News ଖବର ଆଜିର
June 14, 2025 at 01:20 AM
*ଖବର ଆଜିର, ୧୪ ଜୁନ, ଶନିବାର* ======================= ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ। ୨ ଦିନ ଭିତରେ ମୌସୁମୀ ଓଡ଼ିଶା ଛୁଇଁବ। ୧୮ ତାରିଖ ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ରାଜ୍ୟରେ ସରକାରୀ କର୍ମଚାରୀଙ୍କ ପାଇଁ କଡ଼ାକଡ଼ି ହେଲା ବାୟୋମେଟ୍ରିକ ଉପସ୍ଥାନ, ଇନ ଆଉଟ ସମୟ ରେକର୍ଡ ହେବ ସିଙ୍ଗଲ ୱିଣ୍ଡୋରେ ୧୭ ପ୍ରକଳ୍ପକୁ ମଞ୍ଜୁରୀ, ରାଜ୍ୟରେ ୩୮୭୮.୮୬ କୋଟିର ପୁଞ୍ଜି ନିବେଶକୁ ମିଳିଲା ମଞ୍ଜୁରୀ। ଗୃହରକ୍ଷୀଙ୍କ ଭତ୍ତା ବୃଦ୍ଧି କଲେ ସରକାର। ଏବର୍ଷ ଜାନୁଆରୀ ପହିଲାରୁ ପିଛିଲା ଭାବେ ଏହା ଲାଗୁ ହେବ। ପ୍ରତି ପଞ୍ଚାୟତରେ ଖୋଲିବ ଜନ ପୋଷଣ କେନ୍ଦ୍ର, କମ୍ ଦରରେ ମିଳିବ ଅଟା, ଚିନି, ଲୁଣ। ସରକାରଙ୍କ ପ୍ରତିଶ୍ରୁତି ରାକ୍ଷୀ ପୂର୍ଣ୍ଣିମାରେ ସବୁ ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ମାଗଣା ଟଙ୍କାର ତୃତୀୟ କିସ୍ତି। odiaxpress ପୁରୀରେ ରଥ ରଙ୍ଗ ଓ କନା ମଣ୍ଡଣି କାମ ଆରମ୍ଭ ହେଲା। ମଝି ଚିଲିକାରେ ଡଙ୍ଗାକୁ ଅଟକାଇଲା କୁଦ। ଫସିଗଲେ ୮ ମହିଳାଙ୍କ ସମେତ ୩୦ ଯାତ୍ରୀ ଯାଜପୁରରେ ଝାଡ଼ାବାନ୍ତି ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କ ରଜ ଛୁଟି ବାତିଲ। ଭଦ୍ରକ ଜିଲ୍ଲାକୁ ବ୍ୟାପିଲା ରୋଗ ବାଲେଶ୍ଵର ଜଳେଶ୍ବରରେ ବାଲି ମାଫିଆଙ୍କ ଦାଦାଗିରି, ଏନ୍‌ଫୋର୍ସମେଣ୍ଟ ଟିମ୍‌କୁ ହତ୍ୟା ଧମକ, ଗାଡ଼ି ଭାଙ୍ଗିଲେ। ପ୍ରଶାସନ ନିଷ୍କ୍ରିୟ। odiaxpress କେନ୍ଦୁଝର ଜିଲ୍ଲାରେ ୪ ଜଣଙ୍କୁ କଚାଡ଼ି ମାରିଲା ଦନ୍ତାହାତୀ, ବନ କର୍ମଚାରୀଙ୍କୁ ପିଟିଲେ ଉତ୍ତ୍ୟକ୍ତ ଲୋକେ। ପୁରୀ ବ୍ରହ୍ମଗିରିରେ ବୋମାମାଡ଼। ଏସିଡ୍‌ ଆକ୍ରମଣରେ ଦୋକାନୀ ଓ ଗ୍ରାହକ ଗୁରତର, ଅଭିଯୁକ୍ତକୁ ପୋଲିସ ଖୋଜୁଛି। odiaxpress ବାଲେଶ୍ଵର ସୋରରେ ମହିଳାଙ୍କୁ ହତ୍ୟା ଅଭିଯୋଗ। ଶବ ରଖି ଜ୍ବାଇଁ ଓ ଶାଶୁକୁ ପିଟିଲେ ପରିବାର ଭୁବନେଶ୍ୱରରେ ସ୍ପେଶାଲ୍ ସ୍କ୍ବାଡ୍ ଧରିଲା ୫ ବନ୍ଧୁକ ବେପାରୀ, ୬ ବନ୍ଧୁକ, ୧୮ ଗୁଳି କେନ୍ଦୁଝର ଠାକୁରଡ଼ିହି ଛକରେ ସଡ଼କ ଦୁର୍ଘଟଣାରେ ତିନି ଯୁବକ ମୃତ। odiaxpress ମାଲକାନଗିରି ସୀମାନ୍ତରେ ଆଠ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିବା