SS Publication
SS Publication
June 6, 2025 at 02:14 AM
ଶୀର୍ଷକ _ ଲଭ୍ ୟୁ ହିଟଲର_ ଭାଗ୫୯ #ପ୍ରତିଲିପି ସୁପର୍ ରାଇଟର୍ ପ୍ରତିଯୋଗିତା - 2025 (ଧାରାବାହିକ,ଉପନ୍ୟାସ,ପ୍ରେମ,ବନ୍ଧୁତା,ପାରିବାରିକ)    ସୁଡ଼ଙ୍ଗ ଭିତରେ ଅରଣ୍ୟ ବାବୁ ଏବଂ ସାଥୀମାନେ ଯାଉଥିବା ସମୟରେ ପାଣି ସ୍ତର ବଢିବା ସହିତ ଗୋଟିଏ ଘଡିଆଳ ଲୁଚି ଛପି ଆସି ରଞ୍ଜିତଙ୍କୁ ଆକ୍ରମଣ କରିଲା । ହଠାତ ପାଣିରେ ହଲଚଲ ଦେଖି ଅରଣ୍ୟ ବାବୁ ଜାଣି ପାରିଲେ ଯେ କେହି ଜଣେ ଏଠାରେ ଉପସ୍ଥିତ ଅଛି।  ଏହା ଜାଣିବା ପରେ ସେ ହଠାତ୍ ଦେଖିଲେ ପାଣିର ରଙ୍ଗ ଆସ୍ତେ ଆସ୍ତେ ଲାଲ ହେଉଛି ତେଣୁ ସେ ପାଣି ରେ ବୁଡି ଦେଖିଲେ ଯେ ରଞ୍ଜିତ କୁ ଗୋଟାଏ କୁମ୍ଭୀର କ୍ଷତାକ୍ତ କରି ସାରିଲାଣି । ଅରଣ୍ୟ ତୁରନ୍ତ ରଞ୍ଜିତଙ୍କୁ ସାହାଯ୍ୟ କରିବାକୁ ଯାଇ କୁମ୍ଭୀର ଗଳା ରେ ଆଘାତ କରି ତାର ପେଟ କୁ ଛୁରା ଦ୍ଵାରା ଚିରି ଦେଲେଣି । କୁମ୍ଭୀର ଟି ଆଘାତ ପାଇ ରଞ୍ଜିତଙ୍କୁ ଛାଡିଦେଲା ଏବଂ ସେ ସେଠାରୁ ଯିବା ସମୟରେ ରଞ୍ଜିତ ତାକୁ ଆକ୍ରମଣ କରି ବଧକରିଲେ।    ଏପଟେ ଅରଣ୍ୟ ବାବୁ , ଗୁମ୍ଫା ମଧ୍ୟରେ ଥିବା କଥା ଭାବି ବ୍ୟସ୍ତ ହେଉଛନ୍ତି ଠିକ୍ ସେହି ସମୟରେ ତାଙ୍କ ସାମ୍ନାରେ ଗୋଟିଏ ଡ଼ଙ୍ଗା ରେ ତିନିଜଣ ବ୍ୟକ୍ତି ବସି ଚାଲିଯାଉଛନ୍ତି ।    କିଛି ଆତଙ୍କବାଦିଙ୍କ ଯିବା ଦେଖି ଅରଣ୍ୟ ତୁରନ୍ତ ଫାୟାର କରିଲେ ଏବଂ ଗୋଟେ ରସି ସେହି ଡଙ୍ଗା ଉପରକୁ ଫୋପଡ଼ିଦେଲେ । ରସି ଯାଇ ଡଙ୍ଗlର ଏକ କୋଣରେ ଲାଖିବା ପରେ ଡଙ୍ଗା ଅଟକିଗଲା । ଆତଙ୍କବାଦୀ ତିନିଜଣ ଖୁବ ଆଘାତ ପାଇ କଷ୍ଟରେ ଚିତ୍କାର କରୁଛନ୍ତି କି ଅରଣ୍ୟ ଏବଂ ସାଥୀମାନେ ସେଠାରେ ପହଁଚିଗଲେ ତଥା ସେମାନଙ୍କୁ ଧରି ପଚରା ଉଚୁରା କରିଲେ କିନ୍ତୁ ସେମାନେ କିଛି କହିବା ପୂର୍ବରୁ ନିଜ ମୁହଁରେ କିଛି ଟାବ୍ଲେଟ୍ ରଖି ନିଜ ପ୍ରାଣ ହରାଇଲେ ।    