
SS Publication
May 17, 2025 at 06:16 PM
ଶୀର୍ଷକ _ ଲଭ୍ ୟୁ ହିଟଲର_ ଭାଗ ୪୨
#ପ୍ରତିଲିପି ସୁପର୍ ରାଇଟର୍ ପ୍ରତିଯୋଗିତା - 2025
(ଧାରାବାହିକ,ଉପନ୍ୟାସ,ପ୍ରେମ,ବନ୍ଧୁତା,ପାରିବାରିକ)
ମନୋଜ ର ମନୋଦଶା ଦେଖି ଅନନ୍ୟା ବୁଝି ପାରିଲେ ଯେ ଏବେ ମନୋଜ ରାଗରେ ଜଳୁଛି । ତା ସାମ୍ନାରେ ତାର ଭଉଣୀ କୁ ଯିଏ ଧକ୍କା ଦେବ ଆଉ ଭାଇ ହେଇ ସେ ସହିବ କିପରି ? ଏପଟେ ମନୋଜ ତା ମନରେ ଅଙ୍କିଥିବା ଭିଣୋଇ ଭାଇଙ୍କ ସୁନ୍ଦର ଛବି ଆସ୍ତେ ଆରେ ଧୂମିଲ ହେଲାଣି । ତେଣୁ ଅନନ୍ୟା ନିଜ ସ୍ଵାମୀଙ୍କ ମାନ ସମ୍ମାନ ପ୍ରତିଷ୍ଠା ବଞ୍ଚାଇବାକୁ ଯାଇ ଅରଣ୍ୟଙ୍କୁ କହିଲେ ଆରେ ଅରଣ୍ୟ , ତୁମେ ନା ପୁରା ଛୋଟ ଛୁଆଙ୍କ ଭଳି ହେଉଛ । ଏତେବଡ଼ ବିଜନେସ ମ୍ୟାନ ହେଇ ଟିକିଏ କଥାର ଡରିଲେ କିପରି ହେବ । ଏମିତିରେ ମୁଁ ତୁମ ଆଙ୍ଗୁଠି ଚୁମିବାକୁ ଏଥିପାଇଁ କହୁଥିଲି କି ଆମ ପାଟିରୁ ଉତ୍ପନ୍ନ ଲାଳ ଦ୍ଵାରା ରକ୍ତସ୍ରାବ ବନ୍ଦ ହୁଏ ଶୀଘ୍ର । ଆଉ ତୁମେ କାମୁଡି ଦେବି ଭାବି ମୋତେ ଦୂରକୁ ଠେଲି ଦେଲ । ଆଇ ଆମ ସରି । ସବୁ ମୋ ପାଇଁ ହେଲା ଏବଂ ଅକାରଣ ରେ ତୁମେ କଷ୍ଟ ପାଇଲ ।
ଅରଣ୍ୟ ସବୁ ଘଟଣା ବେଶ ବୁଝି ପାରିଲେ । କଥାରେ ଅଛି ହିନ୍ଦୀରେ ଗୋଟେ ଢେଗ ଢମlଳି ଯେ " ସମଝବ୍ଦାର କୋ ଇଶାରା କlଫି" । ଅରଣ୍ୟ ତୁରନ୍ତ ଅନନ୍ୟାଙ୍କ ପାଖକୁ ଆସି କହିଲେ ଆଇ ଆମ ସରି ଅନନ୍ୟା । ମୁଁ ଏଥିପାଇଁ ତୁମକୁ ଧକ୍କା ଦେଲି ଯେ ଯଦି ବେଶୀ ଅନ ହାଇଜିନିକ୍ ହେବ । ଅଯଥାରେ ତୁମେ ଅସୁବିଧା ରେ ପଡ଼ିବ । ମୁଁ ତୁମ ଭଲ ପାଇଁ କହୁଥିଲି କିନ୍ତୁ ଏଇ ଦେଖ ଆମ ଶଳା ସାହେବ ପୁରା ରାଗରେ ପାଚି ଗଲେଣି ।
