
SS Publication
May 18, 2025 at 05:33 PM
ଶୀର୍ଷକ _ ଲଭ୍ ୟୁ ହିଟଲର_ ଭାଗ ୪୩
#ପ୍ରତିଲିପି ସୁପର୍ ରାଇଟର୍ ପ୍ରତିଯୋଗିତା - 2025
(ଧାରାବାହିକ,ଉପନ୍ୟାସ,ପ୍ରେମ,ବନ୍ଧୁତା,ପାରିବାରିକ)
ସକାଳ ଅରୁଣଙ୍କ ପ୍ରଥମ କିରଣ ବିଁଛଣl ଉପରେ ପଡ଼ିବା ପୂର୍ବରୁ ଅରଣ୍ୟ ନିଜର ନିତ୍ୟକର୍ମ ସାରି ୱାସ ତୁମ ମଧରୁ ବାହାରି ଆସି ଷ୍ଟଡି ତୁମ ମଧ୍ୟରେ ବସିଛନ୍ତି । ଗନ୍ଧର୍ବ କାକା ଗ୍ରୀନ ଟି ଆଣି ପହଞ୍ଚି କହିଲେ ବାବୁ , ବୋହୂ ମାଆଙ୍କ ପାଇଁ ଏଇଠି କି ଚାହା ଆଣି ଆସିବି କି କଣ ? ଠିକ ସେହି ସମୟରେ ଅନନ୍ୟା ନିଜର ସମସ୍ତ ନିତ୍ୟକର୍ମ କରି ଆସିପହଞ୍ଚିଲେ ଷ୍ଟଡି ରୁମରେ।
ଗନ୍ଧର୍ବ କାକା ସେଠାରୁ ଚାଲିଯିବା ପରେ ଅନନ୍ୟା ତୁରନ୍ତ ଅରଣ୍ୟଙ୍କ ମୁହଁକୁ ଗୋଟିଏ ଚୁମ୍ବନ ଦେଇ କହିଲେ ହ୍ୟାଣ୍ଡସଅପ୍ । ମୁଁ ଆଜି ତୁମକୁ ଅପହରଣ କରିବାକୁ ଆସିଛି । ଚୁପ ଚାପ ମୋ କଥାରେ ରାଜି ହୁଅ ନଚେତ ଏଇ ଏକେ-୪୭ ର ଧମକା ରେ ପୁରା ଶରୀର କୁ ରକ୍ତାକ୍ତ କରିଦେବି ।
ଅନନ୍ୟାଙ୍କ ହ୍ୟାଣ୍ଡସଅପ୍ କହିବା ପରେ ଅରଣ୍ୟ ବାବୁ ଜଣେ ପେଶାଦାର ଅପରାଧୀ ଭଳି ଠିଆ ହେଇଗଲେ ହାତ ଉପରକୁ କରି । ଅନନ୍ୟା କହିଲେ ଗୁଡ ବଏ। ଏବେ ମୁଭ କର । କୌଣସି ପ୍ରଶ୍ନ ଉତ୍ତର ଆବଶ୍ୟକ ନାହିଁ । ଚୁପ ଚାପ ମୋ କଥା ମାନି ଆଗକୁ ବଢ଼ । ଅରଣ୍ୟ ଯିବା ପୂର୍ବରୁ କହିଲେ ଦେଖନ୍ତୁ ମିସ୍ ଅନନ୍ୟା । ମୁଁ ଆପଣଙ୍କ କଥାରେ ରାଜି। କିନ୍ତୁ ମୋତେ ଆପଣ ଗୁଳି ମାରନ୍ତୁ ନାହିଁ। ନଚେତ ଅଯଥାରେ ଶ୍ଵଶୁରଙ୍କ ଏକମାତ୍ର ଜାମାତା ଜଣେ ମହିଳା ଆତତାୟୀଙ୍କ ହାତରେ ପ୍ରାଣ ହରାଇଛନ୍ତି ବୋଲି ହୂରି ପଡ଼ିବ । ମୋ ସହିତ ମୋ ପରିବାର ଏବଂ ଶ୍ଵଶୁରଙ୍କ ଝିଅର ସମ୍ମାନ ଯିବ । ଆପଣ ଯାହା କହିବେ ମୁଁ ଆପଣଙ୍କ କଥାରେ ରାଜି ।
