
SS Publication
May 25, 2025 at 06:35 PM
ଶୀର୍ଷକ _ ଲଭ୍ ୟୁ ହିଟଲର_ ଭାଗ୪୯
#ପ୍ରତିଲିପି ସୁପର୍ ରାଇଟର୍ ପ୍ରତିଯୋଗିତା - 2025
(ଧାରାବାହିକ,ଉପନ୍ୟାସ,ପ୍ରେମ,ବନ୍ଧୁତା,ପାରିବାରିକ)
ସିକ୍ୟୁରିଟୀ ଗାର୍ଡ ଙ୍କୁ ଆଣି ମ୍ୟାନେଜର ସାହେବ୍ ଅରଣ୍ୟ ବାବୁଙ୍କ ଗୋଡ଼ ତଳେ ପକାଇ ଦେଲେ । ଏବଂ କହିଲେ କୁହ ସରି । କିନ୍ତୁ ସିକ୍ୟୁରିଟୀ ଗାର୍ଡ ଜଣଙ୍କ ଏସବୁ ଘଟଣା ଦେଖି କହିଲେ , ସାର ମୋର ଭୁଲ ରହିଲା କେଉଁଠି? ଆପଣ ନିଜେ କହିଥିଲେ ଯେ ଏଭଳି ଗରିବ , ଭିକାରୀ, ଲୋକଙ୍କୁ ଗଳା ଧକ୍କା ଦେଇ ବାହାର କରିବାକୁ କିନ୍ତୁ ଆଜି ମୋତେ ଏଭଳି ବ୍ୟବହାର କିଛି ଠିକ୍ ନୁହେଁ ।
ସିକ୍ୟୁରିଟୀ ଗାର୍ଡଙ୍କ କଥା ଶୁଣିବା ପରେ ମ୍ୟାନେଜର ପୁଣି ଦୁଇ ଚାପୁଡ଼ା ମାରି କହିଲେ ୟୁ ବ୍ଲଡ଼ି ବାଷ୍ଟର୍ଡ । ମୋ ମୁହଁରେ ଜବାବ ଦେଉଛୁ ? କହିବା ପୂର୍ବରୁ ଥରେ ଚିନ୍ତା କରିବା ଜରୁରୀ କାରଣ କଥିତ ଶବ୍ଦଗୁଡିକୁ କେବଳ କ୍ଷମା କରାଯାଇପାରେ କିନ୍ତୁ ଭୁଲା ଯାଇପାରିବ ନାହିଁ। କିନ୍ତୁ ତୁମର ବ୍ୟବହାର ରେ ଆଜି ଅରଣ୍ୟ ବାବୁ ରୁଷ୍ଟ ଅଛନ୍ତି , ଜୀବନ ବଞ୍ଚାଇବାକୁ ଯଦି ଇଛା ତେବେ ଚୁପ ଚାପ ଭୁଲ ମାଗି ଏଠାରୁ ତୁରନ୍ତ ଚାଲିଯାଅ ନଚେତ ପ୍ରାଣ ଯିବ।
ସିକ୍ୟୁରିଟୀ ଗାର୍ଡ ଜଣଙ୍କ ସେମିତି ଆକୁବାକୁ ହେଇ ଚାହିଁ ରହି କହିଲେ କ୍ଷମା କରିବେ ସାର । ମୁଁ ପରିସ୍ଥିତି ରେ ବନ୍ଧା । ସଂପୂର୍ଣ୍ଣ ସ୍କିଲ ଥିବା ଜଣେ ସିକ୍ୟୁରିଟୀ ଗାର୍ଡ କିଛି ମଧ୍ୟ କରିପାରିବ । କିନ୍ତୁ ଏଇ ଭୁଲ ପାଇଁ ମୁଁ ଦାୟୀ ନୁହେଁ । ସବୁ ଏଇ ବଡ଼ ବଢିଆ ଲୋକଙ୍କୁ କାର୍ଯ୍ୟ ।