ଆତଙ୍କବାଦୀମାନଙ୍କ ଏଭଳି କାର୍ଯ୍ୟକଳlପ ଦେଖି ଅରଣ୍ୟ ବାବୁ ସମ୍ପୁର୍ଣ୍ଣ ନିରାଶ ହେଇଗଲେ। ହାତ ପlହନ୍ତlରେ ଧରା ଦେଇଥିବା ମାଛ ସତେ ଯେପରି ହାତରୁ ଛିଟିକି ପୁଣି ନଦୀରେ ଲୀନ ହେଇଗଲେ । ପ୍ରଥମ ଥର ପାଇଁ ଅରଣ୍ୟ ବାବୁଙ୍କ ବୋକlମି ପାଇଁ ଏଭଳି ଘଟିଲା ଚିନ୍ତାକରି ଅରଣ୍ୟ ବହୁତ ଦୁଃଖି ହେଲେ କିନ୍ତୁ ରଞ୍ଜିତଙ୍କ ଅବସ୍ଥା ଦେଖି ସେମାନେ ସମସ୍ତେ ତୁରନ୍ତ ସେହି ସ୍ଥାନରୁ ବାହାରକୁ ଆସିଲେ ।   ବୁଢ଼ାବଲଙ୍ଗ ନଦୀ , ଶକ୍ତ ପ୍ରହାର କରୁଛି ଡଙ୍ଗାକୁ । ପ୍ରଖର ସୁଅରେ ଥରେ ମଣିଷ ପଡିିଲେ ବୁଡି ମରିବ ନଚେତ ମାଛ ଓ କୁମ୍ଭୀରଙ୍କ ଆହାର ହେବ । ବୋଧହୁଏ ଏଥି ପାଇଁ ବି ଏହି ନଦୀକୁ ଓଡ଼ିଶାର ଦୁଃଖ କୁହାଯାଏ । ତେଣୁ ଅରଣ୍ୟ ବାବୁ ସେହି ସ୍ଥାନରୁ ତୁରନ୍ତ ଫେରିବାକୁ ଚେଷ୍ଟା କରିଲେ । ଠିକ୍ ସମୟରେ ଦିଲ୍ଲୀପ କହିଲେ ସାର ଏଇମାନଙ୍କୁ କଣ କରିବା । ତାଙ୍କ ମୁହଁରୁ କଥା ସରିଛି କି ନାହିଁ ରଞ୍ଜିତ ବାବୁ କହିଲେ କ୍ୟାପଟେନ , ଏମାନଙ୍କ ପ୍ୟାକେଟ ଥରେ ଚେକ କରି ଏହି ନଦୀରେ ଛାଡି ଦିଅନ୍ତୁ । ମାଛ ନଚେତ କୁମ୍ଭୀରଙ୍କ ଖୁବ୍ ସୁନ୍ଦର ଆହାର ହେବ ।    ସକାଳ ପାହି ଆସୁଛି । କିଛି ଘଣ୍ଟାର ପରିଶ୍ରମ ପତ୍ର ଅରଣ୍ୟ ଏବଂ ସାଥୀ ଫେରିଲେ ହୋଟେଲ ରୟାଲ ପ୍ୟାଲେସ ମଧ୍ୟକୁ ଏବଂ ତାପରେ ସେଠାରେ ଦେଖିଲେ ଯେ ଅନନ୍ୟା ଏବଂ ମିସ୍ ଲିଲି ବସି ଗପ ମାରୁଛନ୍ତି। ଠିକ୍ ସେହି ସମୟରେ ମିସ୍ ଲିଲି ଟିକେ ମୁହଁ ଶୁଖେଇ କହିଲେ ଯେ ଅନନ୍ୟା ମୁଁ ଅସୁବିଧାରେ ପଡ଼ିଛି । କିନ୍ତୁ କଣ କରିବି କିଛି ଜାଣି ପାରୁନି । ପେଟ ଟା ହଠାତ ଏମିତି କଷ୍ଟ ଦେଉଛି। ଆଛା ମୁଁ କଣ କହୁଛି ତୁ ବୁଝୁଛୁ ନା କଣ ? ପ୍ଲିଜ୍ ମୋତେ ହେଲ୍ପ କରେ । ମିସ୍ ଲିଲି ଙ୍କ କଥା ଶୁଣିବା ପରେ ଅନନ୍ୟା କହିଲେ ହଉ ଠିକ୍ ଅଛି ମୁଁ କିଛି ବ୍ୟବସ୍ଥା କରୁଛି । ତାପରେ ଅନନ୍ୟା ତୁରନ୍ତ ସେଠାରୁ ଉଠି ବାହାରକୁ ଯିବାକୁ ବାହାରିଲେ ଏବଂ ଅରଣ୍ୟ ଙ୍କୁ କହିଲେ ଅରଣ୍ୟ , ମୁଁ ଟିକେ ବାହାରକୁ ଯିବି । ବହୁତ ଅର୍ଜେଣ୍ଟ।   ହଠାତ ଏମିତି ବାହାରକୁ ଯିବା କଥା ଶୁଣି ଅରଣ୍ୟ , କହିଲେ ଏମିତି କଣ ଆବଶ୍ୟକ ପଡିଲା । କିଛି ଆଣିବାର ଅଛି ଯଦି ମାନସ ଯାଇ ଆଣିଦେବେ କିନ୍ତୁ ...! _ ହଁ... ମୁଁ ବୁଝୁଛି କିନ୍ତୁ ମୋର ଯିବା ଆବଶ୍ୟକ । ଅନନ୍ୟା ତୁରନ୍ତ ବାହାରକୁ ଚାଲିଗଲେ ଏବଂ ତାଙ୍କ ସହିତ ମାନସ ବାବୁ ଏବଂ ଦିଲ୍ଲୀପ ମଧ୍ୟ ଗଲେ । ଏବେ ହୋଟେଲ ମଧ୍ୟରେ କେବଳ ଅରଣ୍ୟ ଏବଂ ମିସ୍ ଲିଲି ।   ମିସ୍ ଲିଲି , ଏକା ନଜର ରେ କେବଳ ଅରଣ୍ୟ ବାବୁଙ୍କୁ ଚାହିଁଛନ୍ତି । ମନରେ ଅନେକ ସାରା ଭାବନା ଉଥଳ ପୁଥଳ କରୁଛି । ସତ କହିବାକୁ ଗଲେ , ମିସ୍ ଲିଲି ଅରଣ୍ୟ ବାବୁଙ୍କୁ ଦେଖି ଫ୍ଲାଟ୍ ହେଇଗଲେଣି । ବାଃ କି ଖୁବ୍ ସୁନ୍ଦର ଓ ବଳିଷ୍ଠ ଚେହେରା କିନ୍ତୁ ସେ ଆଜି ନିଜର ଉପନ୍ୟାସ କଥା ଭାବି ଚିନ୍ତା କରୁଛନ୍ତି ଯେ ତାଙ୍କର ଭାବି ସ୍ବାମୀ କିପରି ହେବେ ?  ଦେଖିବାକୁ କିପରି ? ତାଙ୍କର ଆଚାର ବ୍ୟବହାର କିପରି ? କିନ୍ତୁ ସେ ଅରଣ୍ୟ ଙ୍କୁ ଦେଖିବା ପରେ ତାଙ୍କ ଉପନ୍ୟାସ ର କାଳ୍ପନିକ ହିରୋ , ବୋଧହୁଏ ତାଙ୍କ ସାମ୍ନାରେ ଅଛନ୍ତି । ମିସ୍ ଲିଲିଙ୍କୁ ଇର୍ଷା ହେଲାଣି ଯେ କେତେ ସୁନ୍ଦର ଭାଗ୍ୟ ଏହି ଅନନ୍ୟା ର । ଯାହାକୁ ଏତେ ଭଲ ପାଉଥିବା ସ୍ବାମୀ ମିଳିଛି । ସବୁ ଭାଗ୍ୟର ଖେଳ । ପୁଣି ମିସ୍ ଲିଲି , ଅରଣ୍ୟ ବାବୁଙ୍କୁ ଦେଖିବାପରେ ଭାବନାରେ ରହି ଭାବୁଛନ୍ତି ଅନେକ କଥା । ଭାବିବେ ବା ନାହିଁ କିପରି ।ଏଇଟା ତ ଜାତିର ଲକ୍ଷଣ । ସବୁ ଲେଖକ ଲେଖିକା ଗୁଡ଼ା ବୋଧେ ଏକା ଜାତିର ତେଣୁ କଥାରେ ଅଛି .. "ପର ଲୁଗା ପିନ୍ଧି ହାଟକୁ ଯାଏ ଲୋକ ପଚାରିଲେ ମୁଣ୍ଡ ଟୁଙ୍ଗାରିଥାଏ." ସେହିପରି...