
SS Publication
May 22, 2025 at 06:22 PM
ଶୀର୍ଷକ _ ଲଭ୍ ୟୁ ହିଟଲର_ ଭାଗ୪୭
#ପ୍ରତିଲିପି ସୁପର୍ ରାଇଟର୍ ପ୍ରତିଯୋଗିତା - 2025
(ଧାରାବାହିକ,ଉପନ୍ୟାସ,ପ୍ରେମ,ବନ୍ଧୁତା,ପାରିବାରିକ)
ନିର୍ଜନ ରାତ୍ରିର ବିଜନ ବେଳlରେ ଅରଣ୍ୟ ଏବଂ ଅନନ୍ୟା ବେଡ଼ ଉପରେ ପଡ଼ି ଦୁହେଁ ଦୁହିଁଙ୍କୁ ଦେଖୁଛନ୍ତି । କାହାରି ଆଖିରେ ନିଦ ନାହିଁ । ନାଁ ଅରଣ୍ୟ ପଲକ ପକାଉଛନ୍ତି କି ଅନନ୍ୟା ବି । କିଛି ସମୟର ନିରବତା ପରେ ଅନନ୍ୟା ଅରଣ୍ୟଙ୍କ ଛାତିରେ ମୁଣ୍ଡ ରଖି କହିଲେ ଗୋଟେ କଥା କହିବି ଅରଣ୍ୟ ଶୁଣିବ...
_କଣ କହୁଚ ଅନନ୍ୟା , କୁହ ? ତୁମ କଥା ଶୁଣିବା ପାଇଁ ତ ମୁଁ ଉଜାଗର ଅଛି । କାହିଁକି କେଜାଣି ଆଜି କାଲି ତୁମ କଥା ଶୁଣିବା ପାଇଁ ମନ ବହୁତ ବଳେଇ ଯାଉଛି ?
_ଆଛା ,ତେବେ ମୋ ହିଟଲର୍ ଙ୍କୁ ପ୍ରେମ ହେଲାଣି। ସତ କହିଲେ , ଜଣେ ପୁରୁଷ ଯେତେବେଳେ ପ୍ରେମରେ ପଡି ସ୍ତ୍ରୀ ର କୋଳରେ ମୁଣ୍ଡ ରଖି ଆରାମ କରେ , ଠିକ୍ ସେହି ସମୟରେ ପୁରୁଷ , ଆଉ ପୁରୁଷ ହେଇ ନଥାଏ । ସେ ଗୋଟେ ଛୋଟ ଶିଶୁ ପାଲଟି ଯାଏ । ଆଉ ପ୍ରେମରେ ପଡ଼ିଥିବା ସ୍ତ୍ରୀ ,ସେତେବେଳେ ସ୍ତ୍ରୀ ହେଇ ରହିନଥାଏ । ସେ ଧିରେ ଧିରେ ମାଆ ର ରୂପ ରଙ୍ଗ ନେଇଯାଏ । ତାପରେ କଣ ହୁଏ ଜାଣିଛ ? ସେହି ସ୍ତ୍ରୀ ଖୁବ୍ ହୁସିଆର, ଚତୁରତା ଅବଲମ୍ବନ କରିଥାଏ କାରଣ ତାର ସ୍ବାମୀ ଉପରେ ଆସୁଥିବା ସବୁ ବାଧା ବିଘ୍ନ, " ତା'ର ହାତ ତିଆରି ରାସ୍ତା ଦେଇ ଯିବାକୁ ଦେଇଥାଏ । ଯାହା ଫଳରେ କୌଣସି ବିପତ୍ତି ତାର ସ୍ୱାମୀର ପାଖ ମାଡ଼ି ନଥାଏ । ଏବଂ ତାର ପ୍ରେମୀକୁ କିଛି କ୍ଷତି ହୋଇନଥାଏ ।ତାପରେ ତ ସେ ନିଶ୍ୱାର୍ଥ ପ୍ରେମ କରିବାରେ ସଫଳ ହେଇଥାଏ ଏବଂ ଅଭୁଲା ପ୍ରେମର ପ୍ରେମିକା ହେଇ ଜୀବନ ବିତାଇଥାଏ ।
_ ବାଃ ... ବାଃ .. ଖୁବ୍ ସୁନ୍ଦର ।
ଅନନ୍ୟା , ଅରଣ୍ୟଙ୍କ କଥା ଶୁଣିବା ପରେ ତାଙ୍କ ମୁହଁରେ ହlତ ଦେଇ କହିଲେ ତୁମେ ଟିକେ ଚୁପ ରୁହ ନାଁ ... ଖାଲି ଦୁଷ୍ଟାମୀ କରୁଛ ଯେ ?
