁଗୋଳରେ ଜଙ୍ଗଲକୁ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଅଘଟଣ, ହାତୀ ଆକ୍ରମଣରେ ମହିଳା ମୃତ।
ବାଲେଶ୍ଵର ଖଇରାରେ ପାଇଖାନା ଟାଙ୍କିରୁ ପାଣି ବାହାର କରିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ୩ ମୃତ
ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ବୌଦ୍ଧ ଜିଲ୍ଲା କଂରଜକଟା ପାଖରେ ବିନା ବିନା ସେଫଟି ନେଟରେ ଚାଲିଛି ବ୍ରିଜ ନିର୍ମାଣ, ରେଲଓ୍ବେର ଚେତା ପଶୁନି
ମେ’ ମାସରେ ଦେଶରେ ବଜ୍ରପାତରେ ୧୯୯ ମୃତ, ଓଡିଶାରୁ ୨୯।odiaxpress
ୟୁପିରେ ସାଂସଦ ପ୍ରିୟାଙ୍କ ସହ କ୍ରିକେଟ ତାରକା ରିଙ୍କୁ ସିଂ ନିର୍ବନ୍ଧ ସମ୍ପନ୍ନ।
ବିହାର ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା, ଦଳ ଛାଡିଲେ ଚର୍ଚ୍ଚିତ ୟୁଟ୍ୟୁବର୍ ମନୀଷ କଶ୍ୟପ
ମଣିପୁର ଅଶାନ୍ତ, କର୍ଫ୍ୟୁ ଜାରି, ୫ ଜିଲ୍ଲାରେ ଇଣ୍ଟରନେଟ୍ ବନ୍ଦ, ଆନ୍ଦୋଳନକାରୀଙ୍କ ଆତ୍ମଦାହ ଉଦ୍ୟମ। odiaxpress
ମହାରାଷ୍ଟ୍ର ନିର୍ବାଚନରେ ଜାଲିଆତି ପ୍ରସଙ୍ଗ; ରାହୁଲଙ୍କ ଦାବିକୁ ନିର୍ବାଚନ କମିଶନଙ୍କ ଖଣ୍ଡନ
ଦେଶରେ କରୋନା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୦୦୦ ପାର୍, ୨୪ ଘଣ୍ଟାରେ ୬ ମୃତ।
ଏଲନ ମସ୍କଙ୍କୁ ଧମକ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବିରୋଧୀଙ୍କୁ ସହାୟତା କଲେ ଗମ୍ଭୀର ପରିଣାମ ଭୋଗିବେ
=======================
ଆଜି ଜନ୍ମଦିନ: କିରଣ ବେଦୀ, ନନ୍ଦିନୀ ଶତପଥୀ, ସୋନମ କପୁର, ଅମିଶା ପଟେଲ, ଅନୁଷ୍କା ଶଙ୍କର, ମନପ୍ରୀତ ବ୍ରାର
ଆଜି ତିରୋଧାନ: ବିରସା ମୁଣ୍ଡା, ଏମଏଫ ହୁସେନ
ଇତିହାସରେ ଆଜି ଦିନ: (୧୬୫୯) ଦାରା ଶିକୋକୁ ଆଉରଙ୍ଗଜେବ ହାତରେ ସମର୍ପଣ କରାଗଲା/ (୧୯୩୧) ଡୋନାଲଡ଼ ଡକ କାର୍ଟୁନ ପ୍ରଥମ ଥର ପ୍ରଦର୍ଶିତ ହେଲା/ (୧୯୬୪) ଲାଲ ବାହାଦୂର ଶାସ୍ତ୍ରୀ ହେଲେ ଭାରତର ପ୍ରଧାନମନ୍ତ୍ରୀ/ (୨୦୦୧) ଲିଆଣ୍ଡର ପେସ ଓ ମହେଶ ଭୂପତି ହେଲେ ଫ୍ରେଞ୍ଚ ଓପନ ଟେନିସ ବିଜେତା/ (୨୦୦୮) ଚଣ୍ଡୀଗଡକୁ ତମାଖୁ ମୁକ୍ତ ଘୋଷଣା/ (୧୯୯୯) ଭାରତୀୟ ସୀମା ବାଟାଲିକ ସେକ୍ଟରରେ ଦୁଇଟି ପୋଷ୍ଟ ଅକ୍ତିଆର କଲେ ଭାରତୀୟ ସେନା
=======================
*ଗଛ ବଞ୍ଚାନ୍ତୁ। କାଗଜ ନଷ୍ଟ କରନ୍ତୁ ନାହିଁ*
*ବନ୍ଦେ ଉତ୍କଳ ଜନନୀ* 🪻🌻🪻
👍
❤️
😢
🙏
12