ଅରଣ୍ୟ ଆଗେ ଆଗେ ଚାଲିଲେ ଏବଂ ଅନନ୍ୟା ତାଙ୍କ ପିଠିରେ ନିଜ ହାତକୁ ବନ୍ଧୁକ କରି ଲଗାଇ ପଛରେ ପଛରେ ଚାଲିଲେ । ଆଜି ବୋଧେ ଜୀବନର ପୁଣି ସେହି ଲୁଚକାଳି ଖେଳ ମନ ପଡ଼ିଛି ଅନନ୍ୟାଙ୍କ ର । କିନ୍ତୁ ଆଜିର ଅନନ୍ୟାଙ୍କ ଏଭଳି ମସ୍ତି ଅରଣ୍ୟ ଙ୍କୁ ମଧ୍ୟ ପସନ୍ଦ ଲାଗିଛି । ପଥର ଦେହରେ ଫୁଟିଛି ଫୁଲ । ସେହି ଫୁଲର ମହକ ସାରା ସଂସାରକୁ ଯେମିତି ମହକେଇ ଦେଉଛି । ଅରଣ୍ୟ ଆଗେ ଆଗେ ଚାଲିଛନ୍ତି ଏବଂ ଅନନ୍ୟା ପଛରେ । ଆଗରୁ ଅନନ୍ୟାଙ୍କ ପ୍ଲାନ ଅନୁସାରେ ସେମାନେ ଆଜି କୋଟଗଡ ପାର୍କ ବୁଲିବାକୁ ଯିବାର ଅଛି ତେଣୁ ଅନନ୍ୟା କହିଲେ ଶୀଘ୍ର ଚାଲନ୍ତୁ ମିଷ୍ଟର "ହିଟଲର" ।
ଅନନ୍ୟା ଏବଂ ଅରଣ୍ୟ ମୁଖ୍ୟ ଗେଟ ପlରକରି ବାହାରକୁ ଗଲେ । ଆଗରୁ ବାହାରେ ଗାଡ଼ି ଛିଡ଼ା ହେଇଥିଲା। ଦୁହେଁ ବସିଲେ ଗାଡ଼ିରେ । ଅନନ୍ୟା କହିଲେ ଆଛା ମିଷ୍ଟର ହଜବ୍ୟାଣ୍ଡ ଆପଣ ଚୁପ ବସନ୍ତୁ ଆଉ ଆଖି ବନ୍ଦ କରି ମୁଁ ଆପଣକୁ ନେଇ ଯିବି ଏକ ଗୁପ୍ତ ସ୍ଥାନକୁ । ଠିକ୍ ଏହି ସମୟରେ ଅରଣ୍ୟଙ୍କ ଫୋନ୍ ବାଜି ଉଠିଲା । ଅରଣ୍ୟ ନିଜର ଆଖି ବନ୍ଦ କରି କହିଲେ ହ୍ୟlଲୋ, କିନ୍ତୁ ଅପର ପକ୍ଷରୁ ଫୋନ ରେ ଶୁଭିଲା ଯେ ଅରଣ୍ୟ , ଆଜି ତୁମକୁ ବାହାରକୁ ଯିବା ଉଚିତ ନୁହେଁ । ଆଗକୁ ବିପଦ ର ସମ୍ଭାବନା ଅଛି ।
