SS Publication
SS Publication
May 24, 2025 at 10:22 PM
ଆଇଡିଆ ବକ୍ସ ଥିମ୍ _ ଝିପି ଝିପି ବର୍ଷା ତୁମ ସହ ଗଳ୍ପ ଶୀର୍ଷକ _ଗାଳ୍ପିକ ଙ୍କ ପ୍ରେମିକା..    ବୈଶାଖ ମାସ ତ୍ରୟୋଦଶି ତିଥିର ନିର୍ଜନ ରାତିର ବିଜନ ବେଳାରେ,କ୍ୟାପଟେନ ରୁପମ୍ ଏବଂ କ୍ୟାପଟେନ ପୂଜା ନିଜର ସମସ୍ତ ଅସ୍ତ୍ର ଶସ୍ତ୍ର ନେଇ ବାହାରିଗଲେ ନିଜ ବେଶମେଣ୍ଟ ରୁ । ଝିପି ଝିପି ବର୍ଷା ସହିତ ମୃଦ୍ୟୁ ମଳୟ ଦେଉଛି। ସାରା ସହର ଟା' ଶୋଇଯାଇଛି । ଶତ୍ରୁର ଆକ୍ରମଣରୁ ସାଧାରଣ ଜନତା ଏବଂ ଦେଶକୁ ରକ୍ଷା କରିବାର ପ୍ରଣ, "ମନରେ  ତୀବ୍ରତର ହେଲା ।   ସନ୍ଧ୍ୟା ଛଅଟା ରେ ନିୟୂଜ ଆସିଲା ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରୌମ୍ଫ ଯୁଦ୍ଧ ନୀତି ଏବଂ ରୀତିକୁ ନେଇ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଏକ ସନ୍ଧି କରିବେ। ସନ୍ଧି ହେଲା, ସିଜଫାୟlର ହେଲା । ସମଗ୍ର ଦେଶ ବାସି ଆଶ୍ୱସ୍ତି ଲାଭ କରିଲେ ଯେ ଭାରତ ଓ ପାକିସ୍ଥାନ ମଧ୍ୟରେ "ସିନ୍ଦୂର"କୁ ନେଇ ଚାଲିଥିବା ଯୁଦ୍ଧର ବିରାମ ହେଲା। ଦୀର୍ଘ ୧୯ ଦିନର ଶତ୍ରୁତାର ଅବସାନ ହେଲା । ଆମ ବୀର ପୁତ୍ର ମାନେ ଟିକେ ଶାନ୍ତିରେ ଶୋଇବେ କିନ୍ତୁ ସତରେ କଣ ସେମାନେ ଶାନ୍ତିର ସହିତ ନିଦ୍ରା ନେଇପାରିବେ ?    ବୀର ର ଜlତକେ ନାଁ ଅଛି ଆରାମ ନାଁ ବିରାମ । ଦେଶ ବାସୀ ଖୁସିହେଇ ଆରାମ କରିବାର ସମୟରେ ପୁନଃ ଆତଙ୍କବାଦୀକୁ ପ୍ରୋତ୍ସାହନ ଦେଉଥିବା ଜାରଜ ପାକିସ୍ଥାନୀ ମୁସଲିମ ପୁଣି ଆରମ୍ଭ କରିଦେଲେ ଗୋଳି ମାଡ଼ ସହିତ ଡ୍ରୋନ ଓ ମିଶାଇଲ ଅlଟ୍ଟlକ। ପୁଣି ଜାଗୃତ ହେଲେ ଆମର ବୀର ମାତlଙ୍କର,ବୀର ସୈନିକ ।   