
SS Publication
May 18, 2025 at 06:20 PM
ଶ୍ରୀ କୃଷ୍ଣ _ ଭାଗ ୧୩୦
( ଦେବର୍ଷି ନାରଦଙ୍କ ଅପମାନ)
( ଅନୁବାଦ,ଭାଗବତ ,ଗୀତା , ଶ୍ରୀ କୃଷ୍ଣ ,ବିଷ୍ଣୁ ପୁରାଣ ,ଇତ୍ୟାଦି )
"କୃଷ୍ଣ .... କୃଷ୍ଣ ....
କୃଷ୍ଣ... କୃଷ୍ଣ ... ହରେ ହରେ "
ଶ୍ରୀ କୃଷ୍ଣ ଗୋବିନ୍ଦ ହରେ ମୁରାରେ
ଶ୍ରୀ ରାଧେ ଗୋବିନ୍ଦ ବାସୁଦେବ ହରେ
ଶ୍ରୀ କୃଷ୍ଣ ଗୋବିନ୍ଦ ହରେ ମୁରାରେ
ହେ ନାଥ ନାରାୟଣ ବାସୁଦେବ ହରେ
ରାଧେ କୃଷ୍ଣ ... ରାଧେ କୃଷ୍ଣ
ରାଧେ କୃଷ୍ଣ କୃଷ୍ଣ ...କୃଷ୍ଣ ।।
"ସଚ୍ଚିଦାନନ୍ଦ ରୂପାୟ ବିଶ୍ଵତ୍ପତ୍ୟାଦି ହେତବୋ
ତାପତ୍ରୟ ବିନାଶାୟେ ଶ୍ରୀକୃଷ୍ଣlୟ ବୟ ନମଃ ।।
ଅସୁର ସଭାରେ ଦେବର୍ଷି ନାରଦଙ୍କ ଅପମାନ ଘୋର ଅନାର୍ଥର କାରଣ । ମହାରାଜ କଂସ କ୍ରୋଧିତ ହେଇ ଉଠିଲେ ଏବଂ କହିଲେ ହେ ଦୂତ ନାରଦ । ଯାଆ ତୁ ତୋର ସେହି ଭଗବାନ ବିଷ୍ଣୁ ଙ୍କୁ କୁହ ଯେ ସନ୍ଧି କରିବାର ଯଦି ଅଛି ତେବେ ସେ ମୋ ଭବନ ନିକଟକୁ ଆସି ବିନମ୍ର କଣ୍ଠରେ ହାତ ଯୋଡ଼ି କହୁ ଯେ ହେ କଂସ ମୁଁ ତୁମ ସାମ୍ନାରେ ନିଜକୁ ସମର୍ପଣ କରିଲି । ଏତିକି ଶୁଣିବା ପରେ ବୋଧ ହୁଏ ମୋର କଲିଜା ଥଣ୍ଡା ହେବ ଏବଂ ମୁଁ କିଛି ମାତ୍ରାରେ ଦଣ୍ଡ କମକରିବି।
ହଁ ଶୁଣ ନାରଦ ...!! ଏକଥା ମଧ୍ୟ କହିବ ଯେ ,ମୋ ପାଖକୁ ଯଦି କୌଣସି ଦୂତ ପଠାଇବାର ଅଛି ତେବେ ଜଣେ ଜ୍ଞାନୀ ବ୍ୟକ୍ତିଙ୍କୁ ପଠାଇବ ତୁମ ଭଳି ଜଣେ ଅଜ୍ଞାନୀ ପାମର , ଧୃତ କୁ ପଠାଇବାର ଭୁଲ କରିବ ନାହି ।
ଦେବର୍ଷି ନାରଦଙ୍କ ଘୋର ଅପମାନ ହେଲା ପରେ ଦେବର୍ଷି ନାରଦ କହିଲେ ହେ , ରାଜନ .! ମୋର ତୁମକୁ ଦେଖି ଦୟା ଆସୁଛି ।
