
SS Publication
June 3, 2025 at 05:01 PM
ବିକ୍ରମ ବେତାଳ _ ଭାଗ୭୪
(ଐତିହାସିକ, ପଞ୍ଚତନ୍ତ୍ର କାହାଣୀ,ପୌରାଣିକ, ଧାରାବାହିକ , ଅନୁବାଦ)
ରାଜନ ବିକ୍ରମାଦିତ୍ୟଙ୍କ କାନ୍ଧରୁ ଖସି ଯାଇ ବେତାଳ ପୁନଃ କହିଲା ଶୁଣ ରାଜନ ତୁମ ଉତ୍ତର ଯଦି ମିଥ୍ୟା ହୁଏ ତେବେ ମୁଁ ତୁମ ଶିରକୁ ଛେଦନ କରିବି ।
ମଣିଷ ଜୀବନରେ ଲୋଭ ମୋହ ମାୟା ର ଆଶକ୍ତି ହିଁ ତାଙ୍କୁ ନିମ୍ନଗାମୀ କରାଇ ଥାଏ , ଏହି ଯେପରି ଡାକୁ ସର୍ଦ୍ଧାର ମଲ ଖାଁନ୍ କୁ ମୋକ୍ଷ ତର୍ପଣର ଆଶକ୍ତି ଏବଂ ଭାଗବନ୍ତି କୁ ଧନ ଲୋଭ । ଏହି ମଣିଷ ବଡ଼ ଲୋଭି । କେତେବେଳେ ସେ ମୃତ୍ୟୁ ପ୍ରାପ୍ତ କରିବ ତାହା ଜଣା ନାହିଁ କି ମୃତ୍ୟୁ ପରେ ତାର କଣ ହେବ ସେ ମଧ୍ୟ ଜାଣି ନଥାଏ ତଥାପି ସେ ଲୋଭ ମୋହ ମାୟାରେ ଘୁରି ବୁଲେ । ଏହି ଲୋଭର କୌଣସି ସୀମା ରେଖା ନାହିଁ କି କ୍ଷୟ ନାହିଁ ।
ଏହାପରେ ସେହି ରାତ୍ରୀରେ ଭାଗବନ୍ତି ର କନ୍ୟା ବୈଜୟନ୍ତି ସହିତ ବିବାହ ହେଲା ଡାକୁ ସର୍ଦ୍ଧାର ମଲ ଖାଁନ୍ ସହିତ । ତାପରେ ସେ ଦୁହେଁ ପତି ଓ ପତ୍ନୀ ହେବାପରେ ସୁହାଗରାତ୍ରୀ ରେ ହେଲା ମିଳନ । ସେହି ମିଳନ ପରେ ଶେଷ ହେଲା ଅନ୍ତିମ ରାତ୍ରିର ସବୁ ଅବଶୋଷ ଏବଂ ପ୍ରଭାତ ରେ ଡାକୁ ସର୍ଦ୍ଧାର ମଲ ଖାଁନ୍ କୁ ଫାଶୀ ଖୁଣ୍ଟରେ ଚଢାଇ ଦିଆଗଲା । ସେହି ରାତ୍ରିର ମିଳନ ରେ ଡାକୁ ମଲ ଖାଁନ୍ ଔରୁଷରୁ ଜନ୍ମ ହେଲେ ରାଜକୁମାର ଚନ୍ଦ୍ରଭାନୁ କିନ୍ତୁ ଏବେ ଅନ୍ୟ ଦୁଇଜଣ ପୁଣି କିପରି କହୁଛନ୍ତି ଯେ ସେମାନେ ତାଙ୍କ ପିତା ।
