
SS Publication
May 17, 2025 at 09:25 PM
ଆଇଡିଆ ବକ୍ସ ଥିମ୍ _ ବିତିଯାଉ ସମୟ
ଗଳ୍ପ ଶୀର୍ଷକ _ ଲାଷ୍ଟ କଲ
ଵିଵାହ ର ଦୁଇବର୍ଷ ପରେ ତାର କଲ ଆସିଲା , ସେ ଅନେକ ଖୁସି ଥିଲା । ସ୍ବାମୀ ଅରୂପଙ୍କୁ ନେଇ ଅନେକ ଗର୍ବ ଅହଙ୍କାର ରେ ,ସମସ୍ତଙ୍କ ଆଗରେ ଫୁଲେଇ ହେଇ କହୁଥିଲା ଯେ ମୋ ଅରୂପଙ୍କ ଭଳି କିଏ ହେବ ।କିନ୍ତୁ ସେ ଅନୁଭବ କରୁଥିଲେ ଯେ ସତେ ଯେପରି ଅରଣ୍ୟ ତାଙ୍କର ସଂପୂର୍ଣ୍ଣ ଶରୀରକୁ ଚୁମି କହୁଛନ୍ତି ଅନନ୍ୟା । ତୁମେ ହିଁ ମୋ ଜୀବନର ପ୍ରଥମ ଏବଂ ଶେଷ ପ୍ରେମ । ତୁମ ବିନା ମୁଁ...! ମୁଁ ନୁହେଁ । ଆସ ପ୍ରିୟେ । ଟିକେ ମୋ ଦେହକୁ ଛୁଇଁ ମୋତେ ଆଲିଙ୍ଗନ କର । ମୋ ପ୍ରେମର ପାରାବାରକୁ ତୁମ ଦେହର ଛୁଆଁରେ ଉଷ୍ମତା ପ୍ରଦାନ କର। ମୋତେ ଲୀନକର ତୁମର ଏହି ମଧୁର ମଧୁର ବାସ୍ନାରେ ..! ଅନନ୍ୟା ଭାବନାରେ ମଗ୍ନ । କାଲି ନିଜ ଘରେ ଗେଲବସରରେ ବଢିଥିବା ଅନନ୍ୟା ଆଜି ସାଜିଛି ନବବଧୂ। ଟିକିଲି ବଦଳରେ ପିନ୍ଧିଛି ସିନ୍ଦୁର। ଚେନ ବଦଳରେ ପିନ୍ଧିଛି ସେ ମଙ୍ଗଳସୂତ୍ର। ପାଦରେ ଅଳତା। ହାତରେ ଶଙ୍ଖା ,ସିନ୍ଥିରେ ସିନ୍ଦୁର। ସlଲୁଆର ସୁଟ ପିନ୍ଧୁଥିବା ଅନନ୍ୟା ଆଜି ବନାରସି ଶାଢ଼ୀ ପିନ୍ଧିଛି ।
ଆଜି ବଧୂଲି ବେଶରେ ସେ ବସିଛି ଇଶାଣ ଘର କୋଣରେ । ଠିକଣା ନୂଆ। ପରିଚୟ ନୂଆ ଏବଂ ପାଖରେ ପାଇଥିବା ମଣିଷ ମଧ୍ୟ ନିଆରା । ଆଉ କିଛି ସମୟ ପରେ ତାର ଇହକାଳ ପରକାଳର ଦେବତା , ସାତ ଜନମର ସାଥି ଅରଣ୍ୟ ଥିବେ ସାଥିରେ।ଗୋଟିଏ ଘରେ। ଯିଏ ଦିନେ ଥିଲେ ଅଜଣା ଅଶୁଣା ଥିଲେ, ଆଜି ସେ ତାର ମଥାର ସିନ୍ଦୁର। ଆଉ କିଛି ସମୟ ପରେ ତାର ସର୍ବସ୍ୱ, କୁଆଁରୀ ଜୀବନର ସାଇତା ସମ୍ପତ୍ତିକୁ ଅକ୍ତିଆର କରିନେବେ ସେହି ସ୍ୱାମୀ ରୂପି ମଣିଷ।
କିନ୍ତୁ ସବୁ କିଛି ମିଥ୍ୟା ।ସେ ଖୁସିରେ ନଥିଲେ। ସବୁଥିଲା ଲୋକ ଦେଖାଣିଆ। ସେ କଲ କରି ପଚାରିଲେ ଏ ଶୁଣ ...!!
ତୁମର ବିବାହ ସରିଲାଣି କି ନାହିଁ ?
କେଉଁଠି ବିବାହ କରିଲ ?
କିଏ ସେହି ଭାଗ୍ୟବତୀ ଝିଅ ..?
କଣ ଥରେ ମୋତେ ଦେଖାଇ ପାରିବ ତାଙ୍କ ଚେହେରା ..!!
ଅନନ୍ୟାଙ୍କ କଥା ଶୁଣି ମୁଁ ମନା କରିଦେଲି । କହିଲି ନାଁ ବାବା ନାଁ. ..! ମୁଁ ତାଙ୍କୁ କାହାରିକି ଦେଖାଇପାରିବି ନାହିଁ । "ବିତିଯାଉ ସମୟ" ତୁମେ ଜାଣି ପାରିବ । ସେ ମୋ ପାଇଁ କଣ ?
ସେ ମୋ ସ୍ତ୍ରୀ ... ମୁଁ ତାର ସ୍ବାମୀ । ସେ ହସିଲେ ମୋ ଘରେ ଲକ୍ଷ୍ମୀଙ୍କ ବାସ ହୁଏ । ମୁଁ ହସିଲେ ତାର ମନୋବଳ ବଢେ । ସେ ନିଦରୁ ଉଠିଲେ ସଂପୂର୍ଣ୍ଣ ଘରଟା ଧୂପ , ଝୁଣା ଏବଂ ଘଣ୍ଟି ର ଶବ୍ଦରେ ଗୁଞ୍ଜରିତ ହୁଏ ଆଉ ମୁଁ ଉଠିଲେ , ସମସ୍ତ କାର୍ଯ୍ୟ ତାଲିକା ମିଳେ। ତାର ପଦେ କଥାରେ ମୋର ଦିନ ଖୁସିରେ ବିତିଯାଏ । ଆଉ ମୋର ଦୁଇ ଧାଡ଼ି ଲେଖାରେ ସେ ମହକି ଉଠେ । ସେ ଘରକୁ ଆସିଲେ ମୋ ଘରେ ଲକ୍ଷ୍ମୀଙ୍କ ଆଗମନ ହୁଏ ଆଉ ମୁଁ ଘରକୁ ଫେରିଲେ ତାର ବିଶ୍ୱାସ ବଢିଯାଏ । ପ୍ରେମର ଅସଲୀ ଶକ୍ତି ତାର ନିଃସ୍ୱାର୍ଥ ଗୁଣରେ ଥାଏ ଏବଂ ଯେତେବେଳେ ପ୍ରେମ ନିଃସ୍ବାର୍ଥ ହୁଏ ସେତେବେଳେ ସେ କିଛି ମାଗି ନଥାଏ । ତେବେ କୁହ ତାର ଏହି ନିଃସ୍ୱାର୍ଥତା ଗୁଣକୁ ମୁଁ କିପରି ତୁମକୁ ଦେଇ ପାରିବି ଅନନ୍ୟା ।
ଅନନ୍ୟା ଟିକେ ହସିଲେ , କହିଲେ ଏଇ ଦେଖ । ତୁମେ ଯଦି କିଛି ଦିନ , ସମୟ , ମୁହୂର୍ତ୍ତ ଟେ ପାଇଁ ମୋତେ ପ୍ରେମ କରିଥିବ ତେବେ ତୁମକୁ ସେହି ସୁଖଦ ପ୍ରେମର ରାଣ ଅରଣ୍ୟ । ଥରୁଟିଏ ଦେଖେଇ ଦିଅ ତାଙ୍କ ଫୋଟୋ । ନାଁ ମୁଁ ତୁମକୁ କିଛି କେବେ ମାଗିଛି ନା ମାଗିବି ।
ଅନନ୍ୟାଙ୍କୁ ମୁଁ ପଠାଇଦେଲି ତାଙ୍କର ଗୋଟିଏ ଫୋଟୋ । ସେ ତାଙ୍କ ଫୋଟକୁ ଦେଖି ଆଶ୍ଚର୍ଯ୍ୟ ହେଇ କହିଲେ ଅରଣ୍ୟ ..! ଏ କଣ କରିଲ । ତୁମେ ଆଜି ପର୍ଯ୍ୟନ୍ତ ବିବାହ କରିଲ ନାହିଁ । କଣ ଏତେ ଦିନରେ ତୁମକୁ କେହି ପ୍ରେମ କରିଲେ ନାହିଁ ? କଣ ପାଇଁ ତୁମେ ଏମିତି ହେଉଛ ? କାହିଁକି ମୋ ଜୀବନକୁ ତିଳ ତିଳ କରି ନଷ୍ଟ କରୁଛ ଅରଣ୍ୟ ? କି ଦୋଷ କରିଥିଲି ମୁଁ ଯେ ଏତେ ଦଣ୍ଡ ପାଉଛି ..! କୁହ ଅରଣ୍ୟ ...?
