
SS Publication
May 19, 2025 at 06:29 PM
ଶୀର୍ଷକ _ ଲଭ୍ ୟୁ ହିଟଲର_ ଭାଗ ୪୪
#ପ୍ରତିଲିପି ସୁପର୍ ରାଇଟର୍ ପ୍ରତିଯୋଗିତା - 2025
(ଧାରାବାହିକ,ଉପନ୍ୟାସ,ପ୍ରେମ,ବନ୍ଧୁତା,ପାରିବାରିକ)
ଦୁଇ ବନ୍ଧୁଙ୍କ ମଧ୍ୟରେ ହେଉଥିବା କଥାବାର୍ତ୍ତା ଅନେକ କିଛି କହୁଥିଲା । ଜୀବନ ବୋଧହୁଏ ବହୁତ ଦିନ ପରେ ହସିବା ଆରମ୍ଭ କରିଛି। ମାନସଙ୍କ କଥାରେ ଅରଣ୍ୟ କହୁଛନ୍ତି ଆରେ ଭାଇ ସେମିତି କିଛି ନାହିଁ । ମୋ ହାତ ଆଙ୍ଗୁଠି ଟିକେ ପେନ୍ ହେଉଥିଲା ତେଣୁ ତାକୁ ଦେଖି ମୁଁ ଭାବୁଥିଲି ଯେ ଅନେକ କଷ୍ଟ ସହିପlରୁଥିବା ଦେହ ଟା ହଠାତ କଣ ପାଇଁ କଷ୍ଟ ପାଉଛି ? ସେଥିପାଇଁ ଟିକେ ହସ ଲାଗିଲା ।
" ବନ୍ଧ ତଳେ ଚାଷ ,
ବନ୍ଧୁ ତଳେ ବାସ " । ଅନେକ ଦିନର ଏଇ ବନ୍ଧୁତ୍ୱ ର ଦୂରତା ଟିକେ ବଢି ଯାଇଥିଲା ଅରଣ୍ୟ ଏବଂ ମାନସ ଙ୍କ ମଧ୍ୟରେ । ଦୀର୍ଘଦିନ ହେଲା ମାନସ ଏବଂ ଅରଣ୍ୟ ଠିକ୍ ରେ କଥାବାର୍ତ୍ତା ହେଉନଥିଲେ କାରଣ ଅରଣ୍ୟ ଙ୍କ ବିବାହ ପରଠାରୁ ସେ ବସ୍ ଆଉ ମାନସ ଜଣେ କର୍ମଚାରୀ ଥିଲେ । କିନ୍ତୁ ଆଜି ଅନେକ ଦିନ ପରେ ଦୁହେଁ ଦୁହିଁଙ୍କ ପାଖରେ ଅଭିମାନ କରି ବସିଛନ୍ତି ସୋଫା ର ଦୁଇ କୋଣରେ ।
ଅରଣ୍ୟ ଏବଂ ମାନସ କିଛି ସମୟ ଚୁପ ହେଇ ବସିବା ପରେ ଅରଣ୍ୟ କହିଲେ , ବୁଝିଲୁ ସାଙ୍ଗ ମୋତେ ଲାଗୁଛି ମୁଁ ବଦଳି ଯାଇଛି ରେ । ଅନନ୍ୟା ମୋ ଜୀବନରେ ଆସିବା ଦିନଠାରୁ ମୁଁ ପୁଣି ସଦ୍ୟ ପ୍ରସ୍ଫୁଟିତ ଗୋଲାପ ଭଳି ଲାଗୁଛି ନଚେତ ଆଗରୁ ଏମିତି ଲାଗୁଥିଲା ମୁଁ ବୋଧ ହୁଏ ସେହି ଝରା ଶେଫାଳୀ ଆଉ ରାତିରେ ଫୁଟି ରାତିରେ ଝଡିପଡେ। କିନ୍ତୁ କି ଯାଦୁ କରିଛନ୍ତି କେଜାଣି ଅନନ୍ୟା , " ମୁଁ ଏବେ ତାଙ୍କ ବିନା ବଞ୍ଚିବା ବି ଅସମ୍ଭବ ହେଇ ପଡୁଛି ! ମୋ ଜୀବନରେ କେହି ଯେପରି ରଙ୍ଗ ଭରି ଦେଇଛି ।
