
SS Publication
May 31, 2025 at 06:45 PM
ଶୀର୍ଷକ _ ଲଭ୍ ୟୁ ହିଟଲର_ ଭାଗ ୫୫
#ପ୍ରତିଲିପି ସୁପର୍ ରାଇଟର୍ ପ୍ରତିଯୋଗିତା - 2025
(ଧାରାବାହିକ,ଉପନ୍ୟାସ,ପ୍ରେମ,ବନ୍ଧୁତା,ପାରିବାରିକ)
ହୋଟେଲ ରୟାଲ ପ୍ୟାଲେସ ଗେଟ ଖୋଲିବା ପରେ ହଲ ମଧ୍ୟରେ ଜଣେ ଷୋଡ଼ଶୀ ରୂପସୀ ବସିଛନ୍ତି । ନୀଳ ଶାଢ଼ୀ ସହିତ ନୀଳ ଚଷମା ରେ ସେ ଖୁବ୍ ସୁନ୍ଦର ଲlଗୁଛନ୍ତି। ସତରେ ଯେପରି ଆସିଛନ୍ତି ରଷିଆନ ସୁନ୍ଦରୀ । ହାତରେ ମୟୂର ଟାଟୁ ସହିତ ଗଳାରେ ରମଣୀୟ ଚାପସରି ରାଣୀ ହାର। କର୍ଣ୍ଣ ରେ ବ୍ଲୁ ଷ୍ଟୋନ ଦିଆ ଝରା ସହିତ ଦୁଇ ହାତରେ ତୁଇଟି ବଂଗ୍ଲୋ । ସତରେ କିଏ ଏଇ ଅପରୂପା ସୁନ୍ଦରୀ ଯୁବତୀ। କାହାର ଅପେକ୍ଷାରେ ଅଛନ୍ତି ସେ ଆଜି ? ସେ ଆସିଲେ କିପରି ହଲ୍ ମଧ୍ୟକୁ ଏମିତି ଅନେକ କିଛି ଭାବନାରେ ଅଛନ୍ତି ମାନସ ବାବୁ । ସେ ବାରମ୍ବାର ଚାହୁଁଛନ୍ତି ସେ ରୂପସୀଙ୍କୁ କିନ୍ତୁ ରୂପସୀ ଲିଲିମା କେବଳ ଅପେକ୍ଷା କରିଥିଲେ ଅରଣ୍ୟଙ୍କ ଆଗମନ କୁ କାରଣ ସେ ଦେଖିବାକୁ ଚାହୁଁଥିଲେ ଯେ ତାଙ୍କ ବାନ୍ଧବୀ ଅନନ୍ୟା ଯାହାକୁ ସ୍ବାମୀ ରୂପରେ ବରଣ କରିଛନ୍ତି ସେ ପ୍ରକୃତରେ କିଏ ? କିପରି ତାଙ୍କର ଚେହେରା ଯେ ସାରା ସଂସାର ର ଝିଅ ମାନେ ତାଙ୍କୁ ପସନ୍ଦ ନୁହଁନ୍ତି ।
ମାନସ ବାବୁ ଏବଂ ସାଥୀମାନେ ସଂପୂର୍ଣ୍ଣ ହୋଟେଲ ରୟାଲ ପ୍ୟାଲେସକୁ ସୁରକ୍ଷା ଯାଞ୍ଚ କରିସାରିବା ପରେ ଅରଣ୍ୟ ଏବଂ ଅନନ୍ୟାଙ୍କୁ ଭିତରକୁ ଯିବାକୁ ନିର୍ଦ୍ଦେଶ ଦେଲେ । ସେ ଯେପରି ଭିତରକୁ ଯାଇଛନ୍ତି , ଲିଲି ନିଜର ତେରେଛା ଚାହାଣୀରେ ଚାହିଁଛନ୍ତି ଅରଣ୍ୟ କୁମାରଙ୍କୁ କିନ୍ତୁ ସେ ତାଙ୍କୁ ଦେଖିବା ପରେ କିଛି ଜାଣିପାରିଲେ ନାହିଁ କାରଣ ଅରଣ୍ୟ ବାବୁ ନିଜ ମୁହଁରେ ସିଲକନ ମାସ୍କ୍ ଲଗାଇଛନ୍ତି । ଠିକ୍ ସେହି ସମୟରେ ଅନନ୍ୟା ଆସି , ଲିଲୀମା ଙ୍କୁ କହିଲେ ଆରେ ଲିଲି , ଏଇ ହେଇଛନ୍ତି ମୋ ବର ।
