SS Publication
SS Publication
May 27, 2025 at 05:23 PM
ଆଇଡିଆ ବକ୍ସ ଥିମ୍ _ ତୋ ମୋ ମଧ୍ୟରେ ଦୂରତା ଗଳ୍ପ ଶୀର୍ଷକ _ ଅନ୍ତିମ ନିଷ୍ପତି ତା _୨୭/୦୫/୨୫ ଉଦୟଗିରି,ଖୋର୍ଦ୍ଧା, ଓଡ଼ିଶା ।। ପ୍ରିୟ ସାଗରିକା ,     ଶୁଭେଚ୍ଛା ସହିତ ,ଢେର ସାରା ଶୁଭକାମନା ମୋର ଗ୍ରହଣ କରିବ।"ପ୍ରିୟ ସାଗରିକା" କହିବlର ଅଧିକାର ମୁଁ ସେହିଦିନ ହରାଇ ଦେଇଛି ଯେଉଁଦିନ ତୁମେ "ଅନ୍ତିମ ନିଷ୍ପତି " ନେଇ ମୋ ଗାଲରେ ଶକ୍ତ ଚାପୁଡ଼ା ର ଆଘାତ ଦେଇଥଲ। ପ୍ରିୟ ସାଗରିକା କହିବlର ଅଧିକାର ମୁଁ ସେହିଦିନ ହରାଇ ଦେଇଛି ଯେଉଁଦିନ ତୁମେ "ଅନ୍ତିମ ନିଷ୍ପତି " ନେଇ କୋର୍ଟ ର ଦ୍ବାରସ୍ଥ ହେଇଥିଲ ,"ସେ ସୌଭାଗ୍ୟ ସହିତ। ହରାଇ ଦେଇଛି ମୁଁ ମୋର ସମସ୍ତ ପରିଚୟ । ତଥାପି.. "ଇନ୍ଦ୍ରିୟ ଜଗତରେ, କଳ୍ପନା ହେଉଛି ସୁଖର ଆରମ୍ଭ ଏବଂ ଶେଷ ଯାହା ଦୁଃଖର କାରଣ ହୋଇଥାଏ।" ତେଣୁ ତୁମକୁ ଅଧିକ କଣ ମୁଁ ବୁଝାଇ ପାରିବି ସlଗରିକା। "ଭଗବାନ ସମସ୍ତ ପ୍ରାଣୀମାନଙ୍କ ହୃଦୟରେ ବାସ କରନ୍ତି, ଏବଂ ତାଙ୍କର ଭ୍ରମର ଶକ୍ତି ସହିତ, ସେ "ସେମାନଙ୍କୁ ଏକ ପାତ୍ର ପରି ଘୂର୍ଣ୍ଣନ କରନ୍ତି। ଇନ୍ଦ୍ରିୟ, ମନ ଏବଂ ବୁଦ୍ଧି କାର୍ଯ୍ୟର ବାସସ୍ଥାନ କୁହାଯାଏ । ଇନ୍ଦ୍ରିୟ, ମନ ଏବଂ ବୁଦ୍ଧି ନିୟନ୍ତ୍ରଣ କରି ଏହି କାର୍ଯ୍ୟ, ଜ୍ଞାନକୁ ଆବୃତ କରେ ଏବଂ ମଣିଷକୁ ବିଭ୍ରାନ୍ତ କରେ।" "ସାଗରିକା , ମଣିଷ ଜନ୍ମରୁ ଗରିବ ହୋଇଥାଇପାରେ କିନ୍ତୁ ଜନ୍ମରୁ ରୋଗଗ୍ରସ୍ତ ହୋଇ ନଥାଏ। ମଣିଷ ତାର ମାନସିକ ଭାରସାମ୍ୟ ସେତେବେଳେ ହରାଇ ବସେ ଯେତେବେଳେ ସେ , ନିଜଠାରୁ ଅତ୍ୟଧିକ ପ୍ରେମ କରୁଥିବା ବ୍ୟକ୍ତିକୁ ହରାଇ ବସେ । ତା'ପରେ ଜଣେ ସ୍ବାମୀ କେବେ ହେଲେ ଚାହିଁବ ନାହିଁ ଯେ ତାର ପ୍ରିୟ ପତ୍ନୀ ଆଉ କlହା ସହିତ ସମ୍ପର୍କ ରଖୁ। ତେଣୁ ମୁଁ କିପରି ଏସବୁ ମାନି ନେବି ଯେ ତୁମେ ବିବାହ ମୋତେ କରିବା ପରେ ଆଉ କାହା ସହିତ ଗୁପ୍ତ ସମ୍ପର୍କ ରଖ ବୋଲି । ଦୁଇଟି କାରଣ ପାଇଁ ମଣିଷ ସମ୍ପୂର୍ଣ୍ଣ ବଦଳି ଯାଇଥାଏ, ସେହି ଟି' ହେଲା - "କେହି ଖାସ୍ ଲୋକ ଜୀବନକୁ ଆସିଲେ"  କିମ୍ବା "କେହି ଖାସ୍ ଲୋକ ଜୀବନରୁ ଦୂରେଇ ଗଲେ" । ତୁମେ ଶେଷରେ ମୋ ସହିତ, ମୋ ନିଷ୍ପତି କୁ ବଦଳାଇ ଦେଲ ।    ସାଗରିକା ତୁମେ ଜାଣିଛ , ସେଦିନ ତୁମର ମନରେ ଥିବା "ଅନ୍ତିମ ନିଷ୍ପତି " ସଂପୂର୍ଣ୍ଣ ଭୁଲ ଥିଲା କିନ୍ତୁ ତୁମକୁ ବାରମ୍ବାର ଅନୁରୋଧ କରିବାପରେ ମଧ୍ୟ ତୁମେ ମୋ କଥାକୁ ଟିକେ ମଧ୍ୟ ଖାତିରି କରିଲ ନାହିଁ । ବାରମ୍ବାର ମନାକରିବା ସତ୍ତ୍ୱେ ମଧ୍ୟ ତୁମେ ସେ ସୌଭାଗ୍ୟ ସହିତ ସମ୍ପର୍କ ସ୍ଥାପନ କରିଲ । ଖାଲି ସେତିକି ନୁହେଁ , ତୁମେ ମୋତେ ଚିଟ୍ କରିଲ , ତଥାପି ମୁଁ ତୁମକୁ କ୍ଷମା କରିଲି କିନ୍ତୁ ତୁମେ ଏବେ ମଧ୍ୟ ତୁମ ଜିଦ୍ଦିରୁ ଫେରିଲ ନାହିଁ ଯାହାଦ୍ବାରା ତାର ଫଳାଫଳ କଣ ହେଲା ତୁମେ ଜାଣିଛ । ତଥାପି ଯଦି ମନ ନାହିଁ ମୁଁ ତାର ପୁନରାବୃତ୍ତି କରୁଛି ...      ଏତ ଦ୍ଵାରା ସର୍ବ ସମ୍ମତି ଅନୁସାରେ , କୋର୍ଟ ଏହି ପରିଣାମ ରେ ଉପନୀତ ହେଲା ଯେ , ଭାରତୀୟ ପିଙ୍ଗଳ କୋଡ଼ ଛାଡପତ୍ର ଆଇନ, ୧୮୬୯ର ଧାରା ୧୦କ ଅନୁଯାୟୀ ଦମ୍ପତି ଅତି କମରେ ଦୁଇ ବର୍ଷ ପାଇଁ ପୃଥକ ରହିଥିବାରୁ ଏବଂ ଦମ୍ପତି ଏହା ପ୍ରମାଣ କରିଲେ ଯେ ସେମାନେ ଏହି ସମୟ ମଧ୍ୟରେ ସ୍ୱାମୀ ଏବଂ ସ୍ତ୍ରୀ ଭାବରେ ରହିନାହାଁନ୍ତି। ତେଣୁ ଭାରତୀୟ ପିଙ୍ଗଳ କୋଡ଼ ଛାଡପତ୍ର ଆଇନ, ୧୮୬୯ର ଧାରା ୧୦କ ଅନୁଯାୟୀ ଦମ୍ପତିଙ୍କୁ ପୃଥକ ହେଇ ଜୀବନ ଯାପନ କରିବାକୁ ବିରରାଳୟ ଆଦେଶ ଦେଲା ଏବଂ ଦମ୍ପତିଙ୍କ ତ୍ୟାଗପତ୍ରକୁ ସରକାରୀ ଭାବେ ଅନୁମୋଦନ କରିଲା । ଦ କୋର୍ଟ ଇଜ୍ ଆଡଲ୍ଡ ।।   