SS Publication
SS Publication
May 30, 2025 at 06:26 PM
ଶୀର୍ଷକ _ ଲଭ୍ ୟୁ ହିଟଲର_ ଭାଗ୫୪ #ପ୍ରତିଲିପି ସୁପର୍ ରାଇଟର୍ ପ୍ରତିଯୋଗିତା - 2025 (ଧାରାବାହିକ,ଉପନ୍ୟାସ,ପ୍ରେମ,ବନ୍ଧୁତା,ପାରିବାରିକ) ଅରଣ୍ୟ ବାବୁ ଏବଂ ଅନନ୍ୟା ଚାଲିଗଲେ ,ଶିମିଳିପାଳ ଜାତୀୟ ଉଦ୍ୟାନ। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ ଏକ ଜାତୀୟ ଉଦ୍ୟାନ। ଏଠାରେ ମହାବଳ ବାଘ, ହରିଣ ଓ ଅନ୍ୟାନ୍ୟ ଜାତିର ଜୀବଜନ୍ତୁ ବାସ କରନ୍ତି । ଶିମିଳିପାଳ ନାମ ଶିମୁଳି (ରେଡ ସିଲ୍କ)ର ଘନ ଜଙ୍ଗଲର ଅବସ୍ଥିତିରୁ ଆସିଛି । ଅନନ୍ୟା କୌତୁହଳ ହେଇ ଅରଣ୍ୟ ଙ୍କୁ ପଚାରିଲେ କଣ ଆଜି ମୋ ପ୍ରୀୟବର ଭାରି ଖୁସି ଲlଗୁଛନ୍ତି। ଏହି ପ୍ଲାନ ପଛର ଉଦେଶ୍ୟ କଣ କି ବେବୀ। ହଠାତ ଏମିତି ପ୍ଲାନ କରିବା ପଛରେ କଣ କାରଣ ଥାଇପାରେ ଭାବି ଅନନ୍ୟା ଅନ୍ୟମନସ୍କ ହେଇ ଅରଣ୍ୟ ଙ୍କୁ କହିଲେ ଅରଣ୍ୟ ,ସତରେ କେଡେ ସୁନ୍ଦର ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ । ଯଦି ମଣିଷ ଜୀବନ ଏମିତି ହୁଅନ୍ତା କେତେ ସୁନ୍ଦର ଲାଗନ୍ତା କିନ୍ତୁ ....! ଅନନ୍ୟା କିନ୍ତୁ କହି ଅଟକି ଗଲେ । ତାଙ୍କର ମନର ଭାବନା ପଢ଼ିପାରି ଅରଣ୍ୟ କହିଲେ ଏଇ ଦେଖ ଅନନ୍ୟା , ମଣିଷ ଜୀବନ ଦୁର୍ଲ୍ଲଭ । ସେଥିପାଇଁ ଆମ ମନୋରଞ୍ଜନ ପାଇଁ ଭଗବାନ ସ୍ଵୟଂ ଏହି ସୃଷ୍ଟିକୁ ଏତେ ସୁନ୍ଦର କରିଛନ୍ତି । ଏଇ ଦେଖୁନ ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ଶିମିଳିପାଳ ଅଭୟାରଣ୍ୟ ରାଜ୍ୟ ତଥା ଦେଶର ସର୍ବବୃହତ ବିଷୁବ ମଣ୍ଡଳୀୟ ଜଙ୍ଗଲ । ସମୁଦ୍ର ପତ୍ତନଠାରୁ ୧୧୬୫.