କୁହ..?
ତାର ଏହି ପ୍ରଶ୍ନର ଉତ୍ତର ରେ ମୁଁ କହିଲି , ଅନନ୍ୟା ତୁମ ବିନା ମୋତେ କେହି ଆଉ ପସନ୍ଦ ହେଲେ ନାହିଁ । ଯେଉଁଠି ତୁମେ ନାହିଁ ସେଠାରେ ପ୍ରେମ କୁଆଡୁ ହେବ ? ମୋତେ ପ୍ରେମ କରି ଆସିନି ବନ୍ଧୁ । ତୁମକୁ ଦେଖିଲି ତୁମେ ଭଲ ଲାଗିଲ। ତୁମେ ଭଲ ଲାଗିଲ କିନ୍ତୁ ତୁମ ବିନା ଆଉ କିଛି ଭଲ ଲାଗିଲା ନାହିଁ ।
_ ତୁମକୁ କଣ ଲାଗୁଚି ଅରଣ୍ୟ ତୁମ ମନକୁ ଏତିକି ରେ ଶାନ୍ତି ମିଳିଯିବ ?
_ ହୁଁ , ଅବଶ୍ୟ ମିଳିବ .!
_ତୁମକୁ ଲାଗୁଚି କଣ ମୁଁ , ମୋର କଣ୍ଟାକ୍ଟ ଅପଡେଟ କରିବି ।
_ କିଛି ଆବଶ୍ୟକ ନାହିଁ ଅନନ୍ୟା । ତୁମେ ତୁମର ଷ୍ଟେଟସ ଅପଡେଟ କରିଲେ ମୁଁ ଜାଣିବି ଯେ ତୁମେ ଭଲରେ ଅଛ !
_ କିନ୍ତୁ କଣ ତୁମକୁ ଏତିକି ରେ ସବୁ ଖୁସି ମିଳିବ ଅରଣ୍ୟ ?
_ସତ କହିବି ଗୋଟେ କଥା ଅନନ୍ୟା , ଜୀବନରେ ମୋର ଅନେକ ବାଧା ବିଘ୍ନ ଅଛି ଅନେକ ଦୁଃଖ କଷ୍ଟ ଅଛି କିନ୍ତୁ ତୁମ ଚେହେରା ଯେତେବେଳେ ଦେଖି ନିଏ ମୁଁ , ଠିକ୍ ସେହି ସମୟରେ ମୋର ସବୁ ଦୁଃଖ କଷ୍ଟ କୁ ଭୁଲି ମୁଁ ପୁଣି ହସିଦିଏ ।
କିନ୍ତୁ ତୁମେ ଜାଣିଛ .! ସେଦିନର ସେହି " ଲାଷ୍ଟ୍ କଲ" କଥା ...!