ଲିଲି ଏବଂ ଅରଣ୍ୟଙ୍କୁ ପରିଚିତ କରାଇବା ପରେ ଅନନ୍ୟା କହିଲେ , ଡାର୍ଲିଂ ଏଇ ହେଉଛନ୍ତି ମୋର ସବୁଠାରୁ ପ୍ରିୟ ବାନ୍ଧବୀ ଲିଲି । ସେ ପେଶାରେ ଜଣେ ଗାଳ୍ପିକା ଏବଂ ଔପନ୍ୟାସିକା କିନ୍ତୁ ତାପରେ ମଧ୍ୟ ସେ ତୁମର ଜଣେ ବୃହତ୍ତମ ଫ୍ୟାନ। କି ଯୁଗ ହେଲା ଲୋ ମା ' ଆଜିକାଲି ଏମିତି ବି ହେଉଛି । କିନ୍ତୁ ଦେଖ ଲିଲି ତୁ ଆଉ ମୋ ବର ପଛରେ ହାତ ଧୋଇ ପଡ଼ିଯିବୁନି । ମୋର ଗୋଟିଏ ବୋଲି କଣ୍ଟାକ୍ଟ ସ୍ବାମୀ ।
ଲିଲି , ନିଜ ଚେୟlର ରୁ ଉଠି ଅରଣ୍ୟ ଙ୍କ ପାଖକୁ ଯାଇ କହିଲେ ହ୍ୟlଲୋ ମିଷ୍ଟର ହ୍ୟଣ୍ଡସମ୍ । ଆରେ ତୁମେ ଏତେ ସୁନ୍ଦର ଯେ ଆମଭଳି ସୁନ୍ଦରୀ ମଧ୍ୟ ବାଧ୍ୟ ହେଇ ପଛରେ ପଡୁଛୁ। ତାପରେ ଆମେ ଦୁହେଁ ଶାଳୀ ଓ ଭିଣୋଇ । ଏମିତିରେ ମୋର ମଧ୍ୟ ଆପଣଙ୍କ ଉପରେ ହକ ଅଛି ମିଷ୍ଟର "ହିଁଟଲର" ..!
ଏପଟେ ଅନନ୍ୟା ଡିନର ଅର୍ଡର୍ ଦେଇ ବାନ୍ଧବୀ ଲିଲିମାଙ୍କ ସହିତ କଥାବାର୍ତ୍ତା ହେଉଥିବା ସମୟରେ ଲିଲୀଙ୍କ ନଜର ଥିଲା ଅରଣ୍ୟ ବାବୁଙ୍କ ସୁନ୍ଦର ବଳିଷ୍ଠ ଚେହେରା ଉପରେ । ଆଖିରେ ରେବନ୍ ର ସନ୍ ଗ୍ଲାସ ସହିତ କଳା ରଙ୍ଗର ସୁଟ୍ ରେ ଅରଣ୍ୟ ଖୁବ ସୁନ୍ଦର ଲାଗୁଥିଲେ କିନ୍ତୁ ଏକଥା ଭାବି ଭାବି ଲିଲିମା ଚିନ୍ତିତ ଯେ କିପରି ମଣିଷ ଏହି ଅରଣ୍ୟ । ମୋ ଭଳି ଜଣେ ସୁନ୍ଦରୀ ଯୁବତୀ କୁ ପାଖରେ ପାଇ ମଧ୍ୟ ସେ ମନରେ କିଛି ମଧ୍ୟ କିନ୍ତୁ ପରନ୍ତୁ ଶୋଚନା ନାହିଁ । କିଭଳି ମଣିଷ ଏହି ଅରଣ୍ୟ । କଲେଜରେ ପଢ଼ିବା ସମୟଠାରୁ ଏବେ ପର୍ଯ୍ୟନ୍ତ ଅନେକ ଯୁବକ ମୋର ସାନ୍ନିଧ୍ୟ ପାଇଁ ଲାଳାୟିତ ଥିବା ବେଳେ ଏହି ମଣିଷ ମୋର ମୁହଁକୁ ମଧ୍ୟ ଦେଖିବାକୁ ପସନ୍ଦ କରୁ ନାହାଁନ୍ତି ।
କିଛି ସମୟ ର ବାର୍ତ୍ତାଳପ ପରେ ଲିଳିମା ନିଜ ହାତରେ ଫେମସ ରେଡ ୱାଇଁନ ରୟାଲ୍ ସାଲ୍ୟୁଟ୍ · ଦି ଗ୍ଲେନଲିଭେଟ୍ · ବାକାର୍ଡି · ଗ୍ଲାସ ରେ ଭରିବା ପରେ କହିଲେ ଚିୟର୍ଶ । ଅନନ୍ୟା କିନ୍ତୁ ୱାଇନ ନନେଇ କହିଲେ ଲିଲି ତୁମେ ଓ ଅରଣ୍ୟ ଏହି ୱାଇନ ର ମଜା ନିଅ । ମୁଁ ଟିକେ ସୁପ୍ ପିଇ କାମ ଚଳାଇବି। କାରଣ ...
ଓ ଡାର୍ଲିଂ ତୁମର ଯେଉଁ କଥା ନା...
" ତୁମେ ଯେବେ ମୋତେ ତୁମେ କହିଦେଲ
ମହଙ୍ଗା ହେଲା ମୋ ଅହଙ୍କାର
ଅତି ଆପଣାର ତୁମ ଏହି ଶବ୍ଦ
ଯହିଁ ବହେ ପ୍ରେମ ନିରନ୍ତର !!"
ଲିଲି , ୱାଇନ ନେବା ପରେ ଜାଣି ଶୁଣି ଅରଣ୍ୟ ଙ୍କ ପାଖରେ ଯାଇ ବସିଲେ। ସେ ବାରମ୍ୱାର ନିଜ ଗ୍ଲାସ ରୁ ୱାଇନ ର ପ୍ରତ୍ୟେକ ସିପ କୁ ପିଆଇବା ପରେ ନିଜ ରକ୍ତିମ ଓଠରେ ଲଗାଇ ନିଜକୁ ଉତ୍ତେଜିତ କରୁଛନ୍ତି କାରଣ ଯେତେବେଳେ କୌଣସି ବସ୍ତୁ ହେଉ ବା ପଦାର୍ଥ ମିଳିବାକୁ କଷ୍ଟ ହୁଏ , ତେବେ ତାର ପ୍ରତି ଏକ ଅହେତୁକ ପ୍ରେମ ବଢ଼ି ଆସେ । ଆଜି ମଧ୍ୟ ଠିକ୍ ମନ ପଡୁଛି ଯେ ଲିଲି ଙ୍କ ପଛରେ ସାରା କଲେଜ କିପରି ଦ୍ଵିୱାନା ଥିଲା । ସତରେ ଯେପରି ଗୋଟିଏ ରାଣୀ ମହୁମାଛି ପାଖରେ ଯେପରି ହଜାର ହଜାର ସଂଖ୍ୟାରେ ମହୁମାଛି ଭିଁ ଭିଁ ହେଇ ଉଡ଼ି ବୁଲୁଥିଲେ କିନ୍ତୁ ଆଜି କଣ ହେଇଛି । କଣ ସତରେ ଦେବୀ ରତି ଏବଂ କାମଦେବ ନିଜକୁ ଏହି ସ୍ଥାନରୁ ହଜାଇ ଦେଇଛନ୍ତି ନାଁ କଣ ?