ଦେଖ ଏତେ ଦୁଷ୍ଟାମୀ ଭଲ ନୁହେଁ ..! ଆଛା କାଲି ତୁମେ ମୋ ସହିତ ଯିବ ନାଁ ମାର୍କେଟ କୁ ?
ଅରଣ୍ୟ ହଁ କହିବାକୁ ଚାହୁଁଥିଲେ କି ପୁଣି ଚୁପ ରହିଲେ ଏବଂ କହିଲେ ତୁମେ କହିଛ ପରା ଦୁଷ୍ଟ ହେବନି ତେଣୁ ମୁଁ ଚୁପ୍ ଅଛି ।
ଅରଣ୍ୟଙ୍କ ସେମିତି ଛାତିରେ ମୁଣ୍ଡ ରଖି ଅନନ୍ୟା କହିଲେ ଆଛା ବାବା , ଏବେ ଶୋଇବା । ତୁମ ସହିତ କଥା ହେଲେ ତୁମେ ବେଶୀ ହଇରାଣ ହେବ । କାଲି ସମୟ ମିଳିବ ନାହିଁ ଯଦି ମୁଁ ଏକା ଚାଲିଯିବି ମାର୍କେଟ ।
ଦୁହେଁ ଶୋଇଗଲେ ଆରାମରେ। ଅରଣ୍ୟ ସକାଳୁ ଉଠି ମାର୍କେଟ ଯିବାପାଇଁ ରେଡ୍ଡୀ ହେଇ ବସିଛନ୍ତି କି ଅନନ୍ୟା ବ୍ରେକଫାଷ୍ଟ ରେ ଆଜି ପୂରି ଏବଂ ମଟର ତରକାରୀ ସହିତ ସେମଇ ଉପମା ଆଣି ଆସି ଖାଇବାକୁ ପରଷି ଦେଲେ । ଠିକ୍ ସେହି ସମୟରେ ମାନସ ବାବୁ ଏବଂ ଦିଲ୍ଲୀପ ଓ ସୁଧୀର ଆସିଲେ । ତାଙ୍କୁ ମଧ୍ୟ ଖାଇବାକୁ ଦେବାପରେ ଅନନ୍ୟା ତୁରନ୍ତ ଆସି ଜେଜେ ନରସିଂହ ପ୍ରତାପ ରାଏ ବାହାଦୁରଙ୍କୁ ଡାକି କହିଲେ ଆଛା ଜେଜେ , ଆପଣ ଆଜି ଆମ ସହିତ ବ୍ରେକଫାଷ୍ଟ କରନ୍ତୁ ।
ବଡ଼ବାବୁ ନରସିଂହ ପ୍ରତାପ ରାଏ ବାହାଦୁର , ଏହି ଟିକିଏ କଥା ପାଇଁ ଖୁବ୍ ଦିନରୁ ଅପେକ୍ଷା କରିଥିଲେ । ସେ ମଧ୍ୟ ଦେଖୁଥିଲେ ଯେ ତାଙ୍କ ବୋହୂ ମାଆଙ୍କ ଦୟା ଅନୁକମ୍ପା , ପରିବାର ର ସମସ୍ତ ସଦସ୍ୟଙ୍କ ପାଇଁ କେତେ ଅଛି ।
ଅରଣ୍ୟ ଖାଇବା ପରେ ଟିକେ ଦୂରରେ ଯାଇ ଗାର୍ଡେନ ରେ ବସି ଖବର କାଗଜ ପଢିବାକୁ ଲାଗିଲେ ଏପଟେ ଡ଼ାଇନିଂ ଟେବୁଲ୍ ଉପରେ ବସି ବଡ଼ ବାବୁ ନରସିଂହ ପ୍ରତାପ ରାଏ ବାହାଦୁର କହିଲେ ଆରେ ବୋହୂ ମାଆ ଆଉ ବିଳମ୍ବ ନକରି ଶୀଘ୍ର ଖାଇବାକୁ ଦିଅ । ଏଇ ଟିକିଏ କଥା ପାଇଁ ତୁମେ କେତେ ଅପେକ୍ଷା କରାଇଲ ଏଇ ବୁଢ଼ା ଜେଜେ କୁ ।
