SS Publication
SS Publication
May 16, 2025 at 06:25 PM
ଶୀର୍ଷକ _ ଲଭ୍ ୟୁ ହିଟଲର_ ଭାଗ ୪୧ #ପ୍ରତିଲିପି ସୁପର୍ ରାଇଟର୍ ପ୍ରତିଯୋଗିତା - 2025 (ଧାରାବାହିକ,ଉପନ୍ୟାସ,ପ୍ରେମ,ବନ୍ଧୁତା,ପାରିବାରିକ) ଅରଣ୍ୟ ତୁରନ୍ତ ଯାଇ ପହଞ୍ଚିଲେ ଅନନ୍ୟାଙ୍କ ପାଖରେ ଏବଂ କହିଲେ ଶୁଣ ଅନନ୍ୟା , ତୁମେ ମୋ ପ୍ରଶ୍ନର ଉତ୍ତର କଣ ପାଇଁ ଦେଉ ନାହିଁ। ଠିକ୍ ସେହି ସମୟରେ ଅନନ୍ୟା କହିଲେ ଆଛା ବାବା ମୁଁ କଣ ପାଇଁ ତୁମକୁ ଇଗ୍ନୋର କରିବି । ତୁମେ ମୋର ସ୍ବାମୀ । ପତି ପରମେଶ୍ବର , କିନ୍ତୁ ମୁଁ ତୁମକୁ ଇଗ୍ନୋର କଣ ପାଇଁ କରିବି । ମୁଁ ଟିକେ କାମରେ ବ୍ୟସ୍ତ ଥିଲି ତେଣୁ ତୁମ ସହିତ କିଛି ସମୟ ଦେଇ ପାରିଲି ନାହିଁ । ଅନନ୍ୟା , ଏମିତି ଅନାବନା ଭାବନାରେ ବୁଡି ରହିଛନ୍ତି କି ଠିକ ସେହି ସମୟରେ ଅନନ୍ୟାଙ୍କ ଭାଇ ମନୋଜ ର ଫୋନ ଆସିଲା ଏବଂ ସେ କହିଲା ଯେ ଦିଦି ମୋତେ ଏକାକୀ ଠିକରେ ମନ ଲାଗୁନି । ତେଣୁ ମୁଁ କିଛି ସମୟ ପାଇଁ ତୁମ ପାଖକୁ ଆସିବି କି ? ମନୋଜ କଥା ଶୁଣି , ଅନନ୍ୟା କିଛି ବାହାନା କରି କହିଲେ ଆଛା ମନୋଜ ଟିକେ ଅପେକ୍ଷା କର ମୁଁ ତୋ ଭାଇଙ୍କୁ ପଚାରି ଆସେ ଯେ ଆଜି କିଛି ପ୍ରୋଗ୍ରାମ ନାହିଁ ତ । କିନ୍ତୁ ଅସଲ କଥା ହେଲା ଅନନ୍ୟା , ଅନୁମତି ନେବାକୁ ଯାଇ ଅରଣ୍ୟଙ୍କୁ ପଚାରିବାକୁ ଯାଇଥିଲେ କି ଅରଣ୍ୟ କହିଲେ ଆଛା , ତୁମ ଭାଇ ଭଉଣୀଙ୍କ ମିଳନ ରେ ମୁଁ କେଉଁଠୁ ଆସିଲି । ତାପରେ ସେ ମୋ ଶଳା ସାହେବ । ଭଉଣୀ ଘରକୁ ଆସିବା ତାର ଅଧିକାର । ଅରଣ୍ୟ ମନରେ ଟିକେ ମିଛୁଆ ରାଗ ରଖି ଅନନ୍ୟା ଙ୍କୁ କହିଲେ ତୁମ ଭାଇକୁ ଆସିବାକୁ କୁହ ଏବଂ କିଛି