
SS Publication
June 7, 2025 at 06:33 PM
ଶୀର୍ଷକ _ ଲଭ୍ ୟୁ ହିଟଲର_ ଭାଗ ୬୧
#ପ୍ରତିଲିପି ସୁପର୍ ରାଇଟର୍ ପ୍ରତିଯୋଗିତା - 2025
(ଧାରାବାହିକ,ଉପନ୍ୟାସ,ପ୍ରେମ,ବନ୍ଧୁତା,ପାରିବାରିକ)
ବୁଝିଲ ମାନସ ବାବୁ । ଜୀବନ ଗୋଟେ ନିରୀହ କୀଟ। ତା ସହିତ ଖେଳିବାକୁ ଅନେକ ଆସନ୍ତି କିନ୍ତୁ ଖେଳ ସରିବା ପରେ ସଭିଏଁ ଚାଲି ଯାଆନ୍ତି ଆଉ ଏଇ ଜୀବନ ରୂପୀ କୀଟ ଛଟ ପଟ ହେଇ ସାରା ଜୀବନ ଦହଗଞ୍ଜ ହେଇ ମରୁଥାଏ। ତାପରେ ଜୀବନ ଆମକୁ ସବୁବେଳେ କିଛି ନା କିଛି ନୂଆ ଶିଖାଇଥାଏ।ଜୀବନଠୁ ବଡ ଶିକ୍ଷକ ଆଉ କେହି ନୁହେଁ।ଆମକୁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ବିଦ୍ୟାର୍ଥୀ ହୋଇ ରହିବା ଉଚିତ୍।ଯେହେତୁ ଜୀବନର ପ୍ରତ୍ୟେକ କ୍ଷଣ କିଛି ନା କିଛି ନୂତନ ଶିକ୍ଷା ଦେଇଥାଏ।ଯେତେବେଳେ ଯାହା ଶିକ୍ଷା ମିଳୁଛି,ଶିଖିନେବା ଉଚିତ୍। ଯାହାବି ହେଉ ମୋ ଅନନ୍ୟା ର ବର ଏତେ ହ୍ୟଣ୍ଡସମ ଏବଂ ବ୍ୟବହାରିକ ମଣିଷ ହେବା ସହିତ ମୋ ଵେଷ୍ଟି ପାଇଁ ଖୁବ୍ ଲୟାଲ୍ ଅଛନ୍ତି ଜାଣି ଖୁସି ଲାଗିଲା । ହଉ ଛାଡ଼ ମିଷ୍ଟର ଗ୍ୟାମ୍ୱଲର। ହଁ ଏମିତିରେ ତୁମେ ବି କିଛି କମ ନୁହେଁ । ଦେଖିବାକୁ ହ୍ୟାଣ୍ଡସମ୍ ଅଛ ..! ଇଚ୍ଛା ତ ହେଉଛି ତୁମ ସହିତ ଫିଟ୍ ହେବାକୁ । କିନ୍ତୁ ମୋ ଲେବଲ ଟିକେ ଡାଉନ୍ କରିବାକୁ ପଡ଼ିବ । କଣ ଖ୍ୟାୟାଲ ତୁମର ..?