କୋର୍ଟ ନିର୍ଦ୍ଦେଶ କ୍ରମେ ସାଗରିକା ଏବଂ ସୁରଜ ଦୁହେଁ ଅଲଗା ହେଇଗଲେ । କିଛି ସମୟ ମଧ୍ୟରେ ଦୁହିଁଙ୍କ ମଧ୍ୟରେ ଥିବା ଦୂରତା ସବୁଦିନ ପାଇଁ ପୁଣି ବଢିଯିବ । କିନ୍ତୁ ମୋ ମନରେ ଆସୁଛି ଦୟା ସାଗରିକା କେବଳ ତୁମପାଇଁ । ତେଣୁ ମୁଁ ତୁମକୁ ପଛରୁ ଡାକି କହିଲି, ସlଗରିକା ଟିକେ ଶୁଣ...! ଶୁଣ, ସାଗରିକା... ଏ ଜୀବନ ବହୁତ ଛୋଟ,ତେଣୁ ସେହି ମଣିଷ ସହିତ ଅଧିକ ସମୟ ବିତେଇବା ପାଇଁ ଚେଷ୍ଟା କର, ଯିଏ କି ତୁମକୁ ସବୁବେଳେ ଖୁସି ଓ ଭଲ ପାଇବା ଦେବାକୁ ଚାହିଁଥାଏ । ନଚେତ କିଛି ଲୋକ କେବଳ ସ୍ବାର୍ଥ ପାଇଁ ଖୋଜନ୍ତି ଆଉ ସରିଗଲା ପରେ ତୁ କିଏ ନାଁ ମୁଁ କିଏ ..!! ମୁଁ ଜାଣିଛି ତୁମେ ଆଉ ମୋର ହେଇ ନାହିଁ,କାରଣ ମୁଁ ଜଣେ ଲିଭର କ୍ୟାନ୍ସର ରୋଗରେ ପୀଡିତ ବ୍ୟକ୍ତି ।ମୋ ଦେହରେ ହେଇଥିବା ରୋଗ କଣ ତୁମକୁ ଏତେ ଆଘାତ ଦେଇଛି ଯେ ତୁମେ ଶେଷରେ ମୋତେ ଛାଡ଼ି ନିଜର ଜୀବନ ବିତାଇବା ପାଇଁ ଅନ୍ୟ ପନ୍ଥା ବାଛିନେଲ। କଥାରେ ଅଛି ଅସୁବିଧା ସମୟରେ ବନ୍ଧୁଙ୍କୁ ଚିହ୍ନିବ। ବିବାହ ପରେ ପୁଅକୁ ଏବଂ ଗରିବ ଅବସ୍ଥାରେ ସ୍ତ୍ରୀ କୁ ଚିହ୍ନିବ ତଥା ରୋଗଗ୍ରସ୍ତ ସମୟରେ ସ୍ବାମୀ କୁ । ଆଜି ଯଦି ମୋ ପ୍ରତିବଦଳରେ ତୁମକୁ ଲିଭର କ୍ୟାନ୍ସର ହେଇଥାନ୍ତା କଣ ତୁମକୁ ମୁଁ ଏଭଳି ଦୟନୀୟ ଅବସ୍ଥାରେ ଛାଡ଼ି ଯାଇଥାନ୍ତି ..! ବିଲ୍କୁଲ ନୁହେଁ । ମୁଁ ମୋର ସମସ୍ତ ସମ୍ପତି , ସମସ୍ତ ବ୍ୟାଙ୍କ ବାଲାନ୍ସ ଖର୍ଚ୍ଚ କରି ତୁମକୁ ସୁସ୍ଥ କରିଥାନ୍ତି କିନ୍ତୁ ଆଜି ମୋର ଏହି ବିପତ୍ତି ରେ ତୁମେ ମୋ ହାତ ଛାଡ଼ି ସେ ସୌଭାଗ୍ୟ ସହିତ ବିବାହ କରିବାକୁ ମନସ୍ଥ କରିଛ । ଠିକ୍ କରିଛ ତୁମେ ସାଗରିକା। ଏଇ ଦୁନିଆରେ କିଏ ନିଜର , ସମସ୍ତେ ସ୍ୱାର୍ଥପର । କିନ୍ତୁ ସମ୍ପର୍କ ଛିଣ୍ଣ୍ କରିବା ପୂର୍ବରୁ କଣ ତୁମେ ଥରେ ମୋ ସହିତ "ଶେଷ ଡିନର" କରିବାକୁ ଇଚ୍ଛା କରିବ ?    ସlଗରିକା ,ତୁମେ ଟିକେ ହସିଲ ଏବଂ କହିଲ ୱାଇ ନଟ..! "ତୋ ମୋ ମଧ୍ୟରେ ଦୂରତା" ବଢ଼ି ଯାଇଛି ସତ ସୁରଜ କିନ୍ତୁ "ଶେଷ ଡିନର" ଅବଶ୍ୟ କରିବି । କାହିଁକି ନାଁ ତୁମର ଶେଷ ଇଚ୍ଛା ଯେଉଁ ପୁରଣ କରିବାର ଅଛି ..!! ସାଗରିକା ... କିନ୍ତୁ "ଯାହା ବାସ୍ତବ ନୁହେଁ, ସେ ବିଷୟରେ ଭୟ କର ନାହିଁ କିମ୍ବା କେବେ ହେବ ନାହିଁ । ବାସ୍ତବ କ’ଣ, ଏହା ସର୍ବଦା ଥିଲା ଏବଂ କେବେ ବି ନଷ୍ଟ ହୋଇପାରିବ ନାହିଁ।" ତୁମେ ମୋର ଇଚ୍ଛା ପୂରଣ କରିବାକୁ ଆସିଛ ସତ କିନ୍ତୁ କିଛି ସତ୍ୟ ତୁମେ ଜାଣି ନାହିଁ ଯାହା ମୁଁ ଜାଣିଛି । ତଥାପି ମୁଁ ତୁମକୁ ପ୍ରେମ କରୁଛି । ଜାଣିନି ଏହି ପ୍ରେମ କଣ ? ତଥାପି ପ୍ରେମ କରେ । ଜାଣିନି ମାନବିକତା କଣ ? କିନ୍ତୁ ମଣିଷ କୁ ଭଲପାଏ। ଜାଣିନି ସମ୍ପର୍କ କଣ ? ତଥାପି ସମ୍ପର୍କକୁ ବଞ୍ଚାଇବାକୁ ଅନେକ ଚେଷ୍ଟା କରିଛି ।ମୋତେ ପ୍ରେମ କରିବା ଆସୁନି ପ୍ରିୟେ , ବାସ ତୁମେ ଭଲ ଲାଗିଲ । ତାପରେ ତୁମେ ଭଲ ଲାଗିଲ କିନ୍ତୁ ଆଉ କିଛି ଭଲ ଲାଗିଲା ନାହିଁ ..! ଏବେ ତୁମେ କୁହ "ତୁ ଆଉ ମୁଁ " ର ପରିଚୟ କଣ ...? ଜାଣିଛି , ତୁମେ ଏସବୁ ର ଉତ୍ତର କହିପାରିବ ନାହିଁ ? କାରଣ ତୁମ ଆଖି ସାମ୍ନାରେ ସୁନେଲି ସ୍ବପ୍ନ ଗୁଡ଼ା ନିଜ ଡେଣା ମେଲେଇ ଉଡ଼ି ବୁଲୁଛନ୍ତି । କିନ୍ତୁ ମୁଁ ଏଠାରେ ଶାନ୍ତିରେ ନାହିଁ ସାଗରିକା । କିପରି ରହିବି ମୁଁ ଶାନ୍ତିରେ ? ଆରେ ଜୀବନରେ କିଛି ବର୍ଷ, କିଛି ମାସ କିମ୍ବା