
SS Publication
May 20, 2025 at 06:22 PM
ଶୀର୍ଷକ _ ଲଭ୍ ୟୁ ହିଟଲର_ ଭାଗ୪୫
#ପ୍ରତିଲିପି ସୁପର୍ ରାଇଟର୍ ପ୍ରତିଯୋଗିତା - 2025
(ଧାରାବାହିକ,ଉପନ୍ୟାସ,ପ୍ରେମ,ବନ୍ଧୁତା,ପାରିବାରିକ)
ଅରଣ୍ୟ ଏବଂ ମାନସ ବାବୁ ଯାଇ ପହଂଚିଛନ୍ତି ଅନନ୍ୟାଙ୍କ ଚିତ୍କାର ଶୁଣି । ସେଠାକୁ ଯିବାପରେ ସେ ଦେଖିଲେ ଯେ ଅନନ୍ୟା ନିଦରେ ସ୍ବପ୍ନ ଦେଖି କହୁଛନ୍ତି ଉପନ୍ୟାସ "କାଚଘର" ର କାହାଣୀ । କୋଳରେ ତକିଆ କୁ ଭିଡ଼ି ଧରିଛନ୍ତି ଅନନ୍ୟା , ଏଭଳି ଦୃଶ୍ୟ ଦେଖି ମାନସ ବାବୁ ଲାଜରେ ଫେରି ଆସିଲେ ପୁଣି ଡାଇନିଙ୍ଗ ହଲ କୁ ।
ହଠାତ ଅନନ୍ୟାଙ୍କ ନିଦ ଭାଙ୍ଗିଗଲା । ନିଦ ଭାଙ୍ଗିବା ପରେ ସେ ଦେଖିଲେ ଯେ ସାମ୍ନାରେ ଅରଣ୍ୟ ଛିଡା ହେଇଥିଲେ । ଅରଣ୍ୟଙ୍କୁ ଦେଖି ଅନନ୍ୟା ତୁରନ୍ତ ଆସି ଅରଣ୍ୟଙ୍କୁ ଜାବୁଡ଼ି ଧରି ତାଙ୍କ ଛାତିରେ ମୁଣ୍ଡ ରଖି ଦୀର୍ଘ ନିଶ୍ବାସ ନେଲେ ।
ଅରଣ୍ୟଙ୍କ ଛାତିରେ ମୁଣ୍ଡ ରଖି ଆଶ୍ୱସ୍ତି ହେବା ପରେ ଅରଣ୍ୟ ପଚାରିଲେ ଆଛା ଅନନ୍ୟା ତୁମେ ଏଇ ନିଦରେ ନିଦରେ ଔପନ୍ୟାସିକ ପ୍ରଶାନ୍ତ କୁମାରଙ୍କ "କାଚଘର " କାହାଣୀ ବିଷୟରେ କହୁଥିଲ । କଣ ତୁମେ ତାଙ୍କୁ ଜାଣିଛ କି ? ନା ତାଙ୍କ ଉପନ୍ୟାସ ତୁମେ କେବେ ପଢିଛ ..? କୁହ ଅନନ୍ୟା ।
ଅନନ୍ୟା ଚମକି ପଡିଲେ। କହିଲେ ନାହିଁ ଅରଣ୍ୟ , ମୁଁ କେବେ ଉପନ୍ୟାସ କlଚଘର ପଢ଼ି ନାହିଁ । ହଁ ଅବଶ୍ୟ ଶୁଣିଛି ଏହା ଏକ ପ୍ରେମ କାହାଣୀ । ଅତ୍ୟନ୍ତ ରୋଚକ ଅଟେ । କଣ ତୁମେ ପଢ଼ିଚ୍ଛ କି ଅରଣ୍ୟ । ତୁମେ ଥରେ ମୋତେ ସେ ବହି ଆଣି କିଣି ଦିଅ । ସତରେ କହିବାକୁ ଗଲେ ସେ କାହାଣୀ ରେ କୁଆଡେ ନାୟକଙ୍କ ପ୍ରେମିକା ପାଇଁ ବଳିଦାନ କରିଛନ୍ତି ସେ । ଦୁଃଖ , ସୁଖ , ପ୍ରେମ , ବିରହର ଜୀବନ୍ତ କାହାଣୀ ।
_ କିନ୍ତୁ ତୁମେ ଏବେ ଏବେ ,ନିଦରେ ଥିବା ସମୟରେ ଏହି କାହାଣୀ କୁ କହୁଥିଲ ଯେ ? ଏହା କିପରି ସମ୍ଭବ । ତୁମ କଥନ ଏବଂ କାହାଣୀରେ ଥିବା ଲେଖା ମଧ୍ୟରେ ଟିକେ ମଧ୍ୟ ସାମଯସ୍ୟ ନାହିଁ । ଏହା ମିରାକିଲ କୁହାଯିବ ନା ସ୍ବପ୍ନ ...? ଏହା ସତ୍ୟ ନା କେବଳ କଳ୍ପନା ...?