ଅରଣ୍ୟଙ୍କ ହୃଦୟରୁ ବହି ଯାଉଥିଲା ଲାଲ ଲାଲ ଲାର୍ଭା ...! ବିଦାରିତ ହେଉଥିଲା ହୃଦୟ । କଣ୍ଠ ବାଷ୍ପରୁଦ୍ଧ ହେଉଥିଲା । ବୋଧହୁଏ ଜୀବନରେ ଅରଣ୍ୟ କେବେ ଏତେ କଷ୍ଟ ପାଇନଥିଲେ ।
ଏପଟେ ବିଚରା ଅରଣ୍ୟଙ୍କ ଏଭଳି କଥା ଶୁଣି ମାନସ କହିଲେ ଆରେ ସାଙ୍ଗ , ଏଇ ତ ଜୀବନ । ଏଇ ମନୁଷ୍ୟ ଜୀବନରେ ଅନେକ ଝଡ଼ ଖଞ୍ଜା ଆସିଥାଏ । କେତେ ଦୁଃଖ ପାଣିର ଗାର ହୁଏ ତ ପୁଣି କେବେ ହୁଏ ସେ କ୍ୟାନ୍ସର ଭଳି ରୋଗ । କେତେ ସୁଖ ନିମିଷେକ ମଧ୍ୟରେ ପାଣି ଫୋଟକା ଭଳି ମିଳେଇଯାଏ। ଏଥିପାଇଁ ବ୍ୟସ୍ତ ହେବା କଣ ? ଆରେ ଏଇଟା ବଡ଼ କଥା ଯେ ମୋ ସାଙ୍ଗ କୁ ପ୍ରେମ ହେଲା । ତୁ ଜାଣିଛୁ ଅରଣ୍ୟ , ଭଗବାନ ପ୍ରେମ ଗଢିଥିଲେ । ମଣିଷ ତା ଦେହରେ ରଙ୍ଗ ଲଗାଇଲେ । ତାପରେ ପ୍ରେମ ମରିଗଲା ,ମଣିଷ ଦୁଃଖି ହେଇଗଲା । ତାପରେ ପୁଣି ଭଗବାନ ପ୍ରେମ ଗଢିଲେ ଏବଂ ପ୍ରେମର ରଙ୍ଗ ପୁଣି ବୋଲି ଦେଲେ । ପ୍ରେମ ପୁଣି ଜୀବିତ ହେଇଗଲା । ଏଇ ପ୍ରେମ ଅନେକ ଥର ହେବ । ଅନେକ କଷ୍ଟ ଦେବ କିନ୍ତୁ ପ୍ରେମ ଠାରୁ ସୁଖଦ ଅନୁଭବ ଆଉ ଦୁନିଆରେ କିଛି ନାହିଁ ।
ହଁ.. ତୁ କିନ୍ତୁ ଭୟ କରେନା। ମୁଁ ଅଛି ।
"ମାନସ ଇଜ୍ ହିଅର୍ ଡୋଣ୍ଟ ୟୁ ଫିଅର"
ଆଛା ଟିକେ ତୋ ଫୋନ ଦେଲୁ ।
ଅରଣ୍ୟ ଅନିଛାସତ୍ତ୍ୱେ ଫୋନ ଧରାଇ ଦେଲେ ମାନସ ବାବୁଙ୍କୁ । କହିଲେ ଦେଖ ମାନସ ତୁ ଏପଟ ସେପଟ ମେସେଜ କିଛି ଲେଖିବୁ ନାହିଁ। ତୋର ମନ ଅଛି ନା ମୋ ବିବାହ କେଉଁ ପରିସ୍ଥିତି ରେ ଅଛି ।
ମାନସ ବାବୁ , " ଅରଣ୍ୟ ବାବୁଙ୍କ ଫୋନ ନେଇ ସେଥିରେ ଗୋଟିଏ ଇ ବୁକ୍ ଡାଉନ୍ ଲୋଡ୍ କରି କହିଲେ ଏଇ ନେ ଅରଣ୍ୟ । ଔପନ୍ୟାସିକ ପ୍ରଶାନ୍ତ କୁମାରଙ୍କ "କାଚଘର " ଏବଂ ଋଦ୍ରା ପଢ଼େ । ଅସଲୀ ପ୍ରେମର ମଜା ପାଇବୁ । ମୁଁ ଅନେକ ସମୟ ପଢୁଛି । ରିଅଲ ଲଭ ଷ୍ଟୋରୀ । କହିବାକୁ ଗଲେ ନିରୋଳାରେ, ନିକାଞ୍ଚନରେ, ଏକା ଏକା ବସି ଏହି ପ୍ରେମ କାହାଣୀର ନିଶ୍ଚୟ ମଜା ନେଉଛନ୍ତି ତୋରି ଭଳି ଅନେକ ପ୍ରେମିକ ଓ ପ୍ରେମିକା । ଜଣେ ଦରଦୀ ଅନୁଭବି ମଣିଷ ତା' ଆଖିର ଅମାନିଆ ଲୁହକୁ ଧାରା ଶ୍ରାବଣର ପବିତ୍ର ସ୍ରୋତରେ ଭସାଇ , ନିଜେ ଭିଯିବ ଆତ୍ମାର ତତଲା ଲୁହରେ ! ନୟନ ନିରର ଉଷ୍ମ ପ୍ରସରଣ ତାକୁ ପ୍ରେମ ବିନା ବଞ୍ଚିବାକୁ ପ୍ରଶୟ ଦେବ ନାହିଁ । ଏଇ ପ୍ରେମର ପବିତ୍ର ସ୍ରୋତରେ ଆତ୍ମହତ୍ୟା କରିବାକୁ ବାଧ୍ୟ କରିବ ଏବଂ ଆପଣମାନେ ନିଶ୍ଚିନ୍ତ ଆତ୍ମହତ୍ୟା କରିବେ ଏଇ ପ୍ରେମନଦୀ ତୀରେ...ଉପନ୍ୟାସ #କାଚଘର (ଏକ ପ୍ରେମ କାହାଣୀ) । ଦେଖ ଅରଣ୍ୟ ଏହି ଉପନ୍ୟାସ ପଢ଼ିବା ପରେ ତୋତେ ଲାଗିବ ଯେମିତି ତୁ ଜୀବନରେ କିଛି କଷ୍ଟ ପାଇ ନାହୁଁ । ଉପନ୍ୟାସ "କାଚ ଘର " ଦୁଇଟି ମନ୍ ପକ୍ଷୀଙ୍କ ମିଳନ ର ସ୍ଥଳ । ଆଜିର ଦୁନିଆରେ କିଏ କାହାକୁ ବଳିଦାନ ଦେଉଛି କିନ୍ତୁ କାଚ ଘର" ର ନାୟକ ତାଙ୍କ ପ୍ରେମକୁ ନିଜ ହାତରେ ସମର୍ପଣ କରିଥିଲେ ।
_ ତୁ କଣ ସତ କହୁଛୁ ମାନସ ..।
_ ହଁ , ମୁଁ ପଢ଼ିଥିଲି ସେହି କାହାଣୀ । ମନ୍ ଅଛି ସବୁ କିଛି । କାଚ ଘର ହେଉଛି ବହଳ ଅନ୍ଧାର ମଧ୍ୟରେ ମେଞ୍ଚା ମେଞ୍ଚା ଖାଁ ...ଖାଁ ଛାତିର ଅସ୍ତ ବ୍ୟସ୍ତତା । ପ୍ରତ୍ୟେକ ପ୍ରେମୀଙ୍କ ଗହନ ମନର କଥା । କାଚଘର ଭାଙ୍ଗି ଚୂନା ଚୂନା ହେଇ ଯାଇଥିବ ,ଆଉ ସେହି କାଚର ଟୁକୁଡା ଖଣ୍ଡ ଭିତରେ ମୋ ଆତ୍ମା ଟା କେମିତି ଗୋଟେ ବିଭତ୍ସ ରୂପରେ ବିକଳରେ ପ୍ରେମର ସଂଜ୍ଞା ଖୋଜୁଥିବ ପ୍ରେମିକ ଏବଂ ପ୍ରେମିକା ।
ଅରଣ୍ୟ ଏବଂ ମାନସ କିଛି ସମୟ ପାଇଁ ହଜିଗଲେ ଗାଳ୍ପିକ ଔପନ୍ୟାସିକ ପ୍ରଶାନ୍ତ କୁମାରଙ୍କ " କାଚଘର" ଉପନ୍ୟାସରେ । ହାଲକା ହାଲକା ଦକ୍ଷିଣୀ ପବନ ମନକୁ ଭାରି କରୁଥିଲା । ଅନନ୍ୟା ଶୋଇଛନ୍ତି ବେଡ଼ ରୁମ ରେ ଥିବା ସୋଫା ସେଟ୍ ଉପରେ । ଅନନ୍ୟା ମଧ୍ୟ ସ୍ବପ୍ନ ଦେଖୁଛନ୍ତି ତାଙ୍କର ପ୍ରିୟ ପୁରୁଷ କୁ । ହଠାତ ସେ ଚିତ୍କାର କରି ଉଠିଲେ।
