News ଖବର ଆଜିର
June 12, 2025 at 01:30 AM
*ଖବର ଆଜିର, ୧୨ ଜୁନ, ଗୁରୁବାର*
=======================
ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ। ତାପମାତ୍ରାରୁ ସାମାନ୍ୟ ଆଶ୍ୱସ୍ତି ମିଳିବ
ରାଜ୍ୟ ସରକାର ରଜରେ ୧୨ ନୂଆ ଏନଏସି ଘୋଷଣା କରିପାରନ୍ତି।
ଜଗନ୍ନାଥ ମହାପ୍ରଭୁଙ୍କୁ ଜର। ଠାକୁର ଏବେ ଅଣସର ଘରେ। ଆଜି ଠାରୁ ଶ୍ରୀ ଅଲାରନାଥ ଭକ୍ତଙ୍କୁ ଦର୍ଶନ ଦେବେ
ପିଏମ ଇ ବିଦ୍ୟା ଯୋଜନାରେ ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମ ପାଇଁ ପ୍ରସ୍ତୁତ ହେବ ଭିଡିଓ।
ଆସନ୍ତା କାଲି ସ୍ନାତକୋତ୍ତର ମେଧା ତାଲିକା ପ୍ରକାଶ ପାଇବ। ୟୁଜି ଓ ପିଜି ନାମଲେଖା ହେବ। odiaxpress
ଆସନ୍ତା ୧୬ ତାରିଖ ସୋମବାର, ନନ୍ଦନକାନନ ଖୋଲା ରହିବ, ମଙ୍ଗଳବାର ବନ୍ଦ ରହିବ
ଆଜିଠାରୁ ଭୁବନେଶ୍ୱର ରୁ ଆବୁଧାବି ସିଧାସଳଖ ଉଡ଼ିବ ବିମାନ। ସପ୍ତାହରେ ତିନିଦିନ ଯିବ। odiaxpress
ପୁରୀରେ ଜୁନ ୨୮ରୁ ଶ୍ରୀମନ୍ଦିରର ରତ୍ନଭଣ୍ଡାର ମରାମତି ପ୍ରହସନ ପୁଣି ଆରମ୍ଭ ହେବ
ବ୍ରହ୍ମପୁର ମେଡ଼ିକାଲରେ ଅପରେସନ କରି ଫୁସ୍ଫୁସ୍ରୁ ବାହାର କଲେ ୨୫ ସିଏମ୍ ଲମ୍ବା ତୀର
ଡାକ ବିଭାଗରେ ନିଯୁକ୍ତି ଦୁର୍ନୀତିରେ ବଲାଙ୍ଗୀରରୁ ଆଉ ୫ ଗିରଫ, ପ୍ରମାଣପତ୍ର ଦେବା ପାଇଁ ଦଲାଲ ନେଇଛନ୍ତି ୫ ଲକ୍ଷ ଟଙ୍କା। odiaxpress
ଅସୁସ୍ଥ ଯାଜପୁରରେ ବ୍ୟାପୁଛି ଝାଡାବାନ୍ତି, ୫୦୦ରୁ ଅଧିକ ଆକ୍ରାନ୍ତ, ଜିଲ୍ଲାରେ କୋକୁଆ ଭୟ। ଡାକ୍ତର କହିଲେ, ବାହାର ବିଷାକ୍ତ ଖାଦ୍ୟ ଏଥିପାଇଁ ଦାୟୀ
ବରପାଲିରେ ବେଆଇନ କୋଇଲା ପରିବହନକୁ ପ୍ରତିବାଦ କରିବାରୁ ବିଧାୟକ ଯୋଗେଶ ସିଂଙ୍କୁ ପୁଲିସ ଉଠାଇନେବାରୁ ବିଜେଡ଼ିର ପ୍ରତିବାଦ ସଭା
ନୂଆପଡ଼ାରେ ନିଜ ହକ୍ ପାଇଁ ଅସ୍ତ୍ରଶସ୍ତ୍ର ଧରି ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଆଦିବାସୀ। odiaxpress
କେନ୍ଦୁଝରରେ ଟ୍ରେନ୍ ଆଗକୁ ଡେଇଁ ଟ୍ରକ୍ ମାଲିକଙ୍କ ଆତ୍ମହତ୍ୟା, ଋଣ ବୋଝ ସହି ପାରିଲେନି ଲୋକନାଥ
ଯାଜପୁରରେ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ, ୨ ଗୁରୁତର।