ଅରଣ୍ୟଙ୍କ ମୁହଁରୁ ଏଭଳି କିଛି ଶୁଣିବାପରେ ଅନନ୍ୟା , ଅରଣ୍ୟଙ୍କ ଆଙ୍ଗୁଠିକୁ ଚୁମିଵାକୁ ଲାଗିଲେ। ଏପଟେ ମନୋଜ ଏହି ଦୁହିଁଙ୍କ ଭଲପାଇବା କେମେଷ୍ଟ୍ରି ଦେଖୁଥିଲା , ଠିକ୍ ସେହି ସମୟରେ ମାନସ ଆସି କହିଲେ ଆରେ ମନୋଜ । ଏଠାରେ ଦୁହେଁ ନିଜର ପ୍ରାଇଭେଟ୍ ମୁଁମେଣ୍ଟ ରେ ଅଛନ୍ତି ତେଣୁ ତୁମେ ଆସ ଆମେ କିଛି ଖାଇବା ।
ଏପଟେ ଅରଣ୍ୟ , ଅନନ୍ୟା ରୋଷେଇ ଘରେ ନିଜକୁ ଏକାକୀ ପାଇବା ପରେ ଅନନ୍ୟା ଦୀର୍ଘ ସମୟ ଧରି ଅରଣ୍ୟଙ୍କ ଆଙ୍ଗୁଠି କୁ ଚୁମି ରକ୍ତ ବୋହିବା ବନ୍ଦ କରିଦେଲେ । ଏମିତି ଘଟଣା ରେ ଅରଣ୍ୟ ଙ୍କୁ ମଧ୍ୟ ଖୁବ ଆନନ୍ଦ ଲାଗିଥିଲା । ସେ ବାରମ୍ବାର ଅନନ୍ୟାଙ୍କ ମୁହଁକୁ ଚାହୁଁ ଥିଲେ ଏବଂ ଦେଖୁଥିଲେ ଯେ ତାଙ୍କର ପତ୍ନୀ ର ଏଇ ପ୍ରେମ ସ୍ଵଭାବ କୁ । ଏଇ ନଟ ଖଟି ଅନ୍ଦାଜ କୁ ।
କିଛି ସମୟ ମଧ୍ୟରେ , ଅନନ୍ୟା ଯେତେବେଳେ ଦେଖିଲେ ଯେ ଅରଣ୍ୟ ତାଙ୍କୁ ଅନେଇ କିଛି ଚିନ୍ତା କରୁଛନ୍ତି ସେ ତୁରନ୍ତ ତାଙ୍କ ପାଟିରୁ ଅରଣ୍ୟଙ୍କ ଆଙ୍ଗୁଠି କୁ ଛାଡ଼ିଦେଲେ । ଠିକ ସେହି ସମୟରେ ଅରଣ୍ୟ କହିଲେ ଆଛା ଅନନ୍ୟା , ତୁମେ ଛାଡ଼ିଲ କଣ ପାଇଁ । ଏମିତି ବହୁତ ଭଲ ଲାଗୁଥିଲା ।
ଅରଣ୍ୟଙ୍କ ଏଭଳି ଜବାବ ରେ ଅନନ୍ୟା ଟିକେ ଲାଜେଇ କହିଲେ ଆଛା ତମେ ବଡ ଦୁଷ୍ଟ ହେଲଣି ଅରଣ୍ୟ । ଏଇ ପ୍ରେମ ଟିକେ ବଞ୍ଚେଇ ରଖ। ଆଉ ଚୁପ୍ ଚାପ ଏଠାରୁ ଚାଲି ଯା.. । ଦେଖ ତୁମେ ମୋତେ କିସ କରିବାକୁ ଚେଷ୍ଟା କରନି । ମୁଁ ଜାଣିଚି ତୁମେ ରୋମାଣ୍ଟିକ ମୁଡ଼ ରେ ଅଛ ..!!
ଅନନ୍ୟାଙ୍କ ଏଭଳି ରୋମାଣ୍ଟିକ ମୁଡ଼ ଦେଖି ଅରଣ୍ୟ କହିଲେ ଆରେ , ମୁଁ ଏମିତି କିଛି ଭାବି ନାହିଁ । କିନ୍ତୁ ତୁମେ ମୋତେ ଏଇ ରୋଷେଇ ଘରୁ ବାହାରକୁ ଯିବାକୁ କହୁଚ୍ଛ ନା ଆଇଡିଆ ଦେଉଛ କିସ କରିବାକୁ । ତମେ ନା ଅନନ୍ୟା ...!
