SS Publication
SS Publication
May 26, 2025 at 06:24 PM
ଶୀର୍ଷକ _ ଲଭ୍ ୟୁ ହିଟଲର_ ଭାଗ୫୦ #ପ୍ରତିଲିପି ସୁପର୍ ରାଇଟର୍ ପ୍ରତିଯୋଗିତା - 2025 (ଧାରାବାହିକ,ଉପନ୍ୟାସ,ପ୍ରେମ,ବନ୍ଧୁତା,ପାରିବାରିକ) ଦୁହେଁ ପତି ଓ ପତ୍ନୀ (ଅରଣ୍ୟ ବାବୁ ଏବଂ ଅନନ୍ୟା) ଘରେ ପହଞ୍ଚିବା ପରେ ସମସ୍ତେ ତାଙ୍କୁ ଅଗ୍ରୀମ ଶୁଭେଚ୍ଛା ଦେବାପରେ ଅନନ୍ୟା ଓ ଅରଣ୍ୟ ଦୁହେଁ ସଭିଙ୍କୁ ଧନ୍ୟବାଦ ଦେଇ ନିଜ ବେଡ଼ ରୁମ୍ ମଧ୍ୟରେ ପ୍ରବେଶ କରିଲେ । କିଛି ସମୟ ପରେ ପରେ ସଞ୍ଜ ହେବ । ଆଦିତ୍ୟ ନାରାୟଣ ଧୀରେ ଧୀରେ ଅସ୍ତ ହେବାକୁ ବସିଲେଣି । ସ୍ମାର୍ଟ ସିଟି ର ହୋ ହାଲ୍ଲା ମଧ୍ୟରେ ଧିମା ଗତିରେ ବିଜୁଳି ବତୀ ଜଳିବାକୁ ଲାଗିଲାଣି । ଠିକ୍ ସେହି ସମୟରେ ହଠାତ୍ ନିଜ ତୁମ ରୁ ବାହାରି ଆସି ଅରଣ୍ୟ ଏବଂ ଅନନ୍ୟା କହିଲେ ଏବେ ସମସ୍ତଙ୍କୁ ଏଠାରେ ଉପସ୍ଥିତ ହେବାକୁ କୁହନ୍ତୁ ମାନସ ବାବୁ । ଅରଣ୍ୟଙ୍କ ଆଦେଶ ପାଇବା ପରେ ମାନସ ତୁରନ୍ତ ସମସ୍ତ କର୍ମଚାରୀ ମାନଙ୍କୁ ହଲ ମଧ୍ୟକୁ ଡାକିଲେ । ସମସ୍ତେ ଜାଣିଛନ୍ତି ଯେ ତାଙ୍କ ବାବୁ କେଡେ ବଡ ରାଗି ସ୍ୱଭାବର ଲୋକ ତେଣୁ ସମସ୍ତଙ୍କ ହlୱା ଟାଇଟ । କଣ ହେବ ଆଜି ? କାହାର ଜୀବନ ଯିବ କି ଚାକିରୀ ଯିବା କଥା ଭାବି ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ? କଣ ହେବ ? ଏହି ଆପତକାଳୀନ ମିଟିଂ ର ଅର୍ଥ କଣ ? ପୁଣି ଅବେଳ ରେ । ସମସ୍ତ କର୍ମଚାରୀ ନିଜର ମୁହଁରେ ରୁମାଲ ବାନ୍ଧି ଚୁପ ଚାପ ଆସି ଛିଡା ହେଇଗଲେ ଦୁହିଁଙ୍କ ସାମ୍ନାରେ । କିଛି ସମୟ ମଧ୍ୟରେ ଭିତରକୁ ପ୍ରବେଶ କରିଲେ ଜେଜେ ଓରଫ ବଡ଼ ବାବୁ ନରସିଂହ ପ୍ରତାପ ରାଏ ବାହାଦୁର । ତାଙ୍କ ଆସିବା ଦେଖି ସମସ୍ତେ ଆଶ୍ୱସ୍ତି ଲାଭ କରିଲେ ଏବଂ ବଡ଼ ବାବୁ ନରସିଂହ ପ୍ରତାପ ରାଏ ବାହାଦୁର ଆସି ଆରଣ୍ୟକ ପାଖରେ ବସି କହିଲେ କଣ ବାବୁ ଆପଣଙ୍କ କିଣା ବିକା ସରିଲା କି ? ହଠାତ ଏମିତି ମିଟିଂ ଡାକିଲେ ଯେ ? ବଡ଼ ବାବୁଙ୍କ କଥାର ଜବାବ ଦେଇ ଅନନ୍ୟା କହିଲେ ଜେଜେ , ସେମିତି କିଛି ଜରୁରୀ ମିଟିଂ ନୁହେଁ । ବାସ ଘରେ ଅନେକ ଦିନ ହେଲା କୌଣସି ପୂଜା ପର୍ବ ହେଇ ନଥିଲା ତେଣୁ ମୁଁ ଭାବୁଛି ସମସ୍ତଙ୍କୁ କିଛି ଉପହାର ଦେଇ , ଖାଇବା ପିଇବା ବ୍ୟବସ୍ଥା କହିଲେ ଭଲ ହେବ ତେଣୁ ମୁଁ ଏବଂ ଅରଣ୍ୟ ଆଜି କିଛି ଶାଢ଼ୀ ଏବଂ ଡ୍ରେସ୍ ଆଣି ଆସିଛୁ ? ଯେଉଁମାନେ ବିବାହ କରିଛନ୍ତି ସେମାନେ ତାଙ୍କ ସ୍ତ୍ରୀଙ୍କ ପାଇଁ ଶାଢ଼ୀ ଓ ଅନ୍ୟାନ୍ୟ ଶୃଙ୍ଗାର ସାମଗ୍ରୀ ସହିତ କିଛି ଟଙ୍କା ନେଇ ଯିବେ ଯାହାଦ୍ବାରା ସେମାନେ ନିଜ ନିଜର ପତ୍ନୀଙ୍କ ସହିତ ପବିତ୍ର ସାବିତ୍ରୀ ବ୍ରତ ପାଳନ କରିବେ ଏବଂ ଯେଉଁମାନେ ବିବାହ କରିନାହାନ୍ତି ସେମାନେ ନୂଆ ଡ୍ରେସ୍ ନେଇ ଏହି ପୂଜା ରେ ସମ୍ମିଳିତ ହେଇ ସମସ୍ତଙ୍କ ସହିତ ଖୁସି ବାଣ୍ଟିବେ । ଅନନ୍ୟା ଙ୍କ କଥା ଶୁଣିବା ପରେ, ଖୁବ ଶାନ୍ତି ଲାଗିଲା ଯେମିତି ବଡ଼ବାବୁ ନରସିଂହ ପ୍ରତାପ ରାଏ ବାହାଦୁର ଙ୍କୁ କାରଣ ଅନେକ ବର୍ଷ ପୂର୍ବେ ଠିକ୍ ଏହିଭଳି ତାଙ୍କ ସ୍ତ୍ରୀ ମଧ୍ୟ କରୁଥିଲେ । ବଡ଼ ବାବୁଙ୍କ ଆଖିରେ ଲୁହ ଆସିଗଲା ପତ୍ନୀ ମାଧବୀ ଙ୍କୁ ମନ ପକାଇ । ତାଙ୍କର ସ୍ୱପ୍ନର ରାଏ ବାହାଦୁର ମେଂସନ୍ ପୁଣି ଥରେ ହସି ଉଠିବା ଦେଖି ଜେଜେ ଖୁସିରେ କହିଲେ ଆରେ ମାଆ , ଅଖଣ୍ଡ ସୌଭାଗ୍ୟବତୀ ହୁଅ । ପ୍ରଭୁ ତୁମକୁ ଏବଂ ଅରଣ୍ୟ ବାବୁଙ୍କୁ ସବୁ ବିପଦରୁ ରକ୍ଷା କରନ୍ତୁ । ଘରକୁ ଶୀଘ୍ର ଗୋଟେ ନାତି ଟୋକା ଆସୁ ଏହି ମୋର ଆଶୀର୍ବାଦ । ଅନନ୍ୟା , ଜେଜେଙ୍କ କଥାରେ ଟିକେ ଲାଜେଇ କହିଲେ ଜେଜେ ମୋର ଝିଅ ଦରକାର , ପୁଅ ହେଲେ ୟାଙ୍କ ଭଳି " ହିଟଲର" ହେଇଯିବ । ବାଇ ଦ ୱେ ଆଜି ଅରଣ୍ୟ ଖୁବ୍ ପରିଶ୍ରମ କରିଛନ୍ତି । ଆଛା ଜେଜେ ଏଇ ନିଅନ୍ତୁ ଆପଣଙ୍କ ପାଇଁ ସୁଟ। ଆପଣ ଘରର ସମସ୍ତଙ୍କ ଠାରୁ ବଡ଼ ତେଣୁ ଉପହାର ପାଇବାର ଅଧିକାର ମଧ୍ୟ ଆଗେ ଆପଣଙ୍କର । ତାପରେ ଅରଣ୍ୟ , ଅନନ୍ୟା ଏବଂ ମାନସ ବାବୁ ମିଶି ସଭିଙ୍କୁ ଉପହାର ଦେଲେ । ଯେଉଁମାନେ ବିବାହିତ ତାଙ୍କ ସ୍ତ୍ରୀଙ୍କ ପାଇଁ ଅରଣ୍ୟ ବାବୁ ମଙ୍ଗଳସୂତ୍ର ,ତଥା ମୁଦି ଆଣିଛନ୍ତି ଏବଂ ଯେଉଁମାନେ ଅବିବାହିତ ତାଙ୍କ ପାଇଁ ଡ୍ରେସ୍ । ସମସ୍ତ ବଣ୍ଟନ କାର୍ଯ୍ୟକ୍ରମ ସରିବା ପରେ ଅରଣ୍ୟ ଗୋଟିଏ ବ୍ୟାଗ ରୁ କିଛି ଗହଣା ବାହାର କରିଲେ ଏବଂ ସମସ୍ତଙ୍କୁ ଦେଖାଇବା ପରେ ଅନନ୍ୟା ଙ୍କୁ କହିଲେ ଏହା ତୁମର ଅନନ୍ୟା । ବିବାହ ପରେ ମୁଁ ତୁମକୁ ଆଜି ପର୍ଯ୍ୟନ୍ତ କିଛି ଉପହାର ଦେଇ ନଥିଲି ତେଣୁ ଏହା ତୁମର ଉପହାର । ଅରଣ୍ୟଙ୍କ ହାତରେ ଥିବା ରତ୍ନ ଖଚିତ ହୀରା ହାର ଦେଖି ବଡ଼ବାବୁ ସହିତ ସମସ୍ତ କର୍ମଚାରୀ ଆଶ୍ଚର୍ଯ୍ୟ ହେଲେ ସତ କିନ୍ତୁ ଏହି ଉପହାର ଦେଖି ସମସ୍ତେ ଖୁବ୍ ପ୍ରଶଂସା କରି କହିଲେ କାଲି ମାମ ଖୁବ୍ ସୁନ୍ଦର ଲାଗିବେ । ସମସ୍ତ କାର୍ଯ୍ୟକ୍ରମ ସରିବା ଭିତରେ ଗୋବର୍ଦ୍ଧନ କାକା ସନ୍ଧ୍ୟାର ଟିଫିନ୍ ଆଣି ସଭିଙ୍କୁ ଦେଇ କହିଲେ ଯେ ସମସ୍ତେ କାଲି ନିଜ ନିଜର ପତ୍ନୀଙ୍କୁ ଆଣି ପୂଜା କରିବେ ଏବଂ ପୂଜା ସରିବା ପରେ ସମସ୍ତଙ୍କ ଖାଇବା ପିଇବା ବନ୍ଦୋବସ୍ତ ହେଇଥିବ ତାପରେ ସମସ୍ତେ ନିଜ ଘରକୁ ଯିବେ କିମ୍ବା ଗେଷ୍ଟ ହାଉସ ରେ ରହିବେ । ଏବେ ସମସ୍ତେ ନିଜ ନିଜ କାର୍ଯ୍ୟରେ ଲାଗିପଡ଼ । ସମସ୍ତେ ଚାଲିଗଲେ । ହଲ ରେ କେବଳ ବସିଛନ୍ତି ଅରଣ୍ୟ ଏବଂ ଅନନ୍ୟା । କିଛି ସମୟ ମଧ୍ୟରେ ମାନସ ବାବୁ କିଛି ବେଭାର ସହିତ ମନୋଜ ଙ୍କୁ ଧରି ଆସି ପହଁଚିଲେ । ହଠାତ ମନୋଜ ଙ୍କ ଆଗମନରେ ଅନନ୍ୟା ଖୁସିରେ ନାଚି ଉଠିଲେ । ମାନସ ଏବଂ ମନୋଜ ଙ୍କ ହାତରେ ବେଭାର ଦେଖି ଅରଣ୍ୟ କହିଲେ ମାନସ , ତୁମ ହାତରେ ଏସବୁ କଣ ? କିନ୍ତୁ ମାନସ ଆଜି ଆଉ ଚୁପ୍ ନରହି କହିଲେ କାଲି ସୋମବାର, ଭଉଣୀ ର ପ୍ରଥମ ସାବିତ୍ରୀ ବ୍ରତ ତେଣୁ ବାପଘରୁ ବେଶୀ କିଛି ଆସିନାହିଁ।ଯାହା ଏହି ଗରିବ ଭାଇ ଦୁଇଟା ଆଣିଛୁ ବେଭାର । ମାନସଙ୍କ ମୁହଁରୁ ଭାଇ ଶବ୍ଦ ଶୁଣି ଅନନ୍ୟା ଆହୁରି ଖୁସି ହେଇ , ତୁରନ୍ତ ଆସି ମାନସ ବାବୁଙ୍କୁ ମୁଣ୍ଡିଆ ମାରି କହିଲେ ବାଃ ... ଭାଇ ବାଃ । ଜୀବନରେ ସବୁ କିଛି ହାରିଯିବା ପରେ ପୁଣି ମୋର ଖୁସି ବଢ଼ିଗଲା । ବାପା ଓ ମା ନଥିଲେ କଣ ହେବ , ତୁମ ଭଳି ଭାଇ ପାଇଛି ମୁଁ । ଆଜିଠାରୁ ମୁଁ ତୁମର ସାନ ଭଉଣୀ ଆଉ ତୁମେ ମୋର ବଡ଼ ଭାଇ । ତୁମ ପାଇଁ ମୁଁ ଆଜି ସବୁ ଖୁସି ପାଇଛି । ତୁମେ ମୋର ବାପା , ମାଆ , ଭାଇ , ସାଙ୍ଗ ଏବଂ ଦିଅର ମଧ୍ୟ । ଅରଣ୍ୟ , ସେମିତି ଚାହିଁଛନ୍ତି ଅନନ୍ୟାଙ୍କ କଥାକୁ । ଭାବୁଛନ୍ତି ସତରେ କେତେ ନୀରିହ ଏଇ ନାରୀ ଜଣଙ୍କ । ସ୍ନେହ ପ୍ରେମ, କରୁଣା ର ଅଖଣ୍ଡ ସାଗର । ଭକ୍ତିରେ ଦେବୀ ସlଦ୍ଵୀ ସତୀ ଅନୁସୟା ।