ଅନ୍ୟ ଉପରେ ଆଶା ଭରଷା କରି ଦୁଃଖ ପାଇବା ଅପେକ୍ଷା ଈଶ୍ବର ଯାହା ଦେଇଛନ୍ତି ସେଥିରେ ଚଳିଯିବା  ହିଁ ଭଲ ll ପରା . । ତେଣୁ ସେ ତାଙ୍କ ନଜର ଅରଣ୍ୟଙ୍କ ଉପରୁ ଫେରାଇ ନେଇ କହିଲେ ଅlଛା ଅରଣ୍ୟ ବାବୁ ଗୋଟେ ସିକ୍ରେଟ କଥା ଜାଣିଛନ୍ତି ଆପଣ ? _ କଣ , ମିସ୍ ଲିଲି ? _ ଆପଣଙ୍କ ପତ୍ନୀ , ଅନନ୍ୟା ଜଣେ ପୁରୁଷ ସହିତ ଖୁବ୍ ନିବିଡ଼ ଅଛନ୍ତି କିନ୍ତୁ ..?   ଏଥର ମିସ୍ ଲିଲିଙ୍କ  କଥାରେ ଅରଣ୍ୟ ବାବୁ ରାଗି ଯାଇ କହିଲେ ଏମିତି କଣ କହିଛନ୍ତି ଆପଣ । ମୁଁ ଯେତେଦୂର ଜାଣିଚି ଅନନ୍ୟା ସେମିତି ନୁହଁନ୍ତି କିନ୍ତୁ ଆପଣ ଜାଣି ଶୁଣି ଆମ ସ୍ବାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଦୂରତା ବଢ଼ାଇବାକୁ ଈଛା କରୁଛନ୍ତି । ଏ କିପରି ବାନ୍ଧବୀ ଆପଣ ? ଜଣେ , ନିଜ ସାଙ୍ଗ ପାଇଁ ଜୀବନ ଦେବା ସମୟରେ ଆପଣ ତାର ଲାଭ ଉଠାଇବାକୁ ଚାହୁଛନ୍ତି ?   ମିସ୍ ଲିଲି , ସମୟକୁ ଅନୁଧ୍ୟାନ କରି କହିଲେ ! ଆରେ ... ଆରେ ମୁଁ କେତେବେଳେ କହିଲି ଯେ ସେ ପୁରୁଷ ର ନାମ । ଆପଣ ଅଯଥାରେ ରlଗୁଛନ୍ତି ମିଷ୍ଟର ରାଏ । ସେ ପୁରୁଷ ଆଉ କେହି ନୁହଁନ୍ତି । ସେ ହେଉଛନ୍ତି ଅନନ୍ୟା ର ପ୍ରିୟ ସ୍ବାମୀ ମିଷ୍ଟର ଅରଣ୍ୟ ରାଏ ବାହାଦୁର । ଏବେ ଆପଣ ରାଗ ଶାନ୍ତ କରନ୍ତୁ । ସାହାଯ୍ୟ ଏପରି ଗୋଟିଏ ଶବ୍ଦ ଯାହା ଅନ୍ଧ ଦେଖିପାରେ ବଧିର ଶୁଣିପାରେ ଓ ଛୋଟା ତାର ଆଶ୍ରାରେ ଚାଲି ପରେ କିନ୍ତୁ ବିଶ୍ବାସ ଏମିତି ଗୋଟିଏ ଶବ୍ଦ ଯାହା ଥରେ ଭାଙ୍ଗିଗଲେ ଜୀବନସାରା ଆଉ କେବେ ବି ମିଳି ନଥାଏ ll ତେଣୁ ମୁଁ ଆଉ କିଛି କହୁନି କ୍ରମଶଃ... ✍️ପ୍ରଶାନ୍ତ କୁମାର ବିଦ୍ୟାଧର ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।

Comments