କ୍ୟାପଟେନ ରୁପମ୍ ଏବଂ କ୍ୟାପଟେନ ପୂଜା ନିଜର ସମସ୍ତ ଅସ୍ତ୍ର ଶସ୍ତ୍ର ନେଇ ନିଜ ବେଶମେଣ୍ଟ ସମ୍ଭାଲୁ ସମ୍ଭାକୁ ସୁବେଦlର ସମରେନ୍ଦ୍ରଙ୍କୁ କହିଲେ ସାର। ଏଇ ରାତ୍ରୀ ପରେ କଣ ହେବ କିଛି ଜଣା ନାହିଁ । ସକାଳର ସୂର୍ଯ୍ୟ ଦେଖିବାକୁ ସୁରଜ ମୁଖି ବଞ୍ଚିଥିବ କି ନାହିଁ ଜଣାନାହିଁ କି ସlଡୋ ବଞ୍ଚିବ କିଏ ଜାଣିଛି । ଅନେକ ଦିନ ଧରି ଖାଇବା ପିଇବା ମଧ୍ୟ ସମସ୍ତେ ଭୂଲି ଗଲେଣି କିନ୍ତୁ ଆଜି କାହିଁ ବଞ୍ଚିବାକୁ ଅଧିକ ଇଚ୍ଛା ହେଉଛି। କିନ୍ତୁ ତା ପୂର୍ବରୁ ପ୍ରେମ କଣ ଜାଣିବାକୁ ଇଚ୍ଛା ହେଉଛି ।    ସୁବେଦାର ସମରେନ୍ଦ୍ର କହିଲେ ,କ୍ୟାପଟେନ ପୂଜା ଗୋଟେ କାମ କର ,ଆମେ ଦୁହେଁ ଏଇଠି ପହରା ଦେଉଛୁ ତୁମେ ସେ ବଗିଚାରୁ ଗୋଟେ ସୁନ୍ଦର ପୁଷ୍ପଟିଏ କୁ ତୋଳି ଆଣି ଆସ । କ୍ୟାପଟେନ ପୂଜା ଚାଲିଗଲେ ଗୋଟିଏ ପୁଷ୍ପ ଆଣିବାକୁ, ତା'ପରେ ସୁବେଦାର୍ ସମରେନ୍ଦ୍ର ଗୋଟିଏ ଗୀତ ଗାଇଲେ... ମନ ପକ୍ଷୀ ଉଡ଼ି ଗଲା ,ତୋ ଛାତିରେ ଘର କଲା, ମନ ପକ୍ଷୀ ଉଡ଼ି ଗଲା ,ତୋ ଛାତିରେ ଘର କଲା, ମୁଁ ପଞ୍ଜୁରୀ ଦେବି, ମୁଁ ଆଧାର ଦେବି ତୁ ପୋଷା ମlନି ରହିଲେ ହେଲା ମନ ପକ୍ଷୀ ଉଡ଼ି ଗଲା ,ତୋ ଛାତିରେ ଘର କଲା, ମନ ପକ୍ଷୀ ଉଡ଼ି ଗଲା ,ତୋ ଛାତିରେ ଘର କଲା, ମୁଁ ତୋ ପାଖକୁ ଯିବି ତୋ ପାଖେ ରହିବି ... ମୁଁ ତୋ ପାଖକୁ ଯିବି ତୋ ପାଖେ ରହିବି ...ତୁ ମନ୍ ବୁଝି ରଖିଲେ ହେଲା ମନ ପକ୍ଷୀ ଉଡ଼ି ଗଲା ,ତୋ ଛାତିରେ ଘର କଲା, ମନ ପକ୍ଷୀ ଉଡ଼ି ଗଲା ,ତୋ ଛାତିରେ ଘର କଲା, ତୁ ପାଖକୁ ଆ ...    କ୍ୟାପଟେନ ପୂଜା,ବଗିଚାକୁ ଗଲାପରେ ଭ୍ରମିତ ହେଇଗଲେ। ଏକ ରୁ ଏକାଧିକ ପ୍ରଜାତି ର ପୁଷ୍ପ । କେହି କାହାଠାରୁ କମ ନୁହଁନ୍ତି ରୂପରେ ନାଁ ଗନ୍ଧରେ , କାହାକୁ ସେ ଚୟନ କରିବେ। ଏଠାରେ ଅନେକ ପ୍ରକାର ପୁଷ୍ପ ଅଛି। ସମସ୍ତେ ସମସ୍ତଙ୍କ ଠାରୁ ଖୁବ୍ ସୁନ୍ଦର ଏବଂ ଆକର୍ଷଣୀୟ। ଚିନ୍ତାରେ ପଡିଲେ କ୍ୟାପଟେନ ପୂଜା ।  କ୍ୟାପଟେନ ପୂଜା ଫୁଲର ମୋହରେ ଏଭଳି ପଡିଲେ ଯେ ସେ ଚିନ୍ତା କରିପାରିଲେ ନାହିଁ କେଉଁ ଫୁଲଟି ଭଲ ଏବଂ କେଉଁ ଫୁଲକୁ ତୋଳି ଆଣିବେ ।ଏମିତି ବିଚାର କରିବା ପରେ ସେ ପୁନଃ ଫେରି ଆସିଥିଲେ ସେଇ ପ୍ରଥମ ଫୁଲ ଦେଖିଥିବା ସ୍ଥାନକୁ କିନ୍ତୁ ଆଶ୍ଚର୍ଯ୍ୟର କଥା , କ୍ୟାପଟେନ ପୂଜା ଦେଖି ଥିବା ଫୁଲକୁ ତୋଳି କିଏ ନେଇ ଯାଇଛି ।   