୬ ମିଟର ଉଚ୍ଚରେ ଅବସ୍ଥିତ ମେଘାସନୀ ପର୍ବତ ଏହାର ଉଚ୍ଚତମ ଶୃଙ୍ଗ । ଏହି ପର୍ବତମାଳାର ସଂକୀର୍ଣ୍ଣ ଉପତ୍ୟକା ମଧ୍ୟ ଦେଇ ବୁଢ଼ାବଳଙ୍ଗ, ଗଙ୍ଗାହାର, ସୋନ, ଦେଓ, ସଞ୍ଜ, ଖଇରୀ ଓ ହଣ୍ଡନ ଇତ୍ୟାତି ନଦୀ ପ୍ରବାହିତ । ଏହିଠାରେ ରାସ୍ନାଜାତୀୟ ପ୍ରଭାବର ଉଦ୍ଭିଦର ପ୍ରଭାବ ଅଧିକ । ଓଡ଼ିଶାରେ ମିଳୁଥିବା ୧୨୮ ପ୍ରକାର ଅର୍କିଡ଼ ମଧ୍ୟରୁ କେବଳ ଶିମିଳିପାଳରେ ୯୮ପ୍ରକାର ମିଳିଥାଏ । ଏହି ଜାଗାରେ ଦୁଇଟି ସ୍ୱତନ୍ତ୍ର ଧରଣର ଅର୍କିଡ଼ ମିଳିଥାଏ ଯାହା ପୃଥିବୀର ଅନ୍ୟକୌଣସିଠାରେ ମିଳେ ନାହିଁ,ଏରିଆ ମେଘାସିନମ ଓ ବୁଲବୋ ଫାଇଲମ ପାଣିଗ୍ରାହୀନମ । ସେହିପରେ ଗୁଡ଼ୟେରା ଥାଇଲାଣ୍ଡ ପ୍ରଜାତି ଭାରତ ମଧ୍ୟରେ କେବଳ ଶିମିଳିପାଳରେ ମିଳିଥାଏ । ଶିମିଳିପାଳ ଅଭୟାରଣ୍ୟରେ ୧୦୧୫ ଜାତିର ଉଦ୍ଭିଦ, ୧୪୯ ଜାତିର ପ୍ରାଣୀ (୪୬ପ୍ରକାର ସ୍ତନ୍ୟପାୟୀ ପ୍ରାଣୀ, ୬୨ ପ୍ରକାର ପକ୍ଷୀ, ୨୯ ପ୍ରକାର ସରୀସୃପ ଓ ୧୨ ପ୍ରକାର ଉଭୟଚର) ଦେଖାଯାନ୍ତି । ଏଠାରେ ଥିବ ଜୀବମାନଙ୍କ ମଧ୍ୟରେ ବାଘ, କଲରାପତ୍ରିଆ ବାଘ, ଜଙ୍ଗଲ ବିରାଡ଼ି, ବଳିଆ କୁକୁର ଓ ଗଧିଆ ଇତ୍ୟାଦି ମାଂସାଶୀ ଜୀବ ହାତୀ, ଗୟଳ, ସମ୍ବର, କୁଟୁରା, ହରିଣ, ଗୁରାଣ୍ଡି ଇତ୍ୟାଦି ତୃଣଭୋଜୀ ଜୀବ ଓ ବାରହା, ବଜ୍ରକାପ୍ତା, ଝିଙ୍କ, କଇଁଛ, ଅଜଗର ଏବଂ ମଗର ଜାତୀୟ କୁମ୍ଭୀର ରହିଛନ୍ତି । ଶିମିଳିପାଳକୁ ୨୭ ମଇ ୨୦୦୯ରେ ୟୁନେସ୍କୋ ତରଫରୁ ବିଶ୍ୱ ଐତିହ୍ୟ ମାନ୍ୟତା ପ୍ରଦାନ କରାଯାଇଛି । ଅରଣ୍ୟ ଏବଂ ଅନନ୍ୟା କାର ମଧ୍ୟରେ ବସି ସବୁ କିଛି ଦେଖୁଛନ୍ତି । ଉପଭୋଗ କରୁଛନ୍ତି ସୃଷ୍ଟିର ସରଞ୍ଚନାକୁ ଠିକ୍ ଏହି ସମୟରେ ଅରଣ୍ୟ ଗୋଟିଏ ପାଣିପୂରି ଷ୍ଟଲ ପାଖରେ ଗାଡି ରୋକି କହିଲେ ଅନନ୍ୟା ତୁମ ପସନ୍ଦର ଗୁପଚୁପ । ଖାଇବା