SS Publication
SS Publication
May 15, 2025 at 08:51 PM
ଆଇଡିଆ ବକ୍ସ ଥିମ୍ _ ଭାବନାର ଇମୋଜୀ ଗଳ୍ପ ଶୀର୍ଷକ _ ଇଚ୍ଛା ଶକ୍ତି ବିଦ୍ୟାଳୟରେ ଶିକ୍ଷକ ପଢ଼ାଉଥିଲେ ଇତିହାସ ର ଗୋଟିଏ ବିଷୟବସ୍ତୁ । ପାଠ ପଢ଼ାଇସାରିବା ପରେ ଗୁରୁଜୀ କହିଲେ ଆଛା ପିଲାମାନେ ଆଜିର ପାଠ୍ୟକ୍ରମ ରୁ ତୁମେ କଣ ମନ ରଖିଛ କହିବ ? ପିଲାମାନେ କହିଲେ ସାର , ଆପଣ ପ୍ରଶ୍ନ କରନ୍ତୁ ଆଉ ଆମେ ତାର ଉତ୍ତର ଦେବୁ । ଗୁରୁଜୀ ତl'ପରେ ପଚାରିଲେ ଯେ ଭାରତର ସୁରଥ ସହର କଣ ପାଇଁ ପ୍ରସିଦ୍ଧ ଅଟେ ?  ଗୁରୁଜୀଙ୍କ ପ୍ରଶ୍ନରେ ଉତ୍ତର ଦେଇ ଜଣେ ଛାତ୍ର ଯାହାର ନାମ ସ୍ଵୟଂ , ସେ କହିଲା ସୁରଥ ସହର ତିନୋଟି କାରଣ ପାଇଁ ପ୍ରସିଦ୍ଧ ଅଟେ । କିନ୍ତୁ ପ୍ରଥମ ଏବଂ ପ୍ରମୁଖ କାରଣ ହେଲା ହୀରା ବ୍ୟାପାର ପାଇଁ ପ୍ରସିଦ୍ଧ । ଦ୍ଵିତୀୟରେ ଏଠାରେ ଥିବା ରହ ବାସୀ ର ୮୦ ପ୍ରତିଶତ ଓଡ଼ିଆ ତେଣୁ ଏହାକୁ ଦ୍ଵିତୀୟ ଓଡ଼ିଶା ମଧ୍ୟ କୁହାଯାଏ ଏବଂ ତୃତୀୟ କାରଣ ହେଲା ଭାରତର ପ୍ରମୁଖ ବୟନଶିଳ୍ପ କାରଖାନା ସହିତ ଚିନି କାରଖାନା ପାଇଁ ପ୍ରସିଦ୍ଧ ଅଟେ । ଗୁରୁଜୀ ପୁନଃ ଏକ ପ୍ରଶ୍ନ ପଚାରିଲେ ପିଲାଙ୍କୁ ଯେ ଏହି ହୀରା ନିର୍ମାଣ କାରଖାନା ର ମାଲିକଙ୍କ ନାମ କଣ ସ୍ମିତା ? ଗୁରୁଜୀ ଙ୍କ ପ୍ରଶ୍ନର ଉତ୍ତର ଦେଇ ସ୍ମିତା କହିଲା ସାର ସାଭଜି ଧନଜି ଢୋଲକିଆ ଙ୍କୁ କିଏ ନ ଜାଣେ। ସାଭଜୀ ଧନଜି ଢୋଲକିଆ ଭାରତର ସୁରଟ ସହର ର ସବୁଠାରୁ ଧନୀ ବ୍ୟକ୍ତି ଭାବରେ ଜଣାଶୁଣା ଏବଂ ଏକ ପ୍ରମୁଖ ହୀରା ନିର୍ମାଣ ଏବଂ ରପ୍ତାନିକାରୀ କମ୍ପାନୀ ହରି କୃଷ୍ଣ ଏକ୍ସପୋର୍ଟସର ପ୍ରତିଷ୍ଠାତା ଅଟନ୍ତି ସେଥିପାଇଁ ସୁରଥ ସହର ପ୍ରସିଦ୍ଧ ଅଟେ । ଗୁରୁଜୀ ପିଲାଙ୍କ ଉତ୍ତର ରେ ସନ୍ତୁଷ୍ଟ ହେଇ କହିଲେ ଅlଛା ପିଲାମାନେ ମୁଁ ଗୋଟିଏ ଗଳ୍ପ ଶୁଣାଇବି କିନ୍ତୁ ତୁମେ ସମସ୍ତେ ଗଳ୍ପ ଶୁଣି ତାର ନିଷ୍କର୍ଷ ବାହାର କରିବ । ତେବେ ସମସ୍ତେ ମନ ଦେଇ ଗଳ୍ପ ଶୁଣ ...! ସାଭଜୀ ଧନଜି ଢୋଲକିଆ ଭାରତର ସୁରଟର ସବୁଠାରୁ ଧନୀ ବ୍ୟକ୍ତି ଭାବରେ ଜଣାଶୁଣା ଏବଂ ଏକ ପ୍ରମୁଖ ହୀରା ନିର୍ମାଣ ଏବଂ ରପ୍ତାନିକାରୀ କମ୍ପାନୀ ହରି କୃଷ୍ଣ ଏକ୍ସପୋର୍ଟସର ପ୍ରତିଷ୍ଠାତା ଅଟନ୍ତି । ପ୍ରତ୍ୟେକ ବର୍ଷ ସାଭଜୀ ଧନଜି ଢୋଲକିଆ ନିଜ କର୍ମଚାରୀ ଙ୍କ କର୍ମ ଦକ୍ଷତା ଓ ନିଷ୍ଠା ପାଇଁ ବୋନସ ରେ କାହାକୁ ଗୃହ , ନୂଆ ଗାଡି ଏବଂ ଲକ୍ଷାଧିକ ଟଙ୍କା ଦେଇ ସୂର୍ଖି ରେ ରୁହନ୍ତି । କିନ୍ତୁ ସେ ଯଦି ସୁର୍ଖି ରେ ରହିବାକୁ ପସନ୍ଦ କରନ୍ତି ନାହିଁ ତଥାପି ସମୟ ଅନୁସାରେ ସବୁ କିଛି ଆପେ ହେଇ ଯାଏ। ଦିନକର ଘଟଣା କଣ ହେଲା ନାଁ , ସାଭଜୀ ଧନଜି ଢୋଲକିଆଙ୍କ ଜଣେ କର୍ମଚାରୀ ବୋନସରେ ମିଳିଥିବା କାର ଚଢ଼ି ଘରକୁ ଆସୁଥିଲେ । ଠିକ ସେହି ସମୟରେ ଜଣେ ଗରିବ ବାଳକ ତାଙ୍କ କାର କୁ ଦେଖୁଥାଏ । ଏହା ଦେଖି କlର ମାଲିକ ଜଣକ ମନରେ ଦୟା ଆସିଲା ଏବଂ ସେ ସେହି ଗରିବ ପିଲା କୁ କାର ରେ ବସାଇ ସୁରଥ ସହର ପରିକ୍ରମା କରାଇଲା। ସହର ପରିକ୍ରମା କରିବା ସମୟରେ କାର ମାଲିକ କହିଲେ କାର କିପରି ହେଇଛି ? ତୁମକୁ ମଜା ଆସିଲା ନାଁ ନାହିଁ ? ଏହି କାର ମୋତେ ମୋ ମାଲିକ ଦେଇଛନ୍ତି ବୋନସ ରେ ଉପହାର । ଗରିବ ଛୁଆ କାର ଦେଖି କହିଲା ବାଃ , ଖୁବ ସୁନ୍ଦର ଏବଂ ମହଙ୍ଗା ହେଇଥିବ । ( ଏତିକି କହି ପିଲାଟି ଚୁପ ରହିଲା ) ପିଲାଟି ର ଚୁପ ହେବା ଦେଖି କାର ମାଲିକ ରାଜେନ୍ଦ୍ର କହିଲେ କଣ ତୁମେ ମନଦୁଃଖ କରନି , ସମୟ ସହିତ ସବୁ ଠିକ୍ ହେଇଯିବ । ତୁମର ଇଛା ପୂରଣ ହେବ। ତୁମେ ମଧ୍ୟ କାର ମାଲିକ ହେଇଯିବ । କାର ମାଲିକ ରାଜେନ୍ଦ୍ରଙ୍କ କଥା ଶୁଣିବା ପରେ ପିଲାଟି କହିଲା ତୁମେ କlର ମାଲିକ ହେବାକୁ ଚାହୁଁଛ କିନ୍ତୁ ମୁଁ ଚାହେଁ ତୁମ ମାଲିକଙ୍କଭଳି ମାଲିକ ହେବାକୁ । କାରଣ ମୁଁ ମଧ୍ୟ ମାଲିକ ସାଭଜୀ ଧନଜି ଢୋଲକିଆ ଭଳି ଜଣେ ହେବି ଏବଂ ଅନେକ କାରଖାନା କରି ମୋର ସମସ୍ତ କର୍ମଚାରୀ ମାନଙ୍କୁ ଏହିଭଳି ଉପହାର ଦେବି । ପିଲାଟିର ଉତ୍ତର ଶୁଣି କାର ମାଲିକ ଆଶ୍ଚର୍ଯ୍ୟ ହେଲେ ଏବଂ ଗୁରୁଜୀ କହିଲେ, ଆଛା ପିଲେ "ପିଲାଟିର ଏହି ଉତ୍ତର ପଛରେ କାରଣ କଣ ଜାଣିଛ ? " ନିଜର ଲକ୍ଷ୍ୟ ପୁରଣ କରିବାକୁ ହେଲେ ଉଛ ଆଶା ଏବଂ ତୀକ୍ଷ୍ଣ ବୁଦ୍ଧି ତଥା ଲକ୍ଷ୍ୟ ଉପରେ ନିଜର "ଭାବନାର ଇମୋଜୀ" ରେ କିଛି କରିବାର " ଇଚ୍ଛା ଶକ୍ତି" ରହିବା ଆବଶ୍ୟକ । କଥାରେ ଅଛି .... "ଉଚ୍ଚ ମନା ଉଚ୍ଚ ଫଳ ଲଭି ଥାଏ ନୀଚ ମନା ଭକ୍ଷେ ବିଷ " ।। । ।ସମାପ୍ତ ।। ✍️ପ୍ରଶାନ୍ତ କୁମାର ବିଦ୍ୟାଧର ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା ।।

Comments