ଏପଟେ ବିଚରା ବୁଢ଼ା ବଡ଼ ବାବୁଙ୍କ କଥା ଶୁଣିବାପରେ ଗନ୍ଧର୍ବ କାକା କହିଲେ , ବାବୁ ଆପଣ ଏ କଣ କରୁଛନ୍ତି। ଭାବବିହ୍ୱଳ ହେଇ ଆପଣ କଣ ସବୁ ପୋଡ଼ି ଖାଇଲେ ନାଁ କଣ ? ଆପଣ ଏଇ ଘରର ବଡ ବାବୁ ବୋଲି ବୋହୂ ମାଆ ଜାଣି ନାହାଁନ୍ତି। ସେ ଯଦି ଶୁଣିବେ ତେବେ ଆପଣକୁ , ତାଙ୍କର ସନ୍ଦେହ ହେବ ନିଶ୍ଚିନ୍ତ ।
ଏପଟେ ବୋହୂ ମାଆ ଅନନ୍ୟା ,ଖାଦ୍ୟ ଆଣି ପରଷି ବା ପାଇଁ ଆସିବା ସମୟରେ ବଡ଼ ବାବୁଙ୍କ କଥା ଶୁଣି କହିଲେ କଣ ମୋ ନାଁ ରେ ଚୁଗୁଲୀ ଚାଲିଛି ଜେଜେ ? କାକା ଆପଣ ବି ଜେଜେଙ୍କ ସହିତ ମିଶି ମୋ ନାଁ ରେ କଣ କହୁଥିଲେ। କଣ ମୁଁ ଜାଣିଯିବି...! କିନ୍ତୁ ଗନ୍ଧର୍ବ କାକା କଥା ବଦଳାଇ କହିଲେ ନାହି କିଛି ନାହିଁ ମାଆ । ଜେଜେ ....
କଣ କହୁଥିଲେ ଜେଜେ ?
ବୋହୂ ମାଆଙ୍କ କଥା ଶୁଣି , ବଡ଼ ବାବୁ ନରସିଂହ ପ୍ରତାପ ରାଏ ବାହାଦୁର କହିଲେ କଣ କହୁଛି କି ବୋହୂମାଆ , ମୋ ପାଖରେ କିଛି ଟଙ୍କା ଅଛି । ମୋର ଆଉ ତୁମକୁ ଛାଡ଼ି କେହି ନାହାଁନ୍ତି । ଏତେ ଗୁଡ଼ାଏ ଟଙ୍କା ମୁଁ କଣ କରିବି । ତେଣୁ ଭାବୁଛି ଆଜି ତୁମେ ମାର୍କେଟ କରିବାକୁ ଯିବ ତେଣୁ ତୁମ କାମରେ ଆସିବ।
ଜେଜେଙ୍କ କଥା ଶୁଣି , ଅନନ୍ୟା କହିଲେ ଆଛା ତୁମ ପାଇଁ କଣ ଆଣିବି କୁହନ୍ତୁ । ପଇସା ଦେବା ଆବଶ୍ୟକ ନାହିଁ । ମୋତେ କହିଲେ ମୁଁ ମୋର ପ୍ୟାକେଟ ଖର୍ଚ୍ଚ ରୁ ଆଣିବି ଆପଣଙ୍କ ପାଇଁ। ଆପଣ କଣ ବାହାର ଲୋକ ଯେ ସଙ୍କୋଚ କରୁଛନ୍ତି । କୁହନ୍ତୁ ଜେଜେ , କୁହନ୍ତୁ ?
