SS Publication
SS Publication
May 30, 2025 at 05:17 PM
ଶୀର୍ଷକ _ ଲଭ୍ ୟୁ ହିଟଲର_ ଭାଗ୫୩ #ପ୍ରତିଲିପି ସୁପର୍ ରାଇଟର୍ ପ୍ରତିଯୋଗିତା - 2025 (ଧାରାବାହିକ,ଉପନ୍ୟାସ,ପ୍ରେମ,ବନ୍ଧୁତା,ପାରିବାରିକ) ମାନସ ବାବୁଙ୍କ ବନ୍ଧୁକ ରୁ ବାହାରିଥିବା ପାଣି ପିଚିକାରି ରେ ଅନନ୍ୟା ସଂପୂର୍ଣ୍ଣ ଓଦା କୁଡୁ ବୁଡୁ ହେଇଗଲେ । କିନ୍ତୁ ଏବେ ମଧ୍ୟ ମନର ଶଙ୍କା କମ ହେବାର ନାହିଁ ତେଣୁ ସେ ଅରଣ୍ୟଙ୍କ ମୁହଁକୁ ପ୍ରଶ୍ନିଲ ଦୃଷ୍ଟିରେ ଚାହିଁ ରହିଲେ । ଅନନ୍ୟାଙ୍କ ଚାହାଣୀ ରେ ଅରଣ୍ୟ ବାବୁ , ମୁଣ୍ଡ ହଲେଇ କହିଲେ ଯେ ଆମର ନିତିଦିନ ଅଭ୍ୟାସ ମଧ୍ୟରୁ ଏହା ମଧ୍ୟ ଏକ କିନ୍ତୁ ତାପରେ ଅନନ୍ୟା ମାନସ ବାବୁଙ୍କୁ ଚାହିଁଲେ ଠିକ୍ ସେହି ଭଙ୍ଗୀରେ । ଅନନ୍ୟାଙ୍କ ପ୍ରଶ୍ନର ଉତ୍ତରରେ ମାନସ ବାବୁ କହିଲେ ଏହା ସତ୍ୟ ଭାଉଜ । ଆପଣଙ୍କ ସାମ୍ନାରେ ଯେଉଁ ମଣିଷ ଠିଆ ହେଇଛନ୍ତି ଏମିତିରେ ତାଙ୍କୁ କେହି ହିଟଲର ଆଖ୍ୟା ଦେଇ ନାହାଁନ୍ତି । ସେ ଜଣେ ଏକ ଛତ୍ରବାଦି ସମ୍ରାଟ । ମୁକୁଟ ନାହିଁ ସତ କିନ୍ତୁ କେଉଁ ସମ୍ରାଟ ଠାରୁ କମ ନୁହଁନ୍ତି। ଆପଣ ଆଜି ଦେଖିଲେ କିନ୍ତୁ ଆମର ଏହା ଦୈନ୍ୟ ଦିନ କାହାଣୀ । ଆମକୁ କାହାର ବଡି ଗାର୍ଡ ଆବଶ୍ୟକ ନାହିଁ । କିନ୍ତୁ ନିଜ ପରିଚୟ ଲୁଚାଇବା ପାଇଁ ଆମେ ବାଧ୍ୟ ହେଇ ବଡି ଗାର୍ଡ ରଖିଛୁ । ମାନସ ବାବୁଙ୍କ କଥା ଶୁଣିବା ପରେ ଅନନ୍ୟା ହସି ପଡିଲେ କିନ୍ତୁ ପରମୁହୁର୍ତ୍ତରେ ତାଙ୍କର ହସ ବେକlବୁ ହେଇଗଲା ଏବଂ ହସ ହସ ମୁହଁଟା ମଳିନ ପଡ଼ି ଲାଜରେ ଝାଉଁଳି ଗଲା କାରଣ ମାନସ ବାବୁଙ୍କ ପିଚକାରୀ ରୁ ବାହାରିଥିବା ଜଳ ର ସ୍ପର୍ଶରେ ତାଙ୍କ ଭରା ଯୌବନ ଫୁଟି ବାହାରି ପଡ଼ିଲା । ସମସ୍ତ କପଡା ଦେହରେ ଲାଖି ରହିଲା । ପାଣିର ସ୍ପର୍ଶରେ ତାଙ୍କ ଦେହରେ ଶିହରଣ ସୃଷ୍ଟି ହେଲା । ମନ ଆକଣ୍ଠିତ ହେଲା ପ୍ରେମର ମଦାହୋଷୀ ଛୁଆଁ ପାଇବାକୁ । ଅନନ୍ୟାଙ୍କ କଣ୍ଠ ବlସ୍ପରୁଧ ହେଲା । ସେ କିଛି କହିବା ପରିବର୍ତ୍ତେ ମୌନ ହେଇ ତଳକୁ ମୁହଁ କରି ଛିଡ଼ା ହେଲେ । କାରଣ ପାଖରେ ଯଦି କେବଳ ତାଙ୍କର ସ୍ବାମୀ ଅରଣ୍ୟ ଥାଆନ୍ତେ ତେବେ ଏତେ ଅନକନ୍ସସ୍ ଫିଲ ହେଇ ନଥାନ୍ତା କିନ୍ତୁ ପାଖରେ ମାନସ ବାବୁ ଏବଂ ସୁକାନ୍ତ ବାବୁ ମଧ୍ୟ ଉପସ୍ଥିତ ଥିଲେ । ଅନନ୍ୟାଙ୍କ ଏଭଳି ପରିସ୍ଥିତି ଦେଖି ସମସ୍ତେ ନିଜ ନଜର ତଳକୁ କରିଦେଲେ ଏବଂ ଅନନ୍ୟା କହିଲେ ପ୍ରକୃତରେ କଣ କି ତୁମକୁ ନଦେଖି ମୁଁ ଏହି ...! ଅନନ୍ୟାଙ୍କ ମନର କଥା ବୁଝି , ଅରଣ୍ୟ ତାଙ୍କ ଉଠରେ ହାତ ଦେଇ କହିଲେ ଯେ ଚୁପ୍ । ମୁଁ ଜାଣିଛି ସବୁ । ତେଣୁ ଏମିତି ଓଦା ହେବାପରେ ତୁମର ଏଠାରେ ବେଶୀ ସମୟ ରହିବା ଉଚିତ ନୁହେଁ ନଚେତ ତୁମର ଦେହ ଖରାପ ହେବ । ଚାଲ ମୁଁ ମଧ୍ୟ ତୁମ ସହିତ ଯିବି । ତୁମେ ଫ୍ରେସ ହେଇ କପଡା ଚେଞ୍ଜ କରିବ ଆଉ ସେହି ସମୟ ମଧ୍ୟରେ ମଧ୍ୟ ମୁଁ ଅନ୍ୟ ୱlସ ରୁମ ରେ ଫ୍ରେସ ହେଇଯିବି । ଅରଣ୍ୟ ଏବଂ ଅନନ୍ୟା ଫ୍ରେସ ହେଇ ଆସିଲେ । ଠିକ ସେହି ସମୟରେ ମାନସ ବାବୁ କହିଲେ ଅଛ ଭାଉଜ , ମୁଁ କିଛି ସମୟ ମଧ୍ୟରେ କିଛି ନନ୍ ଭେଜ ଆଇଟମ ଆଣି ଆସୁଛି କିନ୍ତୁ ଆପଣଙ୍କ ସ୍ବାମୀ ଖାଇବେ କି ନାହିଁ କେଜାଣି ? ତୃଣ ପ୍ରାଣୀଙ୍କ କଣ୍ଠରେ କଣ ଗଲିବ ଏମିତି ଖାଦ୍ୟ । ତାଙ୍କ ପାଇଁ କଣ ଆଣିବି କୁହନ୍ତୁ ମସୃମ ନା ପନିର । ବାକି ସଭିଏଁ ମଟନ୍ ଖାଇବେ । ଆପଣ ମଧ୍ୟ କଣ ଖାଇବେ କୁହନ୍ତୁ ? ମୁଁ ଜାଣିନି ଆପଣଙ୍କ ପସନ୍ଦ କଣ ? ବୋଧ ହୁଏ ଗୋଟେ ଯୁଗ ହେଇଗଲାଣି ଆମିଂସ ଖାଇବାର । ଅନନ୍ୟା ମଧ୍ୟ ଏମିତି କଥା ଶୁଣି କହିଲେ ତୁମେ ମଟନ୍ ଖାଲି ଆଣି ଆସ , ବାକି ଆଜି ତୃଣ ପ୍ରାଣୀ ଙ୍କୁ ମୁଁ ଖିଆଇବି ଆଇଁସ୍ । ଦେଖିବା ଖାଇବେ ନାହିଁ କିପରି ନଚେତ ମୁଁ ମଧ୍ୟ ଖାଇବି ନାହିଁ ? ମାନସ ବାବୁ ଚାଲିଗଲେ ମଟନ୍ ଆଣିବାପାଇଁ ମାର୍କେଟ । ଏହା ମଧ୍ୟରେ ଅନନ୍ୟା ଏବଂ ଅରଣ୍ୟ ଦୁହେଁ ଟିଫିନ୍ କରି ବସିଛନ୍ତି । କିଛିଦିନ ପାଇଁ ବୋଧହୁଏ ଅରଣ୍ୟ ବାବୁ ଛୁଟି ନେଇଛନ୍ତି ଏଭଳି ଲାଗୁଛି କାରଣ ଆଜିର ମାନସ ବାବୁଙ୍କ କଥାରୁ ଜଣା ପଡ଼ୁଛି ଯେ ବାବୁ କିଛି ଯୋଜନା କରିଛନ୍ତି ! କିନ୍ତୁ ଷଣ୍ଢ ମୁଣ୍ଡରେ ପଘା ବାନ୍ଧିବ କିଏ ? ତେଣୁ ଅନନ୍ୟା ଚୁପ୍ ଚାପ୍ ବସିଛନ୍ତି । ଡାଇନିଂ ଟେବୁଲ ପାଖରେ ଦୁହିଁଙ୍କୁ ଦେଖି ବଡ଼ ବାବୁ ଗାର୍ଡେନ ରେ ଥାଇ ଖୁବ୍ ଖୁସି ହେଇଛନ୍ତି । ତାଙ୍କ ଖୁସି ଦେଖି ଗନ୍ଧର୍ବ କାକା କହିଲେ ବାବୁ , ଆପଣଙ୍କ ପରିଶ୍ରମ ରଙ୍ଗ ଆଣିବାକୁ ବସିଲାଣି । କିଛି ଦିନରେ ଆପଣ ଅଣ ଜେଜେ ହେଇଯିବେ। ପରିବାର କି ଉତ୍ତରାଧିକାରୀ ଆସିଯିବ । ତାପରେ ଆପଣଙ୍କ ଦୁଃଖ ଆଉ କଣ ? ଜୀବନ ଏକ ଶୂନ୍ଯ ଲମ୍ବା ପଥ ଟିଏ।ଜଣାନାହିଁ ସେଥିରେ କେତେ ଇଛା ଭରି ରହିଛି।ଯାହା ପୂରଣ ହେଲା ନିଜର ଆଉ ଯାହା ନ ମିଳିଲା ତାହା ସ୍ବପ୍ନ। ଗନ୍ଧର୍ବ କାକାଙ୍କ କଥାରେ ଉତ୍ତର ଦେଇ ବଡ଼ ବାବୁ ନରସିଂହ ପ୍ରତାପ ରାଏ ବାହାଦୁର କହିଲେ ଠିକ୍ କହିଛ ଗନ୍ଧର୍ବ । ଗର୍ବ ଅହଙ୍କାର ସେଇମାନେ କରନ୍ତି ଯେଉଁ ମାନେ ବିନା ପରିଶ୍ରମରେ ସବୁକିଛି ପାଇ ଯାଆନ୍ତି।ଆଉ ଯେଉଁ ମାନେ କଠିନ ପରିଶ୍ରମ କରି ସଫଳ ହାସଲ କରିଥାନ୍ତି, ସେମାନେ ଅନ୍ୟର ପରିଶ୍ରମକୁ ସମ୍ମାନ କରିଥାନ୍ତି। ଏଇ ଦେଖୁନ ବିଂଶ ଶତାବ୍ଦୀ ର ଝିଅ ହେଇ ମଧ୍ୟ ମୋ ବୋହୂ ମାଆ ମନରେ ଟିକେ ମଧ୍ୟ ଲୋଭ ମୋହ ମାୟା ନାହିଁ ଅନ୍ୟର ସମ୍ପତି ପାଇଁ । ପୂଜା ପୂର୍ବଦିନ ମୁଁ ତାଙ୍କୁ ପଚାଶ ଲକ୍ଷ ଟଙ୍କା ଦେଇଥିଲି କିନ୍ତୁ ସେ ସବୁ ଟଙ୍କା ଆମ ପରିବାର ପାଇଁ ଖର୍ଚ୍ଚ କରିଛନ୍ତି କିନ୍ତୁ ନିଜ ପାଇଁ କେବଳ ଚୁଡ଼ି ମୁଠାଏ କିଣି ଆଣିଛନ୍ତି । ସମସ୍ତ କର୍ମଚାରୀଙ୍କ ପ୍ରତି ତାଙ୍କର ଥିବା ସ୍ନେହ , ପ୍ରେମ ଶ୍ରଦ୍ଧା ଭଲପାଇବା ଏଇ ଯୁଗର ଝିଅ ମାନଂକ ପାଖରେ ନାଁ କି ବରାବର ଥିବା ବେଳେ ମୁଁ ପାଇଛି ଗୋଟେ ସୁନା ମୁଣ୍ଡା ବୋହୂ । ଏଇଟା ମୋର ପୂର୍ବ ଜନମର କର୍ମଫଳ ନୁହେଁ ଏହି ଜନ୍ମର ତପସ୍ୟାର ମୂଲ୍ୟ । ଏପଟେ କିଛି ସମୟ ମଧ୍ୟରେ ମାନସ ବାବୁ ଏବଂ ସୁକାନ୍ତ ଖସି ମାଂସ ନେଇ ଆସିଲେ । ରୋଷେଇ ଶାଳ ର ସମସ୍ତ ପୂଜାରୀ ମାଂସ ରନ୍ଧିବାକୁ ପ୍ରସ୍ତୁତ କରିଥିବା ବେଳେ ବୋହୂ ମାଆ ଅନନ୍ୟା