ଚାଲ । ଅରଣ୍ୟ ଏବଂ ଅନନ୍ୟା ଗୁପଚୁପ ଖାଇବାପାଇଁ ଅଟକିଗଲେ ଷ୍ଟଲ ପାଖରେ । ଗୁପଚୁପ ବିକାଳୀ ବୁଢ଼ା ମଣିଷ ଜଣକ ମୁହଁରେ ହସ ଫୁଟି ଉଠିଲା ଦୁଇଜଣ ବାବୁ ଓ ବାବୁଆଣୀଙ୍କୁ ଦେଖି । ବୁଢ଼ା ମଉସା ଜଣଙ୍କ କହିଲେ ବାବୁ, ମାଆ କିପରି ପାଣିପୁରି ଖାଇବା ପସନ୍ଦ କରିବେ । ଦଶ ଟଙ୍କାରେ ଚାରୋଟି ଦେଉଛି ଆପଣ କହିବେ ଯଦି ଆଉ ଗୋଟିଏ ଅଧିକ ଦେଇପାରିବି । ଟିକେ ରାଗ ହେଲେ ଚଳିବ ତ..? _ ହଁ ମଉସା । ଆପଣ ଆପଣଙ୍କ ପସନ୍ଦର ପାଣି ପୁରି ଦିଅନ୍ତୁ । _ ଆଜ୍ଞା , ବାବୁ । ଆପଣ ଏଇଠି ଭିତରେ ବସନ୍ତୁ ମୁଁ ଆପଣଙ୍କ ପାଇଁ ନେଇ ଆସୁଛି ପ୍ଲେଟ ରେ । _ ନାଇଁ ମଉସା । ଆପଣ ଏତେ କଷ୍ଟ କରିବା କିଛି ଆବଶ୍ୟକ ନାହିଁ । ଆମେ ଆପଣଙ୍କ ପାଖରେ ଛିଡା ହେଇ ଖାଇବୁ। ଜୀବନରେ କିଛି କ୍ଷଣ ର ଏହି ଦୁର୍ଲ୍ଲଭ ଅନୁଭୂତି କୁ ଏମିତି ହାତଛଡ଼ା କରିବୁ ନାହିଁ । ଅରଣ୍ୟ ବାବୁଙ୍କ କଥା ଶୁଣିବା ପରେ, ମଉସା ଜଣଙ୍କ କହିଲେ ଠିକ କହିଲେ ବାବୁ । ସବୁ ଅନୁଭୂତି ଆବଶ୍ୟକ । ଜୀବନ ଏକ ଗନ୍ତବ୍ୟସ୍ଥଳ । ଯେଉଁଠି ଅପ୍ରତ୍ୟାଶିତ ଭାବେ ଅନେକ ଗାଡ଼ି ଆସି ପହଞ୍ଚିଥାଏ କିଛି ଚାଲି ଯାଆନ୍ତି ଆଉ କିଛି "ଟ୍ରେନ ପ୍ଲାଟଫର୍ମ ଭାବି ରହି ଯାଆନ୍ତି କିନ୍ତୁ ସେ ଯଦି ବା' ଜାଣିଛନ୍ତି ଅଧିକ ସମୟ ରହିବା ର ନାହିଁ ତଥାପି ସେହି ସ୍ବଳ୍ପ ସମୟ ମଧ୍ୟରେ ଦେଇ ଯାଆନ୍ତି ଅନେକ ଦୁଃଖ ଓ କଷ୍ଟ ଓ କିଛି ସୁଖଦ ଅନୁଭୂତି । ତାଙ୍କର ରହିବା ମଧ୍ୟ ଯେତିକି ସୁଖକର ଠିକ୍ ସେହିପରି ଦୁଃଖ ପୂର୍ଣ୍ଣ ମଧ୍ୟ । ମଣିଷ ଦୁଇଟି କ୍ଷେତ୍ରରେ ବଡ଼ ଅସହାୟ.... ଦୁଃଖକୁ ବିକ୍ରି କରି ପାରେ ନାହିଁ ଏବଂ ସୁଖକୁ କିଣି ପାରେ ନାହିଁ।