
SS Publication
June 8, 2025 at 06:30 PM
ଶ୍ରୀ କୃଷ୍ଣ _ ଭାଗ ୧୩୧
( ନାରଦ ଙ୍କ ପରାମର୍ଶ)
( ଅନୁବାଦ,ଭାଗବତ ,ଗୀତା , ଶ୍ରୀ କୃଷ୍ଣ ,ବିଷ୍ଣୁ ପୁରାଣ ,ଇତ୍ୟାଦି )
"କୃଷ୍ଣ .... କୃଷ୍ଣ ....
କୃଷ୍ଣ... କୃଷ୍ଣ ... ହରେ ହରେ "
ଶ୍ରୀ କୃଷ୍ଣ ଗୋବିନ୍ଦ ହରେ ମୁରାରେ
ଶ୍ରୀ ରାଧେ ଗୋବିନ୍ଦ ବାସୁଦେବ ହରେ
ଶ୍ରୀ କୃଷ୍ଣ ଗୋବିନ୍ଦ ହରେ ମୁରାରେ
ହେ ନାଥ ନାରାୟଣ ବାସୁଦେବ ହରେ
ରାଧେ କୃଷ୍ଣ ... ରାଧେ କୃଷ୍ଣ
ରାଧେ କୃଷ୍ଣ କୃଷ୍ଣ ...କୃଷ୍ଣ ।।
"ସଚ୍ଚିଦାନନ୍ଦ ରୂପାୟ ବିଶ୍ଵତ୍ପତ୍ୟାଦି ହେତବୋ
ତାପତ୍ରୟ ବିନାଶାୟେ ଶ୍ରୀକୃଷ୍ଣlୟ ବୟ ନମଃ ।।
ପ୍ରଭୁ , ମୋତେ ମୋର ଚିନ୍ତା ନାହିଁ ଭଗବାନ । ମୋର ଚିନ୍ତା ଦେବୀ ଦେବକୀ ଏବଂ ରାଜନ ବସୁଦେବଙ୍କ ପାଇଁ । ତାଙ୍କୁ ଅନ୍ୟଥା କଷ୍ଟ ଦେବ ଏଇ କଂସ । ପ୍ରଭୁ ଆପଣ କିଛି କରନ୍ତୁ ।
ଦେବର୍ଷି ନାରଦଙ୍କ ବାଣୀ ଶୁଣି , ଭଗବାନ ସ୍ମିତ ହାସ୍ୟ ଦେଇ କହିଲେ ଦେବର୍ଷି , ଆପଣ ଏତେ ଜ୍ଞାନୀ ହେଇ ଆପଣ ବେଳେ ବେଳେ ଛୁଆଙ୍କ ଭଳି କଥା କହୁଚ୍ଛ ?
_ ମୁଁ ବୁଝି ପାରିଲି ନାହିଁ ପ୍ରଭୁ ..!!
_ କୁହନ୍ତୁ, ଆଜି ପର୍ଯ୍ୟନ୍ତ ତାଙ୍କର ରକ୍ଷା କିଏ କରିଛି ଦେବର୍ଷି ?
_ ନାଁ , ଦେବର୍ଷି । ଶାସ୍ତ୍ର କୁହେ ...
" ଧର୍ମ ରକ୍ଷତି ରକ୍ଷିତ୍ତଃl "
ଧର୍ମ ତାଙ୍କର ରକ୍ଷା କରୁଛି ଏବଂ କରିବ । ବାସ୍ତବରେ ସେହି ପ୍ରାଣୀ ସୁରକ୍ଷିତ ଯାହାର ରକ୍ଷା ଧର୍ମ ଦ୍ଵାରା ହେଇଥାଏ । ଯେଉଁ ପ୍ରାଣୀ ଧର୍ମର ସହିତ ଥାଏ ତାର ରକ୍ଷା ସ୍ଵୟଂ ଧର୍ମ କରୁଥାନ୍ତି ଦେବର୍ଷି । ତେଣୁ ଆପଣ ମାତା ଦେବକୀ ଏବଂ ପିତାଶ୍ରୀ ବସୁଦେବଙ୍କ ଚିନ୍ତା ତ୍ୟାଗକରି ଏହି ଲୀଳା ର ମଜ୍ଜା ନିଅନ୍ତୁ ।
ଦେବର୍ଷି ଆପଣ ଜାଣିଛନ୍ତି , ମାତା ଓ ପିତା ସର୍ବଦା ଧର୍ମରେ ଏହି ଭଗବାନଙ୍କୁ ସ୍ମରଣ କରିଥାନ୍ତି ।
*"ଓଁ ସୃଷ୍ଟିର ଆଦ୍ୟବାଣୀ" ଦର୍ଶନଶାସ୍ତ୍ର କହନ୍ତି, "ତସ୍ୟ ବାଚକଃ ପ୍ରଣବଃ"I*
*ଅର୍ଥାତ୍-: ଭଗବାନଙ୍କ ମୁଖ୍ୟ ନାମ "ଓଁ"। "ଓଁ" କୁ ପ୍ରଣବ କୁହାଯାଏ। "ଓଁ" ତିନି ଗୋଟି ଅକ୍ଷରର ସମାହାର। ତିନି ଗୋଟି ଅକ୍ଷର ଯଥା-"ଅ+ଉ+ମ"- ଓଁ ମୁଖ୍ୟ ଅର୍ଥ ‘ସର୍ବରକ୍ଷକ’। ଅବତି ଇତି ଓଁ -ଏହାର ଶାସ୍ତ୍ରୀୟ ପ୍ରମାଣ। ଏହାଛଡ଼ା ତିନି ଗୋଟି ଅକ୍ଷରର ଅର୍ଥ- ଅ- ସୃଷ୍ଟି କର୍ତ୍ତା, ଉ- ପାଳନ କର୍ତ୍ତା, ମ- ପ୍ରଳୟ କର୍ତ୍ତା। ଓଁ ମଣିଷର ଚେତନା ସ୍ତରକୁ ଦିବ୍ୟତାରେ ପରିପୂର୍ଣ୍ଣ କରୁଥବା ଯୋଗୁ ଓଁ କୁ ଏକାକ୍ଷରୀ ଗାୟତ୍ରୀ ମଧ୍ୟ କୁହାଯାଏ। ଏହି ଏକାକ୍ଷରୀ ଓଁ ମନ୍ତ୍ର ମାଧ୍ୟମରେ ପରମାତ୍ମାଙ୍କୁ ପ୍ରାର୍ଥନା ଉପାସନା କରାଯାଏ। ଓଁ ଜପ ବା ଧ୍ୟାନ ବେଳେ ପରମାତ୍ମାଙ୍କ ଗୁଣ, କର୍ମ, ଚିନ୍ତନ କରାଯାଏ। ଭଗବାନଙ୍କ ଅନନ୍ତ ଗୁଣ କର୍ମ ଧ୍ୟାନ ବାସ୍ତବ ଉପାସନା। ଏହି ଆଦ୍ୟ ମନ୍ତ୍ର ଓଁ ବୈଶ୍ୱିକ ଧ୍ୱନି ବା ବ୍ରାହ୍ମଣୀୟ ଧ୍ୱନି ନାମରେ ସର୍ବ ବିଦିତ।
ତେଣୁ ହେ ଦେବର୍ଷି ନାରଦ ।
ହେ ଭକ୍ତରlଜ ଆପଣ କେବଳ ଦର୍ଶନ କରନ୍ତୁ ମହମୟା ଙ୍କ ମାୟା ।
_ ଯାହା ଆପଣଙ୍କ ଆଜ୍ଞା ପ୍ରଭୁ । ଏହି ନାରଦ ଧନ୍ୟ ହେଲା ...!!
ନାରାୟଣ .... ନାରାୟଣ ... ନାରାୟଣ
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ।
ପଦୁଁ ଗଳୁଛି ମକରନ୍ଦ।।
ସେ ମକରନ୍ଦ ପାନ କରି।
ହେଳେ ତରିଲେ ବ୍ରଜନାରୀ।
ସେ ବ୍ରଜନାରୀଙ୍କ ପୟରେ।
ଚିତ୍ତ ମୋ ଥାଉ ନିରନ୍ତରେ।
ଚିତ୍ତ ମୋ ନିରନ୍ତରେ ଥାଉ।
ହା କୃଷ୍ଣ ବୋଲି ଯୀବ ଯାଉ।
ହା କୃଷ୍ଣ ବୋଲି ଯାଉ ଜୀବ।
ମୋତେ ଉଦ୍ଧର ବାସୁଦେବ।।
ଓଁ ନମୋ ଭଗବତେ ବାସୁଦେବାୟ।
ଏପଟେ କାରାଗାର ମଧ୍ୟରେ ଦେବୀ ଦେବକୀ ଏବଂ ମହାରାଜ ବସୁଦେବଙ୍କୁ, "କଂସ ବନ୍ଦୀ କରି ରଖିଛନ୍ତି । ତାଙ୍କ ଖାଦ୍ୟ ପେୟ ମଧ୍ୟ କମ କରିଦେଇଛନ୍ତି । ଠିକ୍ ସମୟରେ ଖାଇବାକୁ ଦେବା ପରିବର୍ତ୍ତେ ସମୟ ର ଧ୍ୟାନ ନାହିଁ । କିନ୍ତୁ ପ୍ରହରୀ ଜଣଙ୍କ ଖାଦ୍ୟ ନେଇ ଆସିଛନ୍ତି କାରାଗାର ମଧ୍ୟକୁ ଏବଂ ସମସ୍ତ ପରୀକ୍ଷା ନିରୀକ୍ଷା ପରେ ପ୍ରହରୀଙ୍କୁ ରକ୍ଷକ ଜଣଙ୍କ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେଲେ ।
କ୍ରମଶଃ...
"କୃଷ୍ଣ .... କୃଷ୍ଣ ....
କୃଷ୍ଣ... କୃଷ୍ଣ ... ହରେ ହରେ "
ଶ୍ରୀ କୃଷ୍ଣ ଗୋବିନ୍ଦ ହରେ ମୁରାରେ
ଶ୍ରୀ ରାଧେ ଗୋବିନ୍ଦ ବାସୁଦେବ ହରେ
ଶ୍ରୀ କୃଷ୍ଣ ଗୋବିନ୍ଦ ହରେ ମୁରାରେ
ହେ ନାଥ ନାରାୟଣ ବାସୁଦେବ ହରେ
ରାଧେ କୃଷ୍ଣ ... ରାଧେ କୃଷ୍ଣ
ରାଧେ କୃଷ୍ଣ କୃଷ୍ଣ ...କୃଷ୍ଣ ।।
"ସଚ୍ଚିଦାନନ୍ଦ ରୂପାୟ ବିଶ୍ଵତ୍ପତ୍ୟାଦି ହେତବୋ
ତାପତ୍ରୟ ବିନାଶାୟେ ଶ୍ରୀକୃଷ୍ଣlୟ ବୟ ନମଃ ।।
✍️ପ୍ରଶାନ୍ତ କୁମାର ବିଦ୍ୟାଧର
ଉଦୟଗିରି , ଖୋର୍ଦ୍ଧା, ଓଡ଼ିଶା ।।