ଅରଣ୍ୟ ବାବୁ ଚୁପ ଚାପ ଠିଆ ହେଇ ସଂପୂର୍ଣ୍ଣ କାହାଣୀ ଅନୁସନ୍ଧାନ କରିବା ପରେ କହିଲେ ଠିକ୍ ଅଛି । କିନ୍ତୁ ଅନ୍ୟକୁ କହିବା ପୂର୍ବରୁ କଣ ତୁମେ ଜଣଙ୍କର ବେଶ ପୋଷାକ, ପରିଧାନ ରୁ ଜାଣି ପାରିଲ ଯେ ମୁଁ ଜଣେ ଗରିବ , ଭିକାରୀ । ତୁମେ କ୍ଷମା ଯୋଗ୍ୟ ନୁହଁ । ମ୍ୟାନେଜର ,ଏହି ବ୍ୟକ୍ତିଙ୍କୁ ଶାସ୍ତି ମିଳିବା ଆବଶ୍ୟକ ।
ଅରଣ୍ୟ ବାବୁଙ୍କ କଥା ଶୁଣିବା ପରେ ମ୍ୟାନେଜର ସାହେବ ଗୋଟା ପଣେ ଥରୁଛନ୍ତି । ଆଜି ସେ ମଧ୍ୟ ବିଚାର କରିଛନ୍ତି ଯେ ତାଙ୍କ ଚାକିରି ରହିବ କି ନାହିଁ । ଜରୁରୀ ନୁହେଁ ଯେଉଁମାନଙ୍କ ପାଖରେ ଟଙ୍କା ଅଛି ସେମାନେ ହିଁ ଧନୀ, କିଛି ଲୋକ ହୃଦୟରୁ ମଧ୍ୟ ଧନୀ ହୋଇଥାନ୍ତି। କିନ୍ତୁ ପ୍ରକୃତରେ ଅରଣ୍ୟ ବାବୁ ଯଦି ହୃଦୟରୁ ଧନୀ ବ୍ୟକ୍ତି ଥିବେ ତେବେ ମୋତେ କ୍ଷମା କରିବେ ନଚେତ ଆଜି ମୋ ଚାକିରୀ ଅବଶ୍ୟ ଯିବ । ଏମିତି ଅନେକ ଭାବନା ମଧ୍ୟରେ ମ୍ୟାନେଜର ସାହେବ ତୁରନ୍ତ ଅରଣ୍ୟ ବାବୁଙ୍କ ଗୋଡ଼ ତଳେ ପଡି କ୍ଷମାଯାଚନା କରିଲେ । କିନ୍ତୁ ଅରଣ୍ୟ ବାବୁଙ୍କ ମୁହଁରେ ଖୁସି ନାହି । ତେଣୁ ମ୍ୟାନେଜର କହିଲେ ସାର କ୍ଷମା କରନ୍ତୁ , ମୁଁ ରୋଡ କୁ ଆସିଯିବି ଆପଣଙ୍କ ଏଇ କ୍ରୋଧ ରୁ ବାହାରୁଥିବା ଅଗ୍ନିରୁ । ମୁଁ ଚୋର , ବଦମାସ , ଭିକାରୀ , ମୋ ଚଉଦ ପୁରୁଷ ଭିକାରୀ ନୁହନ୍ତି ଖାଲି ମହାଭିକାରୀ । ମୁଁ ପାଗଳ ଯାହା ଆପଣଙ୍କୁ ଗ୍ରୀଡ୍ କରିବାକୁ ଆସିବା ବଦଳରେ ନଆସି ଭୁଲ କରିଛି ।
ଅରଣ୍ୟ ବାବୁ କିଛି ନକହି ଫେରିଗଲେ , ଏବଂ ସେଠାରୁ ସେ ତୁରନ୍ତ ଯାଇ ତନିଷ୍କରେ ପ୍ରବେଶ ହେବା ପୂର୍ବରୁ ମ୍ୟାନେଜର ସେଠାରେ ଥିବା ମ୍ୟାନେଜର ଙ୍କୁ ଫୋନ କରି ସବୁକିଛି ଜଣାଇଲେ ଏବଂ ତାଙ୍କଦ୍ୱାରା ଦେଇଥିବା ଭୁଲ ମଧ୍ୟ ଜଣାଇ କହିଲେ ଶୁଣନ୍ତୁ ମୁଲଚାନ୍ଦ ବାବୁ । ଅରଣ୍ୟ ବାବୁ ଯଦି ଦୁଃଖି ହେବେ ତାହାଲେ ଏହି ସହରରେ ଆମକୁ ବ୍ୟବସାୟ କରିବା ମହଙ୍ଗା ପଡ଼ିବ ।
