
SS Publication
May 28, 2025 at 06:26 PM
ଶୀର୍ଷକ _ ଲଭ୍ ୟୁ ହିଟଲର_ ଭାଗ୫୨
#ପ୍ରତିଲିପି ସୁପର୍ ରାଇଟର୍ ପ୍ରତିଯୋଗିତା - 2025
(ଧାରାବାହିକ,ଉପନ୍ୟାସ,ପ୍ରେମ,ବନ୍ଧୁତା,ପାରିବାରିକ)
ଅନନ୍ୟାଙ୍କ କଥାରେ ଅରଣ୍ୟ କହିଲେ ଦେଖ ଅନନ୍ୟା ମୁଁ ସାଧାରଣ ମଣିଷଙ୍କ ଭଳି ବ୍ୟବହାର କରିପାରୁନି କାରଣ ଏଇ ଶରୀର ମୋର କିନ୍ତୁ ଚେଷ୍ଟାକରି ମଧ୍ୟ ସେମିତି କିଛି କରିପାରୁନି ।
ଅରଣ୍ୟ ଙ୍କ ମୁହଁରୁ ଅନନ୍ୟା, ଏସବୁ ଶୁଣି ଶୁଣି ଅନନ୍ୟା ଖୁବ୍ ନିଦରେ ଶୋଇ ଯାଇଛନ୍ତି କିନ୍ତୁ ଅରଣ୍ୟ କହିଚାଲିଛନ୍ତି ଯେ ଅନନ୍ୟା ତୁମେ ଏମିତି ଖୁସିରେ ରୁହ । ଖୁବ୍ ସ୍ଵତନ୍ତ୍ର , ଖୁବ୍ ମଜାରେ , ଖୁବ୍ ଆରାମରେ । ତୁମ ଖୁସି ମୋ ପାଇଁ ସବୁଠାରୁ ବଡ଼ ଖୁସି । କିନ୍ତୁ ଅନନ୍ୟା ଙ୍କୁ ବାରମ୍ବାର ଡାକିବା ଭିତରେ ସେ ଯେତେବେଳେ ଦେଖିଲେ ଯେ ଅନନ୍ୟା ଖୁବ୍ ନିଦରେ ଶୋଇଯାଇଛନ୍ତି ସେ ମନେ ମନେ ଭାବିଲେ ଆରେ ବଡ଼ ଅଜବ ସ୍ତ୍ରୀ ଏହି ଅନନ୍ୟା । ମୁଁ ଏଠାରେ ବକ୍ ବକ କରୁଛି କିନ୍ତୁ ମ୍ୟାମ ଆରାମରେ ଶୋଇ ଘୁଙ୍ଗୁଡ଼ି ମାରିବାରେ ବ୍ୟସ୍ତ ।
ଏମିତି କିଛି ସମୟ ବିତିଗଲା । ଅରଣ୍ୟ ସେମିତି ଅନନ୍ୟାଙ୍କ ମୁହଁକୁ ଚାହିଁ ଚାହିଁ ଖୁସି ହେଇ ଭାବୁଛନ୍ତି ସତରେ କେତେ ନୀରିହ ମୋର ପ୍ରିୟା । କେତେ ସରଳ ତାଙ୍କ ମନ ଓ ହୃଦୟ । କେତେ ସୁନ୍ଦର ଏଇ ଚେହେରା ..! ଏମିତି ଭାବନା ମଧ୍ୟରେ ଅରଣ୍ୟ ମଧ୍ୟ ଅନନ୍ୟାଙ୍କ ଛାତିରେ ମୁଣ୍ଡ ଦେଇ ଶୋଇ ଯାଇଛନ୍ତି । ସକାଳ ପାହିଲା ବେଳକୁ ଅରଣ୍ୟ ନିଜକୁ ସମ୍ଭାଳି ନେଲେ । ଅନନ୍ୟା ତାଙ୍କୁ କୋଳେଇ ଶୋଇଛନ୍ତି ତେଣୁ ତାଙ୍କ ହାତକୁ ଧିରେ ଧିରେ କାଢି ସେ ଚାଲିଗଲେ ଲନ ଉପରକୁ ।
ଅନନ୍ୟା ନିଦରୁ ଉଠିଲେ । ସମୟ ପ୍ରାୟ ୬ ଟା ବାଜି ୧୫ ମିନିଟ ହେଇଛି । ଏତେ ବଡି ଭୋଅରୁ ଅରଣ୍ୟ ଙ୍କୁ ପଲଙ୍କ ଉପରେ ନଦେଖି ଅନନ୍ୟା ପାଗଲିନୀ ଭଳି ଖୋଜିବାକୁ ଲାଗିଲେ । ସେ ସେହି ନାଇଟ୍ ସୂଟ ରେ ସଂପୂର୍ଣ୍ଣ ଘରଟା ଦରାଣ୍ଡି ସାରିବା ପରେ ଜଣେ ଗାର୍ଡ ଙ୍କୁ ପଚାରିଲେ ଯେ , ଆପଣ ଅରଣ୍ୟ ଙ୍କୁ ଦେଖିଛନ୍ତି ? ଗାର୍ଡ ଜଣଙ୍କ ଉତ୍ତର ରେ କହିଲେ ଯେ ବାବୁ ଲନ୍ ରେ ଅଛନ୍ତି ।