ମିସ୍ ଲିଲିଙ୍କ କଥାରେ ମାନସ , ମିଛ ଅନିଚ୍ଛା ପ୍ରକାଶ କରି କହିଲେ ନୋ ମିସ୍ ଛିପକଲି। ତୁମ ଭଳି ଝିଅ ସହିତ ବନ୍ଧୁ ବାନ୍ଧିବା ମୋତେ ପସନ୍ଦ ନୁହେଁ । କଣ ଅଛି ତୁମର ଆଜି ମୋ ପାଖରେ ପୁଣି କାଲି ଆଉ କାହା ଦେହରେ ତୁମେ ଲାଖିଯିବ। ପ୍ରେମ ତୁମକୁ କରି ଆସିନାହିଁ । ଆଉ ଏଇ ପ୍ରେମ କରି ମୁଁ ହିନସ୍ତା ହେବାକୁ ଚାହୁଁନି । ଥାଉ ଥାଉ ତୁମ ପିରତି ।
ପୀରତି ତୋର ଦୁରୁ ଜୁହାର
ଅଠା କାଠି ପରି ଲାଗୁଛି
ପ୍ରେମର ଗାଡ଼ି ତୋ ବଡ ଅନାଡି
ଛୁକୁ ଛୁକ୍ ହେଇ ଚାଲିଛି
ସେ ଗାଡ଼ି ଚଢ଼ି ଯିବିନି ଗୋରୀ
ମୁଁ ସୁନା ପିଲା ଫେରି ଯାଉଛି
ପୀରତି ତୋର ଦୁରୁ ଜୁହାର
ଅଠା କାଠି ପରି ଲାଗୁଛି ।।
କିଛି ସମୟ ମଧ୍ୟରେ ଅନନ୍ୟା ଆସି ହୋଟେଲ ରୟାଲ ପ୍ୟାଲେସ ରେ ପହଞ୍ଚିଲେ । ଅନନ୍ୟାଙ୍କୁ ଦେଖି ମାନସ ମୁହଁ ତଳକୁ କରି ଚାଲିଗଲେ । ଅନନ୍ୟା ଚୁପ ଚାପ ମିସ୍ ଲିଲିଙ୍କ ପାଖକୁ ଯାଇ କହିଲେ ଲିଲି , ତୁମେ ଶୀଘ୍ର ଫ୍ରେସ ହୁଅ ଆଉ ଆମେ ଲଞ୍ଚ କରିବା । ଏମିତିରେ ମାର୍କେଟ ରୁ ଫେରିବାକୁ ବିଳମ୍ବ ହେଲା ।
ମିସ୍ ଲିଲି ତୁରନ୍ତ , ଅନନ୍ୟାଙ୍କ ଠାରୁ ସାନିଟାରୀ ନେଇ ଚାଲିଗଲେ ଏବଂ କିଛି ସମୟ ମଧ୍ୟରେ ଆସି ଲଞ୍ଚ ଟେବୁଲ୍ ପାଖରେ ବସିଲେ । ସମସ୍ତଙ୍କ ମନ୍ ପସନ୍ଦର ଲଞ୍ଚ ରେଡ୍ଡୀ ଥିଲା । ସମସ୍ତେ ଖାଇବା ପରେ ଅରଣ୍ୟ କହିଲେ ଆଛା ଆମେ ଏଥର ଏଠାରୁ ଯିବା ପାଇଁ ପ୍ରବନ୍ଧ କରିବା । ଆଉ ବେଶୀ ସମୟ ରହି ହେବନି । ହଁ ଅନନ୍ୟା ତୁମେ ମୋ ସହିତ ଘରକୁ ଫେରିବ କି , ମିସ୍ ଲିଲିଙ୍କୁ ତୁମେ ଡ୍ରପ୍ କରିବ । ନଚେତ ମିସ୍ ଲିଲିଙ୍କ ସହିତ ମାନସଙ୍କୁ ପଠାଇ ଦେଉଛି। କିନ୍ତୁ ମୌକା କିଏ ଛାଡ଼ିବ ଭଲା। ଅନନ୍ୟା ତୁରନ୍ତ କହିଲେ ନାହି ଅରଣ୍ୟ ତୁମେ ସଭିଏଁ ଘରକୁ ଚାଲି ଯାଆ ଆଉ ମୁଁ ଲିଲି ଙ୍କୁ ତାଙ୍କ ବଙ୍ଗଳାରେ ଛାଡି ଘରକୁ ଚାଲି ଆସିବି ।
