SS Publication
SS Publication
May 20, 2025 at 07:54 PM
ଆଇଡିଆ ବକ୍ସ ଥିମ୍ _ ହାତ ମୁଠାରେ ଜହ୍ନ ଗଳ୍ପ ଶୀର୍ଷକ _ ଧୂପକାଠି    ବିବାହ ର ଛଅ ମାସ ପରେ ଆୟୁସ୍ମିତା ବାପ ଘରକୁ ଆସିଥିଲା । ଘରେ ମାଆ ତାକୁ ଅନେକ ସଣ୍ଠଣା ଶିଖାଇବା ପରେ କହିଲେ ମାଆ ରେ , ଝିଅ ଜନମ ପର ଘରକୁ । କିନ୍ତୁ ଏହି କଥାଟା ସତ୍ୟ ନୁହେଁ । ବାପା ଓ ମାଆ ଝିଅ ଜନ୍ମ କରନ୍ତି ସତ କିନ୍ତୁ ପର ଘର ହେଲା ବାପଘର । ଅସଲୀ ଘର ତାର ଶ୍ଵଶୁର ଘର ବୋଲି ସର୍ବଦା ମନ୍ ରଖିବୁ।    ସମୟ ଆସିଲା , ଆୟୁସ୍ମିତା ର ବିଦାୟୀ ହେବାର କଥାରେ ବାପା ବିନୟ ଏବଂ ମାଆ ମମତା ଖୁବ୍ ଦୁଃଖି ହେଇଗଲେ।  ପୁଣି ତାଙ୍କ ଜୀବନରେ ଆସିଗଲା ଅନ୍ଧକାର ର ଛାୟା । ଆଜି ଝିଅ ଯିବ ଶାଶୁ ଘର । ତେଣୁ ଆୟୁସ୍ମିତା ର ବାପା ବିନୟ ଏକ ଧୂପକାଠି ପେଡା ସହିତ କିଛି ମିଠା ଆଣି ଆସିଲେ ।    ବିନୟଙ୍କ ଉପହାର କୁ ଦେଖି ମମତା କହିଲେ , ହେଇଟି ଶୁଣୁଛ । ଝିଅ ଆମର ଶାଶୁ ଘରକୁ ଯିବ ଆଉ ତମେ କିଛି ମିଠା ଏବଂ ଧୂପ କାଠି ପେଡା ଆଣିଛ ଦେବାକୁ । ଏହା କିପରି ଉପହାର ? ତମେ ମଣିଷ ନା ପଣସ । ଏମିତି ଉପହାର କିଏ ଦିଏ କହିଲ ..! ଯାଆ ବଜାର ଆଉ କିଛି ମିଠା ସହିତ ସମସ୍ତଙ୍କ ପାଇଁ କିଛି ବସ୍ତ୍ର ଏବଂ ନୀତି ଦୈନିକ ବ୍ୟବହାର୍ଯ୍ୟ ଜିନିଷ କିଛି କିଣି ଆଣିବ । ତା ସହିତ ଝିଅର ଅସୁବିଧା ନହେବା ପାଇଁ କିଛି ଷ୍ଟେସନାରୀ ଜିନିଷ ମଧ୍ୟ ଆଣିବ ।    ବିନୟ ପୁଣି ବଜାର ଗଲେ ଏବଂ ସ୍ତ୍ରୀ ମମତା କହିଥିବା ଅନୁସାରେ ସବୁ ଜିନିଷ ଆଣି ଆସିଲେ । ଗାଡ଼ି ଡାକି ଝିଅକୁ ବିଦାୟ ଦେବା ସମୟରେ ବିନୟ କହିଲେ ମାଆ ରେ ଏଇ ନିଏ 'ଧୂପକାଠି "ପେଡ଼ା ନେଇ ଯାଆ ଏବଂ ଏହାକୁ ନେଇ ପୁଜା କରିବା ସମୟରେ ଲଗାଇଦେବୁ। ଗରିବ ବାପା ଆଉ କଣ ଉପହାର ଦେବ । ମମତା ଚାହିଁ ରହିଛନ୍ତି ବିନୟଙ୍କୁ କାରଣ ସେ କେବଳ "ଧୂପକାଠି" ଦେଇଛନ୍ତି ଝିଅକୁ । ତେଣୁ ମମତାଙ୍କ ଚାହାଣୀ ର ଅର୍ଥ ବୁଝି ବିନୟ କିଛି ଟଙ୍କା ଝିଅକୁ ଧରାଇ ଦେଲେ । ଝିଅ ଶାଶୁଘର ଚାଲିଗଲା । ଶାଶୁ ,ଶ୍ବଶୁର ,ସ୍ବାମୀ ଏବଂ ସମସ୍ତ ପରିବାର ବର୍ଗ ବୋହୂ ଆୟୁସ୍ମିତା କୁ ଭବ୍ୟ ସ୍ବାଗତ କରିଲେ ଏବଂ ବୋହୂ ଆଣିଥିବା ସମସ୍ତ ଦ୍ରବ୍ୟକୁ ନେଇ ଘରକୁ ଗଲେ । ଠିକ୍ ସେହି ସମୟରେ "ଧୂପକlଠି" ପେଡ଼ା ଦେଖି ଶାଶୁ କହିଲେ ଆରେ ମାଆ କାଲି ଯେତେବେଳେ ପୂଜା କରିବୁ , ଠିକ୍ ସେହି ସମୟରେ ଏହି "ଧୂପକlଠି" ଲଗାଇ ପୂଜା କରିବୁ । ଏହି ଉପହାର ତୋ ବାପା ଦେଇଛନ୍ତି । ଆୟୁସ୍ମିତା ବଡି ଭୋଅରୁ ଉଠି , ନିଜର ନିତ୍ୟକର୍ମ ସାରି ପ୍ରାତଃକାଳ ରେ ପୂଜା କରିବାକୁ ଠାକୁର ଘରକୁ ଗଲା । ପୂଜା କରିବା ପାଇଁ ସମସ୍ତ ପୂଜା ସାମଗ୍ରୀ ଏକତ୍ରିତ କରି ସେ ଯେତେବେଳେ ବାପା ଦେଇଥିବା "ଧୂପକlଠି" ପେଡ଼ି ଖୋଲିଲା ସେଥିରୁ ଗୋଟିଏ ଚିଠି ବାହାରିଲା । ଚିଠିରେ ଲେଖାଥିଲା ଯେ ... ମୋର ପ୍ରିୟ ପୁତ୍ରୀ ସ୍ମିତା , ମଣିଷ ଜୀବନରେ ବାପାଙ୍କ ମହତ୍ତ୍ଵ ବହୁତ ଏବଂ ଅବଦାନ ମଧ୍ୟ ଖୁବ୍ । ପିଲାଙ୍କ ମଙ୍ଗଳ ପାଇଁ ମାଆ ଭଗବାନଙ୍କୁ ପୂଜା କରିବା ସମୟରେ ବାପା ପିଲାଙ୍କ ମଙ୍ଗଳ ପାଇଁ ଦୁଇ ଚlରିପଦ କଟୁ କଥା କୁହେ କିନ୍ତୁ ସେ ସର୍ବଦା ମଙ୍ଗଳ କାମନା କରି ସମସ୍ତ ଛୁଆଙ୍କୁ କିଛି ଦାନ ଦେଇଥାଏ । କିନ୍ତୁ ମୁଁ ଗରିବ ବାପାଟିଏ । ଝିଅକୁ ଦେବାପାଇଁ ବାପା ପାଖରେ ଯେତେ ଧନ ସଂପତ୍ତି ଥିଲେ ମଧ୍ୟ ତାହା କମ ହୁଏ । ତଥାପି ତୋ ବାପାଙ୍କ ଏହି ତୁଚ୍ଛ ଉପହାର କୁ ତୁ ତୋର ଜୀବନରେ ଯଦି ଅମଳ କରିବୁ ତେବେ ଜୀବନ ସୁଖମୟ ହେବ । ସ୍ମିତା , ତୁ ଜାଣିଛୁ । ଏହି "ଧୂପକlଠି"ର ଉଦେଶ୍ୟ ହେଲା ସେ ନିଜେ ଜଳି ଜଳି ନିଜକୁ ସମାପ୍ତ କରିଦେଇ ଅନ୍ୟକୁ ତାର ସୁଗନ୍ଧରେ ସୁଗନ୍ଧିତ କରିବା ସହିତ ସମଗ୍ର ବାତାବରଣ କୁ ଶୁଦ୍ଧ ଓ ଭକ୍ତିପୂତ କରି ନିଜର ଏହି ମନମୋହକ ବାସ୍ନାରେ ଶାନ୍ତି , ସମୃଦ୍ଧି ଆଣିଥାଏ । ମାଆ ରେ ତୁ ସେହି "ଧୂପକlଠି" ଏବଂ ତୋ ଚତୁର୍ପlର୍ଶ୍ଵ ରେ ଥିବା ତୋର ସମସ୍ତ ପରିବାର , ସଗାସମ୍ବନ୍ଧୀ ହେଉଛନ୍ତି ବାତାବରଣ । ଯଦି କେବେ ସେମାନେ କିଛି କୁହନ୍ତି ତେବେ ନିଜ ମନ କଷ୍ଟ ନକରି ତାଙ୍କ କଥା ମାନି ଚଳିବୁ ଏବଂ ତୋର ସୁବlସରେ, ତୋର ବ୍ୟବହାର ରେ ତାଙ୍କ ମନକୁ ମୋହି "ଧୂପକlଠି" ଭଳି ଜଳି ଜଳି ବାତାବରଣ କୁ ଶୁଦ୍ଧ ଓ ଭକ୍ତିମୟ,ପ୍ରେମମୟ କରିବୁ । ଯଦି କେବେ ଜୀବନର ଗତିପଥ ରେ କଷ୍ଟ ପାଇବୁ ତେବେ ମୋର ଏହି ଉପହାର "ଧୂପକlଠି" କୁ ମନ ପକାଇ ଜୀବନର ନୂଆ ସଂଗ୍ରାମ କୁ ଅତି ସହଜରେ ଜିତି ପାରିବୁ। ଇତି ତୋର ବାପା ।। "ଧୂପକlଠି" ପେଡ଼ି ରେ ଥିବା ଚିଠି ପଢ଼ି ଆୟୁସ୍ମିତା ନିଜ ବାପାଙ୍କ ଦ୍ଵାରା ଦିଆଯାଇଥିବା ଅମୂଲ୍ୟ ଉପହାର ପାଇ ଖୁବ୍ ଖୁସି ହେଇ କାନ୍ଦିଲା । ଏହା ଦେଖି ଘରେ ସମସ୍ତେ ଚାଲି ଆସିଲେ । ବୋହୂ ହାତରେ ଥିବା ଚିଠି ପଢ଼ିବା ପରେ ଆୟୁସ୍ମିତାର ଶାଶୁ "ଧୂପକlଠି" ପେଡ଼ି କୁ ଧରି କହିଲେ ଆରେ ମାଆ " ହାତ ମୁଠାରେ ଜହ୍ନ" କୁ ପାଇ ଆମେ ବେଶ୍ ଖୁସି ଅଛୁ । ତୋ ବାପାଙ୍କର ଏହି ଅମୂଲ୍ୟ ଉପହାର "ଧୂପକlଠି" ସମସ୍ତଙ୍କ ଜୀବନକୁ ଉଲ୍ଲlସିତ କରି ପରିବାର ରେ ସୁଖ , ଶାନ୍ତି ଓ ସମୃଦ୍ଧି ରେ ଭରି ଦେଇଛି । ସମାପ୍ତ । ✍️ପ୍ରଶାନ୍ତ କୁମାର ବିଦ୍ୟାଧର

Comments