ଅନନ୍ୟା , "ଅରଣ୍ୟଙ୍କ କଥା ଶୁଣି ଲାଜରେ ଶୀତେଇ ଉଠିଲେଣି । ମୁହଁରୁ ଗମ୍ ଗମ୍ ହେଇ ଝାଳ ବୋହି ଯାଉଛି । ଲଲାଟ ପଟ୍ଟଳ ରୁ ବିହିଥିବା ଝାଳ ଆସ୍ତେ ଆସ୍ତେ ଅନନ୍ୟାଙ୍କ ଓଠକୁ ଚୁମି , ଧୀରେ ଧୀରେ ଅନନ୍ୟାଙ୍କ ବକ୍ଷରେ ପଡ଼ିବା କ୍ଷଣି ଅନନ୍ୟାଙ୍କ ଦେହରେ କମ୍ପନ ସୃଷ୍ଟି ହେଲା । ଅନନ୍ୟା , ଦେହ ର ତାପମାତ୍ରା ବଢ଼ି ଗଲା । ସେ ଅନୁଭବ କରୁଥିଲେ ଯେ ସତେ ଯେପରି ଅରଣ୍ୟ ତାଙ୍କର ସଂପୂର୍ଣ୍ଣ ଶରୀର କୁ ଚୁମି କହୁଛନ୍ତି ଅନନ୍ୟା । ତୁମେ ହିଁ ମୋ ଜୀବନର ପ୍ରଥମ ଏବଂ ଶେଷ ପ୍ରେମ । ତୁମ ବିନା ମୁଁ , ...! ମୁଁ ନୁହେଁ । ଆସ ପ୍ରିୟେ । ଟିକେ ମୋ ଦେହକୁ ଛୁଇଁ ମୋତେ ଆଲିଙ୍ଗନ କର । ମୋ ପ୍ରେମର ପାରାବାର କୁ ତୁମ ଦେହର ଛୁଆଁ ରେ ଉଷ୍ମତା ପ୍ରଦାନ କର । ମୋତେ ଲୀନ କର ତୁମର ଏହି ମଧୁର ମଧୁର ବାସ୍ନାରେ ..! ଅନନ୍ୟା ଭାବନାରେ ମଗ୍ନ । କାଲି ନିଜ ଘରେ ଗେଲବସରରେ ବଢିଥିବା ଅନନ୍ୟା ଆଜି ସାଜିଛି ନବବଧୂ। ଟିକିଲି ବଦଳରେ ପିନ୍ଧିଛି ସିନ୍ଦୁର। ପାଦରେ ଅଳତା। ହାତରେ ଶଙ୍ଖା ସିନ୍ଦୁର। ଠିକଣା ନୂଆ। ପରିଚୟ ନୂଆ। ଆଉ କିଛି ସମୟ ପରେ ତାର ଇହକାଳ ପରକାଳର ଦେବତା ,ସାତ ଜନମର ସାଥି ଅରଣ୍ୟ ଥିବେ ସାଥିରେ। ଗୋଟିଏ ଘରେ। ଯିଏ ଦିନେ ଥିଲେ ଅଜଣା ଅଶୁଣା , ଆଜି ସେ ତାର ମଥାର ସିନ୍ଦୁର। ଆଉ କିଛି ସମୟ ପରେ ତାର ସର୍ବସ୍ୱ, କୁଆଁରୀ ଜୀବନର ସାଇତା ସମ୍ପତ୍ତିକୁ ଅକ୍ତିଆର କରିନେବେ ସେହି ସ୍ୱାମୀ ରୂପି ମଣିଷ।
ଏପଟେ ଅରଣ୍ୟ ସେମିତି ସ୍ଥାଣୁ ପୂତୁଲା ଭଳି ଠିଆ ହେଇ ଦେଖୁଛନ୍ତି ଅନନ୍ୟାଙ୍କ ମୁହଁକୁ । ତାପରେ ବାହାରେ ମଧ୍ୟ ସମସ୍ତ ଚାକର ବlକରଙ୍କ ସହିତ ଜେଜେ ନରସିଂହ ପ୍ରତାପ ରାଏ ବାହାଦୁର ଏସବୁ ଦୃଶ୍ୟ ଦେଖି ବେଶ୍ ଖୁସି କାରଣ ବହୁତ କମ ସମୟ ମଧ୍ୟରେ ତାଙ୍କୁ ମଧ୍ୟ ମିଳିଯିବ ପୁଣି ଏକ ନୂଆ ଉପାଧି ସହିତ ଏକ ସୁନ୍ଦର ଜୀବନ୍ତ କଣ୍ଢେଇ । ଯାହାକୁ ନେଇ ସେ ଖୁବ୍ ଗେଲ କରିବେ । ଖୁବ୍ ଶିକ୍ଷା ପ୍ରଦାନ କରିବେ । ତେଣୁ ଜେଜେ ନରସିଂହ ପ୍ରତାପ ରାଏ ବାହାଦୁର ସମସ୍ତଙ୍କୁ ଇଶାରା କରି ସେଠାରୁ ଦୂରେଇ ଯିବାକୁ କହିଲେ କିନ୍ତୁ ମାନସ ବାବୁ ଠିକ୍ ସେହି ସମୟରେ ଫାଷ୍ଟଏଡ୍ ବାକ୍ସ ନେଇ ଆସି କହିଲେ ଭାଉଜ ...!