ଅଶାନ୍ତ ପୁରୀରେ ସ୍ନାନ ପୂର୍ଣ୍ଣିମାରେ ସେବାୟତଙ୍କୁ ହତ୍ୟା, ଘର ଭିତରେ ମାରି ବାହାରେ ଫିଙ୍ଗିଲେ ମୃତଦେହ। ମୃତକ ମହାସୁଆର ସାହିର ଜଗନ୍ନାଥ ଦୀକ୍ଷିତ। ଶଶୁର ଘରେ ଅଭିଯୁକ୍ତ
ଭଦ୍ରକ ଗୋଷ୍ଠୀ ସଂଘର୍ଷରେ ଯୁବକ ସନ୍ତୋଷ ପରିଡାଙ୍କ ମୃତ୍ୟୁ, ୧୦ ଲକ୍ଷ ସହାୟତା। odiaxpress
ନବରଙ୍ଗପୁର ନେଙ୍ଗନାଲ ଗ୍ରାମରେ ଶ୍ବଶୁର ହତ୍ୟା ମାମଲାରେ ଘରଜ୍ବାଇଁକୁ ୫ବର୍ଷ ସଶ୍ରମ କାରାଦଣ୍ଡ
ଭଦ୍ରକ ଆରଡ଼ିଛକ କେନାଲ ରୋଡ଼ଠାରେ ଦୁଇଟି ଘରୁ ସୁନା ଚୋରି। ପୋଲିସ ଖୋଜୁଛି ସୂତ୍ର। odiaxpress
ନୂଆପଡା ଜିଲ୍ଲା ଖରିଆରରେ ବାଇକ୍ ଚୋରି ରାକେଟର ପର୍ଦ୍ଦାଫାସ୍। ୪ ଗିରଫ
ଦେଶର ବିକ୍ରି ହେଉଥିବା ଏସିରେ ତାପମାତ୍ରା ରେଞ୍ଜ ୨୦ ଡିଗ୍ରୀରୁ ୨୮ ଡିଗ୍ରୀ ରଖିବା ବାଧ୍ୟତାମୂଳକ କରିପାରନ୍ତି ସରକାର। odiaxpress
ନବ ବିଧବା ବୋହୁ ସୋନମ ରଘୁବଂଶୀ ସତ ମାନିଲା, ସ୍ବାମୀ ରାଜାଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ମାନିଗଲା
ଦେଶରେ କରୋନା ସଂକ୍ରମଣ ୭୦୦୦ ଟପିଲା। କିଛି ହବନି ବୋଲି କହୁଥିଲେ, ଏବେ ପଦକ୍ଷେପ ନେବାକୁ ଅଣ୍ଟା ଭିଡ଼ିଲେ
ଆମେରିକାରେ ଟ୍ରମ୍ପଙ୍କ ବିରୋଧରେ ବିକ୍ଷୋଭ, ୧୨ ରାଜ୍ୟର ୨୫ ସହରରେ ହିଂସା ବ୍ୟାପିଲାଣି। odiaxpress
*ଓଡ଼ିଶାରେ One Net ଇଣ୍ଟରନେଟ ସେବା ଆରମ୍ଭ ହେବ*। ବ୍ୟବସାୟ ପାଇଁ ଇଛୁକ ବ୍ୟକ୍ତି ସମ୍ପର୍କ କରନ୍ତୁ 9437322138, 7978282171
=======================
ଆଜି ବିଶ୍ୱ ଶିଶୁ ଶ୍ରମ ବିରୋଧ ଦିବସ
ଆଜି ଜନ୍ମଦିନ: ପଦ୍ମିନୀ, ଅଞ୍ଜନା ଓମ କଶ୍ୟପ, ମନୋଜ ବାରିକ (କ୍ରିକେଟ, ଭୁବନେଶ୍ୱର), ସୁପ୍ରିୟା ରାଉତରାୟ ( ଫୁଟବଲ, କଟକ)
ଇତିହାସରେ ଆଜି ଦିନ: (୧୯୭୫) ନିର୍ବାଚନ ଜାଲିଆତିରେ ଇନ୍ଦିରା ଗାନ୍ଧୀ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ/ (୧୯୯୦) ଇନସାଟ 1D ଲଞ୍ଚ ହେଲା/ (୨୦୧୬) ସାଇନା ନେହଵାଲ ଦ୍ୱିତୀୟ ଥରପାଇଁ ଜିତିଲେ ଅଷ୍ଟ୍ରେଲିଆନ ଓପନ/ (୧୮୯୮) ଫିଲିପାଇନ୍ସ ସ୍ୱାଧୀନ ହେଲା
=======================
*ଗଛ ବଞ୍ଚାନ୍ତୁ। କାଗଜ ନଷ୍ଟ କରନ୍ତୁ ନାହିଁ*
*ବନ୍ଦେ ଉତ୍କଳ ଜନନୀ* 🪻🌻🪻
❤️
👍
🙏
😂
😮
15