ପ୍ରକୃତରେ ଏହି ବୋଧେ "ଟ୍ରେନ ପ୍ଲାଟଫର୍ମ ଆଉ ଜୀବନ!" ଯାହାକୁ ମଣିଷ ହସି ହସି ଭୋଗ କରିଥାଏ । କିଛି ସମୟ ମଧ୍ୟରେ ଅରଣ୍ୟ ଏବଂ ଅନନ୍ୟା ଙ୍କ ପାଇଁ ପାଣିପୁରି ମସଲା ପ୍ରସ୍ତୁତ କରିବାପରେ , ମଉସା ଖାଇବାକୁ ଦେଲେ ପାଣିପୁରି। ଅରଣ୍ୟ ଏବଂ ଅନନ୍ୟା ଖାଇ ଚାଲିଛନ୍ତି କି ଜଣେ ବୃଦ୍ଧା ମହିଳା କିଛି ବରକୋଳି ଆଚାର ଆଣି ପାଖରେ ପହଞ୍ଚି କହିଲେ ବାବୁ , ଏଇ ଆଚାର ଟିକେ ଖାଆନ୍ତୁ । ମାଆ ସାଆନ୍ତାଣୀ ଙ୍କୁ ଖୁବ୍ ପସନ୍ଦ ଆସିବ । ଏହି ଆଚାର ଏଇ ଶୀମିଲିପାଳ ଜଙ୍ଗଲରେ ହେଇଥିବା ବରକୋଳି ରୁ ପ୍ରସ୍ତୁତ । ଟିକେ ଚାଖି ଦେଖନ୍ତୁ । ପସନ୍ଦ ଆସିଲେ ନେବେ ନଚେତ ମୁଁ ବାଧ୍ୟ କରିବି ନାହିଁ । ପାଣିପୁରି ପରେ ଆଚାର ମଧ୍ୟ ଚାଖିଲେ ଅରଣ୍ୟ ବାବୁ ଏବଂ ଅନନ୍ୟା । ବେଶ୍ ମଜା ଆସିଲା ଏସବୁ ତାଙ୍କୁ ତେଣୁ ଅନନ୍ୟା କହିଲେ ମାଉସୀ ମୋ ପାଇଁ ସବୁ ଆଚାର ପ୍ୟlକ କରନ୍ତୁ , ମୁଁ ଘରକୁ ନେଇ ଯିବି । ସେଠାରେ ଆମର ସମସ୍ତ ପରିବାର ଲୋକେ ଖାଇଲେ ଖୁବ୍ ଖୁସି ହେବେ । ଭଗବାନ ଙ୍କୁ ଧନ୍ୟବାଦ ଜଣାଇ, ଅନନ୍ୟାଙ୍କ ମୁହଁକୁ ଚାହିଁଛନ୍ତି ବୁଢ଼ୀ ମାଉସୀ । ସତରେ ଆଜି ଦିନ କେତେ ସୁନ୍ଦର । ଅଳ୍ପ ପରିଶ୍ରମ ବଦଳରେ ଅନେକ ରୋଜଗାର ହେଇଗଲା । ଅନ୍ତତଃ ଦୁଇ ଚାରି ଦିନ ପାଇଁ ଖାଦ୍ୟର ଯୋଗାଡ଼ ହେଇଗଲା । ବୁଢ଼ୀ ମାଉସୀ ଟିକେ ହସି ଦେଇ କହିଲେ , ଝିଅ ଏଇ ନିଅ ତୁମ ଆଚାର । ଆଉ ଯାହା ଟଙ୍କା ଦେବ ଦିଅ , ତୁମ ଭଳି ଦୟା , କରୁଣାର ସାଗର ଭଳି ହୃଦୟ ରଖିଥିବା ଝିଅ ଠାରୁ ମୁଁ କଣ ଟଙ୍କା ଆଶା କରିବି । ତୁମ ଖୁସିରେ ଦିଅ ମାଆ । ମାଉସୀଙ୍କ ସରଳ ପଣିଆ ଦେଖି ଅରଣ୍ୟ ତାଙ୍କ ହାତକୁ ଦୁଇ ହଜାର ଟଙ୍କା ଦେଇ କହିଲେ ମାଉସୀ ଏତିକି ରେ ଠିକ୍ ହେବ ନା ଆଉ କିଛି ଦେବି। ଆମେ ଆପଣଙ୍କ ଜିନିଷର