SS Publication
SS Publication
May 26, 2025 at 01:59 PM
ଶୀର୍ଷକ_କିଛି ସ୍ବପ୍ନ ଅଧା ରହିଯାଏ_ ଭାଗ ୨୧ (ଧାରାବାହିକ, ପ୍ରେମ ,ବିରହ, ପାରିବାରିକ) ମଞ୍ଚ ଉପରେ ଅlସୀନ ସଭାପତି , ବିଚାରପତି ତଥା ଦର୍ଶକମାନଙ୍କ ମଧ୍ୟରେ ଉତ୍ସାହ ଉନ୍ମାଦନା ଭରିଯାଇଛି । କରତାଳି ଏବଂ ହୁଇସିଲ ରେ ଗୁଞ୍ଜି ଉଠୁଛି ପଦ୍ମ ଚରଣ ବିଦ୍ୟା ନିକେତନର ପ୍ରାଙ୍ଗଣ । ବାଃ ... ବାଃ... ଶବ୍ଦରେ ସମସ୍ତଙ୍କୁ ଆକର୍ଷିତ କରିଛନ୍ତି ଏକକ ଅଭିନୟ ର ଅଭିନେତା ପ୍ରିତମ ଦଳବେହେରା । କିଛି ସମୟ ମଧ୍ୟରେ ଶେଷ ହେବ ଏକକ ଅଭିନୟ " ମୁକୁଟ ଭିକ୍ଷା " । ସଂପୂର୍ଣ୍ଣ ପରିବେଶ ଏଭଳି ଲାଗୁଚି ସତେ କେମିତି ମହାଭାରତ ର କୌରବାଧୀପତି ଦୁର୍ଯ୍ୟୋଧନ ଏବଂ ଗlଣ୍ଡିବଧାରୀ ଅର୍ଜ୍ଜୁନଙ୍କ ମୁକୁଟ ଭିକ୍ଷା ର ଚର୍ଚା । ସତରେ ବଡ଼ ମନ ମୋହକ ଦୃଶ୍ୟ । ଅଭିନେତା ଏକ ଏବଂ ଚରିତ୍ର ଦୁଇ । ନିଖୁଣ ଅଭିନୟ ସରିବା ପରେ ପ୍ରିତମ ସଭିଙ୍କୁ ପ୍ରଣାମ କରି ଷ୍ଟେଜ ରୁ ଉତ୍ତୁରିଲେ ।    ଏହା ମଧ୍ୟରେ ସ୍କୁଲ ର ଅନେକ ଛାତ୍ର ଛାତ୍ରୀ ମଧ୍ୟ ଏକକ ଅଭିନୟ କରିସାରିଲେଣି ଏବଂ ଶେଷରେ ମିସ୍ ପୁଷ୍ପା ନିଜର ଅଭିନୟ ସାରି ଆସିବା ମଧ୍ୟରେ ଜନ ସମୁଦ୍ର ରେ କୋଳାହଳ ହେଇଛି । ସମସ୍ତଙ୍କ ମୁହଁରେ କେବଳ ଦୁଇଟି ନାମ ପ୍ରୀତମ୍, ପୁଷ୍ପା । ଏହା ମଧ୍ୟରେ ଅନେକ ପ୍ରୋଗ୍ରାମ ସରିଯାଇଛି। ସ୍କୁଲ ର ସମସ୍ତ ଛାତ୍ର ଛାତ୍ରୀଙ୍କ ମନରେ ଅପୂର୍ବ ଆନନ୍ଦ । ମହୁଲି ମହୁଲି ଚିଲିକାର କାଦୁଆ ପବନରେ ସମସ୍ତଙ୍କ ମନ ଖୁବ୍ ଚଳଚଞ୍ଚଳ ହେଉଛି । ଏଣିକି ସମୟ ଆସିଯାଇଛି ଚୟନ ର । ମନୋନୀତ ହେବେ ଏକକ ଅଭିନୟ, ଡିବେଟଡିବେଟ, ନୃତ୍ୟ ସଙ୍ଗୀତର ପ୍ରତିଯୋଗୀଙ୍କୁ । ସମସ୍ତଙ୍କ ମନରେ ଆନନ୍ଦ ଯେ ଆଜି ସ୍କୁଲ ର କୁଳପତି ଏବଂ ଜଜ ପ୍ରସନ୍ନ କୁମାରଙ୍କ ଠାରୁ ମାନପତ୍ର ସହିତ ଫଳକ ପ୍ରାପ୍ତ କରିବାର । କିନ୍ତୁ କିଏ ହେବ ପ୍ରଥମ ପ୍ରତିଯୋଗୀ । ଷ୍ଟେଜ ଉପରେ ସମସ୍ତଙ୍କ ଆଖି ଅଛି ବେଶ ବିନ୍ୟାସକାର , ଚିତ୍ର ଶିଳ୍ପୀ , ନିର୍ଦ୍ଦେଶକ ପ୍ରସନ୍ନ ବାବୁଙ୍କ ଉପରେ । କାହା ମୁଣ୍ଡରେ ଆଜି ହାତୀ କଳସୀ ଢାଲିବ କିଏ ଜାଣେ ..? କିନ୍ତୁ ଇତି ମଧ୍ୟରେ ପ୍ରସନ୍ନ ବାବୁଙ୍କ ସହିତ , କୁଳପତି ପଦ୍ମ ବାବୁ ମଧ୍ୟ ଷ୍ଟେଜ ଉପରେ ଛିଡା ହେଲେ ଏବଂ ତାଙ୍କୁ ସହାୟତା କରିବାକୁ ମଞ୍ଚ ଉପରକୁ ଆସିଲେ ପ୍ରଧାନ ଶିକ୍ଷକ ରଙ୍କନlଥ ବାବୁ ଏବଂ ଦୁଇ ସହଯୋଗୀ । କଥା ହେଲା ଯେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଶେଷରେ ସମ୍ମାନିତ କରାଯିବ । ତେଣୁ ମାଇକ୍ରୋ ଫୋନ ଧରି ରଙ୍କନlଥ ବାବୁ ସମସ୍ତ ଘୋଷଣା ଆରମ୍ଭ କରି କହିଲେ ....!! ଅପେକ୍ଷାର ଅନ୍ତ ଘଟିଲା । ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠାନ ପ୍ରଥମେ ନୃତ୍ୟ ସଙ୍ଗୀତ ର ଫଳାଫଳ ଘୋଷଣା କରାଯିବ ତେଣୁ ନୃତ୍ୟ ଏବଂ ସଙ୍ଗୀତରେ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମିସ୍ ବିନିତା । ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମିସ୍ ଅନୁସୁୟା ଏବଂ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମିସ୍ ପୁଷ୍ପା ଏବଂ ମାଷ୍ଟର ପ୍ରିତମ । ବାକି ରାନର୍ଷଅପ ରେ ଅଛନ୍ତି ୫ ଜଣ ବାଳକ ଓ ବାଳିକା ଯାହାଙ୍କୁ କେବଳ ମାନପତ୍ର ମିଳିବ । ଦ୍ଵିତୀୟ ପର୍ଯ୍ୟାୟ ର କାର୍ଯ୍ୟକ୍ରମ ଡିବେଟ ରେ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମିସ୍ ସଂଯୁକ୍ତା ଏବଂ ମାଷ୍ଟର ହୀରା । ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାଷ୍ଟର ମାନସ ଏବଂ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମିସ୍ ପୁଷ୍ପା ଏବଂ ମାଷ୍ଟର ପ୍ରିତମ । ବାକି ରନର୍ଷଅପ ରେ ଅଛନ୍ତି ୧୦ ଜଣ ବାଳକ ଓ ବାଳିକା ଯାହାଙ୍କୁ କେବଳ ମାନପତ୍ର ମିଳିବ । ତୃତୀୟ ପର୍ଯ୍ୟାୟ ର କାର୍ଯ୍ୟକ୍ରମ ଏକକ ଅଭିନୟ ରେ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାଷ୍ଟର ମାନସ ଓ ସଂଯୁକ୍ତା । ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାଷ୍ଟର ଦିଲ୍ଲୀପ ଏବଂ ହିରାନନ୍ଦ ତଥା ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମିସ୍ ପୁଷ୍ପା ଏବଂ ମାଷ୍ଟର ପ୍ରିତମ । ବାକି ରନର୍ଷଅପ ରେ ଅଛନ୍ତି ୫ଜଣ ବାଳକ ଓ ବାଳିକା ଯାହାଙ୍କୁ କେବଳ ମାନପତ୍ର ମିଳିବ । ମାନପତ୍ର ଏବଂ ଫଳକ ବଣ୍ଟନ ପରେ , ପ୍ରଧାନ ଶିକ୍ଷକ ରଙ୍କନlଥ ବାବୁ କହିଲେ ଯେ ସମସ୍ତ ପାଠକ ପାଠିକା ମାନଂକୁ ଆଜିର ସଭାରେ କୁଳପତି ମହୋଦୟ ସମ୍ଭାଷଣ ଦେବା ସହିତ ପ୍ରଥମ ଓ ଦ୍ଵିତୀୟ ସ୍ଥାନ ପାଇଥିବା ପ୍ରତିଯୋଗୀଙ୍କୁ ଦଶ ଦଶ ହଜାର ଟଙ୍କା ପୁରସ୍କାର ଦେବା ସହିତ ବିଦ୍ୟାଳୟ ର ଶ୍ରେଷ୍ଠ ସାହିତ୍ୟ ସମ୍ମାନ ପ୍ରଦାନ କରିବେ । ମଞ୍ଚ ଉପରେ ପଦ୍ମ ବାବୁ ଆସି ଭାଷଣ ଦେଇ କହିଲେ ... ପ୍ରିୟ ଛାତ୍ର ଓ ଛାତ୍ରୀ ବୃନ୍ଦ । ଆଜି ଆମର ସୌଭାଗ୍ୟ ଯେ ଆମେ ସମସ୍ତେ ଆଜି ଏହି ବିଦ୍ୟାଳୟ ପରିସର ରେ ଏକତ୍ରିତ ହେଇଛେ । ଆଜି ଆମ ଗହଣ ରେ ଅଛନ୍ତି ବିଶିଷ୍ଟ ଚିତ୍ରକର , ସଙ୍ଗୀତ ଏବଂ ଡ୍ରାମା ନିର୍ଦ୍ଦେଶକ ତଥା ଅଞ୍ଚଳର ଜଣେ ମlନ୍ୟ ଗନ୍ୟ ବ୍ୟକ୍ତି ଯାହାଙ୍କ ପାଇଁ ଆମେ ଯେତେ କହିଲେ ମଧ୍ୟ କମ। ଗୀତା. ଅଧ୍ୟାୟ ୩ - ଶ୍ଳୋକ ୩୦ - କର୍ମଯୋଗଃ ମୟି ସର୍ଵାଣି କର୍ମାଣି ସଂନ୍ୟସ୍ୟାଧ୍ୟାତ୍ମଚେତସା |ନିରାଶୀର୍ନିର୍ମମୋ ଭୂତ୍ଵା ୟୁଧ୍ୟସ୍ଵ ଵିଗତଜ୍ଵରଃ || ୩୦ || ଭଗବାନ ଅର୍ଜ୍ଜୁନଙ୍କୁ କହୁଛନ୍ତି ଯେ ମୋ ଉପରେ ସମସ୍ତ କର୍ମ ସମର୍ପଣ କରି ଆଧ୍ୟାତ୍ମିକ ଚେତନାଭିତରେ ରହି କୌଣସିଥିରେ କାମନା ନ ରଖି ମୁଁ କରୁଛିବୋଲି ନଭାବି ମନରୁ ବିମର୍ଷତା ତ୍ୟାଗକରି ନିଜର କର୍ତ୍ତବ୍ୟ କର୍ମ ଯୁଦ୍ଧରେ ବ୍ୟାପୃତ୍ତ ହୁଅ । । ତେଣୁ ହେ ପ୍ରିୟ ପାଠକ ପାଠିକା ମାନେ, ତୁମେ ମାନେ କର୍ମ କରିଚlଲ । କର୍ମା ଅବଶ୍ୟ ଫେରିବ ତୁମ ହାତମୁଠାକୁ । ଯିଏ ଯେଉଁଭଳି କର୍ମ କରିବ , ସେ ତାର ଅନୁରୂପ ଫଳ ପାଇବ । ତେଣୁ ଭାଗବତ ଗୀତା .