ଅନନ୍ୟା ତୁରନ୍ତ ଲନ୍ କୁ ଚାଲିଗଲେ । ସେ ସେଠାକୁ ଯିବା ସମୟରେ ଦେଖିଲେ ଯେ ଅରଣ୍ୟ ଏବଂ ମାନସ ଖୁବ୍ ଜୋର୍ ସୋର୍ ରେ ଫାଇଟ କରୁଛନ୍ତି। କେତେବେଳେ ଅରଣ୍ୟ , ମାନସ ଙ୍କୁ ମlରୁଛନ୍ତି ତ ପୁଣି କେବେ ମାନସ , ଅରଣ୍ୟ ଙ୍କୁ ମାରୁଛନ୍ତି। ଏଭଳି ଦୃଶ୍ୟ ଦେଖି ଅନନ୍ୟା ଚମକି ପଡି କହିଲେ ଆରେ ଆରେ ଏ ଦୁଇଜଣ ଏତେ ସକାଳୁ ଫାଇଟ୍ କରୁଛନ୍ତି କଣ ପାଇଁ । ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଭଲ , ମିଳାମିଶା ଭଲ କିନ୍ତୁ ଏମିତି ଝଗଡ଼ା ର କାରଣ କଣ ?
ଝଗଡ଼ା କାରଣ ବୁଝିବା ଆଗରୁ , ଗାର୍ଡ ଜଣକ ଆସି କହିଲେ ମାମ , ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ଏହି ଦୁଇଜଣ ଏଠାରେ ଅଭ୍ୟାସ କରୁଛନ୍ତି ଅନେକ ସମୟରେ ।
ଗାର୍ଡଙ୍କ କଥା ଶୁଣିବା ପରେ ଅନନ୍ୟା , ପୁଣି ଚୁପ ଚାପ ହେଇ ଲୁଚି ଠିଆ ହେଇ ଦୁହିଁଙ୍କ ଫାଇଟ ଦେଖିବାକୁ ଲାଗିପଡିଲେ । ଦୁହେଁ କେହି କାହାକୁ କମ ନୁହନ୍ତି । ଅରଣ୍ୟ ଙ୍କ ଫାଇଟିଙ୍ଗ ସ୍କିଲ୍ ଦେଖି ଅନନ୍ୟା ଆଚମ୍ବିତ ହେଇ ଭାବୁଛନ୍ତି ଯେ ଯାହାର ଫାଇଟିଂ ସ୍କିଲ ଏତେ ଷ୍ଟ୍ରଙ୍ଗ ମୁଁ ତା ପାଇଁ କିପରି ବଡି ଗାର୍ଡ ହେଇପାରିବି । ଏଇ ଦୁହେଁ ତ ମାଷ୍ଟର ଆର୍ଟ ଷ୍ଟେଜ ଟୁ ଅlର୍ଟିଷ୍ଟ । ଆରେ ବାପରେ ଏଇ ଘରେ ତେବେ ଅନେକ ମାର୍ଶାଲ ଆର୍ଟ ମାଷ୍ଟର ଥିବେ । ଏ ଅନନ୍ୟା ତୁ କେଉଁ ଭ୍ରମରେ ଅଛୁ ଯେ ? ଏଇ ମାନସ ବାବୁଙ୍କୁ ଦେଖ । ଦିନସାରା ଅରଣ୍ୟ ସାର , ଅରଣ୍ୟ ସାର ହେଉଛନ୍ତି ଆଉ ମାନସ ବାବୁଙ୍କ କାହାଣୀ ମଧ୍ୟ କିଛି ଅଲଗା ।
ଅରଣ୍ୟ ଏବଂ ମାନସ ଙ୍କ ମଧ୍ୟରେ ଚାଲିଥିବା ଫାଇଟି ଧୀରେ ଧୀରେ କୁସ୍ତି ରେ ବଦଳିଲା । ଅରଣ୍ୟ ଏବଂ ମାନସ ଙ୍କ ମଧ୍ୟରେ ଯୁଦ୍ଧ ତୀବ୍ରତର ହେଲା । ଅରଣ୍ୟ ଙ୍କ ଗୋଟିଏ ମୁଥା ରେ ମାନସ ବାବୁଙ୍କ ମୁହଁରୁ ରକ୍ତ ବୋହିବାରେ ଲାଗିଲା କିନ୍ତୁ ତାର ପର କ୍ଷଣରେ ମାନସ ବାବୁଙ୍କ ମୂଥା ରେ ଅରଣ୍ୟ ତଳେ ପଡ଼ିଗଲେ