ନାହିଁ ରେ ମାଆ । ମୁଁ ଜଣେ ବୁଢ଼ା ଲୋକ । ମୋର ବା ଆଗକୁ କିଏ ଅଛି ନାଁ ପଛକୁ । କିଛି ଟଙ୍କା ଅଛି ମୋ ପାଖରେ ତାକୁ ନେଇ ତୁମେ ତୁମ ସାବିତ୍ରୀ ବ୍ରତ ପାଇଁ ଯଦି ଖର୍ଚ୍ଚ କରି କିଛି ଆଣିବ ତେବେ ମୁଁ ଖୁସି ହେବି । ଆଜକୁ ଦୀର୍ଘ ୨୫ ବର୍ଷ ହେଲା ସୁରେଖା ମାରିବlର୍ ହେଲାଣି । ସେ ମରିବା ପରେ ଆଉ ପରିବାର ରେ କେହି ନାହାଁନ୍ତି କି ସାବିତ୍ରୀ ବ୍ରତ ହୁଏ ନାହିଁ । କିନ୍ତୁ ବୋହୂ ମାଆ ଏବେ ତୁମେ ଆସିଛ ଆଉ ନିଜ ତରଫରୁ ବାବୁଙ୍କ ପାଇଁ ବ୍ରତ କରିଲେ ତାଙ୍କର ମଙ୍ଗଳ ହେବା ସହିତ ପରିବାର ର ମଙ୍ଗଳ ହେବ ଏବଂ ଅପୂଜା ହେଇଥିବା ଠାକୁର ଘର ପୁଣି ଧୂପ , ଦୀପ ,ଚନ୍ଦନ ଅଗୁର ଏବଂ ଘଣ୍ଟ ଧ୍ବନିରେ ପୁଣି ପୁରି ଉଠିବ ।
ଜେଜେ ନରସିଂହ ପ୍ରତାପ ରାଏ ବାହାଦୁର , ତୁରନ୍ତ ପଚାଶଲକ୍ଷ ଟଙ୍କାକୁ , ବୋହୂ ମାଆ ଅନନ୍ୟାଙ୍କ ହାତରେ ଧରେଇ ଦେଇ କହିଲେ ଏବେ ମୋ ପାଖରେ ଏତିକି ଅଛି । କମ୍ ପଡ଼ିବ ଯଦି ସାନ ବାବୁଙ୍କ ଠାରୁ କିଛି ନେଇ ମିଶେଇ କିଛି ଗହଣା , ଶାଢ଼ୀ ଏବଂ ଶଙ୍ଖା , ସିନ୍ଦୂର , ଅତର, ପାଉଡର ଆଣି ଆସିବ । ସେ ଟଙ୍କା ମଧ୍ୟ ମୁଁ ଦେବି ବାବୁଙ୍କ ଠାରୁ ଆଣି।
ଏତେ ଗୁଡ଼ାଏ ଟଙ୍କା ଦେଖି , ଅନନ୍ୟା ଆଶ୍ଚର୍ଯ୍ୟ ହେଇ କହିଲେ ଆରେ ବାପରେ , ଏତେ ଗୁଡ଼ାଏ ଟଙ୍କା । କିନ୍ତୁ ମୁଁ ଏତେ ଟଙ୍କା କଣ କରିବି ଜେଜେ ? ଆପଣଙ୍କ ମହାନତା ପାଇଁ ଧନ୍ୟବାଦ । ଆପଣଙ୍କ ଭଲପାଇବା ଏବଂ ସ୍ନେହ ପ୍ରେମ ଶ୍ରଦ୍ଧା ଭଲପାଇବା ଏମିତି ମୋ ଉପରେ ଆଶୀର୍ବାଦ ହେଇ ରହୁ। ମୋର ଏତେ ଟଙ୍କା ଆବଶ୍ୟକ ନାହିଁ। ଟଙ୍କା ପାଞ୍ଚ ହଜାର ହେଲେ ମୋ ପାଇଁ ଅତ୍ୟଧିକ । ତାପରେ ଏହା ବୋଧହୁଏ ପଚାଶ ଲକ୍ଷ ଟଙ୍କା ହେବ । ଏହି ଟଙ୍କାର ଆବଶ୍ୟକତା ଯଦି ଆପଣଙ୍କ ପାଖରେ ନାହିଁ ତେବେ କୌଣସି ଗରିବ ଲୋକଙ୍କ ପାଇଁ ଆଠ , ଦଶଟା ଘର ତିଆରି କରି ଦେଲେ ସେମାନେ ମୁଣ୍ଡ ଗୁଞ୍ଜିବେ । ମୁଁ ଜାଣିଛି ଜେଜେ ଏହି ଧାର , କରଜ , ଗୋଟେ ବଡ଼ ବିମାରୀ। ଏହାକୁ ସମାପ୍ତ କରି ତ ପାରିବାନାହିଁ କିନ୍ତୁ କିଛି ମାତ୍ରାରେ କମ କରିବାକୁ ସାହାଯ୍ୟ ହେବ ।
କିନ୍ତୁ ବଡ଼ ବାବୁ ନରସିଂହ ପ୍ରତାପ ରାଏ ବାହାଦୁର କହିଲେ , ନିଅ ବୋହୂ ମାଆ ଏଇଟା ଏଇ ଜେଜେ ତରଫରୁ ମୁଁହ ଚାହାଁ ପାଇଁ। ତୁମେ ଏଇ ଟଙ୍କା ନନେବା ଯଦି ତେବେ ମୁଁ ଖାଇବି ନାହିଁ ।
ବଡ଼ ବାବୁ ନରସିଂହ ପ୍ରତାପ ରାଏ ବାହାଦୁର, ଅରଣ୍ୟଙ୍କୁ ଦେଖି କହିଲେ ଆରେ ଅରଣ୍ୟ , ବୋହୂ ମାଆଙ୍କୁ କୁହ ଟଙ୍କା ନେବେ । ଏମିତି ଖାଲି ଖାଲି ଜେଜେ ହେଲେ ଲାଭ କଣ ? ।
ଜେଜେଙ୍କ କଥା ଶୁଣି ଅରଣ୍ୟ କହିଲେ , ନିଅ ଅନନ୍ୟା ଏହି ଟଙ୍କା । ଜେଜେ ତାଙ୍କର ସବୁ ଜମାପୁଞ୍ଜି ତୁମକୁ ଦେଇଛନ୍ତି। ଲକ୍ଷ୍ମୀ ଙ୍କ ଅପମlନ ନକରି ସେ ଟଙ୍କା ନିଅ ଏବଂ ଚାଲ ଯିବା ମାର୍କେଟ । ସେଠାରେ ତୁମକୁ ଯାହା ଆବଶ୍ୟକ ତାକୁ ନେବା ପାଇଁ ପଛ ଘୁଞ୍ଚା ଦେବନାହିଁ । ଏବେ ଶୀଘ୍ର ବାହାରି ଆସ । ପ୍ରଚଣ୍ତ ରୌଦ୍ରଚାପ ରେ ମଣିଷ ନଚେତ ଶୁଖୁଆ ହେଇଯିବ ।
କ୍ରମଶଃ...
✍️ପ୍ରଶାନ୍ତ କୁମାର ବିଦ୍ୟାଧର
ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।