ମୂଲ୍ୟ ଜାଣି ନାହୁଁ। ଆପଣ କୁହନ୍ତୁ କାରଣ ଆମେ ସଠିକ୍ ମୂଲ୍ୟ ନଦେଲେ ଭଗବାନ ଆମକୁ ଦଣ୍ଡ ଦେବେ । ଅରଣ୍ୟ ବାବୁଙ୍କ କଥା ଶୁଣିବା ପରେ ମାଉସୀ କହିଲେ ବାପାରେ , ଯେତିକି ଟଙ୍କା ଦେଇଛ ଏହା ମୋର ପ୍ରାପ୍ୟ ନୁହେଁ । ଏଇ ପାଞ୍ଚଶତ ଟଙ୍କା ରଖି ତୁମେ ବାକି ଟଙ୍କା ଫେରେଇ ନିଅ। କିନ୍ତୁ ମାଉସୀ ଙ୍କ କଥାରେ ଅରଣ୍ୟ ଏବଂ ଅନନ୍ୟା କହିଲେ ନାହିଁ ମାଉସୀ ଆପଣ ରଖନ୍ତୁ ଏବଂ ସେଠାରେ ଥିବା ପାଣିପୁରି ମଉସାଙ୍କ ପାଖକୁ ଯାଇ ଅନନ୍ୟା କହିଲେ ମଉସା ଏଇ ନିଅନ୍ତୁ ଆପଣଙ୍କ ପାଣି ପୁରୀର ଦାମ । ଦୁହିଁଙ୍କୁ ଟଙ୍କା ଦେବାପରେ ଅରଣ୍ୟ ଏବଂ ଅନନ୍ୟା ନିଜ ଗାଡିରେ ବସି ଫେରି ଆସିଲେ ହୋଟେଲ ରୟାଲ ପ୍ୟାଲେସ। ଜଙ୍ଗଲର କିଛି ଦୂରରେ ଗୋଟେ ଛୋଟ ପାହାଡ ଉପରେ ଅବସ୍ଥିତ ଏହି ସାତ ତାରକା ବିଶିଷ୍ଟ ହୋଟେଲ ରୟାଲ ପ୍ୟାଲେସ । ଅରଣ୍ୟ ଏବଂ ଅନନ୍ୟାଙ୍କ ହନିମୁନ ପାଇଁ ମାନସ ବାବୁ ବଡ଼ ଆଗ୍ରହର ସହିତ ବୁକ୍ କରିଥିଲେ ତୃତୀୟ ମହଲା ର ସଂପୂର୍ଣ୍ଣ କକ୍ଷ ଗୁଡ଼ିକୁ । ଅରଣ୍ୟ ଏବଂ ଅନନ୍ୟା ସେଠାରେ ପହଞ୍ଚି ଦେଖିଲେ ଯେ ହୋଟେଲ ରୟାଲ ପ୍ୟାଲେସ ର ହଲ ମଧ୍ୟରେ ନୀଳ ଶାଢ଼ୀ ଏବଂ ନୀଳ ଚଷମା ପିନ୍ଧି ବସିଛନ୍ତି ଜଣେ ଅପରୂପା ସୁନ୍ଦରୀ । ତାଙ୍କର ତେରଛା ଚାହାଣୀ ରେ ମନୁଷ୍ୟ ତ ମନୁଷ୍ୟ କିନ୍ତୁ ପଶୁ ପକ୍ଷୀ ମଧ୍ୟ ମୋହିତ ହେଇଯିବେ କିଛି କ୍ଷଣ ରେ । ଠିକ୍ ସେହି ସମୟରେ ଗେଟ ଖୋଲିବା ପରେ କ୍ଷିପ୍ର ଗତିରେ ପ୍ରବେଶ କରିଲେ ଚାରିଜଣ ବଡି ଗାର୍ଡ ଏବଂ ମାନସ ବାବୁ , ସୁକାନ୍ତ ବାବୁ ଏବଂ ଦିଲ୍ଲୀପ ବାବୁ । କ୍ରମଶଃ... ✍️ପ୍ରଶାନ୍ତ କୁମାର ବିଦ୍ୟାଧର ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।

Comments