ଗୋଟିଏ ଗାଡ଼ିରେ ମିସ୍ ଲିଲି , ଅନନ୍ୟା ଚାଲିଗଲେ ମିସ୍ ଲିଲିଙ୍କ ବଙ୍ଗଳା ଉଦ୍ଦେଶ୍ୟରେ ଠିକ୍ ଅନ୍ୟ ଗାଡ଼ିରେ ଅରଣ୍ୟ , ମାନସ ଏବଂ ଦିଲ୍ଲୀପ ତଥା ଅନ୍ୟ ଦୁଇଜଣ ବଡି ଗାର୍ଡ ଚାଲିଗଲେ ରାଏ ବାହାଦୁର ମେନ୍ସନ୍ ।
ଏପଟେ ଅନନ୍ୟା ଏବଂ ଲିଲି ନିଜ ଘରେ ପହଞ୍ଚିବା ପରେ ଅନନ୍ୟା କିଛି ସମୟ ପାଇଁ ତାଙ୍କ ଭାଇ ମନୋଜ ସହିତ ଦେଖା ସାକ୍ଷାତ କରି ଘରକୁ ଫେରିବା ସମୟରେ ମିସ୍ ଅନନ୍ୟାଙ୍କ ଦକ୍ଷିଣ ଆଖି ଫଡ ଫଡ ହେଲା । ଏହା ଦେଖି ଅନନ୍ୟା ଖୁବ୍ ପ୍ୟାନିକ ହେଇଗଲେ ଏକ ଅଜଣା ଆତଙ୍କ ପାଇଁ । ତାପରେ ଅନନ୍ୟା, ଡ଼୍ରାଇଭରଙ୍କୁ କହିଲ ଶୁଣ ଗାଡ଼ି ସିଧା ଘରକୁ ନେଇ ଚାଲ । ରାସ୍ତାରେ ରୋକିବା ଆବଶ୍ୟକ ନାହିଁ। ହଠାତ ମନଟା କଣ ପାଇଁ ଉଥଲ ପୃଥଳ କାହିଁ ହେଉଛି ।
ଅନନ୍ୟାଙ୍କ କଥା ଶୁଣି ଡ୍ରାଇଭର କହିଲେ ଠିକ୍ ଅଛି ମାମ। ଏମିତିରେ ଆମେ ଶୀଘ୍ର ଘରକୁ ଯିବାକୁପଡ଼ିବ!
ଏତିକି କହି ଡ୍ରାଇଭର ଚୁପ ଚାପ ରହିଲେ କିନ୍ତୁ ଅନନ୍ୟା କହିଲେ ଆଜି ଏମିତି କହିବାର ତାତ୍ପର୍ଯ୍ୟ କଣ? ହଠାତ ଆପଣଙ୍କ ମନ ଏତେ ଦୁର୍ବଳ ଓ କ୍ଷୀଣ କଣ ପାଇଁ ହେଉଛି । ହଉ ସବୁ ସେହି ମାତା ରାଣୀ ଉଗ୍ରତlରା ଙ୍କ କୃପା । ଯାହା କରିବେ ସେ ଠିକ କରିବେ । ମୋ ମାଆଙ୍କ ଉପରେ ମୋର ପୁରା ଭରସା ଅଛି।
ଗାଡ଼ି କିଛି ସମୟ ମଧ୍ୟରେ ରାଏ ବାହାଦୁର ମେନ୍ସନ୍ ପହଞ୍ଚିଗଲା । ଡ୍ରାଇଭର ଡୋର ଖୋଲିବା ପରେ ଅନନ୍ୟା ଚାଲିଗଲେ ଘର ଭିତରକୁ କିନ୍ତୁ ହଠାତ ତାଙ୍କ ପାଦ ଅଟକି ଗଲା । ସେ ଦେଖିଲେ ଯେ ଦୁଇଜଣ ଗାର୍ଡ ତାଙ୍କୁ ଆକୁବlକୁ ହେଇ ଚାହିଁଛନ୍ତି କି ହଠାତ ଗେଟ ଖୋଲିଲା ଏବଂ ଅରଣ୍ୟ ବାବୁଙ୍କ କାର ଆସି ପହଞ୍ଚିଲା । କିନ୍ତୁ ଏ କଣ ଡ୍ରାଇଭର ଡୋର ଖୋଲିବା ପରେ ଅନନ୍ୟା ଦେଖିଲେ ଯେ , ଅରଣ୍ୟଙ୍କ ସଂପୂର୍ଣ୍ଣ ଶରୀର ରକ୍ତରେ ଯୁଡୁବୁଡୁ । ତାଙ୍କୁ ଦୁଇଜଣ ବଡି ଗାର୍ଡ ଟେକି ଧରି ଆଣୁଛନ୍ତି। ଏହା ଦେଖି ଅନନ୍ୟାଙ୍କ ଜୀବନ ଛାଡ଼ିଗଲା। ସେ ହଠାତ ଚିତ୍କାର କରି କହିଲେ କଣ ହେଲା ମୋ ଅରଣ୍ୟଙ୍କର୍। ସେ ଏମିତି ରକ୍ତାକ୍ତ କିପରି ହେଲେ ?