ତେଷାଂ ସତତଯୁକ୍ତାନାଂ ଭଜତାଂ ପ୍ରୀତିପୂର୍ବକମ୍ ।
ଦଦାମି ବୁଦ୍ଧିଯୋଗଂ ତଂ ଯେନ ମାମୁପଯାନ୍ତି ତେ ।।୧୦।।
ଅର୍ଥାତ , "ଦିବ୍ୟ ଭଗବଦୀୟ ଜ୍ଞାନ ଆମ ନିଜ ବୁଦ୍ଧିର ଉପଯୋଗରେ ପ୍ରାପ୍ତ ହୋଇ ନଥାଏ । ଯେତେ ଶକ୍ତିଶାଳୀ ଆଭ୍ୟନ୍ତରୀଣ ଉପକରଣ ଆମ ପାଖରେ ଥାଉନା କାହିଁକି, ଆମକୁ ସ୍ୱୀକାର କରିବାକୁ ପଡ଼ିବ ଯେ ସେସବୁ ମାୟିକ ଶକ୍ତି ଦ୍ୱାରା ଗଠିତ । ତେଣୁ ଆମର ଜାଣିବା,ବୁଝିବା ଏବଂ ଜ୍ଞାନ ଶକ୍ତିର ପରିସର ମାୟିକ ଜଗତ ମଧ୍ୟରେ ସୀମିତ । ଭଗବାନ ଏବଂ ତାଙ୍କର ଦିବ୍ୟ ଜଗତ ସମ୍ପୂର୍ଣ୍ଣ ଭାବରେ ଆମ ଭୌତିକ ବୁଦ୍ଧିର ପରିସୀମାର ଉର୍ଦ୍ଧ୍ୱରେ । ବେଦ ଦୃଢ଼ତାର ସହିତ ଘୋଷଣା କରେ:
ଯସ୍ୟା ମତଂ ତସ୍ୟ ମତଂ ମତଂ ଯସ୍ୟ ନ ବେଦ ସଃ ।
ଅବିଜ୍ଞାତଂ ବିଜାନତାଂ ବିଜ୍ଞାତମବିଜାନତାଂ । । (କେନୋପନିଷଦ ୨.୩)
ଯେଉଁମାନେ ଭାବନ୍ତି ଯେ ସେମାନେ ନିଜେ ବୁଦ୍ଧି ଦ୍ୱାରା ଭଗବାନଙ୍କୁ ବୁଝିପାରିବେ, ସେମାନଙ୍କର ଭଗବାନଙ୍କ ବିଷୟରେ କୌଣସି ଧାରଣା ନାହିଁ। କେବଳ ଯେଉଁମାନେ ଭାବନ୍ତି ଯେ ଭଗବାନ ତାଙ୍କର ପରିକଳ୍ପନାର ବାହାରେ, ପ୍ରକୃତରେ ସେମାନେ ହିଁ ତାଙ୍କୁ ବୁଝିପାରନ୍ତି ।
ବୃହଦାରଣ୍ୟକ ଉପନିଷଦ କହୁଛି:
ସ ଏଷ ନେତି ନେତ୍ୟାତ୍ମା ଅଗୃହ୍ୟୋଃ (୩. ୯.୨୬)
ଜଣେ ନିଜ ବୁଦ୍ଧି ଦ୍ୱାରା ପ୍ରୟାସ କରି ଭଗବାନଙ୍କୁ କେବେ ବି ଜାଣି ପାରିବ ନାହିଁ ।”
ରାମାୟଣ କହୁଛି: ରାମ ଅର୍ତକ୍ୟ ବୁଦ୍ଧି ମନ ବାନୀ, ମତ ହମାର ଅସ ସୁନହି ସୟାନୀ ।
