SS Publication
SS Publication
May 23, 2025 at 06:31 PM
ଶୀର୍ଷକ _ ଲଭ୍ ୟୁ ହିଟଲର_ ଭାଗ ୪୮ #ପ୍ରତିଲିପି ସୁପର୍ ରାଇଟର୍ ପ୍ରତିଯୋଗିତା - 2025 (ଧାରାବାହିକ,ଉପନ୍ୟାସ,ପ୍ରେମ,ବନ୍ଧୁତା,ପାରିବାରିକ) ଅରଣ୍ୟ ଏବଂ ଅନନ୍ୟା ବିଚାର କରୁଛନ୍ତି କଣ କରିବେ ଏବଂ କଣ ନକରିବେ । ଠିକ୍ ସେହି ସମୟରେ ବଡ଼ ବାବୁ ନରସିଂହ ପ୍ରତାପ ରାଏ ବାହାଦୁର ଇଶାରା ରେ କହିଲେ ଅରଣ୍ୟ । ତୁମେ ବୋହୂ ମାଙ୍କ ସହିତ ଯାଆ । ତାଙ୍କର ଯାହା ଆବଶ୍ୟକ କିଣି ଦେବ। ଜେଜେଙ୍କ ଇଶାରା ବୁଝି କହିଲେ ଠିକ ଅଛି । ଆମେ କିଛି ସମୟ ମଧ୍ୟରେ ମାର୍କେଟରେ ପହଁଚିବୁ। ତାପରେ ଯାହା ହେବ । ଅରଣ୍ୟ ଏବଂ ଅନନ୍ୟା ତୁରନ୍ତ ବାହାରିପଡିଲେ ମାର୍କେଟ । ପୂଜା ବଜାର ଭିଡ଼ । ମୁଣ୍ଡ ଗୁଞ୍ଜିବାକୁ ଟିକେ ଯାଗା ନାହିଁ। ସୋରିଷ ହାତରୁ ଖସିପଡିଲେ ତଳେ ପଡ଼ିବ କି ନାହିଁ ତାହା କାହାକୁ ଜଣା । ତେଣୁ ସେଠାକୁ ଯିବା ଆଗରୁ ସବୁ ବ୍ୟବସ୍ଥା କରିଛନ୍ତି ଅରଣ୍ୟ କୁମାର ରାଏ ବାହାଦୁର। ଅରଣ୍ୟ ଏବଂ ଅନନ୍ୟା ପହଁଚିଗଲେ "ଦ ଗ୍ରେଟ ସମ୍ବଲପୁରୀ ହ୍ୟଣ୍ଡଲୁମ୍ "ରେ । ସେଠାରେ ପହଞ୍ଚିଁବା ପରେ ଅରଣ୍ୟ ବାବୁ ତଥା ଅନନ୍ୟା ମାମଙ୍କୁ ଗ୍ରୀଡ୍ କରିଲେ ଦ ଗ୍ରେଟ ସମ୍ବଲପୁରୀ ହ୍ୟଣ୍ଡଲୁମ୍ "ର ମାଲିକ ରଙ୍ଗାଧର ମେହେର । ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ସହିତ ଦୁହିଁଙ୍କ ପାଖରେ ଆସି ପହଞ୍ଚିଗଲା ଅନେକ ପ୍ରକାର ସମ୍ବଲପୁରୀ ଶାଢ଼ୀ। ସମ୍ବଲପୁରୀ ଶାଢ଼ୀ ଦେଖି ଅନନ୍ୟାଙ୍କ ଆଖି ଲାଖି ଯାଇଚି । ମନ ହେଉଛି ସଂପୂର୍ଣ୍ଣ ଶୋ ରୁମ୍ ଟିକୁ ଉଠାଇ ଆଣିବାକୁ କିନ୍ତୁ ସେ ସଙ୍କୋଚ ମନ କରିଛନ୍ତି କହିବାକୁ । ଅରଣ୍ୟ ଏସବୁ ଘଟଣା ଲକ୍ଷ୍ୟକରି କହିଲେ କଣ ଭାବୁଛ ଅନନ୍ୟା , ତୁମର ଯାହା ପସନ୍ଦ ତାହା ନିଅ କିନ୍ତୁ ତା ସହିତ ତୁମେ ଏହି ବ୍ଲାକ, ମରୁନ ଏବଂ ସିଲଭର ଶାଢ଼ୀ ତିନୋଟି ମଧ୍ୟ ନେବ । ଅରଣ୍ୟ ବାବୁଙ୍କ ପସନ୍ଦ ଦେଖି ଅନନ୍ୟା ପ୍ରଥମେ ଖୁସି ହେଇଗଲେ ଏବଂ ସେ ଟିକେ ଚୁପି ଗଳାରେ କହିଲେ ଶୁଣ ଅରଣ୍ୟ । ଏଠାରେ ଶାଢ଼ୀର ମୂଲ୍ୟ ଅଧିକ ହେଇଥିବ । ତାପରେ ମୋର ଏତେ ଗୁଡ଼ାଏ ଶାଢ଼ୀ କଣ ହେବ । ହଁ ତୁମେ କହିବ ଯଦି ମୁଁ କିଛି କହିପାରିବି କି ? ଅରଣ୍ୟ କହିଲେ ଆରେ , କଣ କହିବ କୁହ ? ପଚାରିବା କଣ ଆବଶ୍ୟକ । ତୁମେ କହିବ ଯଦି ସମ୍ପୂର୍ଣ ଷ୍ଟୋର ଟା ମୁଁ ତୁମ ପାଇଁ କିଣି ନେବି । ତୁମେ ମୋର ସ୍ତ୍ରୀ । ଭୟ ନକରି ଯାହା କହିବା କଥା କୁହ ? ଅନନ୍ୟା ଟିକେ ନିଜକୁ ସଙ୍କୁଚିତ ମନାକରି କହିଲେ ଅରଣ୍ୟ , ମୁଁ କଣ କହୁଥିଲି କି ଆମ ପରିବାର ମଧ୍ୟରେ ଅନେକ ଗରିବ ମଣିଷ ଅଛନ୍ତି । ସେମାନେ କେବଳ ଆମ କର୍ମଚାରୀ ନୁହନ୍ତି ସେ ଆମର ପରିବାର । ମୁଁ ଛୋଟ ଥିଲି , ଏହି ସାବିତ୍ରୀ ବ୍ରତ ସମୟରେ ମୋ ବାବା ସମସ୍ତ କର୍ମଚାରୀମାନଙ୍କ ପାଇଁ ନୂଆ ଶାଢ଼ୀ ,ଚୁଡ଼ି ଏବଂ ଅନlନ୍ୟା ଶୋହଳ ଶୃଙ୍ଗାର ସାମଗ୍ରୀ କିଣି ନେଇ ତାଙ୍କୁ ଦିଅନ୍ତି । ଆମେ ଯଦି ସେପରି କରିବା କେତେ ଖର୍ଚ୍ଚ ହେବ ? ତୁମର କିଛି ଅସୁବିଧା ହେବ ନାହିଁ ତ ? ବେଶୀ ନୁହେଁ ଏଇ ହଜାରେ କିମ୍ବା ବାରଶହ ଲେଖାଏଁ ଖର୍ଚ୍ଚ ହେବ ! ଅରଣ୍ୟ ହସି କହିଲେ ଆରେ ଏମିତି ବ୍ୟସ୍ତ କଣ ପାଇଁ ହେଉଛ ତୁମେ ଯଦି ସମସ୍ତଙ୍କୁ ଶାଢ଼ୀ ଦେବା ତେବେ ଭଲ ଶାଢ଼ୀ ନେଇଗଲେ ଅସୁବିଧା କଣ? ତୁମେ ସେମାନଙ୍କ ପାଇଁ ଶାଢ଼ୀ ଆଗେ ଚୟନ କର ତାପରେ ତୁମେ ,ତୁମପାଇଁ ଯାହା ନେବା lକଥା ବାଛିନିଅ। ଅନନ୍ୟା ସମସ୍ତଙ୍କ ପାଇଁ ସମ୍ବଲପୁରୀ ପାଟ ଶାଢ଼ୀ ବlଛିଲେ ଏବଂ ନିଜପାଇଁ ସିମ୍ପଲ ସିଲ୍କ ଶାଢ଼ୀ ଦୁଇଟି ବାଛି ଆସିଲେ। ସମୟ ହେଇଗଲା ତାରି ମଧ୍ୟରେ ରଙ୍ଗାଧର ମେହେର ବାବୁ ଆସି କହିଲେ ସାର ଆପଣ ଘରକୁ ଚାଲି ଯାଆନ୍ତୁ , ମୁଁ ଏହି ଶାଢ଼ୀ ସବୁ ଘରକୁ କିଛି ସମୟ ମଧ୍ୟରେ ପଠାଇ ଦେବି । ଅନନ୍ୟା ଏବଂ ଅରଣ୍ୟ ସେଠାରୁ ଚାଲି ଆସିବା ସମୟରେ ଅନନ୍ୟା କହିଲେ ଆରେ ତୁମେ ଶାଢ଼ୀର ମୂଲ୍ୟ ପଚାରିଲ ନାହିଁ। ସେମାନେ ଆମକୁ ଠକି ନେଇଯିବେ ଅନେକ ଟଙ୍କା । ଏମିତି କଣ ମlହlଲିଆ ରେ ସପ୍ ଖୋଲି ବସିଛନ୍ତି । ତୁମର ଟିକେ ମଧ୍ୟ ବୁଦ୍ଧି ଶୁଦ୍ଧି ନାହିଁ । କିପରି କେଜାଣି ତୁମର ବିଜନେସ ତୁମେ ସମ୍ଭାଳୁଛ କେଜାଣି ? ଟିକେ ରୁହ ଅରଣ୍ୟ ..? ସମସ୍ତଙ୍କ ପାଇଁ ସବୁ ନେଲେ କିନ୍ତୁ ଜେଜେଙ୍କ ପାଇଁ ଗୋଟେ ଭଲ ଡ୍ରେସ୍ ନେଇଯିବା । ଆଉ ତାପରେ ଆମେ ପେମେଣ୍ଟ ନକରି ଯିବା କିପରି ? ମୁଁ ତାଙ୍କୁ ପେମେଣ୍ଟ ଟା କରି ଆସୁଛି ..! ଅନନ୍ୟା ପୁଣି ଦୌଡ଼ି ଚାଲିଗଲେ ବାସ୍ତ୍ରାଳୟ ମଧ୍ୟକୁ ଏବଂ ରଙ୍ଗାଧର ବାବୁଙ୍କୁ କହିଲେ ସାର କେତେ ହେଲା ଆମର ପେମେଣ୍ଟ.? ରଙ୍ଗାଧର ବାବୁ ଟିକେ ହସି କହିଲେ ମାମ , ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ସବୁ ଉଚିତ ମୂଲ୍ୟ ଲାଗିଚି , ପେମେଣ୍ଟ ବିଷୟରେ ମୁଁ ଅରଣ୍ୟ ସାରଙ୍କୁ ଜଣାଇ ଦେନି। ତାପରେ ଏସବୁ କରିବା କିଛି ଆବଶ୍ୟକ ନାହି । ଏଇଟା ଆପଣଙ୍କ ସୋ ରୁମ୍ ବୋଲି ଭାବି ନିଅନ୍ତୁ । ଏପଟେ ଅରଣ୍ୟ କlର ମଧ୍ୟରେ ଅପେକ୍ଷା କରିଥିଲେ ଅନନ୍ୟା ଙ୍କୁ । ଅନନ୍ୟା ଆସିଲେ ଏବଂ କହିଲେ ସେ ରଙ୍ଗାଧର ବାବୁ ପେମେଣ୍ଟ ବିଷୟରେ କିଛି କହିଲେ ନାହିଁ ଯେ ? ଶୁଣ ଅରଣ୍ୟ କେତେ ଟଙ୍କା ବିଲ ହେଇଥିବ ? ଏବେ ଆଉ କିଛି କିଣିବା ନାହିଁ ,ଚାଲ ଘରକୁ ଫେରିଯିବା । ଅନନ୍ୟାଙ୍କ କଥାର ଜବାବ ଦେଇ ଅରଣ୍ୟ ବାବୁ କହିଲେ ଆରେ ଅଳ୍ପ ଟଙ୍କା ହେଇଥିବ । ବ୍ୟସ୍ତ ହୁଅନି ତୁମେ । ଚାଲ ତୁମ ପାଇଁ କିଛି ଜୁଏଲାରୀ କିଣି ଆମେ ତାପରେ କିଛି ଶୃଙ୍ଗାର ସାମଗ୍ରୀ ନେଇ ଘରକୁ ଯିବା । ଅନନ୍ୟା ଏବଂ ଅରଣ୍ୟ ଦୁହେଁ କାର ରେ ବସି ଚାଲିଗଲେ ତ୍ରିଭୁବନ ଦାସ ଜୁଏଲାରୀ ପାଖକୁ । ତ୍ରିଭୁବନ ଦାସ ଜୁଏଲାରୀ ଓଡ଼ିଶାର ଜଣେ ପ୍ରଖ୍ୟାତ ହୀରା ବ୍ୟବସାୟୀ ଏବଂ ଗହଣା ବିକ୍ରେତା ଓ ନିର୍ମାତା । ସେଠାକୁ ପହଞ୍ଚିବା ପରେ ଦୁହେଁ ଭିତରକୁ ପ୍ରବେଶ କରୁଥିଲେ କି ତାଙ୍କୁ ସିକ୍ୟତୁଟି ଅଫିସର ରୋକି ଦେଇ କହିଲା ଆପଣ ଭିତରକୁ ଯାଇପାରିବେ ନାହିଁ । ସିକ୍ୟରିଟି