ବାଃ ଅରଣ୍ୟ ତୋ ଜୀବନ ଧନ୍ୟ ହେଇଗଲା । ଏତେ କମ ବୟସର ଝିଅ ହେଇ କେତେ ଅଣ୍ଡରଷ୍ଟlଣ୍ଡିଂ ଅଛି । ଏପଟେ ଅନନ୍ୟାଙ୍କ କଥା ଶୁଣି, ମାନସ ବାବୁ ଭୋ ଭୋ ହେଇ କାନ୍ଦି ପକେଇଲେଣି। ମନୋଜ ଆଖିରେ ଲୁହ । ସତରେ କେଡେ ଭାଗ୍ୟବାନ ସେ , ଯେ ତାକୁ ଅନନ୍ୟା ଭଳି ଭଉଣୀ , ଅରଣ୍ୟଙ୍କ ଭଳି ଭିଣୋଇ ଭାଇ ଆଉ ମାନସଙ୍କ ଭଳି ବଡ଼ ଭାଇ ଆଜି ମିଳିଛି । ଏପଟେ ମାନସ ବାବୁଙ୍କ ଆଖିରେ ତତଲା ଲୁହ ଗୁଡ଼ା କହୁଛି ବାଃ ମାନସ , ତୋର ସବୁ ଦୁଃଖ ଦୂର ହେଇଗଲା । ନିଜକୁ ଅନାଥ ଭାବୁଥିବା ତୋର ଏହି ନିରୀହ ମନ ପ୍ରାଣ କୁ ଏବେ ସମ୍ପର୍କର ସୂତା ଖିଅ ମିଳିଲା । ଅରଣ୍ୟ ଭଳି ସାଙ୍ଗ ଏବଂ ରାଏ ବାହାଦୁର ପରିବାର ଭଳି ଏକ ଭିନ୍ନ ପରିବାର ମିଳିଗଲା ଯେଉଁଠି ଅଛି କେବଳ ଶାନ୍ତି ହିଁ ଶାନ୍ତି । ସକାଳ ହେଲା , ସହରରୁ ବହୁତ ବଡ଼ ବଡ଼ ପାର୍ଲର ରୁ ଅlର୍ଟିଷ୍ଟ ଆସି ମେକପ କରିବାରେ ବ୍ୟସ୍ତ ଅନନ୍ୟା ଙ୍କୁ । କିଛି ସମୟ ମଧ୍ୟରେ ଅନନ୍ୟା ସଜ୍ଜ ବାଜ୍ ହେଇ ବାହାରିଲେ ପୂଜା କରିବାକୁ । କିଛି ସମୟ ମଧ୍ୟରେ ସମସ୍ତେ ପୂଜା କରିବାକୁ ଚାଲିଗଲେ ମୁକ୍ତେଶ୍ଵର ମହାଦେବଙ୍କ ମନ୍ଦିର ରେ ଥିବା ଦେବୀ ସତୀ ସାବିତ୍ରୀଙ୍କ ପାଖକୁ । ପୂଜା ସରିବା ପରେ ଅରଣ୍ୟ , ଅନନ୍ୟା ଏବଂ ସମସ୍ତ ରାଏ ବାହାଦୁର ପରିବାର ଘରକୁ ଫେରି ସଭିଙ୍କ ଆଶୀର୍ବାଦ ନେବା ସହିତ ଅନନ୍ୟା ମଧ୍ୟ ପ୍ରଥମେ ଅରଣ୍ୟଙ୍କୁ ସାଷ୍ଟାଂଗ ପ୍ରଣିପାତ କରି ଅନ୍ୟ ଗୁରୁଜନଙ୍କ ଆଶୀର୍ବାଦ ନେଲେ । ଅନନ୍ୟାଙ୍କ ଏହି ଭିନ୍ନ ଏକ ରୂପ ଦେଖି ଅରଣ୍ୟ କେବଳ ଚାହିଁ ରହିଥିଲେ ତାଙ୍କର ସୁନ୍ଦରୀ ପତ୍ନୀ ଅନନ୍ୟା ରାଏ ବାହାଦୁରଙ୍କ ମୁହଁକୁ ..!! କ୍ରମଶଃ... ✍️ପ୍ରଶାନ୍ତ କୁମାର ବିଦ୍ୟାଧର ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।

Comments