ତୁମେ କଲ କରୁଥିଲ , ମୁଁ କହିଲି ଯେ ମୋର ଦେହ ଠିକ୍ ନାହିଁ। ତାପରେ ତୁମେ କହିଲ ତେବେ କଲ ରଖିବି । ମୁଁ ହଁ କହିଲି ଏବଂ ଶୋଇଗଲି । ତୁମେ ଫୋନ୍ ରଖିଦେଲେ ତାପରେ ରାତିରେ ଅଚାନକ ମୋର ନିଦ ଭାଙ୍ଗିଲା । ମୁଁ କାହିଁକି କେଜାଣି ତୁମ ପାଖକୁ କଲ କରିଲି କିନ୍ତୁ ତୁମ ଦୁଇଟା ସାଙ୍ଗ ଚଙ୍ଗୁ ମଙ୍ଗୁ କହିଲେ ଶୁଣ , ଫୋନ୍ ଆମ ପାଖରେ ଅଛି ଆଉ ତୁମ ସିଏ ଶୋଇଛନ୍ତି।
ସକାଳ ରୁ ସଞ୍ଜ ହେଲା । ପୁଣି ବିତିଗଲା କିଛି ସମୟ । ତୁମକୁ ମୁଁ ପୁଣି କଲ କରିଲି । ଏତେ ରାତିରେ ମଧ୍ୟ ତୁମ କଲ ବିଯି ଥିଲା ତୁମେ ଅରୂପ ସହିତ କଥା ହେଉଥିଲ । ମୋ କଲ ପାଇ ତୁମେ ରିଟର୍ଣ୍ଣ କଲ କରିଲ । ତାପରେ ତୁମେ କହିଲ ଯେ ଶୁଣ ମୁଁ ଅରୂପ ସହିତ କଥା ହେଉଛି । ମୁଁ କିଛି ସମୟ ଚୁପ ରହିଲି ଆଉ ତୁମେ ମଧ୍ୟ । ତାପରେ କିଛି ସମୟର ନିରବତା ପରେ ତୁମେ କହିଲ "ବିତିଯାଉ ସମୟ" କିନ୍ତୁ ତୁମର କିଛି କହିବାର ନାହିଁ ଯଦି ଫୋନ୍ କଣ ପାଇଁ କରୁଛ ବାରମ୍ବାର ..!! ଆଛା ଏବେ ମୁଁ ଫୋନ୍ ରଖିବି । ତାପରେ ତୁମ କଥା ଶୁଣି , "ମୁଁ କହିଲି ଯାହା ତୁମକୁ ଠିକ୍ ଲାଗିବ କର । ତୁମେ ଫୋନ୍ ରଖିଲ ,"ତାପରେ ମୁଁ ପୁଣି ତୁମ ପାଖକୁ ବାରମ୍ବାର କଲ କରିଲି କିନ୍ତୁ ତୁମ ଫୋନ୍ ବିଜି ଥିଲା । ପାଞ୍ଚାନିନିଟ ବିତିଗଲା ତୁମେ " ଲାଷ୍ଟ୍ କଲ" କରିଲ ଏବଂ ରାଗରେ ଜର୍ଜରିତ ହେଇ କହିଲ ,ମୋର ବିବାହ ସ୍ଥିର ହେଇଛି । ଏଇଟା ମୋର " ଲାଷ୍ଟ୍ କଲ" ମୋ ପାଖକୁ ଆଉ କଲ କରିବ ନାହିଁ କି ମୋତେ ତୁମ ମୁହଁ ଦେଖାଇବ ନାହିଁ ।
ସମୟ ବିତିଗଲା । ତୁମ ସ୍ମୃତିକୁ ନେଇ ସାହିତ୍ୟରେ ସୃଷ୍ଟି ହେଲା ଆନ୍ଦୋଳନ । ତୁମ ସବୁ ସ୍ମୃତିକୁ ଲିପିବଦ୍ଧ କରିଲି । ତାପରେ ହସିବା ମଧ୍ୟ ଶିଖିଗଲି କିନ୍ତୁ ଆଜି ମଧ୍ୟ ମନେପଡେ ତୁମର ସେହି "ଲାଷ୍ଟ୍ କଲ" ଯାହା ଥିଲା ଅଭିମାନ ଏବଂ ଅଶ୍ରୁ ରେ ପୂର୍ଣ୍ଣ ...!!
।ସମାପ୍ତ ।
✍️ପ୍ରଶାନ୍ତ କୁମାର ବିଦ୍ୟାଧର
ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।