ମୁଁ କିନ୍ତୁ ବୁଝି ପାରିନି ସତରେ ଏହା କଣ ?
_ ହଁ ସତ୍ୟ ହେଇପାରେ ।ଆମ ଜୀବନରେ ପ୍ରତେକ ମୁହୂର୍ତ୍ତରେ କିଛି ଆସିଥାଏ । ତିନୋଟି ଜିନିଷ କେବେ ଫେରି ଆସେନା... ସମୟ,କଥା ଏବଂ ସୁଯୋଗ।ତିନୋଟି ଜିନିଷ ସହଜ ନୁହେଁ...ସ୍ବପ୍ନ, ସଫଳତା ଏବଂ ଭବିଷ୍ଯତ।ତିନୋଟି ଜିନିଷ ହରାଇବା ଠିକ୍ ନୁହେଁ...ଶାନ୍ତି,ଆଶା ଏବଂ ସତ୍ୟତା। ତେଣୁ ଏହା ସତ୍ୟ ନିଶ୍ଚିତ ।
କିନ୍ତୁ ତୁମେ କିପରି ଜାଣିଛ , ଏହି ଉପନ୍ୟାସ କାଚ ଘର ବିଷୟରେ ।
_ ନାଁ , ଏମିତି ମୁଁ ଜାଣିନି । ହଁ ଅଳ୍ପ ଅଳ୍ପ ଶୁଣିଛି ଅବଶ୍ୟ ।
_ କଣ ଶୁଣିଛ ? ତାପରେ ତୁମେ ପଢ଼ିନ୍ ଯଦି ଜାଣିଲ କିପରି ? ଏବେ ତୁମେ କହିଥିଲ ଯେ ମୁଁ ସ୍ବପ୍ନ ରେ ଯାହା କହିଛି ତାହା ସତ୍ୟ ।
_ ହଁ ଅନନ୍ୟା । ମୁଁ ପଢିନି ଠିକ୍ ରେ ।ଉପନ୍ୟାସ “କାଚଘର” ର ଆଦ୍ୟାଭ୍ୟାସ ପଢ଼ିଛି । ସେଥିରେ ଲେଖାଥିଲା ଯେ , "ସମସ୍ତଙ୍କର କିଛି ନା କିଛି ସ୍ଵପ୍ନ ଥାଏ,କିନ୍ତୁ ପ୍ରକୃତ ସତ୍ୟ ଏହା ଯେ , ଯେତେବେଳେ ସ୍ଵପ୍ନ ଭାଙ୍ଗିଯାଏ, ସେତେବେଳେ ବାସ୍ତବତା ସହ ପରିଚୟ ହୁଏ।
ବିଶ୍ୱାସ ରେ ଯେବେ ଦାଗ ଲାଗିଯାଏ
ମାନ ମହତ୍ ସରଇ
ସମ୍ପର୍କ ର ଏଇ ଛୋଟ କାଚଘର
ମାଟି ରେ ଲୀନ ହୁଅଇ ।।
ଏଇ ତ କାଚଘର ର କାହାଣୀ
ଏଇତ କାଚଘର ର କାହାଣୀ
ମଣିଷ ହୋଇଣ ମଣିଷର ବ୍ୟଥା
ହରିବାକୁ ଦ୍ୱିଧା କାହିଁ
ଏଇପରା ଅଟେ ପଶୁର ପ୍ରବୃତ୍ତି
ଅନ୍ୟ କଥା ଭାବେ ନାହିଁ ।।
ଏଇ ତ କାଚଘର ର କାହାଣୀ
ଏଇତ କାଚଘର ର କାହାଣୀ
ଜୀବନ ନାମକ ଗାଡ଼ି ଉପରେ ସଂସାର ନାମକ ଚକ ନ ଲାଗିଲେ ଗାଡ଼ି ଟି ସଠିକ ସ୍ଥଳ ରେ ପହଞ୍ଚି ପାରେନି।ସେଇ ସଂସାର ନାମକ ଚକ ରେ କେତେ ଯେ ସଦସ୍ୟ ଆରୋହଣ କରନ୍ତି ତାହା ଆକଳନ ସମ୍ଭବ ନୁହେଁ। ସେଇ ସଂସାର ନାମକ ଚକ ରେ ପରିବାର ବୋଲି ଗୋଟିଏ ବଗି ବା ବସ୍ ଥାଏ ସେଇ ବଗି ବା ବସ କୁ ଘର କୁହାଯାଏ ଆଉ ସେଥିରେ ଥିବା ଯାତ୍ରୀଙ୍କ ପାଇଁ ବସିବା ସ୍ଥାନକୁ ବାସସ୍ଥଳି କୁହାଯାଏ । ସେଇ ବାସସ୍ଥଳି ର ସବୁ ସ୍ଥଳ ପରଷ୍ପର ସଲଗ୍ନ ହୋଇରହି ଥାଆନ୍ତି ଠିକ ଆମ ଘରେ ରହିଲା ଭଳି , ଆମ ପରିବାର ସଦସ୍ୟଙ୍କ ଭଳି ।
ଜୀବନ ରେ ନିଜ ଲକ୍ଷ୍ୟସ୍ଥଳ ରେ ପହଞ୍ଚିବାକୁ ହେଲେ ପ୍ରଥମେ ନିଜର ସବୁଠୁ ପ୍ରିୟ ଜିନିଷ କୁ ହିଁ ତ୍ୟାଗ କରିବାକୁ ପଡିଥାଏ। ବେଳେବେଳେ ସେଇ ଘର ଟି "କାଚଘର" ରେ ପରିଣତ ହୋଇଯାଏ ଜଣା ନଥାଏ ।ସଂପର୍କ ନାମକ ସୂତା ଖିଅ ଟି ମୂଲ୍ୟହୀନ ହୋଇଗଲେ ସୁନ୍ଦର ଘରଟି କାଚଘର ସମ ପାଲଟି ଯାଏ ଓ ସାମାନ୍ୟ ଆଘାତ ଲାଗିଲେ ସେଇ ଘର ଭୁଷୁଡି ପଡିବାର ସମ୍ଭାବନା ଅଧିକ ଥାଏ । ତଥାପି କାଚଘର ଟି ଖୁବ ଶକ୍ତ ଭାବେ ଠିଆ ହୋଇଥାଏ। ସମସ୍ତଙ୍କ ଆଶ୍ରୟ ସ୍ଥଳୀ ହୋଇ ଝଲସି ଉଠୁଥାଏ। ଭିନ୍ନ ଭିନ୍ନ ଫୁଲ ଫୁଟି ଯେମିତି ବଗିଚା ହସି ଉଠେ ସେମିତି କାଚ ର ଘର ମଧ୍ୟ ହସେ , ଭିନ୍ନ ଭିନ୍ନ ସଦସ୍ୟ ଙ୍କୁ କୋଳାଗ୍ରତ କରି।
ଲକ୍ଷ୍ୟ ହିଁ ଗୋଟେ ମଣିଷକୁ ଉନ୍ନତି ଆଡ଼କୁ ନେଇ ଚାଲେ ଏବଂ ଲକ୍ଷ୍ୟକୁ ହାସଲ କରିବାରେ ଆସିବା ବାଧା ବିଘ୍ନ ମଣିଷକୁ ବାସ୍ତବିକତା ସହ ପରିଚିତ କରାଏ । ଏଇତ ଦୁନିଆ ର ନିୟମ | ପରିବାର ଅଛି "ତ " ଘର ଅଛି । ସେଇ ଘର ସବୁ କାଚର ଆବରଣ ସ୍ଵରୂପ , ସଦସ୍ୟରେ ଭରପୁର । ହଁ କାଚଘର"....
ମୁଖବନ୍ଧ ବିଷୟରେ ପତ୍ନୀ ଅନନ୍ୟାଙ୍କୁ ବୁଝାଇବା ପରେ ଅରଣ୍ୟ କହିଲେ , ତୁମେ ଗୋଟେ କଥା ଜାଣିଛ ଅନନ୍ୟା , ଯାହା ଏକ ବିରାଟ ସତ୍ୟ । ଏହି ଉପନ୍ୟାସ କାଚଘରରେ ଅଛନ୍ତି ଆମ ଦୁଇଜଣଙ୍କ ଭଳି , ମାନେ ଅରଣ୍ୟ ଓ ଅନନ୍ୟା ଙ୍କ ଭଳି ଅନେକ ସଦସ୍ୟ , ସଦସ୍ୟା , ହସ , ଲୁହ , ମାନ ଅଭିମାନ , ପ୍ରେମ ଓ ବିରହ କାହାଣୀ ।
ଅରଣ୍ୟ ବାବୁଙ୍କ ମୁହଁରୁ , କାଚଘର ଉପନ୍ୟାସ ବିଷୟରେ ଶୁଣିବାପରେ ଅନନ୍ୟା କହିଲେ ତେବେ ଏହି କାହାଣୀ ଆମର ତ ନୁହେଁ । ବହୁତ ଆଗ୍ରହ ହେଉଛି ପଢିବାକୁ। ମୁଖ୍ୟ କଥା ହେଲା ଆମ ନାମ ରହିଲା କିପରି ? ହଉ ତୁମେ ଆସ ଅରଣ୍ୟ ଏବେ ଶୋଇବା । ରାତ୍ରୀ ଅନେକ ହେଲାଣି । ସକାଳୁ ତୁମେ ଅଫିସ ଯିବ ଏବଂ ମୋତେ ଅନେକ କାମ କରିବାକୁ ଅଛି ।
ଅନନ୍ୟା ଏବଂ ଅରଣ୍ୟ ଶୋଇବାକୁ ଗଲେ ।ରାତ୍ରୀ ପ୍ରାୟ ୩ ଟା ବାଜିଲାଣି । ଅରଣ୍ୟ ଯଦି ଆଜି ଖୁସି ଅଛନ୍ତି ତେବେ ତାର କାରଣ ତାଙ୍କ ପ୍ରିୟ ପତ୍ନୀ ଅନନ୍ୟା କିନ୍ତୁ କଣ୍ଟlକ୍ଟ ଅନୁଯାୟୀ ସେ କହିବି ପାରିବେ ନାହିଁ । ଅନନ୍ୟାଙ୍କୁ ସିଡ୍ୟୁସ କରିବାକୁ ପଡ଼ିବ ଅରଣ୍ୟ ବାବୁଙ୍କୁ । କିନ୍ତୁ ଏହି କାଚଘର ଉପନ୍ୟାସ ରେ କଣ ଅରଣ୍ୟ ଏବଂ ଅନନ୍ୟାଙ୍କ ବିଚ୍ଛେଦ ହେଇଥିଲା ।
ଅନେକ କଥା ଭାବୁ ଭାବୁ ଅରଣ୍ୟ ଦୁଃଖି ହେଇଗଲେ ବିଚ୍ଛେଦ ଭାବନା ଆସିବାକ୍ଷଣି । ସେ ଯେତିକି ଖୁସି ଥିଲେ ସେତିକି ମଧ୍ୟ ଦୁଃଖ ଅନୁଭବ କରିଲେ , କେତେବେଳେ ଅରଣ୍ୟ ଙ୍କୁ ନିଦ ଲାଗିଚି ସେ ଜାଣି ନାହାଁନ୍ତି । ଅନନ୍ୟା ତାଙ୍କ ଛାତିରେ ମୁଣ୍ଡ ରଖି ଭାବୁଥିଲେ ଅରଣ୍ୟ ଆଜି ଏତେ ଦୁଃଖି କଣ ପାଇଁ ? କିନ୍ତୁ ସେ ତାର ଉତ୍ତର ପଚାରି ବୁଝିବା ପୂର୍ବରୁ ଅରଣ୍ୟ ଶୋଇ ଯାଇଥିଲେ।
