
SS Publication
June 1, 2025 at 06:31 PM
ଶୀର୍ଷକ _ ଲଭ୍ ୟୁ ହିଟଲର_ ଭାଗ୫୬
#ପ୍ରତିଲିପି ସୁପର୍ ରାଇଟର୍ ପ୍ରତିଯୋଗିତା - 2025
(ଧାରାବାହିକ,ଉପନ୍ୟାସ,ପ୍ରେମ,ବନ୍ଧୁତା,ପାରିବାରିକ)
ଅରଣ୍ୟ ଏବଂ ଅନନ୍ୟା ବ୍ୟସ୍ତ ବିବ୍ରତ ଲାଗିଛନ୍ତି କାରଣ ହଠାତ ଏତେ ସିକ୍ୟୁରିଟି ବ୍ୟବସ୍ଥା ରହିବା ପରେ ମଧ୍ୟ ଲିଲି ଙ୍କ ହୋଟେଲ ମଧ୍ୟରୁ ଉଭାନ ହେଇଥିବା ଏକ ଅସମ୍ଭବ କାହାଣୀ ଭଳି ଲାଗୁଛି । ଅରଣ୍ୟ ବାବୁ ଅନନ୍ୟା ଙ୍କୁ ଏସବୁ ଘଟଣା କହିବା ପରେ ସେ ମାନସ ବାବୁଙ୍କୁ କହିଲେ , ମାନସ ତୁମେ ଶୀଘ୍ର ଖବର ନିଅ ମିସ୍ ଲିଲି ଗଲେ କୁଆଡେ । ହଠାତ ତାଙ୍କର ଏହି ଉଭାନ ହେବା ଅସମ୍ଭବ । କେହି ଜଣେ ଆମ ଉପରେ ନଜର ରଖିଛି ଏବଂ ବୋଧହୁଏ ସେ ମିସ୍ ଲିଲି ଙ୍କୁ ଅନନ୍ୟା ଭାବି ଉଠାଇ ନେଇଛି ।
ମାନସ ବାବୁ ତୁରନ୍ତ ସମସ୍ତ ସିସି ଟିଭି ଫୋଟେଜ୍ ଚେକ କରିବା ପରେ ସମସ୍ତ ଗୁପ୍ତ ଗାର୍ଡ ମାନଙ୍କୁ ଏହି ବିଷୟରେ ସୂଚନା ଦେଇ ଦେଲେ ଏବଂ ଖୋଜା ଖୋଜି ଆରମ୍ଭ କରିଲେ ।
ହୋଟେଲ ରୟାଲ ପ୍ୟାଲେଶ୍, ସେଠାରେ ଏମିତି ହଲଚଲ ହେବା ଭିତରେ ନିଜ ସ୍ଥାନରୁ ଉଠି ଆସିଲେ ମ୍ୟାନେଜର ରବୀନ୍ଦ୍ର ବାବୁ ଏବଂ ମାନସ ବାବୁଙ୍କୁ ଆସି କହିଲେ ସାର , ମୁଁ ଆପଣଙ୍କୁ ଆଗରୁ କହିଥିଲି ଯେ ଏହି ହୋଟେଲ ରୟାଲ ପ୍ୟାଲେଶ୍ ଶlତତାରକା ହୋଟେଲ ହେଲେ ମଧ୍ୟ ଆମକୁ ଟିକେ ସାବଧାନ ରହିବାକୁ ପଡ଼ିବ କାରଣ ଆମେ ସହର ମଧ୍ୟ ରେ ନାହେଁ। ଏଠାରେ ଥିବା ୧୪୨ ପ୍ରକାର ଜୀବ ଜନ୍ତୁଙ୍କ ମଧ୍ୟରେ ମହାବଳ ବାଘ ଅନ୍ୟତମ । ତାପରେ ସେମାନଙ୍କ ମଧ୍ୟରୁ ଗୋଟିଏ ବାଘ ,ମଣିଷ ଖିଆ ବାଘ ଅଟେ । ବହୁତ ଚାଲାକି ସହିତ ସେ ତାର ଶିକାର କୁ ଆକ୍ରମଣ କରିଥାଏ। ଭଗବାନ ନକରନ୍ତୁ , କିନ୍ତୁ ଯଦି ଏହା ସତ୍ୟ ହୁଏ ତେବେ ଆମକୁ ସାବଧାନ ରହିବାକୁ ପଡ଼ିବ ।
ମ୍ୟାନେଜର ରବୀନ୍ଦ୍ର ବାବୁଙ୍କ କଲର ଧରି ପକାଇଲେ ଅରଣ୍ୟ ରାଏ ବାହାଦୁର ଏବଂ କହିଲେ ତୁମର ମନ ରଖିବା ଆବଶ୍ୟକ ଯେ ଏହି ହୋଟେଲ ରୟାଲ ପ୍ୟାଲେଶ୍ ସାତ ତାରକା ବିଶିଷ୍ଟ ଏବଂ ଏଠାରେ ଥିବା ସମସ୍ତ ଅତିଥିଙ୍କ ଦାୟିତ୍ଵ ତୁମର ମିଷ୍ଠର ମ୍ୟାନେଜର । ଆଉ ଅଧିକ କହିବା ବଦଳରେ ତୁମେ ସତ କୁହ ନଚେତ ତୁମର ଜୀବିତ ରହିବା ଅସମ୍ଭବ ହେଇଯିବ । ମୋ ହାତରୁ ତୁମକୁ କିଏ ବଞ୍ଚାଇବ ମୁଁ ମଧ୍ୟ ଦେଖିବି । ୱିଦିନ ୨ ଘଣ୍ଟା ମଧ୍ୟରେ ମୋ ସାମ୍ନାରେ ଯେମିତି ମିସ୍ ଲିଲି ପହଞ୍ଚିବା ଆବଶ୍ୟକ ।
ଅରଣ୍ୟ ବାବୁଙ୍କ ରାଗ ଚରମ ସୀମାରେ ପହଞ୍ଚିଲା । ହଠାତ ସମସ୍ତ ଗାର୍ଡ ଏପଟ ସେପଟ ହେଇ ଦୌଡା ଦୌଡ଼ି ଆରମ୍ଭ କରିଦେଲେ। ଇତି ମଧ୍ୟରେ ଅନନ୍ୟାଙ୍କ ପାଖରେ ମଧ୍ୟ ହାଇ ସିକ୍ୟୁରିଟ୍ ବ୍ୟବସ୍ଥା କରିଲେ ଅରଣ୍ୟ ବାବୁ । ସମସ୍ତେ ଖୋଜିବାକୁ ଲାଗିଲେ ମିସ୍ ଲିଲିଙ୍କୁ । କିନ୍ତୁ ମ୍ୟାନେଜର ରବୀନ୍ଦ୍ର ବାବୁଙ୍କ ମୁହଁରେ କୁଟୀଳ ହସ ଧୀରେ ଧୀରେ ଚମକି ଉଠିଲା । କିନ୍ତୁ ଶତ୍ରୁଙ୍କୁ ନିଜଠାରୁ କମ ଆଙ୍କିବା ଭୁଲ କରିଦେଲେ ମ୍ୟାନେଜର ରବୀନ୍ଦ୍ର ବାବୁ ।
ହୋଟେଲ ରୟାଲ ପ୍ୟାଲେଶ୍ , ରେ କିଛି ସମୟ ମଧ୍ୟରେ ଘୋର ଅନ୍ଧକାର ହେଇଗଲା । ଅରଣ୍ୟ ବାବୁ ହଠାତ୍ ଚମକି ପଡି ବୁଲି ଦେଖିଲେ ଯେ ତାଙ୍କ ସାମ୍ନାରେ କେହି ଜଣେ ମୁହଁରେ ମାସ୍କ ଲଗାଇ ଠିଆ ହେଇଛନ୍ତି ବାଟ ଓଗlଲି। ସେ ଯେମିତି ଅରଣ୍ୟ ବାବୁଙ୍କୁ ଦେଖିଲେ ଅତି ନିକଟରେ ଠିକ ସେହି ସମୟରେ ତାଙ୍କର ଆଖି ଅରଣ୍ୟଙ୍କୁ ଦେଖି ଚମକି ଉଠିଲା ଏବଂ ସେ ଅଧା ଖଣ୍ଡିଆ ଓଡ଼ିଆ ଭାଷାରେ କହିଲେ ... କଣ ମିଷ୍ଠର ଅରଣ୍ୟ ..!!
ନିଜକୁ ଖୁବ୍ ଚାଲାଖ ଭାବୁଛ ଠୁମେ । କିଣ୍ଠୁ ଠୁମକୁ ମୋ ହାତରୁ ଆଜି କିଏ ବାଞ୍ଛଇବ ?