ଅନନ୍ୟା ଭାଉଜ ... । କଣ ଭାବୁଛନ୍ତି ଏଇ ନିଅନ୍ତୁ ଫାଷ୍ଟଏଡ୍ ବାକ୍ସ ଏବଂ ସାରଙ୍କ ହାତକୁ ବ୍ୟlଣ୍ଡେଜ କରି ଦିଅନ୍ତୁ ।
ହଠାତ , ମାନସ ବାବୁଙ୍କ ଅନଧିକାର ପ୍ରବେଶ ଅରଣ୍ୟ ବାବୁଙ୍କୁ ପସନ୍ଦ ଲାଗିଲା ନାହିଁ। ସେ ଲାଲ ଲାଲ ବଡ଼ ବଡ଼ ଆଖିରେ ଅନାଇଲେ ମାନସ ବାବୁଙ୍କୁ ଏବଂ ମାନସ ବାବୁ ଆଖିରେ ଆଖିରେ କ୍ଷମା ମାଗି ସେଠାରୁ ଚାଲିଗଲେ । ଅନନ୍ୟା ଅସହମ୍ ଅବସ୍ଥାରେ ମୁଁହ କୁ ଧୋଇବା ପରେ କହିଲେ ଅରଣ୍ୟ , ତୁମେ ଟିକେ ବସ ମୁଁ ବ୍ୟlଣ୍ଡେଜ କରିବା ପରେ ଲିଭିଂ ତୁମ ରେ ଆରାମ କର ଏବଂ କିଛି ସମୟ ମଧ୍ୟରେ ମୁଁ ତୁମ ପାଇଁ ଆଳୁ ପନିର କୋପ୍ତା ପ୍ରସ୍ତୁତ କରି ଖାଇବାକୁ ଆଣି ଦେଉଛି ।
ଅରଣ୍ୟ ବାବୁଙ୍କ ହାତରେ ବ୍ୟଣ୍ଡେଜ କରିସାରିବା ପରେ ଅରଣ୍ୟ ବାବୁ ସେଠାରୁ ଚାଲି ଆସିଲେ । ତାପରେ ଗୋବର୍ଦ୍ଧନ କାକା ଆସି ବୋହୂ ମାଆ ଅନନ୍ୟାଙ୍କୁ ରୋଷେଇ ରେ ସାହାଯ୍ୟ କରିଲେ । ଖୁବ କମ ସମୟ ମଧ୍ୟରେ ଅନନ୍ୟା , ଜିରା ରାଇସ , ଡ଼ାଲ ଫ୍ରାଇ, ମଶ୍ରୁମ୍ ମସଲା, ପନିର ଟିକା ମସଲା , ଆଳୁ ପନିର କୋପ୍ତା ତଥା ସାଲାଡ଼ ଏବଂ ପାମ୍ପଡ଼ ସହିତ ଖାଦ୍ୟ ପରଷିଲେ ।
ସମସ୍ତଙ୍କ ଖାଇବା ପିଇବା ସରିଲା। ଅରଣ୍ୟ ବାବୁ ନିଜ ବେଡ଼ ରୁମ ରେ ମାନସ ବାବୁଙ୍କୁ କହି କିଛି ମୁଭି ଲଗେଇ ଦେଖୁ ଥିଲେ ଠିକ ସେହି ସମୟରେ ଅନନ୍ୟା ଆସି ଦେଖିଲେ ଯେ ଅରଣ୍ୟ ଖୁବ୍ ନିଦରେ ଶୋଇଛନ୍ତି। ଏହା ଦେଖି ଅନନ୍ୟା ତୁରନ୍ତ ଅରଣ୍ୟଙ୍କ ଛାତିରେ ମୁଣ୍ଡ ରଖି ଶୋଇଗଲେ ।
କ୍ରମଶଃ...
✍️ପ୍ରଶାନ୍ତ କୁମାର ବିଦ୍ୟାଧର
ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।