ଅରଣ୍ୟ ବାବୁ ତନିଷ୍କ ପହଞ୍ଚିବା ପୂର୍ବରୁ ସେଠାରେ ସ୍ଵୟଂ ମ୍ୟାନେଜର ମୂଲଚାନ୍ଦ ସ୍ଵାଗତ ପାଇଁ ଠିଆ ହେଇଥିଲେ। ତାଙ୍କୁ ଏଭଳି ଦଣ୍ଡାୟମାନ ହେବା ଦେଖି ସମସ୍ତ କର୍ମଚାରୀ ଆଶ୍ଚର୍ଯ୍ୟ ଚକ୍କିତ ହେଇ ଫୁସୂର୍ ଫାସୁର୍ ହେଲେ । କିନ୍ତୁ ସମସ୍ତ କର୍ମଚାରୀ ଦେଖିଲେ ଯେତେବେଳେ ଯେ ଜଣେ ସାଧାରଣ ଦିଶୁଥିବା ମଣିଷ ପାଇଁ ଏତେ ଆଡମ୍ବର ହେଇଛି ସେମାନେ ଆଶ୍ଚର୍ଯ୍ୟ ହେଇଗଲେ । ଏହା ପୂର୍ବରୁ ସହର ର ଅନେକ ନାମୀ ଦାମୀ ଲୋକ ଆସିଥିଲେ , ଅନେକ ବିଧାୟକ ଏବଂ କଲେକ୍ଟର ଠାରୁ ଆରମ୍ଭ କରି ବଡ଼ ବଡ଼ ନେତା ଆସିଛନ୍ତି କୋଟି କୋଟି ଟଙ୍କାର ଗହଣା ନେବାକୁ କିନ୍ତୁ ମ୍ୟାନେଜର ମୂଲଚାନ୍ଦ ତାଙ୍କୁ ଏଭଳି ଅପେକ୍ଷା କରି ସ୍ଵାଗତ କରିବାକୁ ଈଛା କରିନଥିଲେ କିନ୍ତୁ ଆଜି କଣ ହେଇଛି ।
ମ୍ୟାନେଜର , ଅରଣ୍ୟ ବାବୁଙ୍କୁ ନେଇ ଭି.ବି.ଆଇ.ପି. ରୁମ୍ ଖୋଲି ଦେଇ ନିଜେ , ନିଜ ହାତରେ ସର୍ବତ ଅଫର୍ କରିଲେ । କିଛି ସମୟ ମଧ୍ୟରେ ଅରଣ୍ୟ ବାହାରକୁ ଆସି ବୁଲି କହିଲେ ଆଛା ମିଷ୍ଟର ଚାନ୍ଦ , ଆପଣ ସବୁଠାରୁ ଆଣ୍ଟିକ୍ ଜୁଏଲାରୀ ଆଣି ଦେଖlନ୍ତୁ।
ଅରଣ୍ୟ ବାବୁଙ୍କ ଏଭଳି ଭୂରି ଭୂରି ପ୍ରଶଂସା ରେ ଅନନ୍ୟା ସ୍ତମ୍ବିତ ହେଇଗଲେ । ମନରେ ଅନେକ ପ୍ରଶ୍ନ ଆସୁଛି । କିଏ ଏହି ମଣିଷ ଯାହାଙ୍କୁ ଏତେ ବଡ ଶୋ ରୁମ୍ ମ୍ୟାନେଜର ସ୍ଵୟଂ ଆସି ଗ୍ରୀଡ୍ କରୁଛନ୍ତି ? ଠିକ୍ ଏହି ସମୟରେ ଅରଣ୍ୟ ବାବୁଙ୍କ ହାତର ସ୍ପର୍ଶରେ ଅନନ୍ୟା ଚମକି କହିଲେ କଣ ତୁମେ କରୁଛ "ହିଟଲର" ସ୍ବାମୀ । ଏଇଟା ପବ୍ଲିକ ପ୍ଲେସ । କଣ ଭାବିବେ ସଭିଏଁ କହିଲେ ?