ଠୁମ ହାଠରେ ଏବେ କିଛି ସମୟ ଅଛି । ଯାଆ ଏବେ ବଞ୍ଚାଇ ନିଅ ଗାଳ୍ପିକା ଲିଲି ଙ୍କୁ ।
ବିଦେଶୀ ଲୋକର କଥା ଶୁଣିବା ପରେ ,ଅରଣ୍ୟ ବାବୁଙ୍କ କ୍ରୋଧ ସାତ ଆକାଶ କୁ ଛୁଇଁଲା । ସେ ତୁରନ୍ତ ତାକୁ ପଚାରିଲେ କିଏ ତୁମେ?
ମୋ ସହିତ ତୁମର ଶତ୍ରୁତା କଣ ଅଛି ?
କଣ ମୁଁ ତୁମକୁ ଠିକ୍ ରେ ଜାଣିଛି କି ମିଷ୍ଟର? କିନ୍ତୁ ମନରଖ ତୁମ ସାମ୍ନାରେ ଥିବା ଏଇ ମଣିଷ ଗୋଟେ ନର ରାକ୍ଷସ । ମୋର ସେହି ଉଗ୍ର ରୂପ କୁ ତୁମେ ବାହାରକୁ ବାହାର କରିବାକୁ ଚେଷ୍ଟା କରୁଛ । ମୁଁ ତୁମ କଥାରେ ଡିସ୍ଆପଏଣ୍ଟ ହେଲି ।
ଅରଣ୍ୟ ଙ୍କ କଥାରେ ଜବାବ ରେ ବିଦେଶୀ ଜଣଙ୍କ ହଠାତ ଅରଣ୍ୟ ବାବୁଙ୍କ ଉପରେ ଆକ୍ରମଣ କରିଦେଲା । କିଛି ସମୟ ର ଫାଇଟ୍ ପରେ ଅରଣ୍ୟ ବାବୁ ତାର ହାତ ମୋଡି , ଛାତିକୁ ଗୋଟିଏ କିକ୍ କରିଲେ ଏବଂ ସେ ତୁରନ୍ତ ସେହି ସ୍ଥାନରେ ନିଜର ପ୍ରାଣ ହରାଇଲା ।
ଅରଣ୍ୟ ବାବୁଙ୍କ ଏଭଳି ବିଭତ୍ସ କାଣ୍ଡ ଦେଖି ପାଖରେ ଥିବା ଜଣେ ଗାର୍ଡ ଭୟରେ ଥରି ଉଠିଲା ଏବଂ କହିଲା ମୁଁ କିଛି ଦେଖିନି ସାର, ମୋତେ କ୍ଷମା କରନ୍ତୁ । କିନ୍ତୁ ଗାର୍ଡ ଜଣକ ଉପରକୁ ତେରଛା ଚାହାଣୀ ରେ ଚାହିଁ ଅରଣ୍ୟ କହିଲେ ଯେ ହୋଟେଲ ରୟାଲ ପ୍ୟାଲେଶ୍ ଟିକେ ମଇଳା ହେଇଛି ଏହାକୁ ତୁମେ ସଫା କରିବା ପୂର୍ବରୁ ମୋତେ ତୁମେ କୁହ କଣ ଜାଣିଛ ତୁମେ ?
ଅରଣ୍ୟ ବାବୁଙ୍କ ପ୍ରଶ୍ନରେ ,ହୋଟେଲ ରୟାଲ ପ୍ୟାଲେଶ୍ ର ଗାର୍ଡ ଜଣଙ୍କ ଗୋଟା ପଣରେ ଥରୁଛି ।ସେ ତାର ଥରିଲା ଥରିଲା କଣ୍ଠରେ କହିଲା ସାର ମୁଁ ବିଶେଷ କିଛି ଜାଣି ନାହିଁ । କିନ୍ତୁ ହଠାତ କିଛି ଶବ୍ଦ ଶୁଣି ବାହାରକୁ ଆସିବା ସମୟରେ ଗୋଟିଏ ବାଘ ଭଳି ଜନ୍ତୁ କାହାକୁ ଉଠାଇ ନେଇଗଲା ଏବଂ ସେ ଯିବା ସମୟ ପରଠାରୁ ମୁଁ ବେହୋସ ଥିଲି । ଆଉ ଏଇ ଦେଖିବା ବେଳକୁ ...! ତାପରେ ହୋଟେଲ ରୟାଲ ପ୍ୟାଲେଶ୍ ର ଗାର୍ଡ ଜଣଙ୍କ ଅଧା କହି ଚୁପ୍ ଚାପ୍ ଠିଆ ହେଇଗଲା ।