"କାଚଘର" । ମୋତେ ଥରେ ତୁମେ ନିଅ ଅରଣ୍ୟ ତୁମର ସେହି କାଚ ଘରକୁ । ମୁଁ ଅନେକ ଦିନରୁ ଅପେକ୍ଷା କରିଥିଲି କିନ୍ତୁ ତୁମେ ଆଜି ସବୁ କିଛି ଖରାପ କରିଦେଲ । ବହୁତ ରାଗ ଲାଗୁଛି ସେ ମାନସ ବାବୁଙ୍କୁ । ଦିନେ ତାଙ୍କ ମୁଣ୍ଡ ଅବଶ୍ୟ ଫଟେଇବି। ଗୋଟେ ଅତି ବେକାରିଆ ମଣିଷ । ଜୀବନକୁ ଏତେ କଣ ଦରି ମରି ଚାଲିବ। ମଣିଷ ଜୀବନ ପାଣି ଫୋଟକା ଭଳି ଆଜି ଅଛି କାଲି କୁ ନଥିବ । କାହା ପାଇଁ ଏଇ ଲୋଭ , ମୋହ , ମାୟା ।
ପୁଣି ଟିକେ ସମୟ ପରେ ଅନନ୍ୟା କାନ୍ଦିଲେ ଏବଂ କହିଲେ...
- ଶୁଣ୍ , କାଚ ଘର ସିନା ବାହାରକୁ ଦେଖିବାକୁ ଚିକ୍କଣ ସୁନ୍ଦର କିନ୍ତୁ ଭିତରେ ମସୃଣ... ସାମାନ୍ୟ ଆଘାତ ରେ ଭାଙ୍ଗି ଚୂନା ଚୂନା ହେଇଯିବ , ସେତେବେଳେ କେଉଁଠି ରହିବା ଆମେ ...
- ତୁ ସେମିତି କାହିଁକି ଭାବୁଛ ଯେ' ମୁଁ ତା'ର ଯତ୍ନ ନେବି ... ସାମାନ୍ୟତମ ଦାଗ ବି ଲଗେଇ ଦେବିନି ତା ଦେହରେ ...
- ହଉ, ତା'ହେଲେ ତୋ ମନ ଲାଖି କାଚଘର ଟିଏ ଗଢି ଦେବି ...
- ସତରେ ...?
- ହୁଁ...
- ଆଇ ଲଭ୍ ୟୁ ବାବୁ ....
- ଲଭ୍ ୟୁ ଟୁ ଡାର୍ଲିଂ...ପାଗେଳି...
- ତୁ ମତେ ସବୁବେଳେ ଏମିତି ଭଲପାଇବୁ ନାଁ...
- ତୁ ଯେମିତି ଆମ ସମ୍ପର୍କ କୁ ସମ୍ଭାଳି ରଖିବୁ ଆମେ ଦୁହେଁ ସେତିକି ପ୍ରେମ ଆଉ ଭଲପାଇବା ରେ ଜୀବନ କୁ ଜିଇଁ ପାରିବା
- ମୋ ଉପରେ କ'ଣ ତୋର ବିଶ୍ଵାସ ନାହିଁ...?
- ହଁ ପାଗେଳି , ଅଛି ନାଁ.... ବିଶ୍ଵାସ,ଭରସା ସବୁ କିଛି ଅଛି ... ଯେତିକି ବିଶ୍ଵାସ ମୋର ମୋ ନିଜ ଉପରେ ନାହଁ, ତା ଠାରୁ ଅଧିକା ବିଶ୍ଵାସ ମୋର ତୋ ଉପରେ ଅଛି ....
- ତେବେ ଚାଲ ନାଁ....ଆମ କାଚଘର ପାଇଁ ଯୋଜନା କରିବା ...
ଅନନ୍ୟା ଙ୍କ ପାଟି ଶୁଣି ଭିତରକୁ ପଶିଛନ୍ତି ଅରଣ୍ୟ ଏବଂ ମାନସ ବାବୁ ।
କ୍ରମଶଃ...
✍️ପ୍ରଶାନ୍ତ କୁମାର ବିଦ୍ୟାଧର
ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।
👍
1