ସକାଳ ହେଲା କୁଆ କାଆ.... କାଆ.. ରାବ ଦେଇ ଆସି ଝରକା ପାଖରେ ବସିଲା। ଅନନ୍ୟା ନିଜକୁ ସଜାଇ ଆସି ଓଡ଼ିଆ ଘର ର ବୋହୂ ର କର୍ତ୍ତବ୍ୟ କରି ପ୍ରଣାମ କରିଲେ ଅରଣ୍ୟଙ୍କୁ । ଅରଣ୍ୟଙ୍କ ଗୋଡ଼ରେ ଅନନ୍ୟାଙ୍କ ହାତର ସ୍ପର୍ଶ ବାଜି ଅରଣ୍ୟ ନିଦ୍ରାରୁ ଉଠି ବସିଲେ । ଠିକ୍ ସେହି ସମୟରେ ଅରଣ୍ୟ ଏବଂ ଅନନ୍ୟାଙ୍କ ବେଡ଼ ରୁମ ସାମ୍ନାରେ କେହିଜଣେ ଆସି ଅନେକ ସମୟ ହେଲା ଛିଡା ହେଇଥିଲେ।
ଅରଣ୍ୟ ତୁରନ୍ତ ଦୁଆର ଖୋଲିବାକୁ ଯିବା ସମୟରେ ସାମ୍ନାରେ ଥିବା ମାଷ୍ଟର ରଘୁ ମଲ୍ଲ ଭିତରକୁ ପ୍ରବେଶ କରିବା ଦେଖି ଅନନ୍ୟା ତୁରନ୍ତ ଗୋଟେ ଫୁଲତୋଡ଼ା ଫୋପାଡି ଦେଲେ ବକ୍ସିଂ ଚମ୍ପିୟାନ ରଘୁ ମଲ୍ଲଙ୍କ ଉପରକୁ।
ରଘୁ ମଲ୍ଲଙ୍କ ଉପରେ ହେଇଥିବା କାଉଣ୍ଟର ଆଟ୍ଟାକ କୁ ଆରାମରେ ଦିଫେଣ୍ଡ କରି ରଘୁ ମଲ୍ଲ ଭାବୁଛନ୍ତି ଯେ ଏହା କିପରି ସ୍ଵାଗତ ରେ ଭାଇ । ଆଗରୁ ମାଷ୍ଟର ଅରଣ୍ୟଙ୍କୁ ଡର ଲାଗୁଥିଲା କିନ୍ତୁ ଏବେ ପୁଣି ଘରେ ଆଉ ଜଣେ ବାଘୁଣୀ । ଆରେ ବାପରେ ମଣିଷ ଯଦି ବକ୍ସିଂ ଚମ୍ପିୟାନ ହେଇ ନଥାନ୍ତା ତେବେ ଶ୍ଵଶୁରଘର ଜୋଇଁ ପୁଅର ପ୍ରାଣ ଅନନ୍ୟା ମାମଙ୍କ ହାତରେ ଆଜି ବଳୀ ପଡ଼ିଥାନ୍ତା ..!!
କ୍ରମଶଃ...
✍️ପ୍ରଶାନ୍ତ କୁମାର ବିଦ୍ୟାଧର
ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।