SS Publication
SS Publication
June 6, 2025 at 06:25 PM
ଶୀର୍ଷକ _ ଲଭ୍ ୟୁ ହିଟଲର_ ଭାଗ୬୦ #ପ୍ରତିଲିପି ସୁପର୍ ରାଇଟର୍ ପ୍ରତିଯୋଗିତା - 2025 (ଧାରାବାହିକ,ଉପନ୍ୟାସ,ପ୍ରେମ,ବନ୍ଧୁତା,ପାରିବାରିକ)   ଅରଣ୍ୟଙ୍କ ଲାଲ ଲାଲ ଆଖି ଦେଖି ମିସ୍ ଲିଲି ଭୟରେ ୱାସ ରୁମକୁ ଚାଲିଗଲେ। ଠିକ ଏହି ସମୟରେ ମାନସ ବାବୁଙ୍କୁ ଡାକି ଅରଣ୍ୟ ବାବୁ  କହିଲେ ଯେ ଆରେ ମାନସ ମୋ ଦ୍ଵାରା ଗୋଟେ ଭୁଲ ହେଇଗଲା । ତୁ ଦେଖି କହିଲୁ ମୋର ଆଖି କଣ ଏତେ ଭୟାନକ ଯେ ମିସ୍ ଲିଲି ଭୟରେ ଉଠି ଚାଲିଗଲେ । ଆରେ ମୁଁ କଣ ସତରେ ଜଣେ ହିଟଲର ନା କଣ ? ଅରଣ୍ୟ ବାବୁଙ୍କ କଥାରେ ମାନସ କହିଲେ ଆରେ ଏମିତି କିଛି ନୁହେଁ କିନ୍ତୁ ମୁଁ ଗୋଟେ କଥା ନୋଟିସ କରିଛି ଯେ ମିସ୍ ଲିଲି ତୋତେ ସିଡ୍ୟୁସ୍ କରୁଥିଲେ କିନ୍ତୁ ତୁ ଗୋଟେ ନିହାତି ବୋକା ଟୋକା । ପ୍ରକୃତରେ ତୋତେ ମଣିଷ ହେବାର ନଥିଲା । ମଣିଷ କିପରି କେଜାଣି ଏତେ ବୋକା ହୁଅନ୍ତି । ମିସ୍ ଲିଲି ତୋତେ ଲାଇନ୍ ମାରୁଥିଲେ ସାଙ୍ଗ। ସତରେ ମୁଁ ଯଦି ତୋ ବଦଳରେ ଥାଆନ୍ତି ତେବେ ତାଙ୍କୁ ନିଶ୍ଚିନ୍ତ ମନ ଦେଇଥାନ୍ତି । ଆରେ ଏତେ ସୁନ୍ଦର ଝିଅ ତାପରେ ଦେଖିଲୁ ତାଙ୍କର ସେହି ହରିଣୀ ଆଖି ସହିତ , ହଟ ଲୁକ୍ ସତେ ଯେମିତି ପ୍ରେମ ତୀର ଟା ଆସି ବକ୍ଷ ଭେଦ କରିଥିଲା ।    ମାନସ ବାବୁଙ୍କ କଥାରେ ଅରଣ୍ୟ କହିଲେ , ଭାକ। ମୋର ଜଣେ ସ୍ତ୍ରୀ ଅଛନ୍ତି ତାପରେ ମୋତେ କଣ ପାଇଁ ଜଣା ପଡ଼ିଲା ନାହିଁ ଯେ ସେ ମୋତେ ଲାଇନ୍ ମାରୁଥିଲେ ବି । ସେ ଯାହା ବି ହେଉ , ଅନନ୍ୟା ଘରକୁ ଫେରିବା ପୂର୍ବରୁ ମୋତେ ତାଙ୍କୁ ମାନାଇବାକୁ ପଡ଼ିବ । ନଚେତ ସେ ଅନନ୍ୟା ଙ୍କ ବେଷ୍ଟ ଫ୍ରେଣ୍ଡ୍ ଆଉ ମୁଁ ଚାହେଁ ନାହିଁ ଯେ ମୋ ପାଇଁ ମୁଁ ଅନନ୍ୟାଙ୍କ ଆଖିରେ ଦୋଷୀ ହେଇଯାଏ । ହଁ ତୋର ଯଦି ଲାଇନ ମାରିବାର ଅଛି ତୁ ମାରିପାରୁ ଏମିତିରେ ତୁ ସିଙ୍ଗଲ ଆଉ ସେ ମଧ୍ୟ ।    