ଗାର୍ଡ ର ଏଭଳି ଅସଭ୍ୟ ବ୍ୟବହାର ଦେଖି ଅରଣ୍ୟ ଚମକି ପଡି କହିଲେ କଣ ହେଲା ମହାଶୟ । ଆମକୁ ଏମିତି ରୋକିବା ର ଅର୍ଥ କଣ ? ସିକ୍ୟରିଟି ଗାର୍ଡ ଜଣକ ଆରୋଗେଣ୍ଟ ହେଇ କହିଲା ଓ ତମେ ବି ଗହଣା କିଣିବ ! ଭିକାରି ମାନଙ୍କ ପାଇଁ ଏହି ଷ୍ଟୋର ରେ ସ୍ଥାନ ନାହିଁ । ଏଠାରେ ଗହଣା କିଣିବାକୁ ହେଲେ ପ୍ୟାକେଟ ରେ ନ୍ୟୁନତମ ରାଶି ଦୁଇକୋଟି ହେବା ଆବଶ୍ୟକ । ଆଉ ତୁମର ବେଶ ପୋଷାକ ରୁ ଜଣା ପଡୁଛି ତୁମେ ସାଧାରଣ ଗୋଟେ ନାକଚଣା କିଣିବାକୁ ବଡ଼ ହଇରାଣ ହେବ । ଅନନ୍ୟା ଏଭଳି ବ୍ୟବହାର ଦେଖି କହିଲେ , ଏ ମହାଶୟ ଆପଣ କଣ କହିବାକୁ ଚାହୁଁଛନ୍ତି । ଆମେ କଣ ଭିକାରୀ । କିନ୍ତୁ ଅନନ୍ୟା ଙ୍କ ହାତକୁ ଧରି ଅରଣ୍ୟ କହିଲେ ନାହିଁ ଅନନ୍ୟା । ଏହା ସହିତ କଥାବାର୍ତ୍ତା କରିବା ଦ୍ଵାରା ନିଜର ମାନ ସମ୍ମାନ ପ୍ରତିଷ୍ଠା ସବୁ ନଷ୍ଟ ହେବ । ଭୁଲ ତାର ନୁହେଁ । ଭୁଲ ଆମର ଏହି ସମାଜର କାରଣ , ମଣିଷ ଅଳ୍ପ ଟଙ୍କା ପାଇଗଲେ ନିଜକୁ ସେମାନେ ବଡ଼ ଧନୀ ଶ୍ରେଣୀ ବ୍ୟକ୍ତି ଭାବନ୍ତି ଆଉ ଏହାର ମଧ୍ୟ ଏଇ ଦୋଷ ଅଛି । ଭୁଲ ଅlମର କାରଣ ଆମେ ସାଧାରଣ ପୋଷାକ ପିନ୍ଧି ଆସିଛେ। ଚାଲ ଏଠାରୁ ଆମେ ଚାଲିଯିବା ଏବଂ ତନିଷ୍କ ରୁ କିଛି କିଣାକିଣି କରି ଫେରିବା । ଅରଣ୍ୟ ଏବଂ ଅନନ୍ୟା ଆଉ ବିଦେଶ ଯୁକ୍ତି ନକରି ସେଠାରୁ ଚାଲି ଆସିବା ସମୟରେ ଷ୍ଟୋର ର ମ୍ୟାନେଜର ସାହେବ ଆସି ସିକ୍ୟୁରିଟି ଗାର୍ଡ ର ଗାଲରେ ଦୁଇ ଚାରି ଚାପୁଡ଼ା ଦେଇ କହିଲେ ରାସ୍କେଲ୍ ତୋର ଏତେ ସାହସ କିପରି ହେଲା ଯେ ତୁ ସେମାନଙ୍କୁ ଫେରାଇ ଦେଲୁ । ମ୍ୟାନେଜର ସିକ୍ୟୁରିଟୀ ଗାର୍ଡ କାଲର ଧରି ଟାଣି ଆଣି ଅରନ୍ୟଙ୍କ ଗୋଡ଼ ତଳେ ପକାଇ ଦେଲା । କୁହ ହlରମଜlଦା ସରି । ଅରଣ୍ୟ ବାବୁ ଯଦି ତୋତେ କ୍ଷମା କରିବେ ତେବେ ତୋର ଜୀବନ ବଞ୍ଚିଯିବ ... ନଚେତ ।। କ୍ରମଶଃ... ✍️ପ୍ରଶାନ୍ତ କୁମାର ବିଦ୍ୟାଧର ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।
👍 1

Comments