କଣ୍ଟ୍ରୋଲ .... ବେବୀ ।
କିନ୍ତୁ , ଅନନ୍ୟାଙ୍କ କଥା ନଶୁଣି ଅରଣ୍ୟ କହିଲେ ଚୁପ୍ ଚାପ୍ ବସ ଅନନ୍ୟା । ଏଇ ଦୁଇଟା ନେକଲେସ କିପରି ହେଇଛି ? କଣ ମହଶୟାଙ୍କୁ ପିନ୍ଧାଇ ପାରିବି ଏହି ଗହଣା ଯଦି ଅନୁମତି ହୁଏ ..!
ଅନନ୍ୟା ଟିକେ ଚୁପ ରହି କହିଲେ ,ଏହା ଆଣ୍ଟିକ୍ ଜୁଏଲାରୀ ବହୁତ ମହଙ୍ଗା ବୋଲି ଶୁଣିଥିଲି । ମୋ ପାଖରେ ଏତେ ଟଙ୍କା ନାହିଁ । ସବୁଠାରେ ତୁମେ କଷ୍ଟରେ ପଡ଼ ମୁଁ ତାହା ଚାହୁଁନାହିଁ ଅରଣ୍ୟ ।ତାପରେ ଏତେ ଗୁଡ଼ାଏ ଗହଣା ମୁଁ କରିବି କଣ ?
ତୁମେ ପିନ୍ଧିବ ଅନନ୍ୟା । ଏଇଟା ତୁମର ପ୍ରଥମ ସାବିତ୍ରୀ ବ୍ରତ । ପ୍ରକୃତ ବନ୍ଧୁ ତ ସିଏ ହୋଇଥାଏ,ଯିଏ ତୁମ ବିଷୟରେ ତିନୋଟି ଜିନିଷକୁ ଜାଣି ପାରିଥାଏ। ତୁମ ହସ ପଛରେ ଥିବା ଯନ୍ତ୍ରଣା, କ୍ରୋଧ ପଛରେ ଥିବା ପ୍ରେମ ଏବଂ ତୁମର ନୀରବତାର କାରଣ। ମୁଁ ଜାଣିଛି ଅନନ୍ୟା , ଏଇ ଦୁନିଆରେ ମୋତେ ଏବଂ ମନୋଜ ଙ୍କୁ ଛାଡି ତୁମର କେହି ଆପଣାର ନାହାଁନ୍ତି। କିଏ ତୁମକୁ ସାବିତ୍ରୀ ବ୍ରତ ପାଇଁ କିଛି ଦେବ । ତେଣୁ ମୋତେ ମୋର କର୍ତ୍ତବ୍ୟ କରିବାକୁ ଦିଅ ।
କିଛି ସମୟ ମଧ୍ୟରେ ଅନନ୍ୟା ,ନିଜ କୋହକୁ ଚାପି ରଖି ମନେ ମନେ ଗୁଣୁଗୁଣୁ ହେଇ କହିଲେ , ଭଗବାନ...!
