SS Publication
SS Publication
May 15, 2025 at 06:31 PM
ବିକ୍ରମ ବେତାଳ _ ଭାଗ୭୩ (ଐତିହାସିକ,ପଞ୍ଚତନ୍ତ୍ର କାହାଣୀ,ପୌରାଣିକ, ଧାରାବାହିକ, ଅନୁବାଦ) ଡାକୁ ସର୍ଦ୍ଦାର ମଲ ଖାଁନଙ୍କୁ ଫାଶୀ ଖୁଣ୍ଟରେ ବାନ୍ଧିବା ପରେ , ଆକାଶ ମାର୍ଗରୁ ଗୋଟେ ଧୂଆଁ ଦାନବ ଆସିଲା। ହଠାତ ସମସ୍ତ ପରିବେଶ ଦୂଷିତ ହେଇଗଲା। ଧୂଆଁ ଦାନବ ସମସ୍ତ ଝିଅ ବୋହୂଙ୍କ ପ୍ରତି କ୍ରୁରତା ଦେଖାଇ ଅନେକ ନିରୀହ ମନୁଷ୍ୟଙ୍କୁ ହତ୍ୟା କରିଲା । ଏପଟେ ସେନାପତି ଧୂଆଁ ଦାନବ ସହିତ ଯୁଦ୍ଧ କରିବାରେ ବ୍ୟସ୍ତ କି ଡାକୁ ସର୍ଦ୍ଦାର ମଲ ଖାଁନ କହିଲେ ସେନାପତି ତୁମେ ଏହି ବିଧବା ସ୍ତ୍ରୀ ଏବଂ ତାଙ୍କ କନ୍ୟାକୁ ବଞ୍ଚାଇ ରଖ । ଏଇ ଦେଖ ଧୂଆଁ ଦାନବ ତାଙ୍କର କ୍ଷତି କରିବାକୁ ଚାହୁଁଚି । ଡାକୁ ସର୍ଦ୍ଦାର ମଲ ଖାଁନ କଥନ ଶୁଣି ସେନାପତି କହିଲେ , ଡାକୁ ସର୍ଦ୍ଦାର ମଲ ଖାଁନ ମୋର ଦୁଇଟି ହାତ । ସମସ୍ତଙ୍କୁ ବଞ୍ଚାଇବାକୁ ମୁଁ ଅସମର୍ଥ । ଠିକ୍ ଏହି ସମୟରେ ଡାକୁ ସର୍ଦ୍ଦାର ମଲ ଖାଁନ କହିଲେ ସେନାପତି ମୋତେ ବିଶ୍ୱାସ କରନ୍ତୁ। ମୁଁ ଯଦି ଭlଗିଯିବାର ଥାଆନ୍ତା ତେବେ ନିଶ୍ଚିନ୍ତ ପଳାଇ ଯାଇଥାଅlନ୍ତି କିନ୍ତୁ ମୁଁ ସେଭଳି କିଛି କରିବି ନାହିଁ । ମୋତେ ବନ୍ଧନ ମୁକ୍ତ କରନ୍ତୁ। ଡାକୁ ସର୍ଦ୍ଦାର ମଲ ଖାଁନ ଉପରେ ବିଶ୍ୱାସ କରି ସେନାପତି ତାଙ୍କୁ ବନ୍ଧନ ମୁକ୍ତ କରିଲେ । କିଛି ସମୟ କ୍ଷ୍ମୁଦ୍ଧ ପରେ ଧୂଆଁ ଦାନବକୁ ମୃତ୍ୟୁର ସ୍ଵାଦ ଚାଖିବାକୁ ପଡିଲା । ତାପରେ ସେଠାର ପରିସ୍ଥିତି ସାମାନ୍ୟ ହେଲା ଏବଂ ପରିସ୍ଥିତି ସାମାନ୍ୟ ହେବା ପରେ ସେ ବିଧବା ମହିଳା କହିଲେ , ପୁତ୍ର ମୁଁ ତୁମର ରୁଣି। ମୁଁ ଯଦି ତୁମ କାର୍ଯ୍ୟରେ ଲlଗିବି ତେବେ ନିଜକୁ ଧନ୍ୟ ମଣିବି କାରଣ ମୋ ମନରୁ ବର୍ତ୍ତମାନ ତୁମ ପାଇଁ ଥିବା ମଇଳା ସ୍ଵସ୍ଛ ହେଇଛି । ତୁମେ ସାଧାରଣ ମନୁଷ୍ୟ ନୁହଁ । ତୁମେ ସାକ୍ଷାତ ଭଗବାନ । ବିଧବା ବୃଦ୍ଧ ମହିଳାଙ୍କ କଥା ଶୁଣି ଡାକୁ ସର୍ଦ୍ଦାର ମଲ ଖାଁନ କହିଲେ ତୁମେ ଯଦି ତୁମ କନ୍ୟାର ହାତ କୁ ମୋ ହାତରେ ଦେଇ ବିବାହ କରାଇବ ତେବେ ମୁଁ ଉପକୃତ ହେବି।