News ଖବର ଆଜିର
June 11, 2025 at 02:29 AM
*ଖବର ଆଜିର,୧୧ ଜୁନ, ବୁଧବାର* ======================= ଆଜି ଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାବାହୁ ଗୃହ ଓ ନଗର ଉନ୍ନୟନ ବିଭାଗ ସଂଶୋଧନ ଆଣିଲା, ପାର୍ଟ ପ୍ଲଟ୍ ବିକ୍ରି ପାଇଁ ବାଟ ଖୋଲିଲା ଓଡିଶା ମିଳିତ ପ୍ରବେଶିକା ପରୀକ୍ଷା, ଓଜେଇଇ ଫଳ ପ୍ରକାଶ ପାଇଲା, ତାଲିକାରେ ୫୫ ହଜାର ୩୬୨ ଛାତ୍ରଛାତ୍ରୀ। odiaxpress ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟ ରେ ଜୁଲାଇ ୨୦୨୫ ଶିକ୍ଷା ବର୍ଷ ପାଇଁ ନାମଲେଖା ଆରମ୍ଭ। ରିପୋର୍ଟ କାର୍ଡ ରଖିଲେ ମୁଖ୍ୟମନ୍ତ୍ରୀ ମାଝୀ। କହିଲେ, ପ୍ରତିଶ୍ରୁତି ପୂରଣ କରିଛୁ, ୨୪ ବର୍ଷରେ ଯାହା ହୋଇନି, ତାକୁ ୨୪ ମିନିଟରେ କରିଦେଇଛୁ ରାଜ୍ୟ ପରିବହନ ମଞ୍ଚର ମହଲତ, ଦାବି ପୂରଣ ନ ହେଲେ ଜୁଲାଇ ୮ରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ। ସଚିବାଳୟ ଜୁନିଅର ଡାଟାଏଣ୍ଟ୍ରି ଅପରେଟରଙ୍କ ଗ୍ରେଡେସନ୍‌ ତାଲିକା ହାଇକୋର୍ଟରେ ରଦ୍ଦ। ପୁରୀରେ ତିନିରଥର ପ୍ରଥମ ଭୂଇଁ ଫ୍ରେମ ଖୋଲାଯିବା ପରେ ତିନି ରଥର ଚାରି ନାହାକାରେ ପ୍ରଥମ ଭୂଇଁର ଛ’ କାଠି ପଡିଲା କଟକରେ ରାସ୍ତାରେ ଅଳିଆ ପକାଇଲେ ଜୋରିମାନା, ଘରୋଇ ଲୋକ ୧୦୦ ଟଙ୍କା, ବ୍ୟବସାୟୀଙ୍କୁ ୨୦୦ ଟଙ୍କା। odiaxpress କେନ୍ଦ୍ରାପଡାରେ ଅନ୍‌ଲାଇନ୍‌ ଗେମ୍‌ ନେଲା ଯବାନଙ୍କ ଜୀବନ। ୬୫ ଲକ୍ଷ ଟଙ୍କା ହରାଇବାରୁ ଆତ୍ମହତ୍ୟା କୋରାପୁଟ ଜିଲା ଲମତାପୁଟ ବ୍ଲକ ସହକାରୀ ଯନ୍ତ୍ରୀ ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ।odiaxpress ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକର କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେବାବେଳେ ଭିଜିଲାନସ୍ ହାତରେ ଗିରଫ। ଭୁବନେଶ୍ୱର ଇନଫୋସିଟି ଥାନାରେ ପଥରଗାଡିଆ ଗାଁ ମହିଳାଙ୍କ ହଙ୍ଗାମା, ୫୦ ଜଣଙ୍କ ନାଁରେ ମାମଲା ରୁଜୁ।odiaxpress ବାଲେଶ୍ଵର ରେମୁଣାରେ କନିଷ୍ଠ ଖଣି ଅଧିକାରୀଙ୍କୁ ବାଲି ମାଫିଆ ଆଖିବୁଜା ପିଟିଲେ, ଡିଏସ୍‌ଏ ଓ ଡ୍ରାଇଭର୍‌ଙ୍କୁ ବି ମାଡ଼। ତୁଳସୀ ମାଲିକଙ୍କ ନାଁରେ ଏତଲା ଦେଲେ ଅଭିନେତ୍ରୀ ମନୋରମା। ଏତେବର୍ଷ କାହିଁକି ଚୁପ ଥିଲେ, ତାହା ପ୍ରଶ୍ନ ଉଠିଲା। odiaxpress କେନ୍ଦୁଝର ଆନନ୍ଦପୁର ତରାଇଲୋ ଗାଁରେ ବାହାଘର ଭୋଜିଖାଇ ଝାଡାବାନ୍ତିରେ ୩୦ ଆକ୍ରାନ୍ତ, ଜଣେ ମୃତ। ଯାଜପୁରରେ ବ୍ୟାପିଲା ଝାଡ଼ାବାନ୍ତି। ୨୦୦ ଆକ୍ରାନ୍ତ,୨ ଜଣ ମୃତ, ଶହଶହ ଆକ୍ରାନ୍ତ ଡାକ୍ତରଖାନାରେ ଭର୍ତ୍ତି। odiaxpress ଭଦ୍ରକ ଷ୍ଟେସନରୁ ୩୦ କିଲୋ ଗଞ୍ଜେଇ ଜବତ, ଦୁଇ ଗିରଫ, ମୁଖ୍ୟ ଆସାମୀ ଖସିଗଲା ମୟୂରଭଂଜ ରାଇରଂଗପୁର ରେଳ ଷ୍ଟେସନ ନିକଟରେ ଅଜଣା ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ନବରଙ୍ଗପୁର ଡାବୁଗାଁ ରେ ଅଜଣା ଗାଡ଼ିକୁ ଧକ୍କା ଦେଇ ଜଳିଗଲା କାର୍‌, ଅଳ୍ପକେ ବର୍ତ୍ତିଲେ ଚାଳକ ମଧ୍ୟପ୍ରଦେଶ ରାଜା ରଘୁବଂଶୀ ହତ୍ୟା ମାମଲାରେ ଚାରି ଅଭିଯୁକ୍ତ ସ୍ୱୀକାର କଲେ ନିଜର ଅପରାଧ, ପତ୍ନୀ ସୋନମ ଦେଇଥିଲା ସୁପାରୀ ଦିଲ୍ଲୀ ଦ୍ୱାରକା ସେକ୍ଟର-୧୩ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡରେ ୩ ଜଣଙ୍କର ମୃତ୍ୟୁ। odiaxpress ଆମେରିକା ଲସ୍ ଏଞ୍ଜେଲେସ୍‌ ହିଂସା ଅଣାୟତ୍ତ, ୭୦୦ ନୌସୈନିକ ଓ ୨୦୦୦ ଗାର୍ଡ ପଠାଇଲେ ଟ୍ରମ୍ପ ======================= ଆଜି ସ୍ନାନଯାତ୍ରା ଆଜି ଜନ୍ମଦିନ: ଲାଲୁ ଯାଦବ, ସ୍ନେହାଶିଷ ଗାଙ୍ଗୁଲି, ସୁନିତା ଲାକ୍ରା (ହକି, ସୁନ୍ଦରଗଡ) ଆଜି ତିରୋଧାନ: ଜିଡ଼ି ବିର୍ଲା, ମିହିର ସେନ ======================= *ବନ୍ଦେ ଉତ୍କଳ ଜନନୀ* 🪻🌻🪻
👍 ❤️ 🙏 😢 15

Comments