। ଅରଣ୍ୟ ତଳେ ପଡ଼ିବା ସହିତ ମାନସ ତାଙ୍କ ଶରୀର କୁ ସଂପୂର୍ଣ୍ଣ ଚାପି ଧରି ତାଙ୍କ ମୁଣ୍ଡ ପାାଖରେ ପିସ୍ତଲ ଟାଣି ଧରି କହିଲେ ଉଠ ଅରଣ୍ୟ ନଚେତ ମୁଁ ଦଶ ପର୍ଯ୍ୟନ୍ତ ଗଣିବା ଭିତରେ ଯଦି ତୁ ଏମିତି ପଡ଼ି ରହିବୁ ତେବେ ମୁଁ ତୋତେ ଗୁଳି କରିବି ।
ମାନସ ବାବୁଙ୍କ ମୁହଁରୁ ଏଭଳି ଶବ୍ଦ ଶୁଣି ଅନନ୍ୟା ସେଇ ନାଇଟ ଗାଉନ ରେ ମାନସ ବାବୁଙ୍କ ପାଖକୁ ଯାଇ କହିଲେ ଏ କଣ କରୁଚ ମାନସ । ଛାଡ଼ ଅରଣ୍ୟ ଙ୍କୁ । ଛାଡ଼ କହୁଚି ପରା । ଏଇଟା ଯୁଦ୍ଧ ଅଭ୍ୟାସ କିନ୍ତୁ ମୃତ୍ୟୁ ର ନୁହେଁ। ତୁମେ ଦୁହେଁ ମଣିଷ କିନ୍ତୁ ତୁମେ ଧରିଥିବା ଏହି ଖେଳନା ପିସ୍ତଲ ର କୌଣସି ଦୟା ମାୟା ନାହିଁ । ସେ ଚଳିବ ମାନେ କାହାର ପ୍ରାଣ ଯିବ । ବନ୍ଦ କର ତୁମେ ଦୁହେଁ ଏହି ତାମସା ।
ଅନନ୍ୟା ଙ୍କ ମୁହଁରୁ ଏସବୁ ଶୁଣିବା ପରେ ମଧ୍ୟ ମାନସ ବାବୁ ନିଜ ଗଣତି ନଛାଡ଼ି ଗଣିବା ସେମିତି ଆରମ୍ଭ ରଖିଲେ ଏବଂ ନିଜ ଗୋଡ଼ ତଳେ ଅରଣ୍ୟ ଙ୍କୁ ରଖି କହିଲେ ଅରଣ୍ୟ ତୁ ଆଜି ମରିବୁ। ତୋର ଶେଷ ସମୟ ଆସିଗଲା । ପ୍ରୟାସ କର ଅରଣ୍ୟ । କିନ୍ତୁ ଅନନ୍ୟା , ମାନସ ବାବୁଙ୍କ ମୁହଁରୁ ଏଭଳି ଶୁଣିବା ପରେ କହିଲେ ଶୁଣ ମାନସ ," ଅରଣ୍ୟ ତୁମ ବସ ! ତାଙ୍କ ଜୀବନ ନେବା ପୂର୍ବରୁ ତୁମକୁ ଏଇ ଅନନ୍ୟା ର ଜୀବନ ନେବାକୁ ପଡ଼ିବ ।
ମାନସ ବାବୁ ସେମିତି ଗଣି ଚାଲିଥାନ୍ତି । ଏପଟେ ଅନନ୍ୟା କିଛି ଉପାୟ ନଭାବି ତୁରନ୍ତ ସେ ଅରଣ୍ୟ ଙ୍କୁ କଭର କରି ଶୋଇଗଲେ ଏବଂ କହିଲେ ମାନସ , କାଲି ତୁମକୁ ଭାଇ କରିଲି କିନ୍ତୁ ମୁଁ ଭୁଲ ଥିଲି । ତୁମେ ପ୍ରକୃତରେ ଯଦି ମୋ ଭାଇ ହେଇଥାନ୍ତ ତେବେ ଭଉଣୀ କୁ ବିଧବା କରିବାର ସୁଯୋଗ ତୁମେ ଖୋଜି ନଥlନ୍ତ। ବାଃ ରେ ନମକ ହାରାମ ମଣିଷ । ବିଶ୍ୱାସ କରିବା ଭଲ କିନ୍ତୁ ଅନ୍ଧବିଶ୍ୱାସ ନୁହେଁ, ଠିକ୍ ସେହିପରି ଆଶା କରିବା ଭଲ କିନ୍ତୁ ପ୍ରତ୍ୟାଶା ନୁହେଁ ।
ଅନନ୍ୟା , ଜଣେ ନିରୀହ କୋମଲମତି ବାଳିକା ଭଳି ଅରଣ୍ୟ ଙ୍କ ଦେହରେ ଗୁଡେ଼ଇ ହେଇ ରହିଛନ୍ତି । ଠିକ୍ ଏହି ସମୟରେ ଅରଣ୍ୟ ନିଜ ଗୋଡ଼କୁ ଟିକେ ଖସାଇ ଦେଇ ଅନନ୍ୟାଙ୍କୁ ଉଠିବାକୁ କହିଲେ ଏବଂ ମାନସ ବାବୁଙ୍କୁ ଠେଲି ଦେଇ ନିଜେ ଉଠିଲେ । ଠିକ୍ ସେହି ସମୟରେ ମାନସ ଏବଂ ଅରଣ୍ୟ ଦୁହେଁ ମିଶି ଖୁବ୍ ଜୋର୍ ସୋର୍ ରେ ହସିବାକୁ ଲାଗିଲେ। ଏପଟେ ଏ ଦୁହିଁଙ୍କ ଏଭଳି ହସ ଦେଖି ଅନନ୍ୟା କେତେବେଳେ ଅରଣ୍ୟ ଙ୍କ। ମୁହଁକୁ ଚାହୁଁଛନ୍ତି ତ ପୁଣି କେତେବେଳେ ମାନସ ବାବୁଙ୍କ ମୁହଁକୁ ଚାହୁଛନ୍ତି । ଠିକ୍ ଏହି ସମୟରେ ଦୂରରୁ ସୁକାନ୍ତ ବାବୁ ଏସବୁ ଘଟଣା ଦେଖି ଚମକି ଗଲେଣି । କାରଣ ଆଜି ପର୍ଯ୍ୟନ୍ତ ମାନସ ଏବଂ ଅରଣ୍ୟ ଙ୍କ ମଧ୍ୟରେ ଏମିତି ପ୍ରବଳ ରୁ ପ୍ରବଳ ଝଗଡ଼ା କେବେ ସେ ଦେଖି ନଥିଲେ ତେଣୁ ସେ ତାଙ୍କର ମାର୍ଶାଲ ଆର୍ଟ ଟିମ୍ ନେଇ ସେଠାକୁ ଆସିବାକୁ ପ୍ରସ୍ତୁତ ହେଉଥିଲେ କି , ମାନସ ବାବୁ କହିଲେ ଦେଖନ୍ତୁ ଭାଉଜ । ବନ୍ଧୁକ ଉଠିଛି ମାନେ ଚାଲିବ । ଠିକ୍ ଏତିକି କହି ମାନସ ଅନନ୍ୟାଙ୍କ ଉପରକୁ ଗୁଳି ମାରି ଦେଲେ ।
ମାନସ ବାବୁଙ୍କ ଗୁଳି ର ଧମାକା ଖୁବ୍ ତୀବ୍ର ଥିଲା ସତ କିନ୍ତୁ ସେ ଗୁଳି ରେ , ଗୁଳି ବଦଳରେ ପାଣି ର ଧାର ଛୁଟିଯାଇଥିଲା । ମାନସ ବାବୁଙ୍କ ଏଭଳି କାଣ୍ଡ ଦେଖି ଅନନ୍ୟା ନିଜର ବୋକlମି କୁ ଲୁଚାଇ କହିଲେ ଏ କଣ ମାନସ ବାବୁ । ସତରେ ଯଦି ବନ୍ଧୁକ ହେଇ ଥାନ୍ତା କଣ ହେଇଥାନ୍ତା । ଆରେ ବାପରେ ତୁମେ ଦୁହେଁ ମୋତେ ସକାଳୁ ସକାଳୁ ଏମିତି ସର୍ପ୍ରାଇଯ ଦେବ ଜାଣିଥିଲେ ମୁଁ ଏଠାକୁ କେବେ ଆସି ନଥାନ୍ତି । ଏହା ଅର୍ଥ ଏସବୁ ତାମସା ଥିଲା ।
ମନୁଷ୍ୟ ଜୀବନ ପାଣି ଫୋଟକା ଯେ
ଆଜି ଅଛି କାଲି ନାହିଁ
ଅଧର୍ମ ଅନ୍ୟାୟ ଅନୀତି ପଛରେ
କି ପାଇଁ ଧାଇଁବା ଭାଇ।
କ୍ରମଶଃ...
✍️ପ୍ରଶାନ୍ତ କୁମାର ବିଦ୍ୟାଧର
ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।