SS Publication
SS Publication
June 2, 2025 at 06:28 PM
ଶୀର୍ଷକ _ ଲଭ୍ ୟୁ ହିଟଲର_ ଭାଗ୫୭ #ପ୍ରତିଲିପି ସୁପର୍ ରାଇଟର୍ ପ୍ରତିଯୋଗିତା - 2025 (ଧାରାବାହିକ,ଉପନ୍ୟାସ,ପ୍ରେମ,ବନ୍ଧୁତା,ପାରିବାରିକ)    ଗାର୍ଡଙ୍କୁ ନିର୍ଦ୍ଦେଶ ଦେବାପରେ ଅରଣ୍ୟ ଚାଲିଗଲେ , ବାଘ ଆସିଥିବା ବାଟରେ। ହୋଟେଲ ର ବଗିଚା ଦେଇ ଅରଣ୍ୟ ଯିବା ସମୟରେ ହଠାତ ଗୋଟେ ଜାଗାରେ ତାଙ୍କ ପାଦ ଦବିବାକୁ ଲାଗିଲା । ସେ ତୁରନ୍ତ ସେହି ସ୍ଥାନରେ ବାରମ୍ବାର ସେହି ଜାଗାକୁ ଅନୁଧ୍ୟାନ କରିଲେ କିନ୍ତୁ ସବୁଥର ଭଳି ତାଙ୍କ ସନ୍ଦେହ ବଢ଼ିବାକୁ ଲାଗିଲା। ଅରଣ୍ୟ ତୁରନ୍ତ ସେଠାରେ ଖୁବ୍ ଜୋର ରେ ପ୍ରହାର କରିବା ଦ୍ଵାରା ସେଠାରେ ଏକ ଛୋଟ ଛିଦ୍ର ହେଇଗଲା ।    ଅରଣ୍ୟ ସେହି ସ୍ଥାନର ଘାସ ଗଲିଚକୁ ଯେପରି ଆଡେଇଲେ ଦେଖିଲେ ଯେ ସେଠାରେ ଏକ ଦ୍ଵାର ଅଛି । ଅରଣ୍ୟ ଯେମିତି ସେହି ଦ୍ଵାର ଫିଟାଇବାକୁ ଚେଷ୍ଟା କରିଛନ୍ତି ଠିକ ସେହି ସମୟରେ ଅନେକ ବନ୍ଧୁକଧାରୀ ସୋଲଜର ଙ୍କ ବନ୍ଧୁକ ମୁନରୁ ସlଇଁ ସlଇଁ ହେଇ ଗୁଳି ବରଷିବାରେ ଲାଗିଲା । ଅରଣ୍ୟ ପ୍ରତ୍ୟେକ ଗୁଲିକୁ ଡିଫେଣ୍ଟ କରି ଆଗକୁ ବଢ଼ିଲେ । ଅରଣ୍ୟଙ୍କ ପାଦ ଆଗକୁ ବଢିବା ସହିତ ସାମ୍ନାରେ ଅନେକ ଘଟଣା ଦେଖିବାକୁ ମିଳିଲା । କିଛି ସମୟ ମଧ୍ୟରେ ଗୁମ୍ଫା ର ଦ୍ଵାର ବନ୍ଦ ହେଇଗଲା ଏବଂ ଗୁଳି ଫୁଟିବା ମଧ୍ୟ ବନ୍ଦ ହେଇଗଲା ।    ଅରଣ୍ୟ ଗୁମ୍ଫା ଭିତରେ ପ୍ରବେଶ କରିବା ପରେ ସେଠାରେ ତାଙ୍କ ମୁଣ୍ଡରେ ଏକ ଶକ୍ତ ଆଘାତ ଲାଗିଲା କିନ୍ତୁ ସେ ନିଜକୁ ସମ୍ଭାଳି ଦେଖିଲେ ଯେ ତାଙ୍କ ସାମ୍ନାରେ ପ୍ରାୟ ପଚାଶ ରୁ ଉର୍ଦ୍ଧ ସୈନିକ ତାଙ୍କୁ ଘେରି ରହିଛନ୍ତି । ଠିକ୍ ସେହି ସମୟରେ ଅରଣ୍ୟ ତାଙ୍କ ଜୋତା ମଧ୍ୟରୁ ଆଖି ପିଛୁଳା ରେ କିଛି ସୂଚୀ ବାହାର କରି ସମସ୍ତଙ୍କ ବେକକୁ ଫୋପାଡି ବେହୋସ କରିଲେ । ଏବଂ ସମସ୍ତଙ୍କୁ ଗୋଟିଏ ଚ୍ୟlମ୍ବର ମଧ୍ୟରେ ବନ୍ଦକରି ଆଗକୁ ବଢ଼ିଲେ । ଅରଣ୍ୟ ଆଗକୁ ଯେତେ ବଢ଼ିଲେ ତାଙ୍କ ଆଖି ସାମ୍ନାରେ ଆସୁଥିବା ଦୃଶ୍ୟ ଖୁବ୍ ରୋମାଞ୍ଚିତ କରିବାକୁ ଲାଗିଲା । ଗୁମ୍ଫା ମଧ୍ୟରେ ଥିବା ଦୃଶ୍ୟ ଖୁବ ଭୟଙ୍କର ଥିଲା । କାରଣ ଗୁମ୍ଫା ମଧ୍ୟରେ ଗୋଟେ ଚ୍ୟାମ୍ବର ମଧ୍ୟରେ ଦେଖିଲେ ଯେ କିଛି ମୃତ ଦେହକୁ ଗୋଟିଏ ଲ୍ୟାବ ମଧ୍ୟରେ କିଛି ଏ୍ସପେରିମେଣ୍ଟ୍ କରି ତାଙ୍କ ଦେହରେ ଗୋଟିଏ ମେସିନ ଫିଟିଙ୍ଗ କରି ପୁନଃ ଯୁଦ୍ଧ ପାଇଁ ରେଡ୍ଡୀ କରାଯାଉଛି ।   ଅରଣ୍ୟ ଏସବୁ ଦେଖି ସଂପୂର୍ଣ୍ଣ ଅସ୍ତବ୍ୟସ୍ତ ହେଇ ଗଲେଣି । କାରଣ ଏସବୁ ସେହି କଳlନାଗ ଗ୍ରୁପ୍ ର କାମ ଯିଏ କି ଦେଶ ମଧ୍ୟରେ ରହି ସରକାର ସହିତ ଅନେକ ଉଦ୍ୟୋଗପତିଙ୍କୁ ଅପହରଣ କରିବା ସହିତ ରାଜ୍ୟ ତଥା ଦେଶର ସୁନ୍ଦରୀ ଯୁବତୀ ମାନଙ୍କୁ ବିଦେଶକୁ ପଠାଇ ଅନେକ ଗୁଡ଼ିଏ ଅସ୍ତ୍ର ଶସ୍ତ୍ର କିଣି ଆଣି ସରକାରଙ୍କୁ ଧମକ ଦିଅନ୍ତି ।    ଏପଟେ ମିସ୍ ଲିଲି ଙ୍କ ନିଖୋଜ ହେବାର ପ୍ରାୟ ଛ ଘଣ୍ଟା ବିତିଗଲାଣି । କିନ୍ତୁ କିଛି ଖୋଜ ଖବର ନପାଇ ମାନସ , ସୁକାନ୍ତ ଏବଂ ଦିଲ୍ଲୀପ ତଥା ତାଙ୍କ ସ୍କୋରପୀୟନ୍ ଟିମ୍ ହତାଶ ହେଇଗଲାଣି । କିନ୍ତୁ ହୋଟେଲ ରୟାଲ ପ୍ୟାଲେସ ଆସିବା ପରେ ଦେଖିଲେ ଯେ ସେଠାରେ ଅରଣ୍ୟ ମଧ୍ୟ ନାହାଁନ୍ତି । ମାନସ ବାବୁଙ୍କ ଚିନ୍ତା ଅନେକ ବଢ଼ିଗଲା । ସେ ତୁରନ୍ତ ବ୍ୟlକପ ପାଇଁ ଟିମ୍ ମଗାଇଲେ । ଅପର ପକ୍ଷରୁ ଜଣେ ଗମ୍ଭୀର କଣ୍ଠରେ କହିଲେ ଓକେ ମାନସ । ମୁଁ କିଛି ସମୟ ମଧ୍ୟରେ ବ୍ୟାକପ ଟିମ୍ ପଠାଉଛି ଶିମିଳିପାଳ ଅଭୟାରଣ୍ୟ କୁ କିନ୍ତୁ ମନେରଖ ମାନସ ସେଠାରେ ଥିବା ସମସ୍ତ ମନୁଷ୍ୟ ଏବଂ ଜୀବ ଜନ୍ତୁଙ୍କ ପ୍ରାଣ ହାନୀ ନହୁଏ ଯେପରି ନଚେତ ଏହି କାର୍ଯ୍ୟ ସମ୍ପାଦନା କରିବା ମୁସ୍କିଲ ହେଇଯିବ ଏବଂ ଓଡ଼ିଶା ସରକାରଙ୍କ ସାହାଯ୍ୟ ମଧ୍ୟ ତୁମକୁ ମିଳିବ ନାହିଁ । ଆଉ ଗୋଟେ କଥା ତୁମେ ମାନେ ତୁମ ଆଇଡେଣ୍ଟି ତିଭିଲ କରିବ ନାହିଁ ।    ଅପର ପକ୍ଷରୁ ଫୋନ କଟିଗଲା । ଫୋନ୍ କଟିବା ସହିତ ମାନସ ବାବୁ ସାଲ୍ୟୁଟ ମାରି କହିଲେ ଜୟ ହିଁନ୍ଦ ସାର ।   ଏପଟେ ଅରଣ୍ୟ ବାବୁ ନିଜ ଇଅର ଫୋନ କୁ କନେକ୍ଟ କରିବା ପରେ ସମସ୍ତଙ୍କ ଇଅର ଫୋନ ରେ ସୂକ୍ଷ୍ମ ଏକ ଟ୍ୟୁନିଙ୍ଗ ବାଜି ବନ୍ଦ ହେଇଗଲା । ମାନସ ଏବଂ ସ୍କୋରପୀୟନ ଗ୍ରୁପ୍ ରେ ସମସ୍ତେ ସଜାଗ ହେଇଗଲେ ଏବଂ ଅରଣ୍ୟ ଙ୍କ ମେସେଜ ପାଇ ସେମାନେ ଧିରେ ଧିରେ ଗୁମ୍ପାର ଭିତରେ ପ୍ରବେଶ କରିଲେ ।    ଗୁମ୍ଫା ମଧ୍ୟରେ ପ୍ରବେଶ କରିବା ଦେଖି କିଛି ସୈନିକ ତାଙ୍କ ଆଡ଼େ ଆସି ଢୋ ଢୋ କରି ଗୁଳି ଫୁଟାଇବlକୁ ପଛଘୁଂଚା ଦେଲେ ନାହିଁ କିନ୍ତୁ ମାନସ ବାବୁ ଏବଂ ଦିଲ୍ଲୀପ ଦୁହେଁ ସମସ୍ତଙ୍କୁ କଭର କରି ସେହି ଆତଙ୍କବାଦୀ ଆକ୍ରମଣକୁ ସଫଳ ହେବାକୁ ନଦେଇ ଆଗକୁ ଆଗକୁ ବଢ଼ିଲେ । ତଥା ପେଟ୍ରୋଲ ବମ ଦ୍ଵାରା ସମସ୍ତଙ୍କୁ ନିଆଁ ରେ ଜlଳିପୋଡ଼ି ସମାପ୍ତ କରିଦେଲେ ।    