ସ୍ଵାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କର । ଅରଣ୍ୟଙ୍କ କଥା ଶୁଣିବା ପରେ ଅନନ୍ୟା, ମନୋଜ କୁ ଫୋନ କରି ଆସିବାକୁ କହିଲେ । କିଛି ସମୟ ମଧ୍ୟରେ ଡ୍ରାଇଭର ସହିତ ମନୋଜ ରାଏ ବାହାଦୁର ମେନ୍ସନ ଆସି ପହଁଚିଗଲା । ଘରେ ପହଂଚିବା ପରେ ସେ ଦେଖିଲା ଯେ ତାର ଭିଣୋଇ ଭାଇ ଲାପଟପ ଧରି କିଛି କାମ କରୁଛନ୍ତି ଠିକ୍ ଏହି ସମୟରେ ମନୋଜ ତାଙ୍କ ପାଖକୁ ଯାଇ ପ୍ରଣାମ କରି କହିଲା ଭାଇ ଆସନ୍ତୁ ଟିକେ ଚେସ ଖେଳିବା । ଏହି ଗେମ୍ ମାଇଣ୍ଡ ଇମ୍ପୃଭ କରେ । ଆଉ ଫୁର୍ତ୍ତି ଲାଗେ ମନକୁ । ଅରଣ୍ୟ , " ମନୋଜ କଥାରେ ନିଜର ସମସ୍ତ କାମ ଛାଡି ଆସି ବସିଗଲେ ଚେସ ଖେଳିବା ପାଇଁ । ଏସବୁ ଘଟଣା ,ରୋଷେଇ ଘରେ ଥାଇ ଦେଖୁ ଥାଆନ୍ତି ଅନନ୍ୟା । ମନୋଜ ଏବଂ ଅରଣ୍ୟ ଖିବ ଆନନ୍ଦ ସହିତ ଗେମ୍ ଖେଳୁଛନ୍ତି କି କିଛି ସମୟ ମଧ୍ୟରେ ଅରଣ୍ୟ ଦୁଇଥର ହରାଇଲେ ଶଳା ମନୋଜ କୁ , ଯିଏ କି ଇଣ୍ଟରନେସନାଲ ଚେସ ଚମ୍ପିୟାନସିପ ପାଇଁ ମନୋନୀତ ହେଇଚି । କିଛି ସମୟ ଖେଳିବା ପରେ ମନୋଜ ମନରେ ଅହେତୁକ ପ୍ରଶ୍ନ ଆସିଲା । ସେ ଚିନ୍ତା କରିପାରିଲା ନାହିଁ ଯେ ଯେଉଁ ମଣିଷ ସାମ୍ନାରେ ସେ ବସିଛି , ସେହି ମହାନ ଚେସ ଖେଳାଳି କିଏ ? ମନୋଜ ଅନେକ ଥର ଡିଷ୍ଟିକ, ଷ୍ଟେଟ ଓ ନେସନାଲ ଲିଭେଲ ରେ ଅନେକ କଣ୍ଟେଷ୍ଟାଣ୍ଟ ଙ୍କୁ ଖେଳରେ ହରାଇଛି କିନ୍ତୁ ଜୀବନରେ ସେ ପ୍ରଥମ ଥର ପାଇଁ ଜଣେ ସାଧାରଣ ମଣିଷ ହାତରୁ ଥରେ ନୁହେଁ , ଦୁଇ ଦୁଇଥର ଲଗାତାର ହlରିଗଲା। ଏହା ଅବଶ୍ୟ ଆଶ୍ଚର୍ଯ୍ୟ ଜଣକ ଘଟଣା । ଏମିତିରେ ମନୋଜ ଖୁବ୍ ପସନ୍ଦ ଏବଂ ସମ୍ମାନ କରେ ତାର ଭିଣୋଇ ଭାଇ ଅରଣ୍ୟଙ୍କର୍ କିନ୍ତୁ ଆଜି ତାର ସମ୍ମାନ ଆଉ ଟିକେ ଅଧିକା ହେଇଗଲା । ମନୋଜ ହଠାତ ଛିଡା ହେଇ କ୍ଲlପିଙ୍ଗ କରି କହିଲା ଇ...