SS Publication
SS Publication
May 16, 2025 at 07:39 PM
ଆଇଡିଆ ବକ୍ସ ଥିମ୍ _ ଡୁଆଲ ପର୍ଶୋନାଲିଟ୍ ଗଳ୍ପ ଶୀର୍ଷକ _ଟାଉଟର ମଦନା ସାହୁ" ରୁଦ୍ରପୁର ଗ୍ରାମରେ ଜଣେ ସମ୍ଭ୍ରାନ୍ତ ବ୍ୟକ୍ତି ରହୁଥିଲା । ସେଠାର ଲୋକଙ୍କ ପାଇଁ ଯଦିବା ସେ ଜଣେ ମହାନ ବ୍ୟକ୍ତି ଥିଲା କିନ୍ତୁ ଗୋଟେ ଘର ଭାଙ୍ଗି ସାତଘର କରିବା ତାର ସ୍ଵଭାବ ।ପେଟରେ ଯଦି ଟିକିଏ ଚୁଗୁଲୀ କଥା ପଡିଲା ସେ ତାକୁ ଅଠର ଖଣ୍ଡ ଗାଁ ରେ ନକହିବା ପର୍ଯ୍ୟନ୍ତ ତାର ପେଟର ଭାତ ହଜମ ହେଉନଥିଲା କି ଗ୍ୟାସ ହେବା କମୁ ନଥିଲା । ଦିନକର ଘଟଣା , ମଦନା ସାହୁ ଦିନ ଦୁଇ ପ୍ରହର ରେ କ୍ଷେତ ବୁଲିବାକୁ ଯାଇଛି । ଅସଲୀ କଥାଟା ହେଲା ତାର ମନରେ ଆଜି ଶାନ୍ତି ନାହିଁ କାରଣ ସକାଳୁ ଦ୍ୱିପ୍ରହର ହେଲାଣି କିନ୍ତୁ କିଛି ଖୋରାକ ମିଳିନାହିଁ । ତେଣୁ କ୍ଷେତ ବୁଲିବା ବାହାନାରେ ଯାଇ କାହା ଜମିରୁ କିଛି ବାଇଗଣ , ଧାନ କେଣ୍ଡା ଓ କିଛି ରବି ଫସଲ ଚୋରେଇ ଆଣି ଖାଇବ ଲୁଚାଇ ଏବଂ ଗାଁ ଲୋକଙ୍କ ଆଗରେ କହିବ ଆସି ଏଇ ଦେଖିଲ , ଆଜି କାଲି ଚାଷୀ ମାନକ ମୁଣ୍ଡରେ ବୁଦ୍ଧି ନାହିଁ । ଆରେ କଥାରେ ଅଛି ପରା ... " ଟୋକା ଟୋକିଙ୍କର ବୁଦ୍ଧି କେତେ ନାଁ ଟୋକଲି କିଆରୀ ଧାନ କେତେ ..? " ମଦନା ସାହୁର ଏଭଳି ଟାଉଟର କଥା ଏବଂ ସ୍ଵଭାବ ସମସ୍ତଙ୍କୁ ଜଣା କିନ୍ତୁ ରୁଦ୍ରପୁର ଗ୍ରାମର ଲୋକେ ତାକୁ କିଛି କହି ନିଜ ମୁହଁ ଖରାପ କରିବାକୁ ଚାହୁଁ ନଥିଲେ । ତେଣୁ ଦୂରେଇ ରୁହନ୍ତି ହେଲେ ମଦନା ବା କେଉଁ ଛାଡ଼ିବା ଲୋକ । ସେ ଯେମିତି ହେଲେ ଘଣାରେ ପୁରେଇ ତେଲ ବାହାର କରିବ । ମଦନା ଦୁଇ ପ୍ରହରେ ଧାନ, ପୋଟଳ , କାକୁଡି ଇତ୍ୟାଦି ଚୋରି କରିବା ସମୟରେ ତାକୁ ଜଣେ ହରିଜନ ବସ୍ତିର ଭେଣ୍ଡିଆ ଟୋକଲି ଦେଖିଲା । ଏବେ କଥା ପ୍ରଘଟ ହେବ ଯେ ମଦନା ସାହୁ ଚାଷୀ ଭାଇଙ୍କ ଅନୁପସ୍ଥିତି ରେ ଏଭଳି ସବୁ ଫସଲ ଚୋରି କରି ନେଉଛି ଏବଂ ଗାଁ ଲୋକଙ୍କ ଆଗରେ କହିବ କଣ ନାଁ ମୁଁ ପାଣି ସାରି ଯାଇଥିଲି ଯେ ସେ ଅମକ ଘର ଗାଇ ତୁମ ଫସଲ ଖାଇ ପକେଇଥିଲା , ତାକୁ ବହୁତ କଷ୍ଟରେ ଆଣିଛି । ତମେ ମାନେ ସବୁ ଚାଷୀ ନୁହଁ ଚମାର । ଏମିତି କ୍ଷେତରେ ଚାଷ କରି କିଏ ନିର୍ଦୋନ୍ଦ ରେ ଶୋଇବ ଆସି । _"ଟାଉଟର ମଦନା ସାହୁର " ଏଭଳି " ଡୁଆଲ ପର୍ଶୋନାଲିଟ୍ " କଥା ଶୁଣି ଅନେକ ଘରେ ବାପ ଓ ପୁଅଙ୍କ ମଧ୍ୟରେ ଝଗଡ଼ା ହେବ ଏବଂ ଟାଉଟର ମଦନା ସାହୁ ଏସବୁ ଘଟଣା ର ଲାଭ ଉଠାଇ ସବୁ ପନିପରିବା ଓ ଧାନ ନେଇ ଘରକୁ ଚାଲିଯିବ । କିନ୍ତୁ ସେଦିନ ର ଘଟଣା କିଛି ଅଲଗା ଥିଲା । ସେଦିନ ଚୁଇଁ ହlଡ଼ିଆଣି କ୍ଷେତରେ ପଡ଼ିଥିବା ଧାନ ଉଠାଇ ନିଜର ଭରଣ ପୋଷଣ କରିବା ପାଇଁ ନେଇଥିଲା । ଏହା ଦେଖି ଟାଉଟର ମଦନା ସାହୁ ତା ପାଖକୁ ଗଲା ଏବଂ କହିଲା ଆଲୋ ... ଆଲୋ .. ଆଲୋ ଚୁଇଁ ହାଡ଼ିଆଣି ତୁ ସମସ୍ତଙ୍କ ଜମିରୁ ଏମିତି ଚୋରି କରୁଛୁ। ଆଜି ରୁହ ତୋ ନାଆଁ ରେ ନ୍ୟାୟ ନିଷ୍ପlପ ହେବ । ତୁ ଆଜି ଦଣ୍ଡିତ ହେବୁ । ଜୋରିମାନା ଆକାରରେ ପାଞ୍ଚ ହଜାର ଦେବୁ। ଟାଉଟର ମଦନା ସାହୁ ଯାହା କୁହେ ତାହା ହିଁ ହୁଏ କାରଣ ସମସ୍ତ ଚାଷୀ ଭାଇ ମାନେ ତାଠାରୁ କରଜ ନେଇ ଚାଷ କାମ କରୁଛନ୍ତି । ଟାଉଟର ମଦନା ସାହୁ କଥା ନମlନିଲେ ସେ ହଇରାଣ କରିବ ବୋଲି ସମସ୍ତେ ଜାଣିଛନ୍ତି ତେଣୁ ଚୁଇଁ ହlଡ଼ିଆଣି ଏସବୁ କଥା ଭାବି ଉତ୍ତେଜନାରେ ଆସି ଟାଉଟର ମଦନା ସାହୁ ଗୋଡ଼ ତଳେ ପଡି କହିଲା , ସାଆନ୍ତେ , ସାଆନ୍ତେ ମ ମୁଁ କଣ କହୁଥିଲି କି ସନ୍ଧ୍ୟାରେ ପାନ ଖଣ୍ଡେ ଦେବି । କିନ୍ତୁ ମୋ ନାଁଆ ରେ ଦୁର୍ନାମ କରିବ ନାହିଁ । ତୁମକୁ ମୋ ରାଣ। ଚୁଇଁ ହlଡ଼ିଆଣି କଥା ଶୁଣିବା ପରେ ମଦନା କହିଲା ଆଲୋ ହେ ତୁ ....