କ୍ୟାପଟେନ ପୂଜା ବଗିଚାରୁ ମନ୍ ଦୁଃଖ ରେ ଫେରି ଆସିଲେ । ଫେରିବା ପରେ ସେ ପୁଣି ଭାବନାର ଅନ୍ତରାଳ ରେ ପଡ଼ି କହିଲେ ଆଛା କ୍ୟାପଟେନ ରୁପମ୍ ତୁମେ କିଛି କୁହ ? _ କଣ କହିବି କ୍ୟାପଟେନ ପୂଜା..? _ କିଛି ବି କୁହନ୍ତୁ ? ଶୁଣିବାକୁ ବହୁତ ଇଚ୍ଛା ହେଇଛି । _ କଣ ତୁମେ ଶୁଣି ପାରିବ ମୋ ମନର କଥା ..? ଯେତେବେଳେ ମୁଁ ଶୁଣାଇବା ପାଇଁ ପ୍ରସ୍ତୁତ ଥିଲି ଠିକ୍ ସେହି ସମୟରେ ତୁମେ ଇଚ୍ଛା କରିନଥିଲ କିନ୍ତୁ ଏବେ ତୁମେ ଯାହା ଶୁଣିବାକୁ ଇଚ୍ଛା କରୁଛ ତାହା ମୁଁ କାହାକୁ ଶୁଣାଇବା ପାଇଁ ଇଚ୍ଛା କରୁନି । _ ତଥାପି ଶୁଣlନ୍ତୁ , ଶୁଣିବି ନିଶ୍ଚିନ୍ତ । " ଝିପି ଝିପି ବରଷାରେ ତୁମ ସହ " କିଛି ସମୟ ବିତାଇବା କୁ ଭାରି ଇଛା ହେଉଛି ..! କୁହ କ୍ୟାପଟେନ । _ ଦୁଃଖକୁ ପ୍ରେମିକା କରିଛି ..! ସୁଖ ସାଥିରେ ଶତ୍ରୁତା। ନିଜ ପାଖରେ ମୁଁ ନିଜେ ହାରୀ ଯାଇଛି କ୍ୟାପଟେନ ପୂଜା । ଆପଣାର ଲୋକେ ଦେଇଛନ୍ତି ଧୋକ୍କା। କିଏ ଏଠାରେ ଆପଣାର ,କିଏ ନିଜର । କାହାକୁ କରିଛି ପର , କିଏ ମୋର ସଖା ସହୋଦର । ନିଜ ଉପରେ ନିଜର ଭରସା ନାହିଁ । ଏଠି ଲୋକ ଆପଣାର ହେଇ ମୂଳରୁ ଚେର କାଟିବାକୁ ପଛଘୁଞ୍ଚl ଦେଉ ନାହାଁନ୍ତି । ଭଲ ପାଇଥିଲି ଜୀବନକୁ କିନ୍ତୁ ସୂର୍ଯ୍ୟ ଅସ୍ତ ହେବା ସହିତ ସୁର୍ଯ୍ୟମୁଖୀ ର ଅନ୍ତ ଯେପରି ହୁଏ ମୋର ଜୀବନରେ ସେମିତି ଅନେକ ଘଟଣା ଘଟିଛି । ଏଇ ମୁହୂର୍ତ୍ତର ସମୟକୁ ବଞ୍ଚିବାକୁ ଯାଇ ମୁହଁରେ ଶୁଖିଲା ହସ ହସି ଜୀବନ ବିତାଇ ଦିଏ । ନାଁ କାହା ଉପରେ ମୋର ଅଭିମାନ କରିବାକୁ ବେଳ ନାହିଁ କି ଅଭିମାନ ର ଅର୍ଥ ବୁଝିବାକୁ ସେ ହୃଦୟ କୁ ମୁଁ ପାଉନି କେଉଁଠି। ହଜେଇ ଦେଇଛି ସବୁ ସମ୍ପତି । ହଜି ଯାଇଛି ମୁଁ ନିଜେ। ଏଇ ଦେଖୁନ ଜୀବନ ଟା କିପରି ଲୁଚକାଳି ଖେଳ ଖେଳୁଛି। ସକାଳ ପାହିଲେ କିଏ ମୂର୍ଚ୍ଛା ହେଉଛି କି ସତେଜ ରହୁଛି । ଏଇ _ ଆଚ୍ଛା ତୁମ ପୁରୁଷମାନଙ୍କ ଜୀବନ ପ୍ରଣାଳୀ କଣ? _ ଆମ ପୁରୁଷଙ୍କ ଜୀବନ ଠିକ୍ ସେହି ସ୍ତ୍ରୀ ର ଚରିତ୍ର ଭଳି , ଯିଏ ନିଜ ଘର ଛାଡ଼ି ପରଗୋତ୍ରୀ ହେଇ ପରଘର କୁ ଆସେ । _ କ୍ୟାପଟେନ ରୁପମ ଆପଣ ଏହି ନମନୀୟତା ମୋତେ ଖୁବ୍ ଭଲ ଲାଗେ ,କାରଣ ଆପଣ ସ୍ତ୍ରୀମାନଙ୍କୁ ପୁରୁଷଙ୍କ ସମକକ୍ଷ ଭାବନ୍ତି । _କ୍ଷମା କରିବେ କ୍ୟାପଟେନ ପୂଜା , ତୁମେ ଟିକେ ଏଇଠି ଭୁଲ କହିଲ । ନାଁ...ନାଁ ...କ୍ୟାପଟେନ ପୂଜା । ବରାବର କରିବାର ଧୃଷ୍ଟତା ମୁଁ କିପରି କରିବି। ସ୍ତ୍ରୀ ମାନେ ପୁରୁଷଙ୍କ ଠାରୁ ପlଦେ ଆଗରେ । _ କ୍ଷମା କରିବେ କ୍ୟାପଟେନ ରୁପମ୍। ଏହି ହିସାବ ସବୁ ବେଳେ ସମାନତା ରହିବ । _ ସମାନତା , ରଖିବାକୁ ହେଲେ ସାଥିରେ ଚାଲିବାକୁ ପଡ଼ିବ , କ୍ୟାପଟେନ ପୂଜା । _ ଶେଷ ବସନ୍ତର ,ଅନ୍ତ ପର୍ଯ୍ୟନ୍ତ ଚାଲିବି ନିଶ୍ଚିନ୍ତ । _ ଶେଷ ଇଛା ମୋର ହେବ ତେବେ ? _ ନାଁ , ମହୋଦୟ ..! ଶେଷ ଇଛା ନୁହେଁ , ପ୍ରଥମ ଇଚ୍ଛା । _ ତେବେ ଶେଷ ଇଚ୍ଛା କାହାର , ମହାଶୟା..? _ ତୁମେ ପ୍ରଥମ ଏବଂ ତୁମ ଠାରେ ଶେଷ । ସବୁ ଇଚ୍ଛା ତୁମର ହେବ କ୍ୟାପଟେନ ରୁପମ। _ ବାଃ ... ମହାଶୟା...! କଣ ଖୁବ୍ କହିଲ । ଇଚ୍ଛା ଏମିତି ହୁଏ କି ତୁମ ସହିତ ଗୋଟେ ଜହ୍ନ ରାତି ତୁମ କୋଳରେ ମୁଣ୍ଡ ରଖି କଥା ହୁଅନ୍ତି । ନାଁ ଥାନ୍ତା ଇଣ୍ଟରନେଟ , ସେବା ନା ହୋ ହାଲ୍ଲା କି କାହାର ଉପସ୍ଥିତି । ଏକାନ୍ତ ଭାବରେ ତୁମେ ହିଁ ଦରକାର।ତୁମେ କଥା ହେଲେ ବି ମୋ ଅନୁଭବ ରେ ଥିବ ନହେଲେ ବି ରହିବ । ବାସ ବଞ୍ଚିବାକୁ ଇଚ୍ଛା ହେଉଛି । _ ବହୁତ ଉଲ୍ଖନ ଅଛନ୍ତି କ୍ୟାପଟେନ ସାହେବ । ନଚେତ ବହୁତ କିଛି ଜାଣିଛନ୍ତି । କିନ୍ତୁ "ଝିପି ଝିପି ବର୍ଷା ତୁମ ସହ" ଏଇ ନିର୍ଜ୍ଜନ ରାତି ଟା ଖୁବ୍ କଷ୍ଟ ଦାୟ ହେଉଛି । ମନରେ ଅନେକ କଷ୍ଟ ଅଛି । ଅନେକ କିଛି କହିବାକୁ ଅଛି କିନ୍ତୁ କିଏ ସ୍ୱତ୍ସ ନିର୍ମଳ କିଏ ଖରାପ ଚିନ୍ତା କରିବା କଷ୍ଟ ହେଉଛି ଏବଂ ସମାଧାନ ର ରାସ୍ତା ମଧ୍ୟ ମିଳୁନି । ଏପଟେ କିଛି ସମୟ ପହରା ଦେଇ ଫେରିଲେ ସୁବେଦାର୍ ସମରେନ୍ଦ୍ର ଏବଂ କହିଲେ କଣ କ୍ୟାପଟେନ ପୂଜା , ଫୁଲ ଆଣିଲେ କି ନାହିଁ ? ପସନ୍ଦ କିଛି ହେଲା ନା ସେହି ପ୍ରଥମ ଦେଖରେ ଦେଖିଥିବା ଫୁଲକୁ କିଏ ନେଇ ଯାଇଛି ? କିଏ ନେଇ ଯାଇଛି , ସୁବେଦାର୍ ସମରେନ୍ଦ୍ର ବାବୁ । ଜୀବନରେ ଏମିତି ବେଳ ଆସିଥାଏ ମଣିଷ ବଡ଼ ଦ୍ୱିବିଧା ରେ ପଡେ କିନ୍ତୁ କଣ କରିବି । ଏବେ ମୋର ପସନ୍ଦର ଫୁଲ କିଏ ନେଇ ଯାଇଛି । ସୁବେଦାର୍ ସମରେନ୍ଦ୍ର କହିଲେ ଠିକ୍ କହିଛ କ୍ୟାପଟେନ ପୂଜା । ଏଇ ମଣିଷ ସଦାବେଳେ ଭାବନାରେ ରହିଲେ ଠିକ୍ ସେହି ଗାଳ୍ପିକ ଓ ଗଳ୍ପିକାଙ୍କ ଭଳି ହେଇ ଯାଆନ୍ତି । କାରଣ କଣ ଜାଣିଛ ? ଏଇ ଗାଳ୍ପିକ ଓ ଔପନ୍ୟାସିକ ଗାଳ୍ପିକା ମାନେ ସବୁବେଳେ ଚିନ୍ତା କରନ୍ତି ଯେ ଆଉ ଟିକେ ଦେଖିବା , ଆଉ ଟିକେ ଲେଖିଥିଲେ ଭଲ ହେଇଥାନ୍ତା । ସେଇଟା ସୁନ୍ଦର । ଆଗକୁ ଅନେକ ମିଳିଯିବ ମଧ୍ୟ । ଆଉ ସବୁଠାରୁ ବଡ଼ କଥା କଣ ଜାଣିଛ ? " ଗାଲ୍ପିକ ଙ୍କ ପ୍ରେମିକା " ସବୁବେଳେ ଏଇ ଦ୍ବିବିଧା , ଉଲ୍ଖନ ରେ ପଡିଥାନ୍ତି ଯେ ଆଗକୁ ନିଶ୍ଚିନ୍ତ ଭଲ ଥିବ ଏବଂ ହେବ କିନ୍ତୁ ସେ ତାଙ୍କ ନିଜ ଅଜଣତା ରେ ନିଜର ମୂଲ୍ୟବାନ ବସ୍ତୁକୁ ହରାଇ ବସନ୍ତି । ଏବଂ ତାପରେ ଯେଉଁ ଶୋଚନା ତଥା ଅନୁଶୋଚନା , ଭାବନାରେ ହଜି ଯାଆନ୍ତି ସେ ହିଁ ପ୍ରେମ ...! ଠିକ୍ ସେହିପରି ତୁମେ ମଧ୍ୟ ଜଣେ "ଗାଲ୍ପିକ ଙ୍କ ପ୍ରେମିକା" । ପ୍ରେମ କରୁଛ କିନ୍ତୁ କହିବାକୁ ଏବଂ ଆବୋରିବାକୁ ପଛଘୁଂଚା ଦେଉଛ ...! ହଠାତ ପାକିସ୍ଥାନ ସୈନିକ ଶିବିର ରୁ ଗୁଳି ମାଡ଼ ଆରମ୍ଭ ହେଇଗଲା । କ୍ୟାପଟେନ ପୂଜା ଓ ସୁବେଦlର ସମରେନ୍ଦ୍ର ଙ୍କୁ ଦୂରକୁ ଠେଲି ଦେଇ ନିଜ ଛାତିରେ ଗୁଳି ଖାଇ ଟଳି ପଡିଲେ କ୍ୟାପଟେନ ରୁପମ୍। ଉଛୁଳl ନଈ ର ଲାଲ ରକ୍ତର ସୁଅ କୁ ଚାହିଁରହିଥିଲେ "ଗାଲ୍ପିକ ଙ୍କ ପ୍ରେମିକା" କ୍ୟାପଟେନ ପୂଜା.!! ।।ସମାପ୍ତ ।। ✍️ପ୍ରଶାନ୍ତ କୁମାର ବିଦ୍ୟାଧର ମୋ_୯୦୨୩୭୭୫୨୩୮
👍 2

Comments