ଏ । ମୋ ଭାଇ ସବୁଠୁ ବେଷ୍ଟ । ଇ...ଏ । ମୋ ଭାଇ ସବୁଠୁ ବେଷ୍ଟ । ଆଉ ମୋତେ ଡର ନାହିଁ ମୁଁ ମୋର ନୂଆ କୋଚ ପାଇଗଲି । ଏପଟେ ମନୋଜ ର ଏଭଳି ବ୍ୟବହାର ଦେଖି ଅନନ୍ୟା ମନେ ମନେ ଖୁସି ହେଇ ଭାବୁଥାଏ ଯେ ଆରେ ବାଃ ...! ମୋ ଠାରୁ ମୋ ଭାଇ ମଧ୍ୟ ଲୋକଙ୍କୁ ସମ୍ମୋହନ କରିବାରେ ଖୁବ୍ ଧୂରନ୍ଧର । କିଛି ସମୟ ମଧ୍ୟରେ ସେ ନିଜେ ହସିବା ସହିତ ଏହି ହିଟଲର ଙ୍କୁ ମଧ୍ୟ ନିଜ ସହିତ ହସାଇ ଦେଲା । ଅନନ୍ୟା ଖୁବ୍ ଖୁସି ହେଇଗଲେ । କିଛି ସମୟ ମନକୁ ମନ୍ ହସିବା ପରେ ଟିକେ ଉଚ୍ଚ ସ୍ୱର ରେ ସେ ଅରଣ୍ୟ ଙ୍କୁ ଡାକିଲେ ..! ଏଇ ଶୁଣିଛ..! ଅରଣ୍ୟ ...! ଟିକେ ଶୁଣ ବାବା , ଛୁଆଟା ସହିତ ତୁମେ ଏତେ କଣ ହସୁଛ ମ । ସେ କଣ ଭାବିବ ? ତାପରେ ମୋ ଭାଇ ତୁମକୁ ଚେସ ରେ ହରାଇ ଦେଲା ନାଁ..!! ମୋ ଭାଇ ମନୋଜ ଖୁବ୍ ତୀକ୍ଷ୍ଣ ବୁଦ୍ଧିର ପିଲା , ସତ୍ କୁହ ହଁ କି ନାହିଁ ..! ତାପରେ ଶୁଣ ଗୋଟେ କଥା ଅରଣ୍ୟ . ..! ମୋ ଭାଇ ସହିତ ଖେଳରେ ହାରୀ କଣ ତୁମେ ମୋ ନାକ ତଳକୁ କରିବ ନାଁ କଣ ? ଏଠାକୁ ଆସ ଆଉ ଖେଳା ଖେଳି କରନି , ମୋତେ ଟିକେ ରୋଷେଇ କରିବାରେ ହେଲ୍ପ କର ବାବା ପ୍ଲିଜ ..!! ଅରଣ୍ୟ ଏବଂ ମନୋଜ ତୁରନ୍ତ ଖେଳ ଛାଡ଼ି ରୋଷେଇ ଘରକୁ ଆସିଲେ । ଅରଣ୍ୟ ଙ୍କୁ ଦେଖି ଅନନ୍ୟା କହିଲେ ଆଛା ତୃଣ ପ୍ରାଣୀ ଆଜି ତୁମ ପସନ୍ଦର ମସୃମ ମସଲା ଏବଂ ପନିର ସହିତ ଡାଳ ଫ୍ର୍ୟଏ ଓ ଲେମନ ରାଇସ ହେବ ଆଉ ମୁଁ କଣ କହୁଛି କି ଆଳୁ ତ ତୁମେ ବହୁତ ଖାଇଛ କିନ୍ତୁ ଗୋଟେ ସୁନ୍ଦର ଡିସ୍ କରିଦେବି ଖାଇବ ? ଆଳୁ ପନିର କୋରମା । ଅରଣ୍ୟ ଟିକେ ଚୁପ ରହି କହିଲେ , ଏସବୁ ମୋ ପାଇଁ କେଉଁ ଖୁସିରେ ରୋଷେଇ କରୁଛ ଟିକେ ଶୁଣିବି କି ? ତୁମ ଭାଇ ଆସିବା ଖୁସିରେ ନାଁ ମୋ ସହିତ ଚେସ ରେ ହରାଇବା ଖୁସିରେ । କିନ୍ତୁ ଅରଣ୍ୟଙ୍କ କଥା ଶୁଣି ମନୋଜ କହିଲେ , ଯିଯୁ .. ମୋ ଦି ବଢିଆ ରୋଷେଇ କରେ। ଆଉ ଏବେ ତୁମେ ମୋତେ ଚେସ ରେ ହରାଇଛ ତ ଖାଇବା ପାଲି ତୁମର । ମୋର ନୁହେଁ । ତୁମେ ମୋ ଚେସ ଗୁରୁ । ତୁମେ ଆଜିଠାରୁ ମୋ କୋଚ ହେବ । ମନୋଜ ମୁହଁରୁ ଏଭଳି କଥା ଶୁଣି ଅନନ୍ୟା ଆଚମ୍ବିତ ହେଇ କହିଲେ ଏହା କଣ ସତ୍ୟ କି ମନୋଜ । ତୋ ଯିଜୁ କଣ ସତରେ ତୋତେ ଚେସ ରେ ହରାଇଛନ୍ତି । ମନୋଜ କହିଲା ହଁ ଦିଦି । ଭାଇ ଜଣେ ବହୁତ ବଡ଼ ଚେସ ଚମ୍ପିୟାନ । ମୁଁ ଏମିତି ନାମ ଶୁଣିଥିଲି କିନ୍ତୁ ଆଜି ଗୋଟେ ଚିହ୍ନ ଦେଖି ମୁଁ ସୂୟୋର ହେଇଗଲି ଯେ ସେ ବ୍ୟକ୍ତି ଆଉ କେହି ନୁହନ୍ତି । ସେ ହେଉଛନ୍ତି ମୋ ଜିଜୁ ଅରଣ୍ୟ ରାଏ ବାହାଦୁର। ମନୋଜ କଥା ଶୁଣି ଅରଣ୍ୟ କହିଲେ ଆରେ ଶଳା ସାହେବ , ତୁମେ ମିଛ କଣ ପାଇଁ କହୁଚ୍ଛ? ଚେସ ଚମ୍ପିୟାନ ମୁଁ ନୁହେଁ ତୁମେ । ଏପଟେ ଅନନ୍ୟା ରୋଷେଇ ଘରେ ଆଖିକୁ ବଡ଼ବଡ଼ କରି ଛିଡ଼ା ହେଇ ଦେଖୁଛନ୍ତି ତାଙ୍କ ସ୍ବାମୀଙ୍କ କର୍ତୁତ୍ଵ। ସେପଟେ ବାହାରେ ସମସ୍ତ ଚାକର ବlକର ଏବଂ ଜେଜେ ନରସିଂହ ପ୍ରତାପ ରାଏ ବାହାଦୁର ମଧ୍ୟ ଲୁଚି ଛପି ମଧ୍ୟ ଦେଖୁଛନ୍ତି ଅରଣ୍ୟ ଙ୍କ ବଦଳା ସ୍ଵଭାବ । ଯେଉଁ ମଣିଷ ଦିନେ ଖାଇବା ପାଇଁ ଆଲି ଅର୍ଦ୍ଦଳି କରେନାହିଁ କି ରୋଷେଇ ଘର କିପରି ବୋଲି ଜାଣି ନଥିଲା ସେ ଆଜି ବୋହୂ ମାଆ ଅନନ୍ୟା ଙ୍କ କଥାରେ ଉଠ ବସ ହେଇ ରୋଷେଇ ଘରକୁ ପଶି ଗଲେଣି ଅନନ୍ୟା ଙ୍କ ଗୋଟିଏ ଡାକରା ରେ । ଅରଣ୍ୟ ଏବଂ ମନୋଜ ଙ୍କ କଥା ଶୁଣି ଟେରା ହେଇ ଦେଖିଥିବା ଅନନ୍ୟାଙ୍କୁ ମନୋଜ କହିଲେ ଦି ..! ଏମିତି କଣ ଦେଖୁଛୁ। ମୁଁ ଯାହା କହିଲି ତାହା ଅକ୍ଷରେ ଅକ୍ଷରରେ ସତ । ଆଛା ତୁ ଭାଇଙ୍କ ପାଇଁ ଆଳୁ ପନିର କୋରାମା କରିବାକୁ କହୁଥିଲୁ ପରା , ନକରି ଏମିତି କଣ ଭାବୁଛୁ ? ଅନନ୍ୟା ପ୍ରକୃତିସ୍ଥ ହେଲେ ଏବଂ ଅରଣ୍ୟଙ୍କୁ କହିଲେ ଆଛା ଅରୁ, ମୋତେ ଟିକେ ହେଲ୍ପ କର ନାଁ ବାବା। ଏତିକି ଆଳୁ ରୁ ଟିକେ ଚୋପା ଚାଞ୍ଚି ଦିଅ । ତାପରେ ତୁମେ ଶଳା ଭିଣୋଇ ବସି ଦେଖ ମୁଁ କିପରି ଏବଂ କେତେ ଶୀଘ୍ର ରୋଷେଇ ଶେଷ କରି ତୁମକୁ ସର୍ଭେ କରିବି । ଅରଣ୍ୟ ଶାନ୍ତ ସରଳ, ବୋଲକରା ଛୁଆ ଭଳି ଅନନ୍ୟାଙ୍କ କଥାରେ କିଛି ଆଳୁ ଉଠାଇ ନେଲେ ଏବଂ ଆଳୁ ର ଚୋପା ଛଡ଼ାଇବା ନାଇଫ୍ ନେଇ ଷ୍ଟାଣ୍ଡ ରେ ରଖି ଆଳୁ ଚlଞ୍ଛିବାରେ ଲାଗିଲେ । ଅରଣ୍ୟ ଙ୍କୁ ଆଳୁ ଚlଞ୍ଚିବାର ଦେଖି ସମସ୍ତେ ଆଚମ୍ବିତ ହେଇଗଲେ । ଏପଟେ ମାନସ , ଦିଲ୍ଲୀପ , ସୁକାନ୍ତ , ସୁଧୀର ମଧ୍ୟ ଏହି ନୂତନ ଦୃଶ୍ୟର ମଜା ବାହାରେ ଥାଇ ନେଉଛନ୍ତି କି ଅରଣ୍ୟଙ୍କ ହାତରୁ ଆଳୁ ସହିତ ଷ୍ଟାଣ୍ଡ ଛିଟିକି ପଡିଲା ଏବଂ ଅରଣ୍ୟଙ୍କ ହାତ ର ଆଙ୍ଗୁଳି ନାଇଫ୍ ରେ କଟିଗଲା ...! ଅରଣ୍ୟଙ୍କ ଅଙ୍ଗୁଳି କଟିବା ଦ୍ଵାରା ତାଙ୍କ ଆଙ୍ଗୁଳି ରୁ ଖୁବ ରକ୍ତ ବୋହିବାରେ ଲାଗିଲା । ଏହା ଦେଖି ଅନନ୍ୟା ତୁରନ୍ତ ତାଙ୍କ ହାତ ଧରି ଚୁମିବାକୁ ପ୍ରୟାସ କରୁଥିଲେ କି ଅରଣ୍ୟ ତାଙ୍କୁ ଧକ୍କା ଦେଇ ଦୂରେଇ ଦେଲେ । ଅରଣ୍ୟଙ୍କ ଏଭଳି ବ୍ୟବହାର ରେ ଶଳା ବାବୁ ମନୋଜ ଖୁବ୍ କ୍ରୋଧିତ ହେଇ କେବଳ ଦେଖୁଥିଲେ ତାଙ୍କ ଜିକୁ ଅରଣ୍ୟ କୁମାର ରାଏ ବାହାଦୁର ଙ୍କୁ ...! କ୍ରମଶଃ... ✍️ପ୍ରଶାନ୍ତ କୁମାର ବିଦ୍ୟାଧର ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।

Comments