ଏପଟେ ଗୁମ୍ଫା ମଧ୍ୟରେ ଧମାକା ଦେଖି ଅରଣ୍ୟ ବାବୁ ତୁରନ୍ତ ଟିମ୍ ଙ୍କୁ ବିରକ୍ତ ହେଇ କହିଲେ ଏହା କଣ କରିଲ । ମୁଁ ବନ୍ଧକ କରିଥିବା ଲୋକଙ୍କୁ ତୁମେ ବଧ କରି ତାଙ୍କଠାରୁ ପାଇବାକୁଥିବା ଇନ୍ଫୋରମେସନ ଠାରୁ ଶହେ କୋଷ ଦୂରକୁ ଚାଲିଗଲ । କିନ୍ତୁ ଆଉ ଏଭଳି ମୂର୍ଖାମି ଯେମିତି ନହୁଏ । ଏପଟେ ଗୋଟେ ବନ୍ଦ ରୁମ୍ ମଧ୍ୟରେ ମିସ୍ ଲିଲିଙ୍କ ଆଖି ଖୋଲିଲା ଏବଂ ତାଙ୍କୁ ପ୍ରାୟ ଚାରି ପାଞ୍ଚଜଣ ଘେରି ରହିଛନ୍ତି ଏବଂ କହୁଛନ୍ତି ଯେ ଯଦି ତୁମେ ଅରଣ୍ୟ ଏବଂ ସାଥୀ ମାନଙ୍କ କାର୍ଯ୍ୟକଳାପ ବିଷୟରେ କହିବ ତେବେ ଆମେମାନେ ତୁମକୁ ଟଙ୍କା ପଇସାରେ ପୋତି ଦେବୁ ତଥା ଆମ ବସ ତୁମକୁ ରାଣୀ କରି ରଖିବେ । କଣ କହୁଛ ମିସ୍ ଅନନ୍ୟା ରାଏ ବାହାଦୁର । ତମେ ଜଣେ ବିସ୍ମିତ ସୁନ୍ଦରୀ । ତୁମ ରୂପ ଯୌବନ ଖୁବ ଆକର୍ଷଣୀୟ । ତୁମ ସାମ୍ନାରେ ସ୍ଵର୍ଗର ଅପସରା ମାନେ ମଧ୍ୟ ହାର ମାନିବା ସହିତ ସ୍ଵୟଂ କାମଦେବ , ଦେଵୀ ରତୀଙ୍କୁ ଛାଡ଼ି ତୁମ ପ୍ରେମରେ ପାଗଳ ଭ୍ରମର ପ୍ରାୟ ବୁଲିବେ। କୁହ ଅନନ୍ୟା ରାଏ ବାହାଦୁର ? ଅରଣ୍ୟ ରାଏ ବାହାଦୁର କିଏ ? କଣ ତାଙ୍କର ପରିଚୟ ? ତାଙ୍କ ପାଖରେ ଥିବା ଏହି ଯୁଦ୍ଧ ନୀତି , କଳା ଏବଂ ପୁରୁଣା ତକ୍ଷକ ବିଦ୍ୟା କେଉଁଠାରୁ ଆସିଲା ? ତୁମେ ଏସବୁ ଯଦି ଜାଣି ଶୁଣି ନକହିବ ତେବେ ତୁମକୁ ନର୍କରେ ମଧ୍ୟ ଜାଗା ମିଳିବା ଅସମ୍ଭବ ହେଇଯିବ । ତୁମର ଏହି ଚିଟା ଗୋରା ଦେହକୁ ସମସ୍ତେ ଝୁଣି ଝୁଣି ଖାଇ ସାରିବା ପରେ ତୁମ ଦେହର ସମସ୍ତ ଅର୍ଗlନ କୁ ବିଦେଶ ସପ୍ଲାଇ ହେବ ଏବଂ ତାହା ପୁଣି ଅନେକ ଦେହର ବାସ୍ନା ମେଣ୍ଟାଇବା ପରେ । ମିସ୍ ଲିଲି ଏସବୁ ଶୁଣି ଗୋଟା ପଣେ ଥରିଲେଣି। ମନେ ମନେ ସେ ଭାବୁଛନ୍ତି ଯେ ମଣିଷ କି ବେଳରେ ଏହି ସ୍ଥାନକୁ ଆସିଲା ଯେ , ଏଠାରୁ ବାହାରିବା ମଧ୍ୟ ଅସମ୍ଭବ । ତାପରେ ଅରଣ୍ୟ ରାଏ ବାହାଦୁର ଙ୍କ ବିଷୟରେ କଣ ବା ମୁଁ ଜାଣିଛି । ସତ କହିଲେ ଏମାନେ ବିଶ୍ୱାସ କରିବେ ନାହିଁ ଏବଂ ମିଛ କହିଲେ ଏମାନେ ମୋ ଶରୀର ସହିତ ଖେଳ ଖେଳିବେ । ମିସ୍ ଲିଲି କିଛି ସମୟ ଚୁପ ରହିବା ଭିତରେ , ଗୁମ୍ଫା ମଧ୍ୟରେ କିଛି ହଲଚଲ ଶବ୍ଦ ଶୁଭିଲା । କାହାର ବୁଟ୍ ସାଉଣ୍ଡ ଶୁଭିଲା ଯାହା ଅତି ପରିଚିତ ଭଳି ଲାଗୁଛି । ଏମିତି ଖୁସି ଖବର ଶୁଣି ମିସ୍ ଲିଲି ଜାଣିଲେ ଯେ ଏହା ନିଶ୍ଚିନ୍ତ ଅରଣ୍ୟଙ୍କ ବୁଟ୍ ର ଶଦ୍ଧ କିନ୍ତୁ ଏ କଣ ଏକା ସାଙ୍ଗରେ ଅନେକ ସେହିଭଳି ଶବ୍ଦ । ତେବେ କିଏ ଏମାନେ ? କଣ ଆଜି ମୁଁ ଏଠାରୁ ଯାଇ ପାରିବି ନାିଁ ଏହି ଦରିନ୍ଦା ମାନଂକ ଭୋକର ଶିକାର ହେବି । ମିସ୍ ଲିଲି ଏମିତି କିଛି ଭାବନା ରେ ବୁଡି ରହିବା ଭିତରେ ତାଙ୍କ ଗାଲରେ ଏକ ଶକ୍ତ ଚାପୁଡ଼ା ଆସି ବାଜିଲା ଏବଂ ମୁହଁରୁ ରକ୍ତ ବୋହିବା ଆରମ୍ଭ ହେଇଗଲା । ମିସ୍ ଲିଲି ତଥାପି ଚୁପ ରହିଲେ ଏବଂ ଠିକ୍ ସେହି ସମୟରେ ହଠାତ ସେ ଦେଖିଲେ ଯେ ତାଙ୍କ ସାମ୍ନାରେ ଥିବା ସମସ୍ତ ଆତଙ୍କବାଦୀ ଗୋଟା ଗୋଟା କରି ତଳେ ଟଳି ପଡିଲେ । ସେ କିଛି ବୁଝିବା ଆଗରୁ ଅରଣ୍ୟ ଆସି କହିଲେ ମିସ୍ ଲିଲି ଏଠାରୁ ଶୀଘ୍ର ଚାଲନ୍ତୁ।    କ୍ରମଶଃ... ✍️ପ୍ରଶାନ୍ତ କୁମାର ବିଦ୍ୟାଧର ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।

Comments