“ପ୍ରଭୁ ରାମଙ୍କର ଚରିତ୍ର ଆମ ବୁଦ୍ଧି, ମନ ଓ ବାଣୀର ଉର୍ଦ୍ଧ୍ୱରେ” । ତେବେ ଭଗବାନଙ୍କୁ ଜାଣିବା ସମ୍ପର୍କରେ, ଏହି ସବୁ ଉକ୍ତି ଯେଉଁଠି ସିଧାସଳଖ ପ୍ରକାଶ କରୁଛନ୍ତି ଯେ ଭଗବାନଙ୍କୁ ଜାଣିବା ସମ୍ଭବ ନୁହେଁ, ସେଇଠି ଭଗବତ୍ ପ୍ରାପ୍ତି ଜଣେ କରିବ କିପରି? ଶ୍ରୀକୃଷ୍ଣ ଏଠାରେ ଭଗବଦୀୟ ଜ୍ଞାନ କିପରି ପ୍ରାପ୍ତ ହେବ, ତାହା ପ୍ରକାଶ କରୁଛନ୍ତି । ସେ କହୁଛନ୍ତି ଯେ କେବଳ ଭଗବାନ ହିଁ ଜୀବକୁ ଦିବ୍ୟଜ୍ଞାନ ପ୍ରଦାନ କରିଥାଆନ୍ତି ଏବଂ ସେହି ସୌଭାଗ୍ୟଶାଳୀ ଜୀବ, ଯିଏ ତାଙ୍କର କୃପା ପ୍ରାପ୍ତ କରିଥାଏ, ସେ ହିଁ ତାଙ୍କୁ ଜାଣିପାରେ । ଯର୍ଜୁବେଦ କହୁଛି:
"ତସ୍ୟ ନୋ ରାସ୍ୱ ତସ୍ୟ ନୋ ଧେହୀ"
“ଭଗବାନଙ୍କ ପଦପଦ୍ମରୁ ଝରୁଥିବା ଅମୃତରେ ଅବଗାହନ ନ କରି, କେହି ବି ତାଙ୍କୁ ଜାଣିପାରିବେ ନାହିଁ ।” ଅତଏବ, ବାସ୍ତବ ଭଗବଦୀୟ ଜ୍ଞାନ ବୁଦ୍ଧିର କସରତର ଫଳ ନୁହେଁ, ବରଂ ଏହା ଦିବ୍ୟ କୃପାର ପରିଣତି ଅଟେ । ଶ୍ରୀକୃଷ୍ଣ ଏଠାରେ ଏକଥା ମଧ୍ୟ ପ୍ରକାଶ କରୁଛନ୍ତି ଯେ, ସେ ତାଙ୍କର କୃପାର ପାତ୍ରଙ୍କୁ ଖାମଖିଆଲି ଭାବରେ ବାଛନ୍ତି ନାହିଁ । ବରଂ, ଯେଉଁମାନେ ଭକ୍ତିରେ ମନକୁ ତାଙ୍କଠାରେ ସଂଲଗ୍ନ ରଖିଥାଆନ୍ତି, ସେମାନଙ୍କୁ ସେ ତାଙ୍କ କୃପା ପ୍ରଦାନ କରିଥାନ୍ତି ।
🕉️ନମୋ ଭଗବତେ ବାସୁଦେବାୟ ।
ମୁଁ ଏଥର ଆସୁଛି ରାଜନ । ଭଗବାନ ତୁମର ମଙ୍ଗଳ କରନ୍ତୁ ।
ନାରାୟଣ ... ନାରାୟଣ .. ନାରାୟଣ ..!!
ଦେବର୍ଷି ନାରଦ ଅପମାନ ପାଇ ଚାଲିଗଲେ କଂସ ନଗରୀ ମଥୁରା ରୁ ।
ଏପଟେ ଦେବର୍ଷି ନାରଦ ଯାଇ ପହଞ୍ଚିଲେ ଗୋଲକ ଧାମ ରେ ଯେଉଁଠି ଭଗବାନ ବିଷ୍ଣୁ ଦେବୀ ଲକ୍ଷ୍ମୀଙ୍କ ସହିତ ବାସ କରୁଥିଲେ । ଦେବର୍ଷି ଙ୍କୁ ଦେଖି ଭଗବାନ ବିଷ୍ଣୁ କହିଲେ . ।
_ ଅତ୍ୟନ୍ତ ଦୁଃଖୀ ଲଗୁଛନ୍ତି ଭକ୍ତ ରାଜ । କଣ ହେଇଛି ଦେବର୍ଷି ..?
_ କଣ ଆଉ ହେବ ଭଗବାନ । ଦୁଃଖ ତ ମୋତେ ଏଥିପାଇଁ ଲାଗୁଚି ସେ ଅଭାଗା କଂସାସୁର ଉପରେ , ଯିଏ କି ଅଳ୍ପରୁ ବଞ୍ଚିତ ହେଲା ଅମୃତ ପ୍ରାପ୍ତି ରୁ । ସାଗର ତଟ କୁ ଆସି ସ୍ନାନ ନକରି ଯଦି କେହି ଫେରିଯାଏ ଯେପରି। ଏହି କଂସ ମଧ୍ୟ ଭବସାଗର ର ତଟ ରୁ ଫେରିଗଲା । ସେ ପାପ , ପୁଣ୍ୟ , ମୋକ୍ଷର ପ୍ରାପ୍ତି ପାଇବା ପୂର୍ବରୁ ବଞ୍ଚିତ ରହିଗଲା । ଏହାକୁ ଦୁର୍ଭାଗ୍ୟ କୁହନ୍ତି ପ୍ରଭୁ ...!
_ ତୁମେ ସତ୍ୟ କହିଛ ଦେବର୍ଷି । ଯେତେବେଳେ ଜଣେ ମନୁଷ୍ୟ କୁ ଭାଗ୍ୟ ପରିବର୍ତ୍ତନ କରିବାର ସୁଯୋଗ ଦିଆଯାଏ ଏବଂ ସେ ତାକୁ ଅବହେଳନା କରି ଅହଙ୍କାର ର ବଶୀଭୂତ ହେଇ ପlଦରେ ଆଡ଼େଇ ଦିଏ ତାକୁ ହିଁ ଦୁର୍ଭାଗ୍ୟ କୁହନ୍ତି । ତୁମେ ସେଥିପାଇଁ ଦୁଃଖ କର ନାହିଁ । ଏହି ସବୁ ଘଟଣା ମହାମାୟା ଙ୍କ ଖେଳ । ତାଙ୍କୁ ଖେଳିବାକୁ ଦିଅ । ଯାହା ଘଟୁଛି ତାକୁ ଘଟିବାକୁ ଦିଅ ।
_ଠିକ୍ କଥା କହିଛନ୍ତି ଭଗବାନ । ଆପଣ ମହାନ । ଆପଣଙ୍କ ଲୀଳା ଅପ୍ରମ୍ପlର । ଏଇ ଦେଖନ୍ତୁ ନା ପ୍ରଭୁ , ସେ ଯେଉଁ ରହସ୍ୟ ଜାଣିବା ପାଇଁ ବର୍ଷ ବର୍ଷ ଧରି ଭ୍ରମିତ ହେଉଥିଲା ଏବଂ ମୁଁ ତାଙ୍କୁ ସେହି ରହସ୍ୟ କହି ଯେତେବେଳେ ତାକୁ ଉଦ୍ଧାର କରିବାକୁ ଚେଷ୍ଟା କରି କହିଲି ଯେ ଯେଉଁ ବାଳକ ଙ୍କୁ ତୁମେ ଖୋଜୁଚ ସେ ଆଉ କେହି ନୁହନ୍ତି । ସାକ୍ଷାତ ପରବ୍ରହ୍ମ ଭଗବାନ " ଶ୍ରୀ କୃଷ୍ଣ" ସେ ଜାଣିବା ପରେ ମଧ୍ୟ ମୋର ତିରସ୍କାର କରି କହିଲା ଯେ ତୁ ଜଣେ ପାପି । ଭଣ୍ଡ । ଆପଣଙ୍କ ମାୟା ଏତେ ପ୍ରବଳ ହେଲା ଯେ ସେହି ନରାଧମ୍ ବିବେକ ଶୂନ୍ୟ ହେଇ ମୋତେ ପlପୀ ଘୋଷଣା କରି ଅଟ୍ଟହାସ୍ୟ କରିଲା । ତାକୁ ଲାଗିଲା ଯେ ମୁଁ କୌଣସି ନକଲି ଭଗବାନ ଙ୍କ ପଛରେ ତାକୁ ଲଗାଇଛି।