କେଉଁ ଜନ୍ମରେ ମୁଁ କଣ ପୁଣ୍ୟ କରିଥିଲି ଯେ ମୋତେ ଏଇ ଜନ୍ମରେ ଏମିତି ସାଥୀ ଟିଏ ପାଇଛି । ମୁଁ ବହୁତ ଖୁସି ଭଗବାନ ଶ୍ରୀ ଗଣେଶ । କାଲି ପବିତ୍ର ସାବିତ୍ରୀ ଅମାବାସ୍ୟା । ସାବିତ୍ରୀ ବ୍ରତ ବା ସାବିତ୍ରୀ ଅମାବାସ୍ୟା । ଓଡ଼ିଶାରେ ସଧବା ନାରୀମାନଙ୍କ ପାଳିତ ଏକ ଓଷା । ସାବିତ୍ରୀ ସାଧ୍ୱୀ ନାରୀଙ୍କର ଆଦର୍ଶ; ତେଣୁ ଏହା ନିଜ ପତିଙ୍କର ଦୀର୍ଘ ଆୟୁଷ ନିମନ୍ତେ ମଙ୍ଗଳ ମନାସି, ସଧବା ସ୍ତ୍ରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ, ଏ ଓଷା ପାଳନ କରିଥାନ୍ତି।ଏ ଦିନ ସଧବା ସ୍ତ୍ରୀଲୋକମାନେ ଉପବାସ କରନ୍ତି,ଅନ୍ନ ଗ୍ରହଣ କରନ୍ତି ନାହିଁ ଓ ଅପରାହ୍ଣରେ ପୂଜା ଶେଷ ହେଲେ (ଧୂଆମୁଗ, ନଡ଼ିଆ, କଦଳୀ (ରମ୍ଭା), ଆମ୍ବ, ପଣସ, ସପୁରୀ, ତାଳସଜ ଆଦି) ଫଳାହାର କରନ୍ତି । ଏଥିପାଇଁ ଚଉଁରା ମୂଳେ ବା ଠାକୁର ଘରେ ବ୍ରତୋତ୍ସବ ପାଳନ ବେଳେ ସାବିତ୍ରୀ ଉପାଖ୍ୟାନ ପାଠ କରାଯାଏ । ବାସ୍ତବରେ ଏ ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା' ସାବିତ୍ରୀ । ସାବିତ୍ରୀ ବ୍ରହ୍ମାଙ୍କ ପତ୍ନୀ, ଗାୟତ୍ରୀ, ସୂର୍ଯ୍ୟାଧିଷ୍ଠାତ୍ରୀ ଦେବୀ । ଦେବୀ ସାବିତ୍ରୀଙ୍କ ମାନବୀ ସାବିତ୍ରୀଙ୍କ ପ୍ରତି ଆଶୀର୍ବାଦ ଓ କରୁଣା କିପରି ସତ୍ୟବାନଙ୍କୁ ମୃତ୍ୟୁକବଳରୁ ଫେରାଇ ଆଣିଲା, ତାହାକୁ ଆଧାର କରି ମା' ସାବିତ୍ରୀଙ୍କୁ ମହିମାନ୍ୱିତ କରାଯାଇଥାଏ ।
କିଛି ସମୟ ମଧ୍ୟରେ ଦଶ କୋଟି ଟଙ୍କାର ଗହଣା କିଣି ଆଣିଲେ ଅରଣ୍ୟ ବାବୁ । ଗହଣା କିଣି ସାରି ଅରଣ୍ୟ , ଅନନ୍ୟାଙ୍କ କାନ୍ଧକୁ ଛୁଇଁ କହିଲେ ଏଥର ଯିବା ଘରକୁ । ରାତି ପାହିଲେ ସାବିତ୍ରୀ ବ୍ରତ । ତୁମେ ଉପାସ କରିବ କି ନାହିଁ ତୁମେ ଚିନ୍ତା କରିବ କିନ୍ତୁ ସାବଧାନ ଯେ ଦେହ ଖରାପ ନହେବା ଆବଶ୍ୟକ ।
ଅରଣ୍ୟ ଏବଂ ଅନନ୍ୟା ଘରକୁ ଫେରିଲେ । ସେମାନେ ଫେରିବା ପୂର୍ବରୁ ସମସ୍ତ ଚାକରବlକର ଆଶ୍ଚର୍ଯ୍ୟ ହେଉଥିଲେ ଯେ ଏତେ କୋଟି ଟଙ୍କାର ଶାଢ଼ୀକୁ ଦେଖି କିନ୍ତୁ ଯେମିତି ଅରଣ୍ୟ ବାବୁ ଏବଂ ଅନନ୍ୟା ମାମ ଘରେ ପହଞ୍ଚିଲେ ସମସ୍ତେ ସେଇ ଶାଢ଼ୀ କୁ ନେଇ ଅନନ୍ୟାଙ୍କୁ ଦେଇ କହିଲେ , ସାବିତ୍ରୀ ବ୍ରତ ର ହାର୍ଦ୍ଧିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଆପଣଙ୍କୁ । ଆପଣଙ୍କ ଜୀବନ ସୁଖମୟ ହେଉ ।
କ୍ରମଶଃ...
✍️ପ୍ରଶାନ୍ତ କୁମାର ବିଦ୍ୟାଧର
ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।