ବେ...! ଚୋରି କରୁଛୁ ମୁଁ କଣ ପାଇଁ କାହାକୁ କହିବି ? କିନ୍ତୁ ହେଇଟି ପାନ ଦେବା କଥା ପରେ ,ଟିକେ ଚୁମା ଦେଇ ଦିଏ । ଏଠି କିଏ ଦେଖୁଛି । ତୁ ସବୁଦିନ ଏମିତି ଚୋରେଇ ଲୁଚେଇ ନିଏ ମୋର କଣ ଯିବ। କିନ୍ତୁ ତୁ ଚୁଇଁ ହlଡ଼ିଆଣି ଯଦି ମୋତେ ଚୁମା ନଦେବୁ କି ପେରେମ୍ ନକରିବୁ ତୋତେ ହୁକା ପାଣି ବନ୍ଦ ହେବା ସହିତ ଏଇ ଗାଁ ରୁ ବାହାର କରିବି । ଚୁଇଁ ହlଡ଼ିଆଣି କଣ ବା କରିବ । ଗରିବ ହରିଜନ ବସ୍ତିରେ ଘର । ଲାଜ ସରମକୁ ଭାରି ଡର କିନ୍ତୁ ସେ ଆଜି ସଂପୂର୍ଣ୍ଣ ଅସହାୟା ଓ ଧର୍ମ ସଙ୍କଟରେ ପଡ଼ିଛି କାରଣ ତାର ଏଇ ଛୋଟ ଭୁଲ ପାଇଁ ସେ ତାର ଗୀରସ୍ତ ସହିତ ଧୋକ୍କା କରିବ । କିନ୍ତୁ ଚୁଇଁ ହlଡ଼ିଆଣି ନିରୁପାୟ ହେଇ ଧାନ ଗଛ ବୁଦା ମୂଳରେ ଚୁମା ଟିଏ ଦେଲା ଏବଂ ମଦନା ଛାତିକୁ ଭିଡ଼ି ଧରି ଅlମ୍ପୁଡ଼ି କାମୁଡି ଦେଲା । ମଦନ ଚିତ୍କାର କରିବାରୁ ଚୁଇଁ ହlଡ଼ିଆଣି କହିଲା ସାଆନ୍ତେ ମାଇପି ଟେ ମୂଇଁ। ଦେହ ଶୀତେଇ ଉଠିଲା , ମନରେ ଉତ୍ତେଜନା ଆସିଲା ତେଣୁ ଏମିତି କରିଦେଲି । ତମେ ଆପଣ ପାଟି କରିବ ନାହିଁ । ନହେଲେ ଲୋକେ କହିବେ ଯେ ମଦନ ସାହୁ ସେ ଚୁଇଁ ହlଡ଼ିଆଣି ସହିତ ଖରାପ କାମରେ ଲିପ୍ତ ଥିଲା ବୋଲି ଆଉ ତୁମର ମାନସମ୍ମାନ ଯିବ।ତାପରେ ମୋତେ ଭଲ ଲାଗିବ ନାହିଁ । ଚୁଇଁ ହlଡ଼ିଆଣି କଥା ମଦନା କୁ ଭଲ ଲାଗିଲା। ସେ ଚୁଇଁ ହlଡ଼ିଆଣିର ଚାଲାକି କୁ ବୁଝି ପାରିଲା ନାହିଁ । ଗାଁ ଭିତରକୁ ଆସିଲା ମଦନ । କିନ୍ତୁ ସେ ତାର "ଡୁଆଲ ପର୍ଶୋନାଲିଟ୍" ର ଶିକାର ହେଲା । ଯାହା ଦ୍ଵାରା ସେ ଗାଁ ଦାଣ୍ଡରେ ପାଟି କରି କହିଲା ଆରେ ଶୁଣୁଛ .. . ଏ ଗାଁ ବାଲା ... । ସେ ଅମୁଲି ହାଡ଼ି ମାଇପ ,ଚୁଇଁ ହlଡ଼ିଆଣି । ସେ ବେ___ଇ ଧାନ ଚୋରି କରୁଥିଲା। ମୁଁ ଶଳା କାହାକୁ କାହିଁ କହିବି । ଏମିତି ମଦନ ପୁଣି ଆଉଥରେ କହିଲା ଯେ ଆରେ ହେ ଗାଁ ବାଲା , ଆରେ ଶୁଣୁଛ .. . ଏ ଗାଁ ବାଲା ... । ସେ ଅମୁଲି ହାଡ଼ି ମାଇପ ,ଚୁଇଁ ହlଡ଼ିଆଣି । ସେ ବେ___ଇ ଧାନ ଚୋରି କରୁଥିଲା। ମୁଁ ଶଳା କାହାକୁ କାହିଁ କହିବି ଯେ..ସେ ଧାନ ଚୋରଉ ଥିଲା ବୋଲି ।ମୁଁ ନକହିବା ପାଇଁ ସେ ମୋତେ ଚୁମା ଦେଇଛି । ମଦନା କଥା ଶୁଣି , ସମସ୍ତ ରୁଦ୍ରପୁର ଗାଁ ଲୋକେ ରୁଣ୍ଡ ହେଇଗଲେ ଏବଂ ତାର ଏହି "ଡୁଆଲ ପର୍ଶୋନାଲିଟ୍" ପାଇଁ ଉତ୍ତମ ମଧ୍ୟମ କରି ପିଠିରେ ଖୁବ୍ ବିଧା , ଗୋଇଠା ରଖି ଦେଲେ । ତାରି ମଧ୍ୟରେ ଟାଉଟର ମଦନା ସାହୁ ନାମରେ ପଞ୍ଚାୟତ ବସିଲା ଏବଂ ଚୁଇଁ ହlଡ଼ିଆଣି ସହିତ କରିଥିବା ଦୁର୍ବ୍ୟବହାର ପାଇଁ ତାକୁ ଗାଁ କମିଟିକୁ ପାଞ୍ଚଲକ୍ଷ୍ୟ ଟଙ୍କା ଜୋରିମାନା ଦେବାକୁ ପଡିଲା । ଏହା ପରେ ଆଖ ପାଖର ଅଠର ଖଣ୍ଡ ଗାଁ ରେ ହୁରି ପଡିଲା ଯେ ,ଚୁଇଁ ହlଡ଼ିଆଣି ର ଗୋଟିଏ ଚୁମା ର ମୂଲ୍ୟ ଦେବାପାଇଁ "ଟାଉଟର ମଦନା ସାହୁ" ପାଞ୍ଚଲକ୍ଷ ଟଙ୍କା ଜୋରିମାନା ଦେଇ ନିଜ ମୁହଁରେ ଚୂନ କଳା ବୋଳିଥିଲା। ନିଷ୍କର୍ଷ"_ " ଯେ ପାଞ୍ଚେ ପରର ମନ୍ଦ ତା ମନ୍ଦ ପଞ୍ଚନ୍ତି ଗୋବିନ୍ଦ " ଶୁଭକର୍ମରେ ନିଜକୁ ପ୍ରବୃତ୍ତ କଲେ ଜୀବନ ସାର୍ଥକ ହୋଇଥାଏ । ମନ, ବଚନ ଓ କର୍ମରେ ଆମେ ସର୍ବଦା ଶୁଭ ଚିନ୍ତା କରିବା, ଶୁଭକଥା କହିବା ଓ ଶୁଭ କର୍ମକରିବା । ଚାରିଦିଗରେ ପବିତ୍ର ବାତାବରଣ ସୃଷ୍ଟି କରିବା ଏବଂ ନିଜ ଇନ୍ଦ୍ରିୟମାନଙ୍କୁ ଶୁଭକର୍ମରେ ନିୟୋଜିତ କରି ଉନ୍ନତିପଥରେ ଅଗ୍ରସର ହେବ ନଚେତ ଦ୍ଵୀଚରିତ୍ର ହେଲେ "ଟାଉଟର ମଦନା ସାହୁ" ଭଳି ଜୋରିମାନା ସହିତ ଦଣ୍ଡ ପାଇବ । ।।ସମାପ୍ତ ।। ✍️ପ୍ରଶାନ୍ତ କୁମାର ବିଦ୍ୟାଧର ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା ।।

Comments