SS Publication
SS Publication
June 8, 2025 at 05:44 PM
ଶୀର୍ଷକ _ ଲଭ୍ ୟୁ ହିଟଲର_ ଭାଗ୬୨ #ପ୍ରତିଲିପି ସୁପର୍ ରାଇଟର୍ ପ୍ରତିଯୋଗିତା - 2025 (ଧାରାବାହିକ,ଉପନ୍ୟାସ,ପ୍ରେମ,ବନ୍ଧୁତା,ପାରିବାରିକ)     ଅରଣ୍ୟ ବାବୁଙ୍କ ଗୁରୁତର ଅବସ୍ଥା ଦେଖି ଅନନ୍ୟା ଆଖିରୁ ଲୁହ ଝରାଇ କହୁଛନ୍ତି ଯେ ମାନସ ମୋତେ ଭିତରକୁ ଆସିବାକୁ ଦିଅ । ମୋ ସ୍ବାମୀଙ୍କ ଦେହ କଣ ହେଲା ମୋତେ କୁହ ମାନସ। ଏତେ ନିଷ୍ଠୁର ହୁଏନାହିଁ । ଅରଣ୍ୟଙ୍କ ବିନା ମୋର କିଏ ଅଛି ଏହି ଦୁନିଆରେ । ମୋ ଭାଇ ମନୋଜ , ଅରଣ୍ୟ ଆଉ ତୁମକୁ ଛାଡ଼ିଲେ କେହି ନାହାଁନ୍ତି। ତୁମକୁ ଭାଇ ବୋଲି ସମ୍ବୋଧନ କରିଛି । କଣ ତୁମେ , " ତୁମ ଭଉଣୀର ଆଖିରେ ଏମିତି ଲୁହ ଦେବାକୁ ଚାହୁଁଛ ..? ଏହି ସମୟରେ ମଧ୍ୟ କଣ ତୁମର ପ୍ରାଇଭେଶି ରଖିବା ଜରୁରୀ ? କୁହ ମାନସ , କୁହ ? ତୁମେ ଥରେ ଜଣେ ନାରୀର ବିବସତା ବୁଝିବାକୁ ଚେଷ୍ଟାକର ।   ଅନନ୍ୟା ଏବେ ସଂପୂର୍ଣ୍ଣ ଭଙ୍ଗିପଡ଼ିଛନ୍ତି । ତାଙ୍କର ସବୁ ଆଶା ଓ ଭରସା ଖଣ୍ଡବିଖଣ୍ଡିତ ହେଇଚି । ଠିକ୍ ଏହି ସମୟରେ ଅନନ୍ୟାଙ୍କ କଥାରେ ,ମାନସ ବାବୁଙ୍କର ବlସ୍ପରୁଧ ହେଲାଣି। ସେ ସମ୍ପୂର୍ଣ୍ଣ ଭାଙ୍ଗିପଡିଲେଣି ତଥାପି ମନରେ ସାହାସ ଓ ନୂଆ କିରଣର ଆଶା ନେଇ କହିଲେ ଭାଉଜ ତୁମେ ବ୍ୟସ୍ତ ହୁଅନି। ତୁମ ଭାଇ ବଞ୍ଚିଥିବା ପର୍ଯ୍ୟନ୍ତ ତୁମ ଶଙ୍ଖା ସିନ୍ଦୂର ଉପରେ ଆଞ୍ଚ ଆସିବାକୁ ଦେବନାହିଁ । ବର୍ଷା ଓ ଖରା ଏହି ଦୁହିଁଙ୍କ ମିଳନ ରେ ଇନ୍ଦ୍ରଧନୁ ସୃଷ୍ଟି ହୋଇଥାଏ.... ଠିକ୍ ସେହିଭଳି ଖୁବ୍ ସୁନ୍ଦର୍ ଜୀବନ ଗଢ଼ିବା ପାଇଁ ସୁଖ ଓ ଦୁଃଖ ଦୁଇଟି ଯାକ ଜରୁରୀ ହୋଇଥାଏ...।    