କିଛି ଦିନ ହେଉନା କାହିଁ ଆମେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେଇଥିଲେ । ମୁଁ ଥିଲି ମୋ ଜଗତର ସମ୍ରାଟ ଏବଂ ତୁମେ ଥିଲ ମୋର ସlମ୍ରlଜ୍ଞୀ। କିନ୍ତୁ ତୁମର ଏହି ଲୋଭ ମୋହ ମାୟା , ତୁମ ଜୀବନକୁ ନଷ୍ଟ କରିସାରିଲାଣି । ତୁମ ବୁଦ୍ଧି ଭ୍ରଷ୍ଟ ହେଇଯାଇଛି । ତୁମେ ଜଣେ ଇତର ପୁରୁଷ ପ୍ରେମରେ ପଡ଼ି ନିଜର ସର୍ବନାଶ କରିବାକୁ ମଧ୍ୟ ପଛାଇଲ ନାହିଁ । କିନ୍ତୁ ତଥାପି ମୋର କାହିଁ କେଜାଣି ତୁମ ପାଇଁ ଅହେତୁକ ଭଲପାଇବା ଆଜି ମଧ୍ୟ ଅଛି ମୁଁ ଜାଣି ପାରୁନି ।    ସାଗରିକା ,ତୋ ମୋ ମଧ୍ୟରେ ଦୂରତା ବଢ଼ି ଯାଇଛି ଯାହା ଦ୍ଵାରା ସାମ୍ନାରେ ଦେଖିଲା ପରେ ମଧ୍ୟ ମୁଁ ଏହି ଚିଠି ର ସାହାରା ନେବାକୁ ପଡୁଛି । ତୁମେ ସିନା ମୋତେ କହିଥିଲ ଯେ ତୁମ ପାଇଁ ମୁଁ ପଚାଶ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବି ନାହିଁ କିନ୍ତୁ ତୁମେ ମୋ ପାଖକୁ ଏବେ ମଧ୍ୟ ଫେରିଆସ ସାଗରିକା କାରଣ ରୋଗୀ ମୁଁ ନୁହେଁ । ରୋଗୀ ସ୍ଵୟଂ ତୁମେ । ତୁମକୁ ହେଇଛି ଲିଭର କ୍ୟାନ୍ସର । ତୁମ ପାଖରେ ସମୟ ଖୁବ କମ । ଆମ ଡିଭୋର୍ସ ଫାଇଲ ହେଲା ଦିନ ସନ୍ଧ୍ୟାରେ ମୁଁ ଏହି ଖବର ପାଇଲି ଡାକ୍ତର ଅନୁରାଗଙ୍କ ଠାରୁ ।ଯେଉଁଦିନ ଆମେ ମେଡିକାଲ ଯାଇଥିଲେ ସେଦିନ ତୁମର ମଧ୍ୟ ବ୍ଲଡ଼ ସlମ୍ପଲ୍ ଡାକ୍ତର ନେଇଥିଲେ କିନ୍ତୁ ବ୍ଲଡ଼ ଟେଷ୍ଟ କରିଥିବା ଫିଜୀସିଆନ ଙ୍କ ଭୁଲ ମନ୍ତବ୍ୟ ପାଇଁ ସେ ରିପୋର୍ଟ ରେ ତୁମ ନାମ ପ୍ରତିବଦଳରେ ମୋ ନାମଲେଖା ଥିଲା । ଆଉ ତାପରେ ତୁମ ସାମ୍ନାରେ ସବୁ କିଛି ଅଛି । ସବୁକିଛି ଜାଣିବା ପରେ ମଧ୍ୟ ମୁଁ ତୁମକୁ ଡିଭୋର୍ସ ଦେବାକୁ ରାଜି ନଥିଲି କିନ୍ତୁ ତୁମେ ଯେତେବେଳେ ତୁମର " ଅନ୍ତିମ ନିଷ୍ପତି" ନେଇ ସାରିଛ ତାପରେ ମୁଁ ତୁମର ଶେଷ ଇଚ୍ଛା ପୂରଣ କରିବାକୁ ବାଧ୍ୟ ହେଲି । ଏବେ ତୁମ ପାଖରେ ସମୟ ଖୁବ୍ କମ। ତୁମେ ଡାକ୍ତରଙ୍କ ପାଖକୁ ଚାଲ ମୁଁ ଆଉ ତୁମର ଏହି " ଅନ୍ତିମ ନିଷ୍ପତି" କୁ ସମ୍ମାନ ଦେଇ ତୁମ ଜୀବନ ବିପଦରେ ପକାଇବା ପାଇଁ ଚାହୁଁନାହିଁ । ମୁଁ ଆସୁଛି ତୁମ ପାଖକୁ ସାଗରିକା । ମୁଁ ଆସୁଛି । ମୁଁ ତୁମକୁ ଶେଷ ସମୟରେ ଜଣେ ନାରୀ ମାଂସ ଲୋଭି କୁକୁର ହାତରେ ସମର୍ପଣ କରିପାରିବି ନାହିଁ । ।।ଇତି । । ସୁରଜ । ସୁରଜଙ୍କ ଚିଠି ପାଇବା ପରେ ମିସ୍ ସାଗରିକା ଚିଠି ପଢ଼ି ଖୁବ୍ ହସିଲେ ଏବଂ ସୌଭାଗ୍ୟ କୁ କହିଲେ ଦେଖୁଛ ସୌଭାଗ୍ୟ , ମୋ ପାଇଁ କେତେ ପାଗଳ ଏହି ଲୋକଟା । " ଅନ୍ତିମ ନିଷ୍ପତି " ନେବା ପରେ ମଧ୍ୟ ସେ ମୋ ପଛରେ ପଡିଛି କିନ୍ତୁ ସୌଭାଗ୍ୟ ସତ କଣ ଜାଣିଛ ତୁମେ ? ମୁଁ ତୁମକୁ ବର୍ବାଦ କରିବାକୁ ଚାହୁଁଥିଲି କାରଣ , ମୋ ସ୍ବାମୀ ସୁରଜ ମୋର ଥିଲେ , ଅଛନ୍ତି ଏବଂ ରହିବେ କିନ୍ତୁ ତାଙ୍କୁ ମୁଁ କଷ୍ଟ ଦେବାକୁ ଚାହୁଁ ନଥିଲି ଯେ ମୋର ଲିଭର କ୍ୟାନ୍ସର ହେଇଛି ବୋଲି ଜାଣି ସେ ଦୁଃଖ ପାଆନ୍ତୁ। ଆଉ ତାଙ୍କ ସାମ୍ନାରେ ତୁମର ଅସଲୀ ଚେହେରା ପଦାକୁ ବାହାର କରିବା ପାଇଁ ମୁଁ ଜଣେ କୁଳବଧୁ ରୁ କୁଲଟା ଆଖ୍ୟା ନେଇ ମରିଯିବି । କିନ୍ତୁ ଏବେ ସବୁ ସମ୍ପତି ମୁଁ ତାଙ୍କ ନାମକୁ ଟ୍ରଂlସ୍ଫାର କରିସାରିଛି । ତୁମେ ଧୋକ୍କା ଦେଇ ଅର୍ଜ୍ଜନ କରିଥିବା ଧନ ଏବେ ନାହିଁ ତୁମ ପାଖରେ । ସାଗରିକାଙ୍କ କଥା ଶୁଣିବା ପରେ ସୌଭାଗ୍ୟ ଅବାକ୍ ହେଇ ଚାହିଁ ରହିଥିଲେ ତାଙ୍କୁ ଏବଂ ହଠାତ ହସି ହସି ଜୀବନ ହରାଇ ଥିଲେ ସlଗରିକା । ✍️ପ୍ରଶାନ୍ତ କୁମାର ବିଦ୍ୟାଧର।। ଉଦୟଗିରି , ଖୋର୍ଦ୍ଧା, ଓଡ଼ିଶା ।।

Comments