କୁହ ରାଜନ କୁହ ? ଚିନ୍ତା କର ରାଜନ ବିକ୍ରମାଦିତ୍ୟ ତେବେ ରାଜକୁମାର ଙ୍କ ସାମ୍ନାରେ ଠିଆ ହେଇଥିବା ଅନ୍ୟ ଦୁଇଜଣ ପ୍ରେତାତ୍ମା କିଏ ? ଯେଉଁମାନେ ନିଜକୁ ରାଜକୁମାରଙ୍କର୍ ପିତା ବୋଲି ଦର୍ଶାଇ ତର୍ପଣ ଭିକ୍ଷା ମାଗୁଛନ୍ତି । ରାଜନ ବିକ୍ରମାଦିତ୍ୟ ବେତାଳ ପଚିଶ ର କାହାଣୀ ଶୁଣି ଏହି ପ୍ରେତ ଘାଟି ରୁ ପାର କରିଯିବା ବହୁତ କଠିନ ନୁହେଁ ଏହା ଅସମ୍ଭବ ଅଟେ ।
ହା... ହା...ହା
ମୁଁ ବେତାଳ ।
ନାହିଁ ମୋର ଥଳ କୂଳ
ଗଛ ଓହଲ ରେ ଘର ମୁଁ କରିଛି
ଭାଙ୍ଗିଦେବି ତୋର ସବୁ ବଳ
ବେତାଳ ପଚିଶ କଥା ତୁ ଶୁଣି ଥା ରାଜନ
ସରି ଯାଉଛି ତୋ ବେଳ କାଳ ।।
ବୁଝିଲୁ ରାଜନ ବିକ୍ରମାଦିତ୍ୟ, ଭାଗ୍ୟ ଯଦି ବଳବାନ ତେବେ ରଙ୍କ ମଧ୍ୟ ରାଜା ହେବ । ସେହି ଦିନର ଅକାଳ ଘଟଣା ପରେ ମଲ ଖାଁ ର ସବୁ ସମ୍ପତି ର ମାଲିକାଣୀ ହେଲା ଏବଂ ତାର ପୂତ୍ରୀ ବୈଜୟନ୍ତି ର ଭାଗ୍ୟ ବଦଳିଗଲା ସତ କିନ୍ତୁ ବୈଜୟନ୍ତି ମନରେ କଷ୍ଟ ଥାଏ କାରଣ ତାର ଗର୍ଭରେ ବଢୁଥିବା ସନ୍ତାନ ଭୁମିଷ୍ଟ ହେବାପରେ ଯେତେବେଳେ ଜାଣିବ ଯେ ତାର ପିତାଙ୍କ ଛତ୍ର ଛାୟା ତାର ମୁଣ୍ଡ ଉପରେ ନାହିଁ ସେ କଣ ଭାବିବ ? ଆଉ କଣ କହି ବୈଜୟନ୍ତି ତାକୁ ବିଝାଇବେ।
ଝିଅ ବୈଜୟନ୍ତି ର ଦୁଃଖ ଦେଖି ଭାଗ୍ୟବନ୍ତି ଖୁବ କଷ୍ଟ ପାଆନ୍ତି କିନ୍ତୁ ମନୁଷ୍ୟ ଅନେକ ସମୟରେ ତାର ଧନ ସମ୍ପତି ଲୋଭ ରେ ପଡ଼ି ପୁଣି ଭୁଲିଯାଏ ସବୁ । ଦିନେ ଏମିତି ଭାଗ୍ୟବନ୍ତି ଓ ବୈଜୟନ୍ତି ମନ୍ଦିର କୁ ଗଲେ ସେଠାକୁ ଯିବାପରେ ମନ୍ଦିର ପ୍ରାଙ୍ଗଣରେ ଭାଗ୍ୟବନ୍ତି ନିଜର ଜୋତା କାଢି ଭିତରକୁ ପ୍ରବେଶ କରିବା ସମୟରେ ଜଣେ ମନୁଷ୍ୟ ଆସି ତାଙ୍କ ଜୋତା କୁ ମୁଣ୍ଡରେ ମାରି , ପ୍ରଣାମ କରିଲା । କିନ୍ତୁ ଠିକ୍ ସେହି ସମୟରେ ଯେତେବେଳେ ଯୁବକ ଜଣଙ୍କ ପ୍ରଣାମ କରୁଛନ୍ତି ତାଙ୍କ ଉପରେ ନଜର ପଡିଲା ଭାଗ୍ୟବନ୍ତି ଙ୍କ ର ଠିକ୍ ସମୟରେ ଭାଗ୍ୟବନ୍ତି କହିଲେ ଆରେ ତୁମେ ମୋ ଜୋତା କୁ ପ୍ରଣାମ କରନ୍ତୁ ନାହିଁ । ମୁଁ ରାମଚନ୍ଦ୍ର ନୁହେଁ ଯେ ଆପଣ ପ୍ରଣାମ କରିବେ ।
ଭାଗ୍ୟବନ୍ତି ଙ୍କ କଥାରେ ମୋହିତ ହେଇ ଯୁବକ ଜଣକ କହିଲେ ମୁଁ ପ୍ରଭୁ ଶ୍ରୀ ରାମ ଙ୍କୁ ଦେଖି ନାହି କିନ୍ତୁ ମାତା କୌଶଲ୍ୟା ଙ୍କୁ ଦେଖୁଛି ଏବେ । ଏବଂ ଠିକ୍ ଏହି ସମୟରେ ଯୁବକ ଜଣକ ଭାଗ୍ୟବନ୍ତି କୁ କହିଲେ ଯଦି ଆପଣ ଆଜ୍ଞା ଦିଅଁନ୍ତି ତେବେ ମୁଁ ଆପଣଙ୍କ ପାଦ ସ୍ପର୍ଶ କରନ୍ତି । ଆପଣଙ୍କୁ ମାଆ ଭଳି ପୂଜା କରନ୍ତି । ଶୁଣିଥିଲି ଯେ ଆପଣ ବଡ଼ ଦୟାଳୁ । ଦାନୀ କିନ୍ତୁ ଆଜି ସ୍ଵୟଂ ଦେଖିଲି । ଲୋକେ କୁହନ୍ତି, ଜୀବନରେ ଯେବେ ସୁଖ, ଶାନ୍ତି ଭରିଯାଏ ତାକୁ ହିଁ ଜୀବନ ବୋଲି କୁହାଯାଏ..କିନ୍ତୁ ପ୍ରକୃତରେ ଜୀବନ ତ ତାକୁ ହିଁ କୁହାଯାଏ, ଯେବେ ଆପଣଙ୍କ ପାଇଁ ଅନ୍ୟର ଓଠରେ ହସ ଫୁଟିଥାଏ....
ଏପଟେ ଯୁବକ ଜଣଙ୍କ ଗୋଡ଼ ଧରିବା ଦେଖି ଭାଗ୍ୟବନ୍ତି ଙ୍କ ମନରେ ଅକସ୍ମାତ ଉତ୍ସାହ ଓ ଉଦ୍ଦୀପନା ଉଙ୍କି ମାରିଲା । କଥାରେ ଅଛି ...
"ଏ ମନ୍ ଚାହୁଁ ଥାଏ ଯାହା
କାଳ ପ୍ରାପତେ ହୁଏ ତାହା । "
ମନରେ ଯଦି ସତ କାରଣ ସହିତ ଇଚ୍ଛା ପ୍ରକଟ ହୁଏ ତାହା ଅବଶ୍ୟ ପୂରଣ ହୁଏ । ଭାଗ୍ୟବନ୍ତି ଙ୍କୁ ଦରକାର ଜାମାତା ଏବଂ ଯୁବକ ଜଣଙ୍କୁ ଦରକାର ମାତା । ଆହା ଭାଗ୍ୟର ସଂଯୋଗ ନୁହେଁ ତ ଆଉ କଣ ?
କ୍ରମଶଃ...
✍️ପ୍ରଶାନ୍ତ କୁମାର ବିଦ୍ୟାଧର
ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।