ଅରଣ୍ୟ ବାବୁଙ୍କ ଅନୁମାନ ସତ୍ୟ । ଯଦି ଏହା କୌଣସି ଜଂଗଲୀ ଜନ୍ତୁର କାମ ତେବେ ଗାର୍ଡ ବେହୋସ କଣ ପାଇଁ ହେଲା । ତେଣୁ ସେ ବାରମ୍ବାର ତାକୁ ପଚାରିଲେ ଯେ , କୁହ ଗାର୍ଡ , ତୁମେ ବେହୋସ ହେବା ସମୟରେ ସେଠାରେ କଣ କେହି ନଥିଲେ ? ଯଦି ଏହା ଜଂଗଲୀ ପଶୁ ବାଘର କାମ ତେବେ ତୁମ କହିବା ଅନୁସାରେ ତୁମେ ଦୀର୍ଘ ୧ଘଣ୍ଟା ହେଲା ବେହୋସ ଥିଲ ତେବେ ଏହା ମଧ୍ୟ ଠିକ୍ ଯେ ଏଭଳି ସ୍ଥାନକୁ ବାଘ ଆସିବା ଅସମ୍ଭବ କାରଣ ସେ ପଶୁ ହେଲେ ମଧ୍ୟ ଜାଣିଚି ଯେ ତାର ତା ଜୀବନ ପ୍ରତି ମାଘ ତାର ଭୟ ଅଛି । ମନେରଖ ଗାର୍ଡ ଏ ଜୀବନଟା ଗୋଟିଏ ଖେଳ ସଦୃଶ ।ଏ ଖେଳରେ ଆପଣ ଖେଳାଳି ହେବେ କି ଖେଳନା,ଏହା କେବଳ ଆପଣଙ୍କ ଉପରେ ନିର୍ଭର କରେ । ସମୟ ବହୁତ କମ୍ ଅଛି ଏବେ ହିଁ ସ୍ଥିର କରି ନିଅ। ତୁମ କଥନ ଯଦି ଅସତ୍ୟ ହୁଏ ତେବେ ମୁଁ ତୁମକୁ ନିଶ୍ଚିନ୍ତ ଦଣ୍ଡିତ କରିବି , ଯାହା ତୁମେ ଚିନ୍ତା କରି ନଥିବ ।
ଗାର୍ଡ ଜଣକ ଚୁପ ଚାପ ସମସ୍ତ କଥା ଶୁଣି କହିଲେ , ବାବୁ ମୋତେ ବିଶ୍ୱାସ କରନ୍ତୁ ମୁଁ ଏହି ବିଷୟରେ କିଛି ଜାଣିନି କିନ୍ତୁ ଏହି ହୋଟେଲ ରେ ଅନେକ ସମୟରେ ଏମିତି ଅନେକ ସ୍ତ୍ରୀମାନେ ହିଁ ସେହି ବାଘ ର ଶିକାର ହେଉଛନ୍ତି ।
ନକାରାତ୍ମକ ପରିସ୍ଥିତିରେ ଥାଇ ମଧ୍ୟ ସର୍ବଦା ସକାରାତ୍ମକ ଚିନ୍ତା କରୁଥିବା ଅରଣ୍ୟ ଟିକେ ଚିନ୍ତାରେ ପଡ଼ି କହିଲେ ଶୁଣ ଏହି ଅଳିଆ ସଫାକର ଶୀଘ୍ର ଉଦ୍ଦେଶ୍ୟ ଯଦି ମହତ ହୋଇଥାଏ ତେବେ ତା ତୁଳନାରେ ବ୍ୟକ୍ତିଗତ ସ୍ବାର୍ଥ ଅତି ତୁଚ୍ଛ ଓ ନଗଣ୍ୟ ହୋଇଥାଏ । କାହିଁକିନା ଆକାଶ ଯେତେ ଉଚ୍ଚ ହୋଇଥାଏ ତାର ସ୍ବଚ୍ଛତା ଓ ଶୁଦ୍ଧତା ସେତେ ଅଧୂକ ହୋଇଥାଏ।କାହିଁକିନା ଆପଣଙ୍କର ସକରାତ୍ମକ ଚିନ୍ତାଧାରା ଦ୍ବାରା ହିଁ ସମସ୍ତ ସମସ୍ୟାର ସମାଧାନ ହୋଇପାରିବ।
କ୍ରମଶଃ...
✍️ପ୍ରଶାନ୍ତ କୁମାର ବିଦ୍ୟାଧର
ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।