ଏପଟେ ମାନସ ବାବୁ ,ଅନନ୍ୟାଙ୍କୁ ମଧ୍ୟ ଗୋଟିଏ ମେସେଜ କରି ଚେତାବନୀ ଜଣାଇଦେଲେ ଯେ ଆଗକୁ ବିପଦ ଅଛି। ତେଣୁ ତୁମେ ମାନେ ଯେଉଁ ପ୍ରୋଗ୍ରାମ କରିଛ ତାକୁ ପୋଷ୍ଟପଣ୍ଡ କରି ଫେରି ଆସ। ଅରଣ୍ୟ ତୁରନ୍ତ ଫୋନ ପାଇବାପରେ କହିଲେ ଅନନ୍ୟା , ଆମକୁ ଆଗକୁ ଯିବାକୁ ଅଧିକ ଅସୁବିଧା ଅଛି । ତେଣୁ ଫେରି ଆସ ଘରକୁ ।
ଅରଣ୍ୟ ଏବଂ ଅନନ୍ୟା ଦୁହେଁ ଘରକୁ ଫେରିଆସିଲେ । ଦୁହିଁଙ୍କ ମନରେ ଦୁଃଖର ଛାୟା। ଅରଣ୍ୟଙ୍କ ମନରେ ଦୁଃଖ ଏଥିପାଇଁ ଯେ ,ଆଜି ପ୍ରଥମ ଥର ପାଇଁ ଅନନ୍ୟାଙ୍କ ପ୍ଲାନ ଭଣ୍ଡୁର ହେଲା ଏବଂ ତାଙ୍କ ମନଦୁଃଖ ଏବଂ ନିରଶତା ରେ ଭରିଗଲା । ଠିକ୍ ଏହି ସମୟରେ ଅନନ୍ୟା ଆସି କହିଲେ ମୁଁ ତୁମର ବଡି ଗାର୍ଡ ହେବି ।
ଅନନ୍ୟାଙ୍କ କଥା ଶୁଣି ଅରଣ୍ୟ କହିଲେ କିନ୍ତୁ କଣ ପାଇଁ । ଏମିତିରେ ମୋ ପାଖରେ ଦେଶ ବିଦେଶରୁ ବେଷ୍ଟ ଟ୍ରେନିଂ ସ୍କୁଲ ରୁ ଆସିଥିବା ସlର୍ପ ସୁଟର ଅଛନ୍ତି । ତାପରେ ତୁମର ରକ୍ଷା କରିବା ମୋର ଦାୟିତ୍ଵ ଅନନ୍ୟା କହି ଅରଣ୍ୟ ସ୍ମିତ ହାସ୍ୟ ଦେଲେ । କିନ୍ତୁ ତାଙ୍କ କଥାରେ ମୁହଁ ଫୁଲେଇ କହିଲେ ଆଛା ଶୁଣ ଅରଣ୍ୟ । ତୁମର ବୋଧେ ମନ୍ ନାହିଁ ଯେ ମୁଁ ମାର୍ଶାଲ ଆର୍ଟ ଚମ୍ପିୟାନ । ଏକା ସାଙ୍ଗରେ ମୁଁ ଅନେକ ବଳଶାଳୀ ଯୁବକଙ୍କୁ ଧରାଶାୟୀ କରିବାର କ୍ଷମତା ରଖିଛି । କିନ୍ତୁ ମୋତେ ଏହି ଗନ ଏବଂ ସ୍ନାଇପର୍ ଚଳାଇବା ଆସିନାହିଁ । ଆରେ ତମେ ହସୁଛ କଣ , ମୁଁ ତୁମ ୱାଇଫ ତୁମର ରକ୍ଷା କରିବା ଦାୟିତ୍ବ ମୋର । ମୁଁ ଝିଅ ଥିଲି , ହେଲି ବୋହୁ କିନ୍ତୁ ତlପୂର୍ବରୁ ମୁଁ ତୁମ ସ୍ତ୍ରୀ ଅରଣ୍ୟ । ଆଉ ଜଣେ ସ୍ତ୍ରୀକୁ ତାର କର୍ତ୍ତବ୍ୟ କରିବାରେ ରୋକିବାକୁ ତୁମେ କିଏ ? ଏଇଟା ମୋର ଅଧିକାର ବାବା ...!!