କିନ୍ତୁ ତୁ କେବେ ଭାବୁଛୁ ଅରଣ୍ୟ । ଯେତେବେଳେ ଅନନ୍ୟା ଭାଉଜଙ୍କୁ ଜଣା ପଡ଼ିବ ଯେ ତାଙ୍କ ବେଷ୍ଟି ତାଙ୍କ ଏଚ୍. ବି ଙ୍କୁ ଲାଇନ ମାରିଥିଲେ ବୋଲି ତେବେ ତୋର ଅବସ୍ଥା ଯାହା ହେବ ହେବ କିନ୍ତୁ ଅନନ୍ୟା ଭାଉଜ ଅବଶ୍ୟ କିଛି କରିଦେବେ ।    ମାନସ ବାବୁଙ୍କ କଥା ଶୁଣିବା ପରେ ଅରଣ୍ୟ କହିଲେ , ଯାହା ହେଉଚି ହେଉ କିନ୍ତୁ ତୁ ଗୋଟେ କାମ କରେ , ମୋ ତରଫରୁ ମିସ୍ ଲିଲିଙ୍କୁ କ୍ଷମା ମାଗି ନେ ଆଉ କହିବୁ ଯେ ତାଙ୍କ ଆଖି ସେମିତି । କିନ୍ତୁ ମାନସ ବାବୁ ଏକଥା ଶୁଣି କହିଲେ ଆରେ ବାଃ ସାଙ୍ଗ ତୁ ବଡ଼ ଚତୁର । ପ୍ରଥମେ ସାଙ୍ଗ ରୁ ବଡି ଗାର୍ଡ ଆଉ ଏବେ ତୋ ଭୁଲ ପାଇଁ ମୁଁ," ଭୁଲ ମାଗିବି । କିନ୍ତୁ କଣ ପାଇଁ ମୁଁ ଭୁଲ ମାଗିବି । ଏମିତିରେ ମିସ୍ ଲିଲି ତୋତେ ଲାଇନ୍ ଦେଉଥିଲେ ମୋତେ ନୁହେଁ । ସବୁ ସlକ୍ରିଫାଇସ ମୁଁ କଣ ପାଇଁ କରିବି । ହଁ ତୁ ଯଦି ଏହି ସାଙ୍ଗକୁ ସିଙ୍ଗଲ ଦେଖିବାକୁ ଚାହୁଁ ନାହୁଁ ଭାଉଜଙ୍କୁ କହି  ମୋ ସହିତ ସେଟିଂ କରାଇଲେ , ମୁଁ ଭାବିବି । ମାନସଙ୍କ କଥା ଶୁଣିବା ପରେ ଅରଣ୍ୟ କହିଲେ ଆରେ ତୁ ଯିବୁ କି ମୋ ହlତରୁ ମାଡ଼ ଖାଇବାପରେ ଯିବୁ। ଦେଖ ମାନସ ଏବେ ଅନନ୍ୟା ଆସିଲେଣି ସେ କିଛି କହିବା ପୂର୍ବରୁ ତୁ ତୋ କାମ କର ନଚେତ ଅନନ୍ୟା କୁ କହିବି ଯେ ତୁମ ସାଙ୍ଗକୁ ମାନସ ....! ଅରଣ୍ୟ ଙ୍କ କଥାରେ ମାନସ ବିରକ୍ତି ହୋଇ କହିଲେ ଦେଖ ଏମିତି ଭାଉଜଙ୍କ ନାମ ନେଇ ବ୍ଲlକମେଲ କରିବା ବନ୍ଦ କର । ମୁଁ ଏବେ ଯାଉଛି ହେଲା । ମାନସ ତୁରନ୍ତ ଚାଲିଗଲେ ୱlସ ରୁମ୍ ପାଖକୁ ଏବଂ ଭୁଲ ମାଗିବାକୁ ଯାଉଥିଲେ କି ମିସ୍ ଲିଲିଙ୍କ ନଜର ତାଙ୍କ ମୁଁହ ଉପରେ ପଡ଼ିବା କ୍ଷଣି ମିସ୍ ଲିଲି କହିଲେ ଆରେ ତମେ ବଡ ବେସରମ ମଣିଷ। ଲୁଚି ଛପି ଝିଅ ମାନଙ୍କୁ ଲାଇନ୍ ମାରୁଛ । ତୁମକୁ ଅରଣ୍ୟ ବାବୁ ସୁରକ୍ଷା ଦେବାକୁ ରଖିଛନ୍ତି ନା ଲାଇନ୍ ଦେବାକୁ । ତାପରେ ଆମ ରାଜଧାନୀ କଲେଜ ରେ ପଢିବା ସମୟରେ ତୁମ ଭଳି ଏମିତି ଅନେକ ଟୋକା ମୋ ପଛରେ ପଡ଼ିଥିଲେ କିନ୍ତୁ ମୁଁ ଏମିତି ଗଙ୍ଗୁ ତେଲି ଙ୍କୁ ଲାଇନ୍ ଦିଏ ନାହିଁ । ରାଜାଙ୍କୁ କଣ ଖଜା ଅପୂର୍ବ ଯେ ମୁଁ ତୁମକୁ ଲାଇନ୍ ଦେବି । ମୋ ସ୍ତର କଣ ଏତେ ତଳକୁ ଖସିଗଲା ନାଁ କଣ ଏବେ ମୋର ବୟସ କେତେ , ଏଇ ମାତ୍ର କୋଡ଼ିଏ । ମୁଁ ହେଉଚି ସାହିତ୍ୟ ଜଗତର ଉଡ଼ିୟମlନ ତାରକା। କେତେ ଔପନ୍ୟାସିକ ,ଲେଖକ ,ପ୍ରବନ୍ଧକ ଏବଂ ସଫ୍ଟୱେୟାର ଇଞ୍ଜିନିୟର ମୋ ପଛରେ ପଡ଼ିଛନ୍ତି କିନ୍ତୁ ତୁମ ଭଳି ବର୍ଡି ଗାର୍ଡଙ୍କୁ ମୁଁ ଘାସ ପକାଏ ନାହିଁ । ଛାଡ଼ ମୋ ରାସ୍ତା । ମୋତେ ଆଉ କିଛି କହିବାକୁ ବାଧ୍ୟ କରନି ମିଷ୍ଟର ମାନସ କୁମାର । ମିସ୍ ଲିଲିଙ୍କ ଏଭଳି କଟାକ୍ଷ ରେ ମାନସ ବାବୁଙ୍କ ମନରୁ ପ୍ରେମର ନିଶା ଖସିଗଲା ଏବଂ ସେ ତୁରନ୍ତ ମିସ୍ ଲିଲିଙ୍କ ହାତଧରି କହିଲେ, ମିସ୍ ଲିଲି । ତୁମେ ନିଜକୁ କଣ ଭାବୁଛ ? ଐଶ୍ଵର୍ଯ୍ୟl ରାଏ ନା କରିସ୍ମା କପୂର୍ । ତାପରେ ତୁମେ ଜାଣିବା ଦରକାର ଅରଣ୍ୟ ଜଣେ ବିବାହିତ ପୁରୁଷ ଆଉ ତୁମେ ତାଙ୍କୁ ସେଠାରେ କଣ କରୁଥିଲ ଅନନ୍ୟା ଭାଉଜଙ୍କ ଅନୁପସ୍ଥିତିରେ । ଲାଇନ ମୁଁ ମାରିନଥିଲି ମିସ୍ ଲିଲି । ତୁମେ ଲାଇନ୍ ଦେଉଥିଲ ଅରଣ୍ୟଙ୍କୁ , ଏବଂ ଏହି କଥା ଯଦି ମୁଁ ଭାଉଜଙ୍କୁ କହିବି ତେବେ କଣ ହେବ ଘଟଣା କିଛି ଭାବି ପାରୁଚ୍ଛ ତୁମେ ? ମାନସ ବାବୁଙ୍କ କଥା ଶୁଣିବାପରେ ମିସ୍ ଲିଲି କହିଲେ , ମାଇଣ୍ଡ ଏୟୋର ଲାଙ୍ଗୁଏଜ୍ ମିଷ୍ଟର ମାନସ । ମୁଁ ତୁମ ଅରଣ୍ୟ ବାବୁଙ୍କୁ ଲାଇନ୍ ଦେଉନଥିଲି ବରଂ ତାଙ୍କ ଲୟାଲ ଟେଷ୍ଟ ନେଉଥିଲି କାରଣ ଏଇ କଳି ଯୁଗରେ ମୋର କୌଣସି ପୁଅଙ୍କ ଉପରେ ଭରସା ନାହିଁ । " ମନ୍ ମନ୍ ବୃନ୍ଦାବନ ଯାହାକୁ ଦେଖିଲେ ତାହାକୁ ମନ୍ " ବଡ଼ ସତିଆ ପୁରୁଷ ଗୁଡ଼ା ତ ..;! କିନ୍ତୁ ମୁଁ ଜାଣିବାକୁ ଚାହୁଁଥିଲି ଯେ ମୋ ବେଷ୍ଟୀ ଯାହାକୁ ସ୍ବାମୀ ଭାବେ ଗ୍ରହଣ କରିଛି ସେ ତା' ପ୍ରତି କେତେ ଲୟlଲ। ଆଉ ତୁମକୁ ଲାଗିଲା କଣ ନାଁ ମୁଁ ଲାଇନ୍ ଦେଉଛି..! ଛି... ସବୁ ପୁଅ ଗୁଡାକ ଏମିତି । ତୁମେ ମଧ୍ୟ ସେମିତି ମାନସ । ଆଇ ହେଟ ୟୁ । ତୁମ ଅରଣ୍ୟ କିନ୍ତୁ ପ୍ରକୃତରେ ପାସ କରିଗଲେ । ମିସ୍ ଲିଲିଙ୍କ କଥା ଶୁଣିବା ପରେ , ମାନସ ବାବୁ ତାଙ୍କ ହାତ ଛାଡ଼ି କହିଲେ ସରି ମିସ୍ ଲିଲି । କିନ୍ତୁ ମୁଁ ତୁମର ଏଭଳି ବ୍ୟବହାର ଦେଖି ତୁମ ଉପରେ ବୃଥା ଶଙ୍କା କରିଲି । ବାଇ ଦ ୱେ .. ! ତୁମେ ଏତେ ସୁନ୍ଦର , ଏତେ କିଉଟ କିନ୍ତୁ ହାତରେ ଗୋଟେ ଟାଟୋ ଆଉ ଏଇ ଗାଉନ ପିନ୍ଧିଛ ଯେ ? ଜଣେ ସାହିତ୍ୟ ଯୋଗିନୀ ପାଇଁ କଣ ଏହା ଉତ୍ତମ ପରିଧାନ ଅଟେ କି ? କଥାଟା ତୁମ ପାଇଁ କିନ୍ତୁ ମୋତେ ତୁମର ଏଭଳି ଡ୍ରେସ୍ ପିନ୍ଧିବା ପସନ୍ଦ ନୁହେଁ । ମୁଁ କେବେ ଏଭଳି ଡ୍ରେସ୍ ସପକ୍ଷ ରେ ନୁହେଁ । ଏଇ ଦେଖ ତୁମ ସାଙ୍ଗ ଆଉ ମୋ ଭାଉଜ ଅନନ୍ୟାଙ୍କୁ । ତାଙ୍କ ଶାଳୀନତା ଏବଂ ବ୍ୟବହାର କେତେ ସୁନ୍ଦର । ମୁଁ ଚାହେଁ ତୁମକୁ ଆଉ ଯେପରି କେହି କିଛି କୁହନ୍ତୁ ନାହିଁ । ତାପରେ ମାନସ ବାବୁ କହିଲେ ଯେ ଆଛା ଆଉ ଗୋଟିଏ କଥା ଯଦି ତୁମ ଇଶାରା ପାଇ ଅରଣ୍ୟ ବାଟବଣା ହେଇଥାନ୍ତେ ତେବେ ? ଆରେ ଏମିତି କଣ କହୁଚ୍ଛ ମାନସ । ଯେଉଁ ପୁରୁଷ ପର ସ୍ତ୍ରୀ ଦେଖି ନିଜର ବାଟ ଭୁଲିଯାଏ ସେମାନଙ୍କୁ ପୁରୁଷ ହେବାର କଥା ନୁହେଁ । ପୁରୁଷ ର ଅନେକ ଗୁଢ଼ ଅର୍ଥ ଅଛି । ସେ ସମର୍ପଣ ର ଦେବତା । ସେ ତ୍ୟାଗର ମୂର୍ତ୍ତିବନ୍ତ ପ୍ରତିବିମ୍ବ । ସେ ଶକ୍ତିର ଆଧାର । ତେବେ ଏହି ପୁରୁଷ ଏଭଳି କିପରି ହେଇପାରିବ? ଯଦି ଏଭଳି କିଛି ହେଇ ଥାନ୍ତା ତେବେ ଆଜି ନିଶ୍ଚିନ୍ତ ମୁଁ ଅନନ୍ୟା କୁ ,ବହୁତ ଦୂରକୁ ନେଇଯାଇଥାନ୍ତି ଅରଣ୍ୟଙ୍କ ପାଖରୁ । କ୍ରମଶଃ... ✍️ପ୍ରଶାନ୍ତ କୁମାର ବିଦ୍ୟାଧର ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।

Comments