ଅନନ୍ୟା ତୁରନ୍ତ ତଳକୁ ଦୌଡ଼ି ଆସିଲେ କିନ୍ତୁ ଅନନ୍ୟା ଆସିବା ପୂର୍ବରୁ ମାନସ , ଦିଲୀପ ଓ ଅରଣ୍ୟ ଆଇ ସି ୟୁ ରୁମ୍ ମଧ୍ୟରେ ପ୍ରବେଶ କରିସାରିଥିଲେ । ଏହା ଦେଖି ଅନନ୍ୟା ଖୁବ ପାଟି କରି ଡାକିଲେ ମାନସ ବାବୁ ଙ୍କୁ ଏବଂ ବାରମ୍ବାର ପଚାରିଲେ ଅରଣ୍ୟଙ୍କ ଏଭଳି ଅବସ୍ଥା ହେଲା କିପରି । କିନ୍ତୁ କିଛି ସମୟ ଡୋର ନକ କରିବାପରେ ମାନସ ବାବୁ କହିଲେ ତୁମେ ବ୍ୟସ୍ତ ହୁଅନ୍ତୁ ଭାଉଜ । ଅରଣ୍ୟ ସାରଙ୍କ ଦେହ ଠିକ ଠାକ୍ ଅଛି । ସେ ଟିକେ ଚିକିତ୍ସା ହେବାପରେ ସ୍ଵୟଂ ତୁମ ପାଖକୁ ପ୍ରଥାମେ ଯିବେ ଅବଶ୍ୟ । ତେଣୁ ଏଠାର ବ୍ୟସ୍ତ ନହେଉ ଆରାମ କର ।
ଅନନ୍ୟା ମାନସ ବାବୁଙ୍କ ଉପରେ ଚିତ୍କାର କରି କହିଲେ ମାନସ । ତୁମେ ଯଦି ମୋତେ ଜାଣିଛ , ସମ୍ମାନ କରୁଛ ତେବେ କଣ ତୁମେ ମୋ କଥାରୁ ତଳକୁ ଚାଲିଯିବ ।
ଏପଟେ ଦିଲ୍ଲୀପ ବାବୁ ଓ ମାନସଙ୍କ ମଧ୍ୟରେ ଝଗଡ଼ା ହେଇଚି ଯେ ଆମେ ସମସ୍ତ ନିଷ୍ପତି ସ୍ଵୟଂ ନେବା ଠିକ୍ କିନ୍ତୁ ତୁ ଚିନ୍ତାକରି କୁହ ମାନସ , ଯାହାର ସ୍ବାମୀ ଏଭଳି ଅଚେତ ଅବସ୍ଥାରେ ଭୂମିରେ ପଡ଼ିଥିବ ଠିକ୍ ସେହି ସମୟରେ ସେ ସ୍ତ୍ରୀ କିଭଳି ଅସୁବିଧା ରେ ପଡ଼ିଥିବ ଜାଣିଛି। ବୋଧ ହୁଏ ଆମକୁ ଡୋର ଖୋଲି, ଡାକିବା ଏବଂ କିଛି ଗୋଟେ ସମାଧାନ କରିବା । କିନ୍ତୁ ଦିଲ୍ଲୀପଙ୍କ କଥା ଶୁଣିବା ପରେ ମାନସ କହିଲେ ନାହିଁ ଦିଲ୍ଲୀପ , ଏହି ଘଟଣା କେବଳ ଆମକୁ ଅସୁବିଧା ରେ ପକେଇ ଦେବ । ତାପରେ ଏବେ ଡାକ୍ତର ବାବୁ ଆସିଥିବେ । ସେ ଭିତରିକୁ ଆସିବା ଦେଖି ଅନନ୍ୟା ମଧ୍ୟ ଚାଲି ଆସିବେ ଏବଂ ତାଙ୍କୁ ବୁଝାଇବା କଷ୍ଟ ।
କ୍ରମଶଃ...
✍️ପ୍ରଶାନ୍ତ କୁମାର ବିଦ୍ୟାଧର
ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।