ହାର୍ଡକୋର ମାଓବାଦୀ ଗିରଫ। ନବରଙ୍ଗପୁର ରାଇଘରରେ ଡକାୟତି ଉଦ୍ୟମ। ଗୁଳି ମାଡ଼ରେ ସୁନା ଦୋକାନୀ ଆହତ ରାୟଗଡା କଲ୍ୟାଣସିଂହପୁର ଥାନାରେ ଏତଲା ଦେଲେ ଡାକ୍ତର, ଦୁଃଖଭୟରେ ଆତ୍ମହତ୍ୟା କଲେ ରୋଗୀଙ୍କ ସଂପର୍କୀୟ କନ୍ଧମାଳ ଫିରିଙ୍ଗିଆ ରାସ୍ତାକଡରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ। odiaxpress ଭଦ୍ରକରେ ଦଙ୍ଗା ପରିସ୍ଥିତିର ୩୬ ଘଣ୍ଟା ପରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା ଦିଲ୍ଲୀ ଜଳ ସଂକଟ ଗୁରୁତର ହେଲା। ୱଜିରାବାଦ ଓ ଚନ୍ଦ୍ରାବଲ ପ୍ଲାଣ୍ଟରୁ ଜଳଯୋଗାଣ କମିଲା ଜାତୀୟ କରାଟେ ପ୍ରତିଯୋଗିତାରେ ଦ୍ବିତୀୟ ଦିନ ସୁଦ୍ଧା ଓଡ଼ିଶାକୁ ୯ ପଦକ ମିଳିଛି। odiaxpress ସୁନା ଦାମ୍‌ ଲକ୍ଷେ ଟଙ୍କା ଟପିଲା ଆସନ୍ତା ୨୦୨୯ ଲୋକସଭା ନିର୍ବାଚନରେ ମହିଳାଙ୍କ ପାଇଁ ସିଟ୍ ସଂରକ୍ଷଣ ବ୍ୟବସ୍ଥା ଲାଗୁହେବ ଥାଇଲ୍ୟାଣ୍ଡରେ ଏୟାର ଇଣ୍ଡିଆ ବିମାନ ଆଣ୍ଡାମାନ ସାଗର ଚାରିପାଖରେ ଘୂରି ବୁଲିବା ପରେ ଜରୁରୀକାଳୀନ ଅବତରଣ କଲା ଇରାନର ଆଣବିକ କେନ୍ଦ୍ର ଉପରେ ଇସ୍ରାଏଲର ବୋମାମାଡ଼। ଟ୍ରମ୍ପ କହିଲେ ଆମେ ଜାଣିନାହୁଁ। ଇରାନ କଲା ପ୍ରତି ଆକ୍ରମଣ। ଇରାନ ସେନାମୁଖ୍ୟ ମୃତ ====================== *ମାଗଣାରେ ଟିଭି ଦେଖନ୍ତୁ* https://play.google.com/store/apps/details?id=com.app.tvzone ====================== ଆଜି ପହଲି ରଜ ବିଶ୍ୱ ରକ୍ତଦାତା ଦିବସ ବିଶ୍ୱ ଗାଧୁଆ ଦିବସ ଆଜି ଜନ୍ମଦିନ: କେଏନ ସୋମାୟା, କିରଣ ଖେର, କୁମାର ମଙ୍ଗଲମ ବିର୍ଲା, ଜୁବିନ ନୌଟିୟାଲ, ପ୍ରୀତମ ଚକ୍ରବର୍ତ୍ତୀ, ରାଜ ଥାକରେ, ଶେଖର ସୁମନ, ଉଇଲିଆମ ଜାଲଜୋ (ହକି, ସୁନ୍ଦରଗଡ) ଆଜି ତିରୋଧାନ: ଫକୀର ମୋହନ ସେନାପତି ଇତିହାସରେ ଆଜି ଦିନ: (୧୭୭୫) ଆମେରିକା ସେନାବାହିନୀ ଗଠିତ ହେଲା/ (୧୯୪୭) ବ୍ରିଟିଶ ଦ୍ୱାରା ଭାରତ ବିଭାଜନକୁ ଅନୁମୋଦନ କଲା ଭାରତୀୟ କଂଗ୍ରେସ/ (୧୯୪୯) ଭିଏତନାମ ଗଠନ ହେଲା/ (୧୯୫୮) ସିଭି ରମଣ ପାଇଲେ ଲେନିନ ଶାନ୍ତି ପୁରସ୍କାର/ (୨୦୦୭) ଚୀନରେ ରାକ୍ଷସ ପକ୍ଷୀର ହାଡ଼ ମିଳିଲା/ (୨୦୧୨) ବିଶାଖାପାଟଣା ଷ୍ଟିଲ ପ୍ଲାଣ୍ଟ ବିସ୍ଫୋରଣରେ ୧୧ ମୃତ ======================= *ଗଛ ବଞ୍ଚାନ୍ତୁ। କାଗଜ ନଷ୍ଟ କରନ୍ତୁ ନାହିଁ* *ବନ୍ଦେ ଉତ୍କଳ ଜନନୀ* 🪻🌻🪻
👍 🙏 ❤️ 7

Comments