କଣ ଆପଣ ମୋ ପାଇଁ କରିପାରିବେ କୁହନ୍ତୁ ମାଉସୀ ... କୁହନ୍ତୁ ..? ଡାକୁ ସର୍ଦ୍ଦାର ମଲ ଖାଁନଙ୍କ ମୁହଁରୁ ଏଭଳି କଥନ ଶୁଣି ମହିଳା ଜଣଙ୍କ କହିଲେ କିନ୍ତୁ ତୁମକୁ କାଲି ପ୍ରଭାତ ରେ ଫାଶୀ ଦିଆଯିବ । ତାପରେ ମୋ ଝିଅ ମଧ୍ୟ ବୈଧବ୍ୟ ଯନ୍ତ୍ରଣାରେ ଛଟ ପଟ ହେବ କିନ୍ତୁ ତୁମର ଲାଭ କଣ ହେବ ଏହା ଦ୍ବାରା ? । ମହିଳା ଙ୍କ କଥନ ଶୁଣି ଡାକୁ ସର୍ଦ୍ଦାର ମଲ ଖାଁନ କହିଲେ ଏହି ରାତ୍ରୀରେ ଆମ୍ଭର ମିଳନ ହେବ ଏବଂ ମୋ ଔରସରୁ ଯେଉଁ ପୁତ୍ର ଜନ୍ମ ହେବ , ତୁମେ ତାକୁ ଲାଳନ ପାଳନ କରି ବଡ଼ କରିବା ପରେ ମୋର ପିଣ୍ଡଦାନ କରାଇବ। ଯହାଦ୍ୱାରା ମୋର ଆତ୍ମା ପ୍ରେତ ଯୋନିରୁ ବାହାରି ଆସି ଶାନ୍ତି ପାଇବ । କିନ୍ତୁ , ପୁତ୍ର ଏବେ ଆମେ ଏତେ କଷ୍ଟରେ ଅଛୁ ଯେ କହିବା ଅସମ୍ଭବ। ଦୁଇ ଓଳି ଦୁଇ ମୁଠା ଖାଇବା ଦୂରର କଥା ଦୁଇ ଦିନରେ ମଧ୍ୟ ଥରେ ଖାଇବାକୁ ମିଳୁନି ତେବେ ଏହି ପରିସ୍ଥିତି ରେ ଆମେ ମାଆ,ଝିଅ ତୁମ ପୁତ୍ରର ଲାଳନ ପାଳନ କିପରି କରିବୁ । ଆମେ ଏହି ସମାଜର ସବୁଠାରୁ ଗରିବ ମଣିଷ । ମହିଳାଙ୍କ କଥାରେ ଉତ୍ତର ଦେଇ ଡାକୁ ସର୍ଦ୍ଦାର ମଲ ଖାଁନ କହିଲେ , ମାଉସୀ ଆପଣ ବୃଥା ଚିନ୍ତା କରନ୍ତୁ ନାହିଁ। କାରଣ ମୁଁ ଏତେ ଧନ ସଂପତ୍ତି ଗଛିତ ଅଛି ଯେ ମୋ ପୁତ୍ରର ଚଉଦ ପୁରୁଷ ବସି ଖାଇଲେ ସରିବ ନାହିଁ । କାହାଣୀ ଏତିକି କହିବାପରେ , ବେତାଳ ପୁନଃ ରାଜା ବିକ୍ରମlଦିତ୍ୟଙ୍କ କାନ୍ଧରୁ ଖସି ଯାଇ ସେହି ପୁରୁଣା ବରଗଛ ଓହଳ ରେ ଝୁଲି କହିଲା ରଜାନ , ମଣିଷ ର ଲୋଭ ପ୍ରବଳ । ମୃତ୍ୟୁ ସାମନାରେ ଠିଆ ଦେଇଥିଲେ ମଧ୍ୟ ମନୁଷ୍ୟ ତୁରନ୍ତ ଯମରାଜଙ୍କୁ କହିବ ଯେ ହେ ଯମରାଜ ଆଉ ଗୋଟିଏ ଚlନ୍ସ ଦିଅନ୍ତୁ । ମୁଁ କିଛି ବଦମାସୀ କରିବି ନାହିଁ । କିନ୍ତୁ ଶୁଣ ତାଜନ । ପ୍ରଶ୍ନର ଉତ୍ତର ଯଦି ଜାଣି ଯଦି ଚୁପ ରୁହ , ତେବେ ମୁଁ ତୁମର ଶିର ଛେଦନ କରିବି । କ୍ରମଶଃ... ✍️ପ୍ରଶାନ୍ତ କୁମାର ବିଦ୍ୟାଧର ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।

Comments