ଅରଣ୍ୟ ,ସେମିତି ଅନେଇ ରହିଛନ୍ତି ଅନନ୍ୟାଙ୍କୁ ଏବଂ ଅନନ୍ୟା ମଧ୍ୟ ତାଙ୍କୁ ସେମିତି ଚାହିଁ ରହିଥିଲେ ଅରଣ୍ୟଙ୍କୁ । ଏହା ମଧ୍ୟରେ ଅରଣ୍ୟ କହିଲେ ଆଛା ତୁମ ପାଇଁ ମୁଁ ଗୋଟେ ଟିଚର୍ ଆପୋଏଣ୍ଟ କରିବି ଯାହା ଦ୍ଵାରା ତୁମେ ତୁମ ନିଜକୁ ରକ୍ଷା କରିବାକୁ ସମର୍ଥ ହେଇ ପାରିବ ।
ଅରଣ୍ୟଙ୍କ କଥା ଶୁଣି ଅନନ୍ୟା ତୁରନ୍ତ , ଅରଣ୍ୟଙ୍କୁ ଚୁମ୍ବନ ଦେଇ ତାଙ୍କ ଛାତିରେ ଆଉଜି ରହିଥିଲେ କି ଠିକ୍ ସେହି ସମୟରେ ମାନସ ବାବୁ ଫୋନ୍ ଧରi ଆସି କହିଲେ ସରି ମାମ । ସାରଙ୍କୁ ଏହି ଫୋନ ଉଠାଇବାକୁ ପଡ଼ିବ । ଅଫିସ ରୁ ମିଷ୍ଟର ମହାନ୍ତି ଫୋନ କରିଛନ୍ତି । ଅଫିସ ର କିଛି ଅଘଟଣ ଘଟିଛି ବୋଧେ ।
ଅରଣ୍ୟ ତୁରନ୍ତ , ଫୋନ ନେଇ ଚାଲିଗଲେ ଏକାକୀ ସ୍ଥାନକୁ । ଏପଟେ ଅନନ୍ୟା ମଧ୍ୟ ଶୋଇ ପଡ଼ିଲେ । ଏମିତି ବିତିଗଲା କିଛି ଘଣ୍ଟା । ଘରକୁ ଫେରିଲେ ଅରଣ୍ୟ ରାଏ ବାହାଦୁର । ତାଙ୍କୁ ଅପେକ୍ଷା କରିଥିଲେ ମାନସ ବାବୁ । ମାନସ ଆସିବା ପୂର୍ବରୁ ଅରଣ୍ୟ ନିଜ ଆଙ୍ଗୁଠି କୁ ଦେଖି ମନେ ମନେ ହସୁଥିଲେ । ଭାବୁଥିଲେ ଯେ ସତରେ ଏହି ଆଙ୍ଗୁଠି ର ଆଜି କି ଭାଗ୍ୟ , ଯାହାକୁ ଜଣେ ଷୋଡ଼ଶୀ ରୂପସୀ କନ୍ୟାଙ୍କ ଚୁମ୍ବନ ମିଳୁଚି ।
ଏପଟେ ଅରଣ୍ୟ ବାବୁଙ୍କୁ ଦେଖି ମାନସ ଆସି ଚତୁର୍ପlର୍ଷ୍ଵକୁ ଭଲ ଭାବରେ ନିରୀକ୍ଷଣ କରିବା ପରେ ପାଖରେ ବସି କହିଲେ ଆଉ କଣ ହାଲଚାଲ ମିଷ୍ଟର ଇଗୋ କିଙ୍ଗ " ହିଟଲର" । ତାପରେ ମାନସ କହିଲେ ଆରେ ଏମିତି କଣ ଦେଖୁଛୁ ଅରଣ୍ୟ । ମୁଁ ତୋର ବେଷ୍ଟ ଫ୍ରେଣ୍ଡ୍ ୟାର। କିନ୍ତୁ ଦୁଃଖର ବିଷୟ ଯେ ତୁ ବିବାହ କରିଲା ଦିନଠାରୁ ମୋତେ ତୋର ବଡି ଗାର୍ଡ କମ୍ ଆସିଷ୍ଟାଣ୍ଟ କରି ସାରିଲୁଣି । କେତେଦିନ ଏମିତି ଚାଲିବ ମିଷ୍ଟର ଇଗୋ କିଙ୍ଗ " ହିଟଲର" । ମୁଁ ଦେଖିଚି ଯେ ତୁ ଆଜିକାଲି ବହୁତ ବଦଳି ଗଲୁଣି । କଣ ହେଇଛି। ଯେଉଁ ପୁଅ ଦିନେ ଝିଅଙ୍କ ଛାଇ ପଡିଲେ ତାର ନାହି ଡେଉଁଥିଲା ଆଜି ସେ ବିବାହ ର ଅଳ୍ପ କେଇଟା ଦିନରେ ପରିବର୍ତ୍ତନ ହେଲାଣି ।
ଅରଣ୍ୟ ଚୁପ ଚାପ ସବୁ କିଛି ଶୁଣି କହିଲେ , କାହିଁକି ବେକାର କଥା କହୁଛୁ ତୁ । ତାପରେ ତୁ ମୋତେ ଅରଣ୍ୟ ବଦଳରେ ଏଇ ମିଷ୍ଟର ଇଗୋ କିଙ୍ଗ " ହିଟଲର" କହିବାର ତାତ୍ପର୍ଯ୍ୟ କଣ ଟିକେ ଜାଣି ପାରିବି କି ଭାଉଜ ର ଚାମଚ ..? ଆରେ ଭାଇ ସ୍ତ୍ରୀ ମୋର । ମୁଁ ତାର କିନ୍ତୁ ତୁ ମୋ ସାଙ୍ଗ ହେଇ ମୋ ବିରୁଦ୍ଧାଚରଣ କରୁଛୁ କିପରି ? ପରିବର୍ତ୍ତନ ତ ତୋର ହେଇଚି । ଏବେ ତୁ ଘର୍ ଖାଦ୍ୟ ଖାଇ ଖାଇ ଗେଣ୍ଡା ହେଇ ଗଲୁଣି । ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଏ ମାନସ । ତୁ ଜାଣିଛୁ ଆମ କାମରେ କେତେ ଫିଟ୍ ରହିବା ଆବଶ୍ୟକ । କିନ୍ତୁ ଏବେ ଦେଖ ତୋର ପେଟ ବାହାରି ଗଲାଣି ।
ଅରଣ୍ୟ କଥା ଶୁଣି ମାନସ କହିଲେ ଦେଖ ଅରଣ୍ୟ ତୁ କଥା ବୁଲେଇ ବଙ୍କେଇ କହିବାରେ ଏକ୍ସପୋର୍ଟ । ତେଣୁ ତୁ ମୋତେ ଭାବନା ରାଜ୍ୟରେ ଆଉ ନାଁ ବୁଲେଇ କୁହ କଣ ପାଇଁ ତୁ ବ୍ଲସ କରୁଥିଲୁ ମନେ ମନେ । ତୁ ସେ ଅନନ୍ୟା ଭାଉଜଙ୍କ ପ୍ରେମରେ ପୁରା ଉବୁ ଦୁବୁ ହେଲୁଣି । ତୋର ସବୁ ସରିଲା ରେ ବାବା...!
କ୍ରମଶଃ...
✍️ପ୍ରଶାନ୍ତ କୁମାର ବିଦ୍ୟାଧର
ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।