ବାଃ ... ମହାମାୟା ବାଃ ..! ଆପଣଙ୍କ ମାୟା କୁ ପ୍ରଣାମ ।
ହେ ମlତେ , ଦେବର୍ଷି ନାରଦଙ୍କ ପ୍ରଣାମ ସ୍ବୀକାର କରନ୍ତୁ । ଏବଂ ମୋର ଏକ ବିନତୀ ମାତା , ଏହି ପୁତ୍ର ପ୍ରତି ଏଭଳି କିଛି ମାୟା କରିବେ ନାହିଁ ଯାହାଦ୍ବାରା ମୁଁ ପ୍ରଥ ଭ୍ରଷ୍ଟ ହେଇ ଠିକ୍ କଂସ ଭଳି ଏପଟ ସେପଟ ହେଇ ଦ୍ଵାର ଦ୍ଵାର ବୁଲିବି । ଏତିକି କରୁଣା କରିବେ ମାତା । ମୋର ମାର୍ଗଦର୍ଶନ ରେ ସହାୟକ ହେବ ।
_ ଆପଣ ଏତେ ଚିନ୍ତା କଣ ପାଇଁ କରୁଛ ନାରଦ ।
_ ପ୍ରଭୁ , ଯେ ପର୍ଯ୍ୟନ୍ତ ଆପଣ ମୋର ଚିନ୍ତା କରିବାକୁ ଅଛନ୍ତି , ମୋର ଡର ଭୟ ନାହିଁ ପ୍ରଭୁ କି ଚିନ୍ତା ନାହିଁ। । ଆପଣଙ୍କ କୃପା ସର୍ବଦା ଏହି ନାରଦ ଉପରେ ରହୁ ଏବଂ ମୁଁ ସର୍ବଦା ମୋ ତୁଣ୍ଡରେ କେବଳ ରାମ ନାମ ସଙ୍କୀର୍ତ୍ତନ କରି ସଂସାର ରେ ଆପଣଙ୍କ ଯଶ କୀର୍ତ୍ତି ର ପ୍ରଚାର କରୁଥାଏ ।
ନାରାୟଣ ... ନାରାୟଣ .. ନାରାୟଣ ।
କ୍ରମଶଃ...
"କୃଷ୍ଣ .... କୃଷ୍ଣ ....
କୃଷ୍ଣ... କୃଷ୍ଣ ... ହରେ ହରେ "
ଶ୍ରୀ କୃଷ୍ଣ ଗୋବିନ୍ଦ ହରେ ମୁରାରେ
ଶ୍ରୀ ରାଧେ ଗୋବିନ୍ଦ ବାସୁଦେବ ହରେ
ଶ୍ରୀ କୃଷ୍ଣ ଗୋବିନ୍ଦ ହରେ ମୁରାରେ
ହେ ନାଥ ନାରାୟଣ ବାସୁଦେବ ହରେ
ରାଧେ କୃଷ୍ଣ ... ରାଧେ କୃଷ୍ଣ
ରାଧେ କୃଷ୍ଣ କୃଷ୍ଣ ...କୃଷ୍ଣ ।।
"ସଚ୍ଚିଦାନନ୍ଦ ରୂପାୟ ବିଶ୍ଵତ୍ପତ୍ୟାଦି ହେତବୋ
ତାପତ୍ରୟ ବିନାଶାୟେ ଶ୍ରୀକୃଷ୍ଣlୟ ବୟ ନମଃ ।।
✍️ପ୍ରଶାନ୍ତ କୁମାର ବିଦ୍ୟାଧର
ଉଦୟଗିରି , ଖୋର୍ଦ୍ଧା, ଓଡ଼ିଶା ।।