ଲିଲି ଏମିତି ଅନେକ ଭାବନା ମଧ୍ୟରେ ଅରଣ୍ୟ ଙ୍କ ଡ୍ରେସ ଉପରେ ୱାଇନ କୁ ଜାଣି ଜାଣି ଢ଼ାଳି ପକାଇଲେ ଏବଂ କହିଲେ ସରି ଅରଣ୍ୟ ବାବୁ । ଆଇ ଆମ୍ ଏକ୍ସଟ୍ରିମଲି ସରି । କେମିତି କେଜାଣି ମୋ ହାତରୁ ଏହି ରୟାଲ୍ ସାଲ୍ୟୁଟ୍ · ଦି ଗ୍ଲେନଲିଭେଟ୍ · ବାକାର୍ଡି · ଖସି ପଡିଲା ଏବଂ ଆପଣଙ୍କ ଡ୍ରେସ୍ କୁ ଖରାପ କରିଦେଲା । କିନ୍ତୁ ବ୍ୟସ୍ତ ହୁଅନ୍ତୁ ନାହି ମୁଁ ଆପଣଙ୍କ ପାଇଁ ଆପଣଙ୍କ ପସନ୍ଦର ଡ୍ରେସ୍ ଆଣିଛି ସ୍ଵୟଂ ଡିଜାଇନ୍ କରି । ଆରେ ଆଣିବି ନାହିଁ କିପରି କିନ୍ତୁ ଯେଉଁ ଜିନିଷ ମୁଁ ସର୍ପ୍ରାଇକ କରିବି ଭାବୁଥିଲି ତାହା ଏବେ ଓପନ ହେଇଯିବ । କିନ୍ତୁ ଏବେ ଆପଣ ଉଠନ୍ତୁ ମୁଁ କରିଥିବା ଭୁଲ ପାଇଁ ମୁଁ ନିଜେ ଠିକ କରିବାକୁ ଚାହେଁ । ଚାଲନ୍ତୁ ୱାଶ ରୁମ । ମୁଁ ଆପଣଙ୍କ କପଡା ସଫା କରିବା ପରେ ଆପଣକୁ ଆଣି ନୂଆ କପଡା ଦେବି ଏବଂ ତାପରେ ସଭିଏଁ ମିଶି ଡିନର କରିବା ।
ଲିଲିଁ ଙ୍କ କଥାରେ ଅରଣ୍ୟ ସେଠାରୁ ଉଠି ଚାଲିଗଲେ ୱlଶ ରୁମ୍ ମଧ୍ୟକୁ । ସେଠାରେ ଲିଲି ମଧ୍ୟ ପହଁଚିଗଲେ । ୱାସ ରୁମ୍ ମଧ୍ୟରେ ଲିଲି , ଧୀରେ ଧୀରେ ଅରଣ୍ୟ ବାବୁଙ୍କ କପଡା ଖୋଲିବାରେ କହିଲେ ଏବଂ ହାତରେ ପାଣି ଆଣି ଖୁବ ଆରାମରେ ସଫା କରିବାକୁ ଲାଗିଲେ । ଅରଣ୍ୟଙ୍କ ଶୁଟ, ସାର୍ଟ ଏବଂ ବନୀୟାନ ଖୋଲିବା ପରେ ଅରଣ୍ୟ ଙ୍କ ପ୍ରସସ୍ଥ୍ ଛାତିକୁ ଧୀରେ ଧୀରେ ଚାହୁଁଛନ୍ତି ମିସ୍ ଲିଲି । ଅରଣ୍ୟ ଙ୍କ ଗୋରା ଧକ ଧକ ରଙ୍ଗ ସହିତ ବଳିଷ୍ଠ ଚେହେରା ତାଙ୍କ ଦେହ ଓ ମନକୁ ଅବସ କରିସାରିଲାଣି । ସେ ବ୍ୟାକୁଳ ହେଉଛନ୍ତି ଅରଣ୍ୟ ଙ୍କ ବାହୁ ବନ୍ଧନରେ ନିଜକୁ ବନ୍ଧନ କରିବାକୁ। ସେ ହଜି ଯିବାକୁ ଚାହୁଁଛନ୍ତି ତାଙ୍କର ସେହି ଉନ୍ମୁକ୍ତ ବକ୍ଷ ରେ । ସେ ହଜିବାକୁ ଚାହୁଁଛନ୍ତି ତାଙ୍କ ପ୍ରେମରେ କିନ୍ତୁ ଅରଣ୍ୟ ସେମିତି ଠିଆ ହେଇଛନ୍ତି ଏକ ଭୀଷ୍ମ ପ୍ରତିଜ୍ଞା ଭଳି । ନା ସେ ଚାହୁଁଛନ୍ତି ଲିଲିଙ୍କୁ କି ତାଙ୍କ ମନରେ ସେଭଳି କିଛି ଉତ୍ତେଜନା ଅନୁଭବ ହେଉଛି ।
ଅରଣ୍ୟ କିଛି ସମୟ ମଧ୍ୟରେ ନିଜ ଶରୀର ରେ ଗୋଟେ ତଉଲିଆ ପକାଇ ବେଡ଼ରୁମ ମଧ୍ୟକୁ ଆସିଲେ ଏପଟେ ଅନନ୍ୟା ସେ ଦୁଇଜଣଙ୍କୁ ଅପେକ୍ଷା କରି କରି ଡାଇନିଂ ଟେବୁଲ୍ ଉପରେ ଘୋର ନିଦ୍ରାରେ ଶୋଇ ରହିଛନ୍ତି । ଅରଣ୍ୟ ଡ୍ରେସ ପରିବର୍ତ୍ତନ କରି ଫେରି ଦେଖିଲେ ଯେ ସେଠାରେ ଲିଲି ନାହାନ୍ତି । ୱାସ୍ ରୁମ୍ ମଧ୍ୟରେ ସେମିତି ପାଣି ବହି ଚାଲିଛି ଏବଂ ଅରଣ୍ୟ ଙ୍କ କପଡା ସେଠାରେ ପଡି ରହିଛି ।
ଅରଣ୍ୟ ଏସବୁ ଦେଖି ଚମକି ପଡିଲେ। ସେ ତୁରନ୍ତ ଆସି ଅନନ୍ୟା ଙ୍କୁ ଉଠାଇ କହିଲେ ଆରେ ଅନନ୍ୟା ତୁମ ବାନ୍ଧବୀ ହଠାତ କେଉଁଆଡେ ଚାଲିଗଲେ ? କିଛି ମିନିଟ ଅନ୍ତର ରେ ଜଣେ ଏମିତି ଏଠାରୁ କିପରି ଗାଏବ ହେଇଯିବେ । କଣ କେହି ଜାଦୁ ମନ୍ତ୍ର ଜାଣିଛନ୍ତି କି ପୃଥିବୀ ଫାଟିଗଲା ଯେ ସେ ସଂପୂର୍ଣ୍ଣ ହୋଟେଲ ମଧ୍ୟରେ ନାହାଁନ୍ତି।
ଲିଲିଙ୍କ ହଜିବା କଥା , ଅରଣ୍ୟଙ୍କ ମୁହଁରୁ ଶୁଣିବା ପରେ ଅନନ୍ୟା କହିଲେ ଆରେ ଏମିତି କଣ କହୁଚ୍ଛ ? ମୋ ପ୍ରିୟ ବାନ୍ଧବୀ କୁଆଡେ ଗଲେ । ତୁମେ ପରା ତାଙ୍କ ସହିତ ୱାସ ରୁମ୍ ମଧ୍ୟକୁ ଯାଇଥିଲ ତେବେ ଏଭଳି କାଣ୍ଡ ହେଲା କିପରି ?
କ୍ରମଶଃ...
✍️ପ୍ରଶାନ୍ତ କୁମାର ବିଦ୍ୟାଧର
ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।