ଆସି କହିଲେ ଆଜି ଆମିଂଶ ରୋଷେଇ ମୁଁ କରିବି କାରଣ ବାବୁ ଖାଇବେ ? ତେଣୁ ଆପଣ ମାନେ ମୋତେ ଟିକେ ସହଯୋଗ କରିବେ ମାତ୍ର । ଏପଟେ ରୋଷେଇ ଘରକୁ ଅନନ୍ୟା ଆସିବା ପରେ ମାନସ ବାବୁ ଯାଇ ବସିଲେ ଅରଣ୍ୟ ବାବୁଙ୍କ ପାଖରେ । ଠିକ୍ ସେହି ସମୟରେ ଅରଣ୍ୟ ବାବୁ କହିଲେ ମାନସ , ତୁମର ମନ ଅଛି ଅନନ୍ୟା କହିଥିଲେ କୁଆଡୁ ପିକନିକ ପାର୍ଟି କରିବାକୁ । କିନ୍ତୁ ସେଦିନ ତୁମେ ମନlକରିଲ ଶିକୁରିଟୀ ରିଜନ ପାଇଁ । କିନ୍ତୁ ଗୋଟେ ମଣିଷର ମନ୍ ଭାଙ୍ଗିଯିବ ଯେ । କାହାକୁ ଡରାଅ ନାହିଁ ସାହାସ ଦିଅ,ଅପମାନିତ କର ନାହିଁ ଶିଖେଇ ଦିଅ।ଅଭିମାନ କରନାହିଁ...ସହି ଯାଅ।ଗାଳି କରନାହିଁ ବୁଝେଇ ଦିଅ।ଏହା ହେଉଛି ଗୋଟିଏ ସୁନ୍ଦର ସ୍ବଭାବର ଲକ୍ଷଣ। ଏବେ ତୁ କୁହ ମାନସ କେତେଦିନ ଜଣଙ୍କୁ ଏଭଳି ରୋକି ରଖିବା । ଅରଣ୍ୟଙ୍କ କଥା ଶୁଣିବା ପରେ ମାନସ ବାବୁ କହିଲେ ତୁ ବୁଝିବାକୁ ଚେଷ୍ଟା କର ଅରଣ୍ୟ । ବର୍ତ୍ତମାନ ସିଚୁଏସନ୍ ଯାହା ଆମର ଶତ୍ରୁ ପ୍ରବଳ । ଆମେ ନିଜେ ନିଜର ସୁରକ୍ଷା କରିପାରିବା କିନ୍ତୁ ବାହାରକୁ ଅନନ୍ୟା ଭାଉଜଙ୍କୁ ନେଇ ଗଲେ ତାହା ଆମର କମଜୋରୀ ହେବ । ତାଙ୍କର ଯଦି କିଛି କ୍ଷତି ହୁଏ କଣ ତୁ ତୋର ନିଜକୁ କେବେ କ୍ଷମା କରିପାରିବୁ ଅରଣ୍ୟ । ତୁ ମୋ କଥା ଠିକ୍ ଶୁଣି କିଛିଦିନ ଅପେକ୍ଷା କର , ମୁଁ ସବୁ କିଛି ଠିକ କରିବାପରେ ନିଜେ ପିକନିକ୍ ଏବଂ ତୁମ ଦୁଇଜଣଙ୍କ ହନିମୁନ ପାଇଁ ପ୍ଲାନ କରି ଜଣାଇବି । କିନ୍ତୁ ଅରଣ୍ୟ ଚେୟାର ରୁ ଉଠି କହିଲେ ନା... ଏସବୁ ସମ୍ଭବ ନୁହେଁ । ଆମ ଦୁଇଜଣଙ୍କ ଜୀବନ ଏବେ ତୁମ ହାତରେ ମିଷ୍ଟର ମାନସ କୁମାର । କାଲି ସମସ୍ତେ ଆମେ ପିକନିକ ପାଇଁ ଯାଉଛୁ । ଶିମିଳିପାଳ ଅଭୟାରଣ୍ୟ । ବାକି ତୁମ କାମ ସବୁ ତୁମେ କରିବ. ..! ଅରଣ୍ୟ ଏତିକି କହି ସେଠାରୁ ଉଠି ଚାଲିଗଲେ ବେଡ଼ ରୁମ୍ ମଧ୍ୟକୁ ..!!    କ୍ରମଶଃ... ✍️ପ୍ରଶାନ୍ତ କୁମାର ବିଦ୍ୟାଧର ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।

Comments