ଅଧ୍ୟାୟ ୩ - ଶ୍ଳୋକ ୩୩ - କର୍ମଯୋଗଃ ରେ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେ ସଦୃଶଂ ଚେଷ୍ଟତେ ସ୍ଵସ୍ୟାଃ ପ୍ରକୃତେର୍ଜ୍ଞାନଵାନପି |ପ୍ରକୃତିଂ ୟାନ୍ତି ଭୂତାନି ନିଗ୍ରହଃ କିଂ କରିଷ୍ୟତି || ୩୩ || ଜ୍ଞାନୀ ନିଜର ସ୍ୱଭାବଅନୁରୂପ କର୍ମ କରିଥାନ୍ତି । ଭୂତଗଣ ସେହିପରି ସ୍ୱ ପ୍ରକୃତ୍ତିଗତ କର୍ମ କରିଗଲେ ତାକୁ କାହାର ନିଗ୍ରହ କିପରି ପରିବର୍ତ୍ତନ କରିପାରିବ । ଅତଃ ତୁମେ ସଭିଏଁ ନିଜ ନିଜ କର୍ମ ଠିକ୍ କରିଲେ ଆମ ଏହି ପରିବାର ରେ ନିଶ୍ଚିନ୍ତ ସଫଳ ହେବ । ଏହା ବିଦ୍ୟାଳୟ ନୁହେଁ , ମନୁଷ୍ୟ ତିଆରି କାରଖାନା । ତେଣୁ କାରଖାନାରେ ଯେଉଁ ଉତ୍ପାଦନ ଭଲ ହୁଏ ତାର ଓଜନ ଏବଂ ଚାହିଦା ଅଧିକ । ତୁମେ ମାନେ ସବୁ କର୍ମ ବୀର । ତୁମର ଉତ୍ପାଦନ ହେଉଚି ଉଚିତ୍ ଶିକ୍ଷା ଗ୍ରହଣ କରିବା ତଥା ପରୀକ୍ଷା ରେ ସଂପୂର୍ଣ୍ଣ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା । ତୁମେ ମାନେ , ପରିବାର , ଗ୍ରାମ , ଖଣ୍ଡ , ଉପଖଣ୍ଡ ,ରାଜ୍ୟ ଓ ଦେଶର ଭବିଷ୍ୟତ । ତେଣୁ ମୁଁ ଏତିକି କହିବି ଯେ ଆଗକୁ ଅଧିକ ପରିଶ୍ରମ କରି ନିଜର ନାମ କୁ ଆଗକୁ ନେଇ ଚାଲ । ନିଜର ମଙ୍ଗଳ ହେବା ସହିତ ସମାଜର ମଙ୍ଗଳ ହେବ । ମୁଁ ଏତିକି କହି ମୋର ଭାଷଣ ସାନ କରିବା ସହିତ ପ୍ରସନ୍ନ ବାବୁଙ୍କୁ କହିବି ଯେ ସେ ତାଙ୍କର ମୂଲ୍ୟବାନ ସମୟ ରୁ ଟିକେ ପିଲାମାନଙ୍କ ସହିତ ବଣ୍ଟିବେ ଏବଂ ଆମ ବିଦ୍ୟାଳୟ ର "ପଦ୍ମ " ସାହିତ୍ୟ ସମ୍ମାନ ରେ ମାଷ୍ଟର ପ୍ରିତମ ଙ୍କୁ ପ୍ରଦାନ କରିବେ । ଜୟ ହିନ୍ଦ୍ । ଜୟ କଳା । କ୍ରମଶଃ... ✍️ପ୍ରଶାନ୍ତ କୁମାର ବିଦ୍ୟାଧର ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।

Comments