ଅନନ୍ୟାଙ୍କ ମନ ପଡ଼ୁଚି ସେହି ପୁରୁଣା ଦିନ। ଠିକ୍ ଯେଉଁଦିନ ସେ ତାଙ୍କ ଭାଇ ମନୋଜ ପାଇଁ ଭଗବାନ ଙ୍କ ପାଖରେ ଠିଆ ହେଇ କାନ୍ଦୁଥିଲେ। ମାନସ ବାବୁଙ୍କ ମନରେ ଯେମିତି ଏଇ ଭାବନା ଆସିଲା ସେ ତୁରନ୍ତ କହିଲେ ହେ ଭଗବାନ, ରକ୍ଷାକର ମୋତେ । ମୁଁ କାହିଁକି ସବୁ ସମୟରେ ଏହି ଭଳି ଘଟଣାର ମୋହରା ହେଉଛି ।    ମାନସ ଏବଂ ଅନନ୍ୟାଙ୍କ କଥାବାର୍ତ୍ତା ମଧ୍ୟରେ ରାଏ ବାହାଦୁର ମେନସନ ଗେଟ ମଧ୍ୟରେ ଗୋଟିଏ କଳା ରଙ୍ଗର କାର ଭିତରେ ପ୍ରବେଶ କରିଲା ଏବଂ ସେହି କାର ମଧ୍ୟରୁ ଜଣେ ସୁନ୍ଦର ତରୁଣୀ ବାହାରକୁ ବାହାରିଲେ । ବେକରେ ଷ୍ଟେଥୋ ପଡ଼ିଛି । ତାଙ୍କର ନୀଳ ନୀଳ ଆଖି ସହିତ ଛତିଶ ବତିଷ ଛତିଶ ଚେହେରା ଦେଖି ସଭିଏଁ ଚମକି ଉଠିଲେ ।କାରଣ ଏଭଳି ଅପୂର୍ବା ସୁନ୍ଦରଙ୍କୁ ଦେଖି ସମସ୍ତଙ୍କ ଆଖି ତାଙ୍କର ସେହି ମଦହୋସୀ ଶରୀର ଉପରେ ଅଛି । ଠିକ୍ ସେହି ସମୟରେ ବେଶମେଣ୍ଟ ର ଦ୍ଵାରା ଖୋଲିଲା ଏବଂ ଡାକ୍ତର ମିସ୍ ପ୍ରିୟା ଭିତରକୁ ଚାଲିଗଲେ ।    ଡାକ୍ତର ମିସ୍ ପ୍ରିୟା ଭିତରକୁ ଯିବାର ଦେଖି ଅନନ୍ୟାଙ୍କ ମତିଭ୍ରମ ହେଲା । ତାଙ୍କ ମନରେ ଅନେକ ଗୁଡ଼ିଏ ଚିନ୍ତା ପଶିଲା। ସେ ତୁରନ୍ତ ମାନସ ବାବୁଙ୍କୁ କହିଲେ ଏହା କିପରି ନିୟମ ମାନସ ..! ଯେଉଁଠି ଜଣେ ସ୍ତ୍ରୀ ତାର ସ୍ୱାମୀକୁ ଦେଖା କରିପାରିବ ନାହି ଏବଂ ଜଣେ ଯୁବତୀ ଡାକ୍ତର ଚେକ୍ ଅପ୍ କରିବାକୁ ଆସିଛନ୍ତି ।    ଅନନ୍ୟାଙ୍କ ମନର ସ୍ଥିତି ବୁଝି ମାନସ କହିଲେ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ଭାଉଜ । ଅରଣ୍ୟ ସାରଙ୍କ କିଛି ଅସୁବିଧା ହେବାକୁ ମୁଁ ଦେବି ନାହିଁ । ତାପରେ ମୁଁ ଜାଣିଛି ଜଣେ ସ୍ତ୍ରୀ ଆଉ ଜଣେ ସୁନ୍ଦରୀ ସ୍ତ୍ରୀକୁ ଦେଖି କିପରି ଜଳେ। କିନ୍ତୁ ବ୍ୟସ୍ତ ହୁଅନ୍ତୁ ନାହିଁ । ଅରଣ୍ୟ ସାର ଏବେ ଚେତା ଶୂନ୍ୟ ଅଛନ୍ତି । ତାଙ୍କର ସାମାନ୍ୟ ଦୁର୍ଘଟଣା ହେଇଛି । କିନ୍ତୁ ମାନସ ବାବୁଙ୍କ କଥାବାର୍ତ୍ତା ଶୁଣି ଅନନ୍ୟା କହିଲେ ତେବେ ହସ୍ପିଟାଲ ନେବା ପରିବର୍ତ୍ତେ ଏଠାକୁ ଏହି ଡାକ୍ତରଙ୍କୁ ଡାକିବା କଣ ଠିକ୍।    ଅନନ୍ୟା ଟିକେ ସମୟ କିଛି ଚିନ୍ତା କରିବାପରେ ବେଡ଼ ରୁମ୍ ମଧ୍ୟକୁ ଚାଲିଗଲେ । କିଛି ସମୟ ପରେ ଅନନ୍ୟା ଫ୍ରିଜ୍ ଖୋଲି ପାଣି ପିଇବା ପରେ ତାଙ୍କ ବାନ୍ଧବୀ ମିସ୍ ଲିଲିଙ୍କୁ ସଂପୂର୍ଣ୍ଣ ବିବରଣୀ କହିଲେ । ମିସ୍ ଲିଲି ସବୁ କିଛି ଶୁଣିବାପରେ କହିଲେ ଆରେ ବେବୀ ତୁମେ ଚିଲ୍ କର । ବ୍ୟସ୍ତ କଣ ପାଇଁ ହେଉଛ । ସେ ଅରଣ୍ୟ ଯଦି ଜଣେ ଯୁବତୀ ଡାକ୍ତର ସହିତ ରହିବାକୁ ପସନ୍ଦ କରୁଛନ୍ତି ତମେ ମଧ୍ୟ ସେଭଳି ରୁହ । ଟିଟ୍ ଫର୍ ଟ୍ୟାଟ୍। ଏବେ ତୁମେ ଫ୍ରି ଅଛ ଯଦି ଏଠାକୁ ଚାଲି ଆସ । ମୋ ପାଖରେ ଅନେକ ଅପ୍ସନ୍ ଅଛି । ଟିକେ ପାର୍ଟି କରିବା ସାଙ୍ଗ ସାଥୀ ମାନକ ସହିତ ଏବଂ ତାପରେ ଘରକୁ ଆସିବା ।    ଏବେ ବାନ୍ଧବୀ ମିସ୍ ଲିଲିଙ୍କ କଥାରେ ଅନନ୍ୟା ଘରୁ ବାହାରିବାକୁ ବାହାରିଲେ। ସେ ହଠାତ ଡ଼୍ରାଇଭରଙ୍କୁ କହିଲେ ଶୁଣ , ମୋତେ ତୁମେ ଟିକେ ମିସ୍ ଲିଲି ଙ୍କ ଘରକୁ ନେଇ ଚାଲ । ଡ୍ରାଇଭର ତୁରନ୍ତ ଅନନ୍ୟା ମାମ ଙ୍କ କଥାରେ ଗାଡ଼ି ବାହାର କରିଲେ କିନ୍ତୁ ସେ ଏହି ଚିନ୍ତାରେ ଅଛନ୍ତି ଯେ , ଯିଏ ଏବେ କିଛି ସମୟ ପୂର୍ବରୁ ଗୋଟେ ନିରୀହ ଛୁଆ ଭଳି କାନ୍ଦୁଥିଲେ ସେ ଏବେ ସାରଙ୍କ ଏହି ଅବସ୍ଥାରେ ବାହାରକୁ ଯିବାର କାରଣ କଣ ? କିନ୍ତୁ କଥାରେ ଅଛି "ସ୍ୱର୍ଗକୁ ନିଶୁଣି ନାହିଁ କି ବଡ଼ ଲୋକଙ୍କୁ ଉତ୍ତର ନାହିଁ !"    ଡ୍ରାଇଭର ଗlଡି ବାହାର କରିବାପରେ ଅନନ୍ୟା ଗାଡ଼ିରେ ବସି ସିକ୍ୟୁରିଟି ଅଫିସରଙ୍କୁ କହିଲେ ଯେ ମୁଁ ଆସୁଛି ଟିକେ ବାହାରୁ ଏହି କଥା ମାନସ ବାବୁଙ୍କୁ ଜଣାଇ ଦେବେ କହି ଅନନ୍ୟା ଚାଲିଗଲେ । କିଛି ସମୟ ଅନ୍ତରାଳ ରେ ଗାଡ଼ି ଯାଇ ପହଁଚିଲା ମିସ୍ ଲିଲି ଙ୍କ ଘରେ । ଅନନ୍ୟା ଯାଇ ଡୋର କଲିଙ୍ଗ ବେଲ ମରିବା ପରେ ଘରୁ ବାହାରି ଆସିଲେ ଜଣେ ଯୁବକ ଯିଏ ଅନନ୍ୟା ଏବଂ ମିସ୍ ଲିଲିଙ୍କ କଲେଜମେଣ୍ଟ । ଯୁବକ ଜଣଙ୍କ ଅନନ୍ୟାଙ୍କୁ ଦେଖି କହିଲେ ହାଏ ଅନନ୍ୟା । ଆସ, ଭିତରକୁ । ମୁଁ ତୁମର ଅପେକ୍ଷା କରିଥିଲି । ଅନନ୍ୟା ହାଏ କହିବାପରେ ଭିତରକୁ ଚାଲିଗଲେ । ଭିତରେ ମିସ୍ ଲିଲି ସବୁ ବ୍ୟବସ୍ଥା କରି ରଖିଥିଲେ । ଖାଇବା ପିଇବା ସହିତ ଜୀବନକୁ ଖୁବ୍ ମଜାରେ ଉପଭୋଗ କରିବାର ସମସ୍ତ ସରଞ୍ଜାମ । କିଛି ସମୟ ମଧ୍ୟରେ ପାର୍ଟି ଆରମ୍ଭ ହେଇଗଲା। ମିସ୍ ଲିଲି ତୁରନ୍ତ କିଛି ଖାଦ୍ୟ ଆଣି ପରଷି ଦେବାପରେ ଅନନ୍ୟାଙ୍କ ପାଖରେ ବସିଲେ କିନ୍ତୁ ମିଷ୍ଟର ରୋହନ ଗୋଟିଏ ଚିଲ  ଲେମନ୍ ବାକଡି ଆଣି ଅନନ୍ୟାଙ୍କ ପାଖରେ ପହଞ୍ଚି କହିଲେ ଆରେ ଅନନ୍ୟା ଏଇଟା ତୁମ ପାଇଁ । ଯାହା ହେଲେ ବି ତୁମେ ଆଜିର ଅତିଥି ଆଉ କଲେଜ କୁଇନ୍ ହର୍ଟଗାର୍ଲ୍। ଏମିତି ସାଧା ସିଧାରେ କିପରି ପାର୍ଟି । ତୁମକୁ ଆଜି ପିଇବାକୁ ପଡିବ । ଅନନ୍ୟା ମନା କରିବା ପରେ , ମିସ୍ ଲିଲି କହିଲେ ଆରେ ଡାର୍ଲିଂ ଟିକେ ପିଇ ଦିଅ । ତୁମ ଅରଣ୍ୟଙ୍କୁ ତୁମ ଠାରୁ କିଏ ଛଡ଼ାଇ ନେବ । ସେ ତୁମର । ତାପରେ ଜଣେ ବନ୍ଧୁ ଯେତେବେଳେ ଏତେ ଆଗ୍ରହ ସହିତ ଆସି କହିଛନ୍ତି ତାଙ୍କ ମନ କଥା ନରଖିଲେ ତାଙ୍କ ମନଦୁଃଖ ହେବନି । ଜୀବନକୁ ଉପଭୋଗ କରିବା ଶିଖ ଡାର୍ଲିଂ । ଜୀବନରେ ଆଡଜଷ୍ଟମେଣ୍ଟ ଗୁରୁତ୍ୱପୂର୍ଣ୍ଣ ନୁହେଁ କିନ୍ତୁ ବୁଝାମଣା ଜୀବନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।ତାପରେ ଜୀବନରେ କାହାକୁ ଅତ୍ୟଧିକ ଗୁରୁତ୍ବ ଦେଲେ ତା ପାଖରେ ନିଜକୁ ମୂଲ୍ୟହୀନ ହେବାକୁ ପଡ଼େ,ଏହା ହିଁ ନିରାଟ ସତ୍ୟ। ଆଉ ମୁଁ ମୋ ଡାର୍ଲିଂ ଙ୍କୁ କାହା ଆଗରେ ନଇଁଯିବାକୁ କହିବି ନାହି। ଏବେ ତୁମେ ରୋହନ ସହିତ ଟିକେ ମସ୍ତି କର ଆଉ ମୁଁ କିଛି ଖାଦ୍ୟ ନେଇ ଆସୁଛି । ମିସ୍ ଲିଲି କିଚେନ୍ ମଧ୍ୟକୁ ଚାଲିଗଲେ ଠିକ୍ ଏହି ସମୟ ମଧ୍ୟରେ ମିଷ୍ଟର ରୋହନ ,"ଅନନ୍ୟାଙ୍କୁ ଡ୍ରିଙ୍କ ପିଆଇ ଦେଇଛନ୍ତି । ଅନନ୍ୟା ଡ୍ରିଙ୍କ କରିବା ପରେ ରୋହନଙ୍କୁ କହିଲେ ତୁମେ କେତେ ଭଲ ରୋହନ । କଲେଜ ସମୟରେ ଯାହା ତୁମେ କରିପାରିନଥିଲ ତାହା ତୁମେ ଏବେ ଡାର୍ଲିଂଙ୍କ ସହିତ ମିଶି ଇଚ୍ଛା ପୁରଣ କରିଲ । ରିଅଲି ଆଇ ମିସ୍ଡ ମାଇଁ ଫ୍ରେଣ୍ଡ୍ । କିନ୍ତୁ ରୋହନ ତୁମେ ମୋତେ ଛୁଇଁଲ କିପରି ? ହାଓ ଡେ ୟୁ । ମୁଁ କେବଳ ମୋ ସ୍ବାମୀ ଅରଣ୍ୟଙ୍କର । ତୁମକୁ ଜଣେ ଭଲ ସାଙ୍ଗ ବୋଲି ଭାବିଥିଲି କିନ୍ତୁ ତୁମ ମନରେ କଣ ଅଛି ? କଣ ଆଉ ରହିବ ମିସ୍ ଅନନ୍ୟା । ତୁମେ ଜଣେ ସୁନ୍ଦରୀ ଝିଅ ଆଉ ମୁଁ ଗୋଟେ ହ୍ୟlଣ୍ଡସମ ଯୁବକ । କିଛି ସମୟ ତୁମ ସହିତ ସେକ୍ସ କରି ମୁଁ ମୋ ରାସ୍ତାରେ ଚାଲିଯିବି ଆଉ ତୁମେ ତୁମ ଘରକୁ କିନ୍ତୁ ମିସ୍ ଲିଲିଙ୍କ ଏହି ଉପକାର ମୋର ମନ୍ ରହିବ । ଯାହା ହେଉ ସେ ତୁମକୁ ଏବଂ ମୋତେ ମିଶାଇବାକୁ ଯେଉଁ ଚାନ୍ସ ଦେଲେ । ରୋହନ ଏବଂ ଅନନ୍ୟାଙ୍କ ପାଟିତୁଣ୍ଡ ହେଇଛି ଠିକ୍ ସେହି ସମୟରେ ଡ୍ରାଇଭର ଆସି ରୋହନଙ୍କ ମୁହଁରେ ଦୁଇ ଚାରିଟା ଚାପୁଡ଼ା ମାରି କହିଲେ ତୋର ଏତେ ସାହସ ଯେ ତୁ ଅରଣ୍ୟ ସାରଙ୍କ ୱାଇଫଙ୍କୁ ଛୁଇଁବୁ। ୟୁ ବ୍ଲଡ଼ି ବାଷ୍ଟାର୍ଡ । ଏପଟେ ଆରବ୍ୟଙ୍କ ଚେତା ଫେରିଛି ଏବଂ ସେ ଅନନ୍ୟାଙ୍କୁ ଖୋଜିବା ସମୟରେ, ଡ୍ରାଇଭର ତୁରନ୍ତ ଅନନ୍ୟାଙ୍କ ମୋବାଇଲ ରୁ ଗୋଟିଏ ମେସେଜ କରିଛନ୍ତି ଯେ , ଆପଣ ଆପଣଙ୍କ ସ୍ତ୍ରୀଙ୍କୁ ଏଠାରୁ ନେଇ ଯାଆନ୍ତୁ । ଏହା ପଢ଼ି ସlରି ଅରଣ୍ୟ କହିଲେ ମାନସ ତୁରନ୍ତ ଗାଡ଼ି ବାହାର କର । ଅନନ୍ୟାଙ୍କ ଜୀବନ ବିପଦରେ । ଏଇ ଦେଖ କଣ ମେସେଜ ଅନନ୍ୟାଙ୍କ ମୋବାଇଲ ରୁ ଆସିଛି ..!!    କ୍ରମଶଃ... ✍️ପ୍